ଅଗ୍ନିଶମ ସେବାକେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ନବୀନଙ୍କ ଅନୁମୋଦନ

ଭୁବନେଶ୍ୱରରେ ୩ଟି ନୂଆ ଅଗ୍ନିଶମ ସେବା କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବରର କ୍ରମବର୍ଦ୍ଧିଷ୍ଣୁ ପରିସର ଏବଂ ଜନସଂଖ୍ୟା ବୃଦ୍ଧିକୁ ନଜରରେ ରଖି ଅଗ୍ନିଶମ ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି । ଧନଜୀବନକୁ ସୁରକ୍ଷା ଯୋଗାଇଦେବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ।

ତମାଣ୍ଡୋ, ମଞ୍ଚେଶ୍ୱର ଏବଂ ପାହାଳରେ ପ୍ରତିଷ୍ଠା ହେବ ୩ଟି ଅଗ୍ନିଶମ ସେବା କେନ୍ଦ୍ର । ଏଥିପାଇଁ ୪୫ଟି ପଦବୀ ମଧ୍ୟ ପୂରଣ ହେବ । ପ୍ରତି କେନ୍ଦ୍ରରେ ୧୫ ଜଣ ଲେଖାଏଁ କର୍ମଚାରୀ ରହିବେ । ଏଥିରେ ଜଣେ ଷ୍ଟେସନ ଅଫିସର, ଦୁଇ ଜଣ ଲିଡିଂ ଫାୟାରମ୍ୟାନ୍, ଜଣେ ଡ୍ରାଇଭର ହାବିଲଦାର, ଜଣେ ଫାୟାରମ୍ୟାନ୍ ଡ୍ରାଇଭର ଏବଂ ୧୦ ଜଣ ଫାୟାରମ୍ୟାନ୍ ରହିବେ ।

Leave a Reply

Your email address will not be published. Required fields are marked *