Category: ରାଜ୍ୟ ଖବର

  • ଆୟ ବହିର୍ଭୂତ ସଂପତ୍ତି ଠୁଳ: ଗୋପାଳପୁର ବିଧାୟକଙ୍କ ବିରୋଧରେ ଚାର୍ଜସିଟ ଦାଖଲ

    ଆୟ ବହିର୍ଭୂତ ସଂପତ୍ତି ଠୁଳ: ଗୋପାଳପୁର ବିଧାୟକଙ୍କ ବିରୋଧରେ ଚାର୍ଜସିଟ ଦାଖଲ

    ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଚାର୍ଜସିଟ୍ ଦାଖଲ କରିଛି ଭିଜିଲାନ୍ସ। ପ୍ରଦୀପ ପାଣିଗ୍ରାହୀ ପ୍ରାୟ ୯ କୋଟି ୧୮ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଛନ୍ତି। ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ପରେ ଭୁବନେଶ୍ୱର ଭିଜିଲାନ୍ସର ସ୍ୱତନ୍ତ୍ର କୋର୍ଟରେ ୩ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ ହୋଇଛି ଭିଜିଲାନ୍ସ।

    ଭିଜିଲାନ୍ସ ୨୦୨୧ ଅକ୍ଟୋବର ୪ ତାରିଖରେ ମାମଲା କରି ତଦନ୍ତ ଚଳାଇଥିଲା। ତଦନ୍ତ ବେଳେ ପ୍ରଦୀପଙ୍କ ରୋଜଗାର ଓ ଖର୍ଚ୍ଚର ସମସ୍ତ ବିବରଣୀ ବାହାର କରାଯାଇଥିଲା। ଏଥିରୁ ଉଭୟ ସ୍ୱାମୀ ସ୍ତ୍ରୀ ପ୍ରାୟ ୯ କୋଟି ୧୮ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସଂପତ୍ତିର ସନ୍ତୋଷଜନକ ଉତ୍ତର ପାଇନଥିଲା ଭିଜିଲାନ୍ସ।

    ଭିଜିଲାନ୍ସର ତଦନ୍ତ ରିପୋର୍ଟକୁ ଲୋକାୟୁକ୍ତ ଅନୁଧ୍ୟାନ କରି ଚଳିତ ମାସ ୨୦ ତାରିଖରେ ପ୍ରଦୀପ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଚାର୍ଜସିଟ୍‌କୁ ଭୁବନେଶ୍ୱର ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

  • ବିଜେବି କଲେଜ ପରିସରରେ ପୁଣି ଦେଖା ଦେଇଛି ଉତ୍ତେଜନା

    ବିଜେବି କଲେଜ ପରିସରରେ ପୁଣି ଦେଖା ଦେଇଛି ଉତ୍ତେଜନା

    ରାଜଧାନୀର ସର୍ବପୁରାତନ ବିଜେବି କଲେଜ ପରିସରରେ ପୁଣି ଦେଖା ଦେଇଛି ଉତ୍ତେଜନା। କଲେଜ ପରିସରରେ ଅଣଛାତ୍ର ପସି ଛାତ୍ରଙ୍କୁ କରିଛନ୍ତି ଆକ୍ରମଣ। ଛାତ୍ରଙ୍କ ଖେଳରେ ଅଣଛାତ୍ରଙ୍କୁ ସାମିଲ ନ କରିବାକୁ ନେଇ ହୋଇଥିବା ଆକ୍ରମଣରେ ୩ ଛାତ୍ର ଗୁରୁତର ହୋଇଥିବା ବେଳେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଥାନାରେ ଅଭିଯୋଗ ହୋଇଛି। ଥାଥଥ

    ଖବରରୁ ପ୍ରକାଶ କି, କଲେଜର ଛାତ୍ରମାନେ ସକାଳୁ କ୍ରିକେଟ ଖେଳୁଥିଲେ। ଏହି ସମୟରେ କିଛି ଅଣଛାତ୍ର ସେଠାରେ ପହଞ୍ଚି ଖେଳିବାକୁ ଚାହିଁଥିଲେ।  ଛାତ୍ରମାନେ ମନା କରିଦେଇଥିଲେ। ଫଳରେ ଛାତ୍ର ଓ ଅଣଛାତ୍ରଙ୍କ ଭିତରେ ଗଣ୍ଡଗୋଳ ହୋଇଥିଲା। ଅଣଛାତ୍ରମାନେ ଛାତ୍ରଙ୍କୁ ନିର୍ଧୁମ ମାଡମାରିଥିଲେ। ଏଥିରେ 3 ଜଣ ଛାତ୍ର ଗୁରୁତର ଆହତ ହୋଇଥିଲେ। ଏନେଇ ବଡ଼ଗଡ଼ ଥାନାରେ ଅଭିଯୋଗ ହେବା ପରେ ପୁଲିସ କିଛି ଅଣଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି।

    ଏଠାରେ ଉଲ୍ଲେଖଯୋଗ୍ୟ କି, ବିଜେବି କଲେଜ ଓ ଗଣ୍ଡଗୋଳ ଯେମିତି ସାଧାରଣ ଘଟଣାରେ ପରିଣତ ହୋଇଛି। କିଛି ଦିନ ତଳେ, ରାତିରେ କଲେଜ ପଛପଟେ, ଇଣ୍ଟିଗ୍ରେଟେଡ଼ ଏମ୍‌ବିଏ ଛାତ୍ର ଶାଶ୍ବତ ପଣ୍ଡାଙ୍କୁ କିଛି ଯୁବକ ମଣାନ୍ତକ ଆକ୍ରମଣ କରିଥିଲେ। ଶାଶ୍ବତଙ୍କୁ କାଚ ବୋତଲରେ ଆକ୍ରମଣ ହୋଇଥିଲା। କେତେବେଳେ ଅଣଛାତ୍ରଙ୍କ ଆତଙ୍କ ତ ପୁଣି କେତେବେଳେ ରାଗିଂ ପରି ଘଟଣାକୁ ନେଇ କଲେଜ ପରିସରରେ ସୃଷ୍ଟି ହେଉଛି ଉତ୍ତେଜନା।

  • ତାତିରୁ ତ୍ରାହି! ଆଜିଠୁ ପାଗରେ ସାମାନ୍ୟ ପରିବର୍ତ୍ତନ

    ତାତିରୁ ତ୍ରାହି! ଆଜିଠୁ ପାଗରେ ସାମାନ୍ୟ ପରିବର୍ତ୍ତନ

    ତାତିରୁ କେବେ ମିଳିବ ତ୍ରାହି । ଏମିତି ଅନେକ ପ୍ରଶ୍ନ ଥିବାବେଳେ ଆଜି ସକାଳୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିଛି । ତାତି ଟିକେ କମିଛି । କାଳବୈଶାଖୀ ବର୍ଷା ଆଶଙ୍କା ଥିବାବେଳେ ରାଜ୍ୟବାସୀଙ୍କୁ ସକାଳୁ ସକାଳୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ପାଗ ପରିବର୍ତ୍ତନ ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

    ଆଜି ସକାଳୁ ସକାଳୁ ଅସହ୍ୟ ତାତିରୁ ସାମାନ୍ୟ ଆଶ୍ୱସ୍ତି ପାଇଛନ୍ତି ରାଜ୍ୟବାସୀ । ଆସନ୍ତା ୪ ଦିନ ମଧ୍ୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ସମ୍ଭାବନା ରହିଛି । ଦିନର ତାପମାତ୍ରା ପ୍ରାୟ ୨ରୁ ୪ ଡିଗ୍ରୀ ଯାଏ ହ୍ରାସ ପାଇପାରେ ।

    ଗ୍ରୀଷ୍ମଲହରୀ ପାଇଁ ଦିଆଯାଇଥିବା ସତର୍କ ସୂଚନାକୁ ହଟାଇଦେଇଛି ପାଣିପାଗ ବିଭାଗ । ଆଜି ସକାଳେ ଥଣ୍ଡା ପବନ ବହିଥିବା ବେଳେ ପାଗ ଟିକେ ମେଘୁଆ ଥିଲା । ସେପଟେ, ରାଜ୍ୟର କିଛି ଜିଲ୍ଲାରେ ହାଲୁକା ବର୍ଷା ହୋଇଛି । ଗତ କିଛି ଦିନ ହେଲା ରାଜ୍ୟରେ ଅସହ୍ୟ ତାତିରେ ଲୋକେ ଆଉଟୁପାଉଟୁ ହେଉଛନ୍ତି । ଗତକାଲି ୨୮ଟି ସହରର ତାପମାତ୍ରା ୪୦ ଉପରେ ଥିବାବେଳେ ବୌଦ୍ଧ ସବୁଠାରୁ ଉତ୍ତପ୍ତ ସହର ଥିଲା ।

  • ତାତିରେ ରାଜ୍ୟବାସୀ କଲବଲ, ଝାରସୁଗୁଡ଼ାରେ ସ୍ଥିତି ଅସମ୍ଭାଳ

    ତାତିରେ ରାଜ୍ୟବାସୀ କଲବଲ, ଝାରସୁଗୁଡ଼ାରେ ସ୍ଥିତି ଅସମ୍ଭାଳ

    ପ୍ରଚଣ୍ଡ ତାତିରେ କଲବଲ ହେଉଛନ୍ତି ରାଜ୍ୟବାସୀ । ସକାଳୁ ସକାଳୁ ଅନୁଭୂତ ହେଲାଣି ଟାଣ ଖରା । ସକାଳ ସାଢ଼େ ୮ଟା ସୁଦ୍ଧା ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ହୋଇଛି । ଝାରସୁଗୁଡ଼ାରେ ପାରଦ ୩୪ ଡିଗ୍ରୀ, କେନ୍ଦୁଝରରେ ତାପମାତ୍ରା ୩୩.୬ ଡିଗ୍ରୀ ରହିଥିଲା । ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୧.୪ ଡିଗ୍ରୀ ରେକର୍ଡ କରାଯାଇଛି ।

    ଆଜି ପାଇଁ ୬ଟି ଜିଲ୍ଲାକୁ ହିଟୱେଭ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି ସମ୍ବଲପୁର,ସୋନପୁର,ବୌଦ୍ଧ, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼। ତେବେ ଆସନ୍ତାକାଲି ଠାରୁ ପାଗରେ ପରିବର୍ତ୍ତନ ହେବା ସମ୍ଭାବନା ରହିଛି । କାଳବୈଶାଖୀ ପ୍ରଭାବରେ ଆସନ୍ତାକାଲି ଅର୍ଥାତ୍ ୨୧ରୁ ୨୩ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ସହର ତାପମାତ୍ରା ୨ରୁ ୪ ଡିଗ୍ରୀ କମିପାରେ ।

    ଆସନ୍ତାକାଲି ରାଜ୍ୟର ୮ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ଗଜପତି,ଗଞ୍ଜାମ,ନବରଙ୍ଗପୁର,କଳାହାଣ୍ଡି,କନ୍ଧମାଳ ଓ ରାୟଗଡ଼ା କୋରାପୁଟ,ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ । ସେହିପରି ୨୨ ଓ ୨୩ ତାରିଖରେ ବର୍ଷା ଆଶଙ୍କା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

  • ରାଜ୍ୟରେ ଅସହ୍ୟ ତାତି, ଆସନ୍ତାକାଲି ଠାରୁ ଗ୍ରୀଷ୍ମଛୁଟି

    ରାଜ୍ୟରେ ଅସହ୍ୟ ତାତି, ଆସନ୍ତାକାଲି ଠାରୁ ଗ୍ରୀଷ୍ମଛୁଟି

    ଆସନ୍ତାକାଲି ଠାରୁ ଗ୍ରୀଷ୍ମଛୁଟି । ରାଜ୍ୟର ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ରହିବ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ଆଜି ସରକାର ବିଧିବଦ୍ଧ ଭାବେ ଗ୍ରୀଷ୍ମଛୁଟି ଘୋଷଣା କରିବେ ।

    ଗତ କିଛି ଦିନ ହେଲା ରାଜ୍ୟରେ ତାତି ଅସହ୍ୟ ହେଲାଣି । ଗୁଳୁଗୁଳି ସହ ତାପମାତ୍ରା ବଢୁଛି । ଘରୁ ବାହାରିବା ଲୋକଙ୍କ ପାଇଁ ମୁସ୍କିଲ ହେଉଛି । ସ୍କୁଲ ବାରମ୍ବାର ଛୁଟି ଘୋଷଣା ହେଉଛି । ଅଧିକାଂଶ ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର୍ କରୁଛି । ଦିନ ବଢ଼ିବା ସହ ତାତି ମଧ୍ୟ ବଢୁଛି । ସକାଳ ୮ଟା ପରଠୁ ଧୀରେ ଧୀରେ ରାଜଧାନୀ ରାସ୍ତା ଶୂନଶାନ ହେଉଛି । ଆହୁରି କିଛି ଏଭଳି ସ୍ଥିତି ଲାଗି ରହିବ । ତେଣୁ ଆଗୁଆ ପିଲାଙ୍କ ସ୍କୁଲ ଛୁଟି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । କେତେଦିନ ଯାଏ ସ୍କୁଲ ଛୁଟି ରହିବ, ଏହାର ନିୟମାବଳୀ କ’ଣ ସେ ନେଇ ଆଜି ବିସ୍ତୃତ ଭାବେ ଘୋଷଣା କରିବେ ସରକାର ।

  • ରାଜ୍ୟରେ ତାତିରୁ ତ୍ରାହି କେବେ ? ଶିକ୍ଷାନୁଷ୍ଠାନ ୨ ଦିନିଆ ଛୁଟି

    ରାଜ୍ୟରେ ତାତିରୁ ତ୍ରାହି କେବେ ? ଶିକ୍ଷାନୁଷ୍ଠାନ ୨ ଦିନିଆ ଛୁଟି

    ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ରାଜ୍ୟରେ ଆହୁରି କିଛି ଦିନ ଯାଏ ତାତି ଅସହ୍ୟ ହେବ । ଏଭଳି ଅନୁମାନ କରି ଭାରତୀୟ ପାଣିପାଗ ବିଭାଗର ସୂଚନା ପରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜ୍ୟରେ ତାପାମାତ୍ରା ବଢୁଥିବା ବେଳେ ଅଧିକାଂଶ ସହରରେ ପାରଦ ପ୍ରାୟ ୪୦ ଡିଗ୍ରୀ ଉପରେ ରହିଛି ।

    ରାଜ୍ୟବାସୀଙ୍କୁ ତାତିରୁ ଆଶ୍ୱସ୍ତି ମିଳିବ କେବେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଜ୍ୟର ୬ ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର,ସୋନପୁର ଓ ବୌଦ୍ଧରେ ହିଟ୍‌ୱେଭ୍‌ ଜାରି ରହିବ । ଏସବୁ ଜିଲ୍ଲା‌ରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଖରା ସମୟରେ ସତର୍କ ରହିବାକୁ ଓ ସୁରକ୍ଷିତ ସ୍ଥାନରେ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ଆହୁରି କିଛି ଦିନ ରାଜ୍ୟର ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ହେବନି । ତାତି ଓ ଗୁଳୁଗୁଳି ପୂର୍ବପରି ଜାରି ରହିବ । ୩ ଦିନ ପରେ ରାଜ୍ୟର ତାପମାତ୍ରା ଅଳ୍ପ ମାତ୍ରାରେ ଖସିପାରେ ।

    ସେପଟେ, ଅସହ୍ୟ ତାତିକୁ ନଜରରେ ରଖି ସରକାର ଆଜି ଓ କାଲି ଦୁଇଦିନ ପାଇଁ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରଖିଛନ୍ତି । ଏହି ୨ ଦିନ ସମସ୍ତ ସରକାରୀ ସ୍କୁଲ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ରହିଛି । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରହିବ । ଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ରହିବ । ପୂର୍ବରୁ ଏପ୍ରିଲ ୧୨ରୁ ୧୬ ତାରିଖ ଯାଏଁ ଛୁଟି ଘୋଷଣା ହୋଇଥିବା ବେଳେ ୧୭ ତାରିଖରେ ସ୍କୁଲ ଖୋଲିଥିଲା । ସେପଟେ, ୨୧ ତାରିଖରୁ ବର୍ଷା ଆଶଙ୍କା ମଧ୍ୟ ରହିଛି ।

  • ଦିନେଶ ମୋଙ୍ଗିଆ ଓଡ଼ିଶା ରଣଜୀ ଟିମ୍ ମୁଖ୍ୟ କୋଚ୍, ଏକ ବର୍ଷ ପାଇଁ ଚୁକ୍ତି କଲା ଓସିଏ

    ଦିନେଶ ମୋଙ୍ଗିଆ ଓଡ଼ିଶା ରଣଜୀ ଟିମ୍ ମୁଖ୍ୟ କୋଚ୍, ଏକ ବର୍ଷ ପାଇଁ ଚୁକ୍ତି କଲା ଓସିଏ

    ଓଡ଼ିଶା ରଣଜୀ ଟିମ୍ ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ନେଇଛନ୍ତି ପୂର୍ବତନ କ୍ରିକେଟର ଦିନେଶ ମୋଙ୍ଗିଆ । ଏ ନେଇ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । 2023-24 ସିଜିନ୍ ପାଇଁ ଦଳର ମୁଖ୍ୟ କୋଚ୍ ଭାବେ କାର୍ଯ୍ୟ କରିବେ ଦିନେଶ ।

    ପୂର୍ବରୁ ୱାସିମ୍ ଜାଫରଙ୍କୁ ଦୁଇ ବର୍ଷ ପାଇଁ ଓଡ଼ିଶା ଟିମର କୋଚ୍ ଦାୟିତ୍ବ ଦିଆଯାଇଥିଲା । ହେଲେ ତାଙ୍କୁ ବାଂଲାଦେଶ ଜାତୀୟ ଦଳର ମୁଖ୍ୟ କୋଚ୍ ଦାୟିତ୍ବ ମିଳିବା ପରେ ସେ ଅଧାରୁ ଓହରି ଯାଇଥିଲେ । ୱାସିମ ଜାଫରଙ୍କ ସହମତିରେ ସିଏସିର ତିନି ଜଣିଆ କମିଟି ମୁଖ୍ୟ କୋଚ୍ ଭାବେ ଦିନେଶଙ୍କୁ ନିଯୁକ୍ତି ଦେଇଛନ୍ତି । ସେହିଭଳି ଓଡ଼ିଶାର ତିନି ଜଣ ପୂର୍ବତନ ଅନ୍ତର୍ଜାତୀୟ ଖେଳାଳିଙ୍କୁ ମୁଖ୍ୟ କୋଚ୍ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ସେମାନେ କିନ୍ତୁ ନିଜର ବ୍ୟକ୍ତିଗତ କାରଣରୁ ଏହି ଦାୟିତ୍ୱ ନେଲେ ନାହିଁ । ମୋଙ୍ଗିଆଙ୍କ ସହ ଓସିଏର ବର୍ଷିକିଆ ଚୁକ୍ତି ହୋଇଥିବା କହିଛନ୍ତି ସଞ୍ଜୟ ।

  • ଅଗ୍ନିଶମ ସେବାକେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ନବୀନଙ୍କ ଅନୁମୋଦନ

    ଅଗ୍ନିଶମ ସେବାକେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ନବୀନଙ୍କ ଅନୁମୋଦନ

    ଭୁବନେଶ୍ୱରରେ ୩ଟି ନୂଆ ଅଗ୍ନିଶମ ସେବା କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବରର କ୍ରମବର୍ଦ୍ଧିଷ୍ଣୁ ପରିସର ଏବଂ ଜନସଂଖ୍ୟା ବୃଦ୍ଧିକୁ ନଜରରେ ରଖି ଅଗ୍ନିଶମ ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି । ଧନଜୀବନକୁ ସୁରକ୍ଷା ଯୋଗାଇଦେବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ।

    ତମାଣ୍ଡୋ, ମଞ୍ଚେଶ୍ୱର ଏବଂ ପାହାଳରେ ପ୍ରତିଷ୍ଠା ହେବ ୩ଟି ଅଗ୍ନିଶମ ସେବା କେନ୍ଦ୍ର । ଏଥିପାଇଁ ୪୫ଟି ପଦବୀ ମଧ୍ୟ ପୂରଣ ହେବ । ପ୍ରତି କେନ୍ଦ୍ରରେ ୧୫ ଜଣ ଲେଖାଏଁ କର୍ମଚାରୀ ରହିବେ । ଏଥିରେ ଜଣେ ଷ୍ଟେସନ ଅଫିସର, ଦୁଇ ଜଣ ଲିଡିଂ ଫାୟାରମ୍ୟାନ୍, ଜଣେ ଡ୍ରାଇଭର ହାବିଲଦାର, ଜଣେ ଫାୟାରମ୍ୟାନ୍ ଡ୍ରାଇଭର ଏବଂ ୧୦ ଜଣ ଫାୟାରମ୍ୟାନ୍ ରହିବେ ।

  • ତାତି ଅସହ୍ୟ, ଆହୁରି ୩ ଦିନ କଲବଲ କରିବ

    ତାତି ଅସହ୍ୟ, ଆହୁରି ୩ ଦିନ କଲବଲ କରିବ

    ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ତାତି ଅସହ୍ୟ ହୋଇଛି । ଆଜି ବି ତ୍ରାହି ପାଇବା କଷ୍ଟକର । କାରଣ ସକାଳ ସାଢେ ୮ଟା ସୁଦ୍ଧା ରାଜଧାନୀର ତାପମାତ୍ରା ୩୨.୬ ଡିଗ୍ରୀ ଛୁଇଁଛି । ଆହୁରି ୩ ଦିନ ରାଜ୍ୟବାସୀଙ୍କୁ ଏଭଳି କଲବଲ କରିବ ତାତି ।

    ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଅପରାହ୍ଣରେ କାଳବୈଶାଖୀ ପ୍ରଭାବରେ ବର୍ଷାର ଆଶଙ୍କା ରହିଛି । ୨୦ ତାରିଖ ପର୍ଯ୍ୟନ୍ତ ପରିସ୍ଥିତିରେ ସୁଧାର ଆସିବା ସମ୍ଭାବନା କ୍ଷୁର୍ଣ୍ଣ ଥିବାବେଳେ ୨୧ରୁ କାଳବୈଶାଖୀ ବର୍ଷା ହୋଇପାରେ । ଆଜି ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଗଞ୍ଜାମ,ପୁରୀ,ଜଗତସିଂହପୁର ଓ ସମ୍ବଲପୁର ଭଳି ଜିଲ୍ଲା ଗୁଡ଼ିକରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବାରୁ ସତର୍କ କରିଛି ପାଣିପାଗ ବିଭାଗ ।

  • ଦିନ ୧୧.୩୦ ସୁଦ୍ଧା ଝାରସୁଗୁଡ଼ା ନଂ-୧

    ଦିନ ୧୧.୩୦ ସୁଦ୍ଧା ଝାରସୁଗୁଡ଼ା ନଂ-୧

    ରାଜ୍ୟରେ ଗ୍ରୀଷ୍ମପ୍ରବାହ ଲାଗି ରହିଛି । ତାତି ଅସହ୍ୟ ହେଲାଣି । ଘରୁ ବାହାରିବା ପାଇଁ ଲୋକେ ମନ କରୁନାହାଁନ୍ତି । ସକାଳୁ ସକାଳୁ ତାପମାତ୍ରା ବଢୁଛି । ରାସ୍ତାଘାଟ ଶୂନଶାନ୍ ହୋଇଯାଉଛି । ଆଜି ବି ପ୍ରଚଣ୍ଡ ଖରାରେ ସିଝୁଛି ସାରା ଓଡ଼ିଶା ।

    ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏଠାରେ ପାରଦ ୪୦ ଡିଗ୍ରୀ ପାର୍ କରିଛି । ଅର୍ଥାତ୍ ଝାରସୁଗୁଡ଼ାରେ ୪୦.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସମ୍ବଲପୁରରେ ୩୯.୮ ଡିଗ୍ରୀ ଥିବାବେଳେ କେନ୍ଦୁଝରରେ ତାପମାତ୍ରା ଥିଲା ୩୯.୪ ଡିଗ୍ରୀ । ରାଜଧାନୀ ଭୁବନେଶ୍ୱରରେ ୩୮.୬ ଡିଗ୍ରୀ, ବାଲେଶ୍ୱରରେ ୩୮.୪ ଓ ହୀରାକୁଦରେ ୩୮.୪ ଡିଗ୍ରୀ ସେଲସିୟସ ତାପମାତ୍ରା ଥିଲା । ସେହିପରି ଚାନ୍ଦବାଲିରେ ୩୭.୬ ଡିଗ୍ରୀ ତାପମାତ୍ରା ଥିବାବେଳେ ଗୋପାଳପୁରରେ ଥିଲା ୩୬ ଡିଗ୍ରୀ । ପୁରୀରେ ୩୪ ଡିଗ୍ରୀ,ପାରାଦୀପରେ ୩୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।