ସୁଦାନରେ ସ୍ଥିତି ଭୟଙ୍କର

ଦିନ ଗଡିବା ସହ ସୁଦାନରେ ହିଂସା ବଢିବାରେ ଲାଗିଛି। ସେନା ଓ ଅର୍ଦ୍ଧସାମରିକ ବାହିନୀ ମଧ୍ୟରେ ଜାରି ସଂଘର୍ଷରେ 200 ଲୋକଙ୍କ ମୃତ୍ୟୁ ହୋଇସାରିଥିବା ବେଳେ 18ଶହରୁ ଅଧିକ ଲୋକ ଆହତ ହେଲେଣି। ଏହି ସଂଘର୍ଷରେ ସେଠାର ବହୁ ହସ୍ପିଟାଲ କ୍ଷତିଗ୍ରସ୍ତ ହେବା ସହ ଖାଦ୍ୟ ସାମଗ୍ରୀର ଆମଦାନୀ ଉପରେ ପଡିଛି ପ୍ରଭାବ। ଉଭୟ ସେନାର ଆକ୍ରମଣରେ ଭାରି ଗୁଳି ବର୍ଷା ହେଉଛି। ଏହା ସଶସ୍ତ୍ର ବଳର କମାଣ୍ଡର ଅବ୍ଦେଲ ଫତେହ ଅଲ ବୁରହାନ ଓ ରାପିଡ ସପୋର୍ଟ ଫର୍ସର ମୁଖ୍ୟ ଜେନେରାଲ ମହମ୍ମଦ ହମଦାନ ଦାଗଲୋଙ୍କ ମଧ୍ୟରେ ଚାଲିଥିବା କ୍ଷମତା ଯୁଦ୍ଧର ଫଳ। ଏକ ସପ୍ତହ ଧରି ଚାଲିଥିବା ସତ୍ତା ସଂଘର୍ଷ ଶନିବାର ଭୟଙ୍କର ରୂପ ନେଇଥିଲା।

ଉଭୟ ଜେନେରାଲ ପୂର୍ବରୁ ସହଯୋଗୀ ଥିଲେ। 2021ରେ ସୈନ୍ୟ ଦ୍ୱାରା କ୍ଷମତା ପରିବର୍ତ୍ତନ କରି ସୁଡାନର ଅଳ୍ପକାଳୀନ ଲୋକତନ୍ତ୍ରକୁ ଅସ୍ତବ୍ୟସ୍ତ କରି ଦେଇଥିଲେ। ବର୍ତ୍ତମାନର ସୁଦାନ ରାଜଧାନୀ ଖାର୍ତୁମର ସ୍ଥିତିକୁ ଦେଖି ଭାରତୀୟ ଦୂତାବାସ ସୋମବାରକୁ ନିଜର ସଦ୍ୟତମ ପରାମର୍ଶରେ ସମସ୍ତ ଭାରତୀୟଙ୍କୁ ଘରେ ସୁରକ୍ଷିତ ଓ ଶାନ୍ତ ରହିବାକୁ ପରାମର୍ଶ ଦେଇଛି। ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି କି, ଖାର୍ତୁମରେ ଜଣେ ଭାରତୀୟଙ୍କ ଦେହରେ ଗୁଳି ବାଜି ମୃତ୍ୟୁ ହୋଇଛି।

ଏହା ପୂର୍ବରୁ ରବିବାର, ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଭାରତୀୟ ନାଗରିକଙ୍କ ମୃତ୍ୟୁରେ ସମବେଦନା ଜଣାଇଥିଲେ। ଜୟଶଙ୍କର କହିଥିଲେ କି ଖାର୍ତୁମର ସ୍ଥିତି ଚିନ୍ତାଜନକ ରହିଛି ଓ ସେଠାକାର ସ୍ଥିତି ଉପରେ ଦୃଷ୍ଟି ରଖାଯିବ। ମୃତ ଭାରତୀୟଙ୍କ ସହାୟତା  ପାଇଁ ଦୂତାବାସ ପକ୍ଷରୁ ଯଥା ସମ୍ଭବ ପ୍ରୟାସ କରାଯାଉଛି।

ସୂଚନାଯୋଗ୍ୟ, ସୁଡାନରେ 4ହଜାରରୁ ଅଧିକ ଭାରତୀୟ ଥିବା ବେଳେ 12ଶହ କିଛି ଦଶକ ଧରି ସେଠାର ସ୍ଥାୟୀ ବାସିନ୍ଦା ହୋଇଯାଇଛନ୍ତି।

Leave a Reply

Your email address will not be published. Required fields are marked *