ସମଲିଙ୍ଗି ବିବାହ: କେନ୍ଦ୍ର ଉପରେ ଖପ୍ପା ସିଜେଆଇ

 ସମଲିଙ୍ଗି ବିବାହକୁ ମାନ୍ୟତା ଦେବା ଦାବି ନେଇ ଦାୟର 20 ଯାଚିକା ଉପରେ ମଙ୍ଗଳବାର ସୁପ୍ରିମ କୋର୍ଟରେ ପାଞ୍ଚ ଜଣିଆ ବିଚାରପତିଙ୍କ ସମ୍ବିଧାନିକ ଖଣ୍ଡପୀଠ ଶୁଣାଣି କରିଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ସଞ୍ଜୟ କିଶନ କୌଲ, ଜଷ୍ଚିସ ଏସ ରବୀନ୍ଦ୍ର ଭଟ, ଜଷ୍ଟିସ ହିମା କୋହଲି ଓ ଜଷ୍ଟିସ ପିଏସ ନରସିଂହାଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି। ମାମଲାରେ କପିଲ ସିବଲ ଅପିଲ କରିଛନ୍ତି କି, ରାଜ୍ୟଗୁଡିକୁ  ପକ୍ଷଭୁକ୍ତ କରାଯାଉ।

କେନ୍ଦ୍ର ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହତା  ଖଣ୍ଡପୀଠଙ୍କ ସମ୍ମୁଖରେ କହିଛନ୍ତି କି, ଏହି କେଶରେ ଆମକୁ ଆପତ୍ତି ରହିଛି। ଏହା ସଂସଦର ଅଧିକାର ଅଧୀନରେ ଆସୁଛି। ତେବେ କଣ କୋର୍ଟ ନିଜେ ମାମଲାରେ କୌଣସି ନିଷ୍ପତ୍ତି ନେଇ ପାରିବେ ବୋଲି ପ୍ରଶ୍ନ କରିଛନ୍ତି ମେହତା। ଏହି ଯାଚିକା ସବୁ ଶୁଣାଣି ଯୋଗ୍ୟ ନୁହେଁ। ପ୍ରଥମେ କେନ୍ଦ୍ରକୁ ଶୁଣାଯିବାର ଆବଶ୍ୟକତା ରହିଛି। କାରଣ କେନ୍ଦ୍ର ଏହାକୁ ବିରୋଧ କରୁଛି। ଏହା ନୀତିଗତ ମାମଲା ତେଣୁ ସୁପ୍ରିମ କୋର୍ଟ ମାମଲାରେ ନିଷ୍ପତ୍ତି ନେଇ ପାରିବ ନାହିଁ। କେନ୍ଦ୍ର ଉପଯୁକ୍ତ ମଞ୍ଚ ଅଟେ। ଏଥିରେ ବହୁ ସଂଖ୍ୟାରେ ହିତାଧିକାରୀଙ୍କ ସହ ପରାମର୍ଶ କରିବାର ଆବଶ୍ୟକତା ରହିଛି। ଏହା ଏକ ସମ୍ବେଦନଶୀଳ ମୁଦ୍ଦା ବୋଲି କୋର୍ଟଙ୍କୁ ମେହତା ଜଣାଇଛନ୍ତି।

ମେହତାଙ୍କ ଯୁକ୍ତି ଉପରେ ସିଜେଆଇ କହିଛନ୍ତି, ବ୍ୟାପକ ଦୃଷ୍ଟିକୋଣ ରଖିବାକୁ ଆମ ଉପରେ ଭରସା ରଖନ୍ତୁ। ପରେ ଆମେ ଆପଣଙ୍କ ପକ୍ଷ ଶୁଣିବୁ। ଏବେ କେଶକୁ ଆରମ୍ଭ କରିବାକୁ ହେବ। ଏହାକୁ ନେଇ ସଲିସିଟର ଜେନେରାଲ କହିଛନ୍ତି କି,  ମାମଲାରେ ଦୋଷ-ଗୁଣ ଉପରେ ନ ଯାଆନ୍ତୁ। କେନ୍ଦ୍ରକୁ କିଛି ସମୟର ଆବଶ୍ୟକତା ରହିଛି।

ଏଥିରେ ଉତକ୍ଷିପ୍ତ ହୋଇଉଠିଥିଲେ ସିଜେଆଇ। ସେ କହିଛନ୍ତି କି, ଆମକୁ ବୁଝାନ୍ତୁ ନାହିଁ, କିପରି କେଶର ଶୁଣାଣି ହେବ। ମୁଁ କୋର୍ଟର ଇନଚାର୍ଜ। ଆପଣ ଯାହା ମାଗୁଛନ୍ତି ଏହା କେବଳ ଶୁଣାଣିକୁ ବିଳମ୍ବ କରିବା ପାଇଁ। ମାମଲାରେ ଯାଚିକାର୍ତ୍ତାଙ୍କ ପକ୍ଷରୁ ମୁକୁଲ ରୋହତଗୀ କହିଛନ୍ତି କି, ଏହା ମୌଳିକ ଅଧିକାରର ମାମଲା। ସରକାର ପ୍ରତି ମାମଲାରେ ଏହା କହିଥାଏ। କୋର୍ଟଙ୍କୁ ଶୁଣାଣି ଦିଗରେ ବଢିବା ଦରକାର।

Leave a Reply

Your email address will not be published. Required fields are marked *