Category: ରାଜ୍ୟ ଖବର

  • ‘କାଳିଆ’ ଦର୍ଶନ ପାଇଁ ଯାଉଥିଲେ, ରାସ୍ତାରେ ଗଲା ୩ ଜୀବନ

    ‘କାଳିଆ’ ଦର୍ଶନ ପାଇଁ ଯାଉଥିଲେ, ରାସ୍ତାରେ ଗଲା ୩ ଜୀବନ

    କାଳିଆ ଦର୍ଶନ ଆଶା କେବଳ ଆଶାରେ ରହିଗଲା । ଯାଉଥିବା ବେଳେ କିନ୍ତୁ ଘଟିଲା ଅଘଟଣ । ଆଉ ଆଗକୁ ଯାଇପାରିଲେନି ୩ ବନ୍ଧୁ । ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ କଡ଼େଇ ଛକରେ ଏଭଳି କିଛି ଘଟିଗଲା ଯାହା ହୃଦୟ ବିଦାରକ ଥିଲା ।

    ପୁରୀରେ ମହାପ୍ରଭୁଙ୍କ ଦର୍ଶନ କରିବେ । କାଳିଆଙ୍କ ଆଶୀର୍ବାଦ ନେବେ । ସେଥିପାଇଁ ବାଇକରେ ବାହାରିଥିଲେ ୩ ଜଣ ସାଙ୍ଗ । ହେଲେ ମଝି ବାଟରେ ଘଟିଲା ଦୁର୍ଘଟଣା । ରାତି ଅଧରେ ଏକ ଅଜଣା ଗାଡ଼ି ଚଢ଼ିଯିବାରୁ ରାସ୍ତା ଉପରେ ହିଁ ୩ ସାଙ୍ଗ ଜୀବନ ହାରିଲେ । ଯାଜପୁର ଜିଲ୍ଲା ବଡ଼ଚଣା ଥାନା କଡ଼େଇ ଛକରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଦେଖିବାକୁ ମିଳିଥିଲା । ମୃତକମାନେ ହେଲେ ଧର୍ମଶାଳା ଥାନା ମାନତିରା ଗାଁର ଅଭିଷେକ ସର, ଧର୍ମଶାଳା ବ୍ଲକ ଚଡ଼େଇଧରା ଅଞ୍ଚଳର ଅଞ୍ଚଳ ସାହୁ, ଓ ଜଗତପୁର ଅଞ୍ଚଳର ଦେବାଶିଷ ନାୟକ ।

    ଗତକାଲି ବିଳମ୍ବିତ ରାତିରେ ଯାଜପୁର ଜିଲ୍ଲାର ମାଲତିରାରୁ ଏକ ବାଇକ୍‌ରେ ପୁରୀ ଯାଉଥିଲେ ୩ ସାଙ୍ଗ । କିନ୍ତୁ ଭୋର ପ୍ରାୟ ୩ଟା ବେଳେ ଭାରସାମ୍ୟ ହରାଇ ଗାଡ଼ିଟି କଡ଼େଇ ଛକରେ ପଡ଼ିଯାଇଥିଲା । ଫଳରେ ୩ ସାଙ୍ଗ ରାସ୍ତା ଉପରେ ପଡ଼ିଥିବା ବେଳେ ଆଉ ଉଠି ପାରିନଥିଲେ । ଠିକ୍ ଏତିକିବେଳେ ଏକ ଅଜଣା ଗାଡ଼ି ସେମାନଙ୍କ ଉପରେ ମାଡ଼ିଯାଇଥିଲା । ଘଟଣାସ୍ଥଳରେ ହିଁ ୩ ସାଙ୍ଗଙ୍କ ମୃତ୍ୟୁ ଘଟିଥିଲା । ବଡ଼ଚଣା ପୋଲିସ ମୃତଦେହ ଜବତ କରି ବଡ଼ଚଣା ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିସହ ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଗାଡ଼ି ସମ୍ପର୍କରେ କିଛି ସୂଚନା ମିଳିନି।

    Des études menées sur des moutons ont montré qu’environ 2 à 3% des personnes étudiées n’ont pas d’intérêt visible dans l’accouplement en général avec des individus d’un sexe. Dans d’autres études menées sur des rats et des sables, jusqu’à 12% des medicaments pour erection n’ont pas montré d’intérêt chez les femmes. Les calculs de leurs relations avec d’autres hommes n’ont pas été faits, cependant, ces études sont une valeur en matière de prise en compte de l’asexualité (Westernal, 2004).

  • ଅସନ୍ତୋଷ ବଢ଼ିବା ପରେ ପୌରପାଳିକାର ପ୍ରତିଶ୍ରୁତି, ଖୁବଶୀଘ୍ର ପଦକ୍ଷେପ

    ଅସନ୍ତୋଷ ବଢ଼ିବା ପରେ ପୌରପାଳିକାର ପ୍ରତିଶ୍ରୁତି, ଖୁବଶୀଘ୍ର ପଦକ୍ଷେପ

    କେନ୍ଦୁଝର ସହରରେ ଲୋକଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି । ସହରରେ ଏଣେତେଣେ ଅଳିଆ ଆବର୍ଜନା ପଡ଼ିରହିଛି । ଖାସ୍ କରି ଗାନ୍ଧି ବଜାରକୁ ନେଇ ଲୋକଙ୍କ ଟେନସନ୍ । କାହିଁକି ନା ଏହା କାର୍ଯ୍ୟକ୍ଷମ ହୋଇପାରୁନି ।

    କେନ୍ଦୁଝର ପୌରପାଳିକା ପକ୍ଷରୁ ସହରବାସୀଙ୍କ ପାଇଁ ଗାନ୍ଧି ବଜାର ସୃଷ୍ଟି କରାଯାଇଥିଲା । ଏଠାରେ ବିଭିନ୍ନ ଦୋକାନ ବଜାର ସହ ମାଛ ମାଂସ ଦୋକାନ ବି ଖୋଲା ଯାଇଥିଲା । କିନ୍ତୁ ବଜାରକୁ ଦୀର୍ଘ ବର୍ଷ ହେଲାଣି ଏହା ପୂର୍ବପରି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ଏଥିରେ ଅସନ୍ତୁଷ୍ଟ ହୋଇ ଅଧିକାଂଶ ଲୋକ ନିଜ ନିଜ ଦୋକାନ ବନ୍ଦ କରିଦେଇଛନ୍ତି । କେବଳ କିଛି ଗୋଦାମ ଗୃହ ଓ ମାଛ ମାଂସ ଦୋକାନ ଖୋଲା ରହିଛି । ସହର ମଧ୍ୟରେ ଏହି ବଜାର ଥିବାବେଳେ ଏବେ ରକ୍ଷଣାବେକ୍ଷଣ ଏବଂ ସ୍ୱଚ୍ଛତାର ଅଭାବ ରହିଛି । ତେଣୁ ପାଖାପାଖି ଅଞ୍ଚଳ ପୁରାପୁରି ଦୁର୍ଗନ୍ଧମୟ ହୋଇଛି । ବିଶେଷକରି ମାଛମାଂସ ପାଇଁ ସହରବାସୀ ଏହି ମାର୍କେଟ ଉପରେ ନିର୍ଭରଶୀଳ । ତେବେ ଏଠାକାର ଅସ୍ୱାସ୍ଥ୍ୟକର ପରିବେଶ ପାଇଁ ସେମାନେ ଚିନ୍ତିତ । ଏ ନେଇ ଅନେକଥର ପୌରପାଳିକାରେ ଅଭିଯୋଗ ହୋଇଛି ।

    ଅଭିଯୋଗ ପରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଧାଙ୍ଗରପଡ଼ାରେ ମାଛମାଂସ ଦୋକାନ ଏବଂ ପୌର ଗୋଦାମ ଗୃହ ନିର୍ମିତ ହୋଇଛି । କିନ୍ତୁ ପ୍ରଶାସନିକ ଅବହେଳାରୁ ଏହା ମଧ୍ୟ ନଷ୍ଟ ହେବାକୁ ବସିଲାଣି । ଏହି ନୂତନ ଗୃହରେ ବିଦ୍ୟୁତ୍ ସଂଯୋଗ ନାହିଁ । ଚାରିଆଡ଼େ କୁଢ଼କୁଢ଼ ଅଳିଆ । ତେଣୁ ଏଠାକୁ କୌଣସି ଦୋକାନୀ ଆସିବାକୁ ଇଛା କରୁନାହାଁନ୍ତି ।

    ସେପଟେ, ନୂତନ ବଜାରରେ ଖୁବଶୀଘ୍ର ବିଦ୍ୟୁତ୍ ସଂଯୋଗୀକରଣ କରାଯିବ । ବଜାରକୁ ସ୍ୱଚ୍ଛ ରଖାଯିବ ସହ ଅନନ୍ୟା ସମସ୍ୟାର ସମାଧାନ ହେବ । ପୁରୁଣା ଗାନ୍ଧି ବଜାରକୁ ଭାଙ୍ଗି ଏଠାରେ ନୂତନ ପ୍ରକଳ୍ପ ଆରମ୍ଭ କରାଯିବ ବୋଲି ପୌରପାଳିକା ଅଧ୍ୟକ୍ଷା କହିଛନ୍ତି । ଦୀର୍ଘଦିନ ପରେ ପଦକ୍ଷେପ ନେବାକୁ ମନ ବଳାଇଛି ପୌରପାଳିକା । ନୂଆ ବଜାର ସୃଷ୍ଟି ସହ ଲୋକଙ୍କ ଚଳପ୍ରଚଳ ହେବ ବୋଲି ଆଶା ରଖିଛନ୍ତି ଅଧ୍ୟକ୍ଷା ।

  • ‘ମୁଁ ବାପା ହେବାକୁ ଚାହେଁ’ କହି ପୁଣି ଚର୍ଚ୍ଚାକୁ ଆସିଲେ ଦୌଡ଼ରାଣୀ

    ‘ମୁଁ ବାପା ହେବାକୁ ଚାହେଁ’ କହି ପୁଣି ଚର୍ଚ୍ଚାକୁ ଆସିଲେ ଦୌଡ଼ରାଣୀ

    ପୁଣି ଥରେ ଚର୍ଚ୍ଚାରେ ଦୌଡ଼ରାଣୀ ଦୂତି ଚାନ୍ଦ । ସେ ବାପା ହେବାକୁ ଚାହୁଁଥିବା କହି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଏକ ଇଂରାଜୀ ପତ୍ରିକାକୁ ସାକ୍ଷାତକାର ଦେଇ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ଦୂତି । ସେ କହିଛନ୍ତି ବିବାହ ପରେ ଆମେ ସ୍ୱାମୀ ଓ ସ୍ତ୍ରୀ ହୋଇ ରହିବୁ । କେବେ ସନ୍ତାନ ଜନ୍ମ ହେଲା ତାହାହେଲେ ମୁଁ ବାପା ହେବି । ଆଉ ସେ ମା’ ହେବେ । ଛୁଆକୁ ତାର ବାପାର ପରିଚୟ ମିଳିବ । ତେଣୁ ମୁଁ ବାପାର କର୍ତ୍ତବ୍ୟ କରିବି । ପିଲାର ଲାଳନପାଳନ ମଧ୍ୟ କରିବି ବୋଲି କହିଛନ୍ତି ଦୂତି ।

    ନିଜର ସମଲିଙ୍ଗି ସମ୍ପର୍କକୁ ନେଇ ମନକଥା କହିଛନ୍ତି ଦୂତି । ବହୁ ସଂଘର୍ଷ ପରେ ପରିବାର ଠାରୁ ସ୍ୱୀକୃତି ମିଳିଥିଲା । ଏଥିପାଇଁ ତାଙ୍କୁ ବେଶ୍ ସଂଘର୍ଷ କରିବାକୁ ପଡ଼ିଛି । ପରିବାର ଲୋକେ ଏ ଦିଗରେ କୌଣସି ସହଯୋଗ କରୁନଥିଲେ । କାରଣ ସେତେବେଳେ ସମଲିଙ୍ଗି ବିବାହ ସମ୍ପର୍କରେ ଏତେଟା ଜାଣିନଥିଲେ ପରିବାର ଲୋକେ । ପରିବାର କଳଙ୍କିତ ହେବ ଏବଂ ସାନ ଦୁଇ ଭଉଣୀ ବାହା ହେବାରେ ସମସ୍ୟା ଦେଖାଦେବ । ତେଣୁ ଆରମ୍ଭରୁ ହିଁ ପରିବାର ଲୋକେ ଏହାକୁ ବିରୋଧ କରି ଆସୁଥିଲେ। ପରବର୍ତ୍ତୀ ସମୟରେ ବାପା ଓ ମା’ଙ୍କୁ ବୁଝାଇଲି ଏବଂ ସେମାନେ ବୁଝିଥିଲେ ବୋଲି ଦୂତି କହିଛନ୍ତି ।

    ଆମେରିକା,ଅଷ୍ଟ୍ରେଲିଆ,କାନାଡ଼ା ପରି ଦେଶରେ ସମଲିଙ୍ଗି ବିବାହକୁ ସ୍ୱୀକୃତି ମିଳିଛି । କିନ୍ତୁ ଆମ ଦେଶରେ ସମଲିଙ୍ଗି ବିବାହକୁ ଆଜି ପର୍ଯ୍ୟନ୍ତ ଆଇନ୍‌ଗତ ମାନ୍ୟତା ମିଳିନି । ଖୁବଶୀଘ୍ର ଆଇନ୍‌ଗତ ମାନ୍ୟତା ମିଳିଯିବ ବୋଲି ଦୂତିଙ୍କ ବିଶ୍ୱାସ ରହିଛି । ଯେଉଁମାନେ ପରମ୍ପରା ଓ ସଂସ୍କୃତି କଥା କହୁଛନ୍ତି, ସେମାନେ ବୋଧେ ଜାଣିନାହାଁନ୍ତି ଭାରତ ଗୋଟିଏ ଗଣତନ୍ତ୍ର ରାଷ୍ଟ୍ର। ଏଠି ସବୁ ଧର୍ମ ଓ ସଂସ୍କୃତିର ଲୋକ ବାସ କରନ୍ତି । ତେଣୁ ସମସ୍ତଙ୍କ ବଞ୍ଚିବାର ଅଧିକାର ଅଛି, ସମସ୍ତେ ଉପଭୋଗ କରିବେ, ଖୁସି ମନାଇପାରିବେ ବୋଲି ଦୂତି କହିଛନ୍ତି ।

    ପୂର୍ବରୁ ଅନେକ ଥର ସମାଲୋଚନାର ଶିକାର ହୋଇଛନ୍ତି । ବାଦବିବାଦ ଭିତରେ ଛନ୍ଦି ହୋଇଯାଇଥିଲେ ଦୂତି । ଧୀରେ ଧୀରେ ସେ ସମସ୍ୟାର ସମାଧାନ କଲେ ଏବଂ ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ । ଏବେ ଦେଶର ଆଇନ୍ ଉପରେ ଭରସା ରହିଥିବା କହିଛନ୍ତି ଦୂତି ।

  • ୧୦୦ କଲେଜରେ ହେବ ମାନସିକ ସଚେତନତା କାର୍ଯ୍ୟ

    ୧୦୦ କଲେଜରେ ହେବ ମାନସିକ ସଚେତନତା କାର୍ଯ୍ୟ

    ମୋ କଲେଜ ଅଭିଯାନ ପରିଚାଳନା ସଂଗଠନ ଓ ଇଣ୍ଡିଆନ ସାଇକିଆଟ୍ରିକ ସୋସାଇଟି, ଓଡ଼ିଶା ଶାଖା ମଧ୍ୟରେ ଶୁକ୍ରବାର ଏମଓୟୁ ସ୍ଵାକ୍ଷର ହୋଇଛି। ରାଜ୍ୟର ବିଭିନ୍ନ ସରକାରୀ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଓ ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭ କରୁଥିବା ଛାତ୍ରଛାତ୍ରୀଙ୍କର  ମାନସିକ ସ୍ୱାସ୍ଥ୍ୟ ତଥା ଏହାର  ସଚେତନତାର  ବିକାଶ କରାଯିବ। କଲେଜ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଯେଭଳି ଚାପଗ୍ରସ୍ତ ନହୋଇ ଶିକ୍ଷା ଗ୍ରହଣ କରିବେ ସେ ଉପରେ ପିଲାଙ୍କୁ ମାନସିକ ସ୍ତରରେ ପ୍ରଶିକ୍ଷଣ ଦିଆଯିବ। ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସନାୟକ ଓ ଇଣ୍ଡିଆନ ସାଇକିଆଟ୍ରିକ ସୋସାଇଟି, ଓଡ଼ିଶା ଶାଖାର ସଭାପତି ଡ଼କ୍ଟର ଅମ୍ରିତ ପାଟ୍ଟଯୋଶୀ ଏହି ଏମଓୟୁ ସ୍ଵାକ୍ଷର କରିଛନ୍ତି।

    ଏହି ଅବସରରେ ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଶ୍ରୀ ଦାସନାୟକ କହିଲେ,” ବର୍ତ୍ତମାନର ଛାତ୍ରଛାତ୍ରୀମାନେ ମାନସିକ ଚାପର ସମ୍ମୁଖୀନ ହେଉଛନ୍ତି । ନିଜକୁ ସମାଜରେ ସୁ-ପ୍ରତିଷ୍ଠିତ କରିବାର ଚାପରେ ସେମାନେ ପଡୁଛନ୍ତି। କିନ୍ତୁ ଆକାଂକ୍ଷା ଯେତେବେଳେ ପୂରଣ ହୁଏ ନାହିଁ,  ସେତେବେଳେ ଯୁବ ସମାଜ ଆତ୍ମହତ୍ୟା ପରି ଭୁଲ ରାସ୍ତାକୁ ବାଛି ନିଅନ୍ତି। ତେଣୁକରି ବର୍ତ୍ତମାନ ସମୟରେ ସମାଜରେ ମାନସିକ ସଚେତନତା ଏକ ପ୍ରମୁଖ ଆହ୍ୱାନ ପାଲଟିଛି। ତେଣୁ ଏହି ମାନସିକ ସଚେତନତାର କାର୍ଯ୍ୟକ୍ରମ ପ୍ରାୟ ୧୦୦ଟି କଲେଜରେ ଅନୁଷ୍ଠିତ ହେବ | ଅନ୍ୟପକ୍ଷରେ ଇଣ୍ଡିଆନ ସାଇକିଆଟ୍ରିକ ସୋସାଇଟି, ଓଡ଼ିଶା ଶାଖାର ସଭାପତି ଡ଼କ୍ଟର ଅମ୍ରିତ ପାଟ୍ଟଯୋଶୀ  କହିଲେ ” ମଣିଷ ଜୀବନ  ଇଶ୍ଵରଙ୍କର  ଏକ ବରଦାନ। ଯୁବପିଢ଼ି ବା  ଛାତ୍ରଛାତ୍ରୀମାନେ  କିପରି ଭାବରେ ନିଜ ନିଜର ମାନସିକ ସୁସ୍ଥତାକୁ ଗୁରୁତ୍ୱ ଦେବେ ତାହା ହେଉଛି ଏହି ଏମଓୟୁର ମୂଳ ଲକ୍ଷ। ସେମାନଙ୍କୁ ସହଜ ଭାବରେ ସଚେତନ କରେଇବା ତଥା ସେମାନଙ୍କ ବିଭିନ୍ନ ମାନସିକ ଦୁଃଶ୍ଚିନ୍ତାର ଠିକ ଉତ୍ତର ଦେବା ଆମ ଦାୟିତ୍ୱ”|

    ଏହି ଏମଓୟୁ ଅନୁସାରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ମାନସିକ ଚାପ କିଭଳି ଦୂର ହେବ। ସେମାନେ ପାଠପଢ଼ା ଓ ଚାକିରିକୁ ନେଇ ଯେମିତି ଅଧିକ ଚାପରେ ରହିବେ ନାହିଁ ତାହା ଉପରେ ଗୁରୁତ୍ୱ ଦିଆଯିବ। ପିଲାମାନେ ନିଜ ମନ ଓ ମସ୍ତିଷ୍କକୁ ଦୃଢ଼ ରଖି ପ୍ରତିଟି ପରିସ୍ଥିତିର ଯେଭଳି ସାମ୍ନା କରିପାରିବେ ସେ କ୍ଷେତ୍ରରେ ମାନସିକ ବିଶେଷଜ୍ଞମାନେ ପିଲାଙ୍କୁ ଦିଗଦର୍ଶନ ଦେବେ। ଏହାଦ୍ୱାରା ଛାତ୍ରଛାତ୍ରୀମାନେ ବର୍ତ୍ତମାନର ପ୍ରତିଯୋଗିତାମୂଳକ ସମାଜରେ ଆତ୍ମବିଶ୍ବାସର ସହ ଆଗକୁ ବଢ଼ିପାରିବେ। ଏହି କାର୍ଯ୍ୟକ୍ରମରେ ଇଣ୍ଡିଆନ ସାଇକିଆଟ୍ରିକ ସୋସାଇଟି, ଓଡ଼ିଶା ଶାଖାର ମେମ୍ବର ଡ଼କ୍ଟର ପ୍ରଫେସର ଶୁଭେନ୍ଦୁ ମିଶ୍ର ଓ ମୋ କଲେଜ ପକ୍ଷରୁ ଶ୍ରୀ ଆଦିତ୍ୟ ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ|

  • ସହର ଭିତରେ ପଶିଲା ଭାଲୁ, ଘଉଡ଼ାଇବା ପାଇଁ ବନ ବିଭାଗର ଉଦ୍ୟମ

    ସହର ଭିତରେ ପଶିଲା ଭାଲୁ, ଘଉଡ଼ାଇବା ପାଇଁ ବନ ବିଭାଗର ଉଦ୍ୟମ

    ପ୍ରବଳ ଗ୍ରୀଷ୍ମ ଯୋଗୁଁ ପୋଖରୀ, ଗାଡ଼ିଆ, କୂଅ ପାଣି ଶୁଖିଗଲାଣି । ବଣ,ଜଙ୍ଗଲରେ ଆମ୍ବ,ପଣସ, ଅନ୍ୟାନ୍ୟ ଫଳମୂଳର ଅଭାବ ଦେଖାଦେଲାଣି । ତେଣୁ ବନ୍ୟଜନ୍ତୁଙ୍କ ପାଇଁ ଏବେ ଖାଇବା ଚିନ୍ତା ବଢ଼ିଛି । ସେମାନେ ଗାଁ, ସହର ମୁହାଁ ହେବା ସ୍ୱାଭାବିକ । ପାଣି ପିଇବା ପାଇଁ ଗାଁ ମୁହାଁ ହୋଇଥାନ୍ତି ତ ଖାଇବା ପାଇଁ ଫସଲ ବି ନଷ୍ଟ କରନ୍ତି । କିଛିଦିନ ପୂର୍ବେ ଖାଦ୍ୟ ଅନ୍ୱେଷଣରେ ଯାଇ ଗାଁରେ ପଶିଥିଲା ହାତୀ । ଏବେ ପେଟର ଭୋକ ମେଣ୍ଟାଇବା ପାଇଁ ଦିନରେ ବି ଗାଁ, ସହରରେ ପଶିଛି ଭାଲୁ ।

    କେନ୍ଦୁଝର ସଦର ବ୍ଲକ୍ ସଦରରେଞ୍ଜ ଅନ୍ତର୍ଗତ ପଦ୍ମପୁର ବଜାରରେ ଭାଲୁ ଆତଙ୍କ । ଦିନରେ ଅଞ୍ଚଳରେ ବୁଲୁଛି ଭାଲୁ । ସୂଚନା ଅନୁସାରେ ଗତକାଲି ଗୋବର୍ଦ୍ଧନ ଅଞ୍ଚଳରେ ଦୁଇଟି ଭାଲୁ ଖାଦ୍ୟ ଅନ୍ବେଷଣରେ ଘୁରି ବୁଲୁଥିଲେ । ଖାଇବା ଖୋଜୁଖୋଜୁ ସେମାନେ ପରସ୍ପର ଠାରୁ ଅଲଗା ହୋଇଥିଲେ । ଏକ ଭାଲୁ ପଦ୍ମପୁର ସହର ଭିତରେ ପଶିବାରୁ ଲୋକେ ଭୟଭୀତ ହୋଇଥିଲେ । ଗୋବର୍ଦ୍ଧନ କାଜୁ ଜଙ୍ଗଲରୁ ଯୋଗୀମଠ ବିଲ ଦେଇ ବନାଜାଡ଼ି ଛକ ନିକଟ ନର୍ସରୀରେ ପ୍ରବେଶ କରିଥିଲା ଭାଲୁ । ତାକୁ ଦେଖିଵାକୁ ପଦ୍ମପୁର ଆଖପାଖ ଅଞ୍ଚଳର ବହୁ ଲୋକ ଭିଡ଼ ଜମାଇଥିଲେ । ମାତ୍ର ଭାଲୁ ଭୟରେ ଯୋଗୀମଠ ନର୍ସରୀ ଭିତରେ ଥିବା ଲଟାବୁଦାରେ ଲୁଚି ରହିଥିଲା ।

    ଭାଲୁ ଦୌଡ଼ାଥିବା ଦୃଶ୍ୟ ସମସ୍ତଙ୍କ ମୋବାଇଲ୍ କ୍ୟାମେରାରେ କଏଦ ହୋଇଥିଲା । ଏହି ଭିଜୁଆଲ୍ ଏବେ ସୋସିଆଲ୍ ମିଡିଆରେ ବୁଲୁଛି । ଭାଲୁ ବୁଲୁଥିବା ଖବର କେନ୍ଦୁଝର ବନବିଭାଗକୁ ଦିଆଯାଇଥିଲା । ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସୁରକ୍ଷା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ବନ କର୍ମଚାରୀ । ଡାକବାଜି ଯନ୍ତ୍ରରେ ସମସ୍ତଙ୍କୁ ସତର୍କ କରାଇଥିଲେ । ଏଥିସହ ଭାଲୁକୁ ଘେଉଡ଼ାଇବା ପାଇଁ ଉଦ୍ୟମ ଜାରି ରଖିଥିଲେ ।

  • ପାଟିରେ ପେଁକାଳୀ, ମୁହଁରେ ଗୀତ, ବିକୁଛନ୍ତି ଲେମ୍ବୁ ସରବତ

    ପାଟିରେ ପେଁକାଳୀ, ମୁହଁରେ ଗୀତ, ବିକୁଛନ୍ତି ଲେମ୍ବୁ ସରବତ

    ରାଜ୍ୟରେ ପ୍ରବଳ ଗୁଳୁଗୁଳି । ଲୋକଙ୍କ ପାଇଁ ଅସହ୍ୟ ହେଲାଣି ଗୁଳୁଗୁଳି । ତାପମାତ୍ରା ବଢ଼ିଥିବା ବେଳେ ତାତି ମଧ୍ୟ ଲୋକଙ୍କୁ ଅଡୁଆରେ ପକାଇଛି । ସେଥିପାଇଁ ମୃଦୁ ପାନୀୟ, ପଇଡ଼ ଦୋକାନରେ ଭିଡ଼ ଜମେ । କେହି କେହି ଆଖୁ ରସ ପିଇବାକୁ ଭଲ ପାଆନ୍ତି ତ ଆଉ କେହି ଲସି, କେହି ଜୁସ୍ ବି ପିଇଥାନ୍ତି । ଗୁଳୁଗୁଳିରେ ତାଳ ରସ ଖାଇବାକୁ ବି ଲୋକଙ୍କ ମନ ବଢ଼େ ।

    କିନ୍ତୁ ଏହାରି ଭିତରେ ସମସ୍ତଙ୍କ ନଜର ମା’ତାରିଣୀ ଲେମ୍ବୁ ପାଣି ଦୋକାନ ଉପରେ । ରାଜଧାନୀର ରାଜରାସ୍ତାରେ ମଉସା ଏଠି ବିକ୍ରି କରନ୍ତି ଲେମ୍ବୁ ସରବତ । ଏଠାରେ ପ୍ରବଳ ଭିଡ଼ ଜମେ । ମଉସା, ଗ୍ରାହକଙ୍କ ମନ ଜିଣିବା ସହ ପେଟକୁ ଥଣ୍ଡା କରିଥାନ୍ତି । ଏଠିକାର ଲେମ୍ବୁ ସରବତ ଥରେ ପିଇଲେ ପୁଣିଥରେ ଆସିବାକୁ ଇଛା ହୁଏ । ମଉସାଙ୍କ ସରବତ ପ୍ରିପେରସନ୍ ଟିକେ ନିଆରା । ପୁଣି ଗ୍ରାହକ ଏଠାରେ ଅଧିକ ସମୟ ରହିଥାନ୍ତି କାହିଁକି ନା ଏଠି ସରବତ ସହ ଆଉ କିଛି ଖୁସି ପାଇଥାନ୍ତି ଲୋକେ ।

    ଗ୍ରାହକଙ୍କୁ ଦୋକାନ ନିକଟକୁ ଆଣିବା ପାଇଁ ମଉସାଙ୍କ ପ୍ରୟାସ ଟିକେ ଭିନ୍ନ । ପାଟିରେ ସେ ପେଁକାଳୀ ବଜାନ୍ତି । ହେଲେ ପେଁକାଳୀ ପାଟିରେ ଧରିଛନ୍ତି ନା ନାହିଁ ତାହା କହିବା ମୁସ୍କିଲ । ଭିନ୍ନ ଭିନ୍ନ ଅନ୍ଦାଜରେ ପେଁକାଳୀ ବଜାଇ ଉପସ୍ଥିତ ଲୋକଙ୍କୁ ଖୁସି କରିଥାନ୍ତି । ବୟସ ବଢ଼ିଲାଣି ତଥାପି ଏଭଳି ପ୍ରୟାସରେ ଅବହେଳା ନାହିଁ । ପ୍ରବଳ ଗରମ ଏବଂ ଗୁଳୁଗୁଳିରେ କେଇଟା ମୁହୂର୍ତ୍ତ ସମସ୍ତଙ୍କୁ ଆନନ୍ଦିତ କରିଥାନ୍ତି ବୁଢ଼ା ମଉସା । ସେଥିପାଇଁ ସମସ୍ତେ କହନ୍ତି ଚାଲ ଯିବା ‘ମା’ ତାରିଣୀ ଲେମ୍ବୁ ପାଣି’ ଦୋକାନକୁ ।

    ରାଜଧାନୀ ସମେତ ରାଜ୍ୟର ସବୁଠି ଏବେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଖରା ସାଙ୍ଗକୁ ଗୁଳିଗୁଳିରେ ଜୁସ୍, ଲସି, ପଇଡ଼, ଲେମ୍ବୁ ପାଣି, ଦହି ଏସବୁ ଖାଇବାକୁ ଲୋକଙ୍କୁ ଭଲ ଲାଗେ । ସେଥିପାଇଁ ଠାଏଁ ଠାଏଁ ଏସବୁ ବିକ୍ରି ହେଉଥିବା ଦୋକାନ ଦେଖିବାକୁ ମିଳେ । କିଏ କିଏ ଠେଲା ଗାଡ଼ିରେ ରାସ୍ତାକଡ଼ରେ ବି ଏସବୁ ପାନୀୟ ବିକ୍ରି କରିଥାନ୍ତି । କାରଣ ଏହି ସମୟରେ ଖାସ୍ କରି ତରଳ ଖାଦ୍ୟର ଚାହିଦା ଟିକେ ଭିନ୍ନ ଥାଏ ।

  • ଆଜି ଓଡ଼ିଶା ଆସୁଛନ୍ତି ମୋହନ ଭାଗବତ

    ଆଜି ଓଡ଼ିଶା ଆସୁଛନ୍ତି ମୋହନ ଭାଗବତ

    ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ସରସଂଘ ଚାଳକ ଡକ୍ଚର ମୋହନ ଭାଗବତ ଆଜି ଓଡ଼ିଶା ଆସୁଛନ୍ତି। ଡକ୍ଚର ମୋହନ ଭାଗବତ ଆଜିଠାରୁ ୪ ଦିନିଆ ଓଡ଼ିଶା ଗସ୍ତ କରୁଛନ୍ତି। ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ କଟକର ଗତିରାଉତ ପାଟଣାସ୍ଥିତ କେଶବଧାମକୁ ଯାତ୍ରା କରିବେ।

    କେଶବଧାମରେ ଅନୁଷ୍ଠିତ ସଂଘର ଶିକ୍ଷାବର୍ଗ ପ୍ରଶିକ୍ଷଣ ଶିବିରରେ ଯୋଗ ଦେବା ସହ ଏଠାରେ ୪ ଦିନ ଅବସ୍ଥାନ କରିବେ। ଏଠାରେ କୌଣସି ସାର୍ବଜନୀନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବନାହିଁ। ଏହି ପ୍ରବାସ କେବଳ ସାଙ୍ଗଠନିକ କାର୍ଯ୍ୟ ପାଇଁ ଉଦ୍ଧିଷ୍ଟ। ଓଡ଼ିଶା ଗସ୍ତ ସାରି ୧୫ ତାରିଖରେ ମୋହନ ଭାଗବତ ଫେରିଯିବାର ସୂଚନା ମିଳିଛି।

  • ବିଦ୍ୟୁତ ତାର ଲାଗି ୪ ଟି ହାତୀର ମୃତ୍ୟୁ, ବର୍ତ୍ତିଲେ୨

    ବିଦ୍ୟୁତ ତାର ଲାଗି ୪ ଟି ହାତୀର ମୃତ୍ୟୁ, ବର୍ତ୍ତିଲେ୨

    ରାଜ୍ୟରେ ହାତୀ ମୃତ୍ୟୁକୁ ନେଇ ହାଇକୋର୍ଟ ୩ ଦିନ ତଳେ ଉଦବେଗ ପ୍ରକାଶ କରିବା ସହ ଏହାର ନିରାକରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସରକାର ପକ୍ଷରୁ ମଧ୍ୟ ବହୁ ପଦକ୍ଷେପ ନିଆଯାଉଥିବା ବେଳେ କିନ୍ତୁ ହାତୀ ମୃତ୍ୟୁ ଉପରେ ରୋକ ଲାଗି ପାରୁ ନାହିଁ। ପୁଣି ଆନ୍ଧ୍ର  ଓଡିଶା ସୀମାରୁ ଆସିଛି ହାତୀ ମୃତ୍ୟୁ ନେଇ ସୂଚନା। ଗୋଟିଏ ନୁହେଁ କି ଦୁଇଟି ନୁହେଁ ୪ଟି ହାତୀଙ୍କ ମୃତଦେହ ଠାବ ହୋଇଥିବା ବେଳେ ଆଉ ଦୁଇଟି ଆସନ୍ନ ମୃତ୍ୟୁକୁ ଏଡାଇ ସେଠାରୁ ପଳାଇ ଯାଇଥିବା ସୂଚନା ମିଳିଛି।

    ଆନ୍ଧ୍ରପ୍ରଦେଶ ମାନ୍ୟମ ଜିଲ୍ଲାର କାଟ୍ରାଗଡା ଗାଁ ନିକଟରୁ ୪ଟି ହାତୀଙ୍କ ମୃତଦେହ ଠାବ ହୋଇଛି। ସେଠାରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ନିକଟରେ ସମସ୍ତ ୪ ହାତୀଙ୍କ ମୃତଦେହ ପଡିଥିବାରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀମାନଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଆଉ ଦୁଇଟି ହାତୀ ନିକଟସ୍ଥ ଜଙ୍ଗଲକୁ ପଳାଯାଇଥିବା ସୂଚନା ମିଳୁଛି।

    ମିଳିଥିବା ସୂଚନା ମୁତାବକ, ରାୟଗଡାର ଗୁଣୁପୁର ଅଞ୍ଚଳରେ ୬ ଟିକିଆ ହାତୀମାନେ ଆତଙ୍କ ଖେଳାଇ ଆସୁଥିଲେ। କିଛି ଦିନ ତଳେ ଏହି ହାତୀପଲ ଆନ୍ଧ୍ରର ମାନ୍ୟମ ଜିଲ୍ଲା ଆଡକୁ ଚାଲିଯାଇଥିବା ସୂଚନା ମିଳିଥିଲା। ସେଠାରେ ଫସଲ ନଷ୍ଟ ସହ ବ୍ୟାପକ କ୍ଷୟକ୍ଷତି କରିଥିଲେ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା।

    ତେବେ ଆଜି ସକାଳୁ ହାତୀଙ୍କ ମୃତଦେହ ମିଳିଛି। ଆଜି ଭୋର ସମୟରେ ସେହି ଅଞ୍ଚଳରେ ୬ ଟିକିଆ ହାତୀପଲ  ବୁଲୁଥିବା ସ୍ଥାନୀୟ ଲୋକ ଦେଖିଥିଲେ। ମିଞ୍ଜିମିଞ୍ଜିଆ ଅନ୍ଧାରରେ  ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ସେଠାରେ ହିଁ ୪ଟି ହାତୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଟି ଏହି ଦୁର୍ଘଟଣାରୁ ବର୍ତ୍ତି ନିକଟସ୍ଥ ଜଙ୍ଗଲକୁ ପଳାଇ ଯାଇଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ ଶ୍ରୀକାକଲମ ଜିଲ୍ଲା ଡିଏଫଓ ସମେତ ଉଚ୍ଚସ୍ତରୀୟ ଜଙ୍ଗଲ ବିଭାଗ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

  • ଆଉ ନାହାନ୍ତି କଂଗ୍ରେସର ବରିଷ୍ଠ ନେତା ଅଶୋକ ସାମଲ

    ଆଉ ନାହାନ୍ତି କଂଗ୍ରେସର ବରିଷ୍ଠ ନେତା ଅଶୋକ ସାମଲ

    ବରିଷ୍ଠ କଂଗ୍ରେସ ନେତା ଅଶୋକ ସାମଲଙ୍କ ପରଲୋକ । ଦୀର୍ଘ ଦିନ ହେବ କର୍କଟ ଓ ଲିଭର ଜନିତ ରୋଗରେ ପୀଡିତ ଥିଲେ । ସେ ନିକଟରେ ଟାଟା ମେମୋରିଆଲ ହସ୍ପିଟାଲରୁ ଚିକତ୍ସା ହୋଇ ଘରକୁ ଫେରିଥିଲେ। କିନ୍ତୁ ଆଜି ଅପରାହ୍ନରେ କଟକ ସ୍ଥିତ ତଳତେଲେଙ୍ଗା ବଜ଼ାର ନିଜ ବାସଭବନରେ ହଠାତ୍ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା । ସେ କଂଗ୍ରେସ ଦଳରେ ଦୀର୍ଘଦିନ ଧରି କାର୍ଯ୍ୟ କରୁଥିଲେ ।

    ସନ୍ଧ୍ୟାରେ ଖାନନଗର ସ୍ଥିତ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଯାଇଛି । କଟକର ଅନେକ ବିଧାୟକ ମହମ୍ମଦ ମୋକିମ, ମେୟର ସୁବାଷ ସିଂ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ପ୍ରମୁଖ ରାଜନେତାଙ୍କ ସହ ବହୁ ବରିଷ୍ଠ ବ୍ୟକ୍ତି ବିଶେଷ ସ୍ୱର୍ଗତ ସାମଲଙ୍କ ବାସଭବନରେ ପହଞ୍ଚି  ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଥିଲେ । କଟକ ସହରର ଉନ୍ନତିମୂଳକ କାର୍ଯ୍ୟରେ ତାଙ୍କର ସହଯୋଗ ସବୁବେଳେ ରହିଥିଲା । ତାଙ୍କ ବିୟୋଗ ନିହାତି ଭାବରେ ଏକ ଅପୂରଣୀୟ କ୍ଷତି ଘଟାଇଛି ବୋଲି ରାଜନେତାମାନେ ମତ ଦେଇଛନ୍ତି ।

  • ସବୁ ଦଳ କହିଲେ ଜିତିବୁ ଆମେ, ଏବେ ଝାରସୁଗୁଡ଼ା ରେଜଲ୍ଟକୁ ଅପେକ୍ଷା

    ସବୁ ଦଳ କହିଲେ ଜିତିବୁ ଆମେ, ଏବେ ଝାରସୁଗୁଡ଼ା ରେଜଲ୍ଟକୁ ଅପେକ୍ଷା

    ସରିଛି ଝାରସୁଗୁଡ଼ା ଉପନିର୍ବାଚନ ଭୋଟିଂ । ଏବେ କେବଳ କାଉଣ୍ଟିଂକୁ ସମସ୍ତଙ୍କ ଅପେକ୍ଷା । ଇଭିଏମରେ ସିଲ୍ ହୋଇ ରହିଛି ୯ ପ୍ରାର୍ଥୀଙ୍କ ଭାଗ୍ୟ । କିଏ ବାଜି ମାରିବ ସେ ନେଇ ସସପେନ୍ସ ଜାରି ଥିବାବେଳେ ରାଜନୈତିକ ମହଲରେ ଆକଳନ ଆରମ୍ଭ ହେଲାଣି । ୩ ପ୍ରମୁଖ ଦଳଙ୍କ ମଧ୍ୟରେ ଦୃଢ଼ୋକ୍ତି ଦେଖିବାକୁ ମିଳିଛି । ଝାରସୁଗୁଡ଼ା ଉପନିର୍ବାଚନରେ ମୋଟ ୭୯.୨୧ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ଆସନ୍ତା ୧୩ ତାରିଖରେ ଗଣତି ହେବ । ବିଜେଡି ପ୍ରାର୍ଥିନୀ ଦୀପାଳି ଦାସ ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କରିବା ପାଇଁ ଆଶା ରଖିଛନ୍ତି । ତେବେ ସବୁଥର ଭଳି ଶାସକ ଦଳ ବିଜେଡି ରେକର୍ଡ ସଂଖ୍ୟାକ ଭୋଟ୍ ପାଇବ ବୋଲି କହିଛନ୍ତି ଦଳୀୟ ନେତା ।

    ବିଜେପି ମିଛ କଥା କହୁଛି, ଫାଙ୍କା ଆୱାଜ୍ କରି ଭୁତେଇବାରେ ମାହିର । ଲୋକଙ୍କୁ ମିଛ କଥା କହିଲେ ସେମାନେ ଘୃଣା କରିବେ । ନିର୍ବାଚନ ହାରିଲେ ଲୋକପ୍ରିୟତା କମୁଛି ବୋଲି ପ୍ରମାଣିତ ହେବ । ରାଜ୍ୟରେ ଯେ ପର୍ଯ୍ୟନ୍ତ ନବୀନ ପଟ୍ଟନାୟକ ଥିବେ ସେ ଯାଏ ବିଜେଡି ହିଁ ଶାସନ କରିବ । ଦୀପାଳି ଦାସ ୫୦ ହଜାରରୁ ଅଧିକ ଭୋଟରେ ଜିତିବେ ଏବଂ ତାଙ୍କ ବାପାଙ୍କ ସ୍ୱପ୍ନ ପୂରଣ କରିବେ । ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚିଛି । ତେଣୁ ଦୀପାଳିଙ୍କୁ ଲୋକଙ୍କ ଆଶୀର୍ବାଦ ମିଳିଛି । ସେ ହିଁ ବିଜୟୀ ହେବା ଏକପ୍ରକାର ନିଶ୍ଚିତ ବୋଲି କହିଛନ୍ତି ମନ୍ତ୍ରୀ ପ୍ରମିଳା ମଲ୍ଲିକ । ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତେ ଭଲ ପାଉଥିବାରୁ ଅଧିକ ଜନ ସମର୍ଥନ ମିଳିଛି । ନବୀନଙ୍କ ନେତୃତ୍ଵରେ ପୁଣି ଥରେ ବିଜେଡି ସରକାର ଗଢ଼ିବ । ସେହିଭଳି ଝାରସୁଗୁଡ଼ା କେମେଷ୍ଟ୍ରି କହୁଛି ଦୀପାଳିଙ୍କ ବାଜିମାତ୍ ହେବ । ଏଥିସହ ଜେନେରାଲ ଟ୍ରେଣ୍ଡ କହୁଛି ଜନମତ ଦୀପାଳିଙ୍କ ସପକ୍ଷରେ ଯିବ । ଆମେ ଶତ ପ୍ରତିଶତ ଜିତିବୁ ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ ।

    ବିଜେପି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ମଧ୍ୟ ଲୋକଙ୍କ ସମର୍ଥନରେ ବିଜୟୀ ହେବାକୁ ଆଶାବାଦୀ । ବିଜେପି ପ୍ରାର୍ଥୀଙ୍କୁ ଝାରସୁଗୁଡ଼ାବାସୀଙ୍କ ଅଧିକ ସମର୍ଥନ ମିଳିଛି । ତେଣୁ ସେ ବିଜୟୀ ହେବେ ବୋଲି ଦଳ କହିଛି । ତେବେ ବିଜେପି କି ବିଜେଡି ନୁହଁ କଂଗ୍ରେସ ହିଁ ଜିତିବ । କଂଗ୍ରେସ ପାର୍ଥୀ ତରୁଣ ପାଣ୍ଡେ ଝାରସୁଗୁଡ଼ା ମାଟିର ପୁଅ । ତେଣୁ ତାଙ୍କୁ ଯଥେଷ୍ଟ ସମର୍ଥନ ମିଳିବ ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଦାବି କରିଛନ୍ତି ।

    ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟିଂ ସରିଛି । ରେଜଲ୍ଟକୁ ସବୁ ଦଳ ଅପେକ୍ଷା କରିଛନ୍ତି । ଭୋଟ୍ ଗଣତି ପରେ ଝାରସୁଗୁଡ଼ାବାସୀ କାହାର ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ସ୍ପଷ୍ଟ ହେବ ।