କର୍ଫ୍ୟୁ ଆହୁରି କୋହଳ, ଇଣ୍ଟରନେଟ୍ ପୁଣି ୨୪ ଘଣ୍ଟା ବନ୍ଦ

ସମ୍ବଲପୁର ହନୁମାନ ଜୟନ୍ତୀ ହିଂସା ଘଟଣା ପରେ ଶାନ୍ତିଶୃଙ୍ଖଳା ଫେରାଇ ଆଣିବା ପାଇଁ ଜିଲ୍ଲା ପ୍ରଶାସନର ଉଦ୍ୟମ ଜାରି ରହିଛି । ଜିଲ୍ଲାରେ ଆଉ ୨୪ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି । ଆସନ୍ତାକାଲି ସକାଳ ୧୦ଟା ଯାଏ ଇଣ୍ଟରନେଟ୍ ସେବା ବନ୍ଦ ନେଇ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।
ସୋସିଆଲ୍ ମିଡିଆର ଅପବ୍ୟବହାର ଆଶଙ୍କା ଯୋଗୁଁ ଏଭଳି ନିଷ୍ପତ୍ତି ନେଇଛି ପ୍ରଶାସନ ।

ସେପଟେ, ସମ୍ବଲପୁରରେ କର୍ଫ୍ୟୁ ଆହୁରି କୋହଳ କରାଯାଇଛି । ସକାଳ ୭ଟାରୁ ଦିନ ୧ଟା ଯାଏ କଟକଣା କୋହଳ ହୋଇଛି । ସେହିପରି ଅପରାହ୍ଣ ୩.୩୦ରୁ ସନ୍ଧ୍ୟା ୬ଟା ଯାଏ କଟକଣା କୋହଳ କରିଛି ପ୍ରଶାସନ । ଏହି ସମୟ ଭିତରେ ଲୋକେ ଜିନିଷପତ୍ର କିଣାବିକା କରିପାରିବେ । ହନୁମାନ ଜୟନ୍ତୀ ହିଂସା ପରେ ଲଗାତାର ଭାବେ କଟକଣା ଲାଗୁ କରାଯାଇଛି । ଘଟଣାରେ ସଂପୃକ୍ତି ଅଭିଯୋଗରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଉଛି ।

ଅନ୍ୟପଟେ ଆଜି ସମ୍ବଲପୁର ଆସୁଥିବା ବିଜେପି ଟିମକୁ ରାସ୍ତାରେ ଅଟକାଇଛି ପୋଲିସ । ଝାରସୁଗୁଡ଼ା ଓ ସମ୍ବଲପୁର ସୀମାନ୍ତ ଶ୍ରୀପୁରା ଛକରେ ପୋଲିସ ଅଟକାଇଥିବା ସୂଚନା ମିଳିଛି । ବିଜେପି ଟିମରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ସାଂସଦ ଜୁଏଲ୍ ଓରାମ୍, ସାଂସଦ ସୁରେଶ ପୂଜାରୀ, ବସନ୍ତ ପଣ୍ଡା ଏବଂ ରାଜ୍ୟ ସଭାପତି ମନମୋହନ ସାମଲ ଅଛନ୍ତି ।

Leave a Reply

Your email address will not be published. Required fields are marked *