ଆଉ ନାହାନ୍ତି କଂଗ୍ରେସର ବରିଷ୍ଠ ନେତା ଅଶୋକ ସାମଲ

ବରିଷ୍ଠ କଂଗ୍ରେସ ନେତା ଅଶୋକ ସାମଲଙ୍କ ପରଲୋକ । ଦୀର୍ଘ ଦିନ ହେବ କର୍କଟ ଓ ଲିଭର ଜନିତ ରୋଗରେ ପୀଡିତ ଥିଲେ । ସେ ନିକଟରେ ଟାଟା ମେମୋରିଆଲ ହସ୍ପିଟାଲରୁ ଚିକତ୍ସା ହୋଇ ଘରକୁ ଫେରିଥିଲେ। କିନ୍ତୁ ଆଜି ଅପରାହ୍ନରେ କଟକ ସ୍ଥିତ ତଳତେଲେଙ୍ଗା ବଜ଼ାର ନିଜ ବାସଭବନରେ ହଠାତ୍ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା । ସେ କଂଗ୍ରେସ ଦଳରେ ଦୀର୍ଘଦିନ ଧରି କାର୍ଯ୍ୟ କରୁଥିଲେ ।

ସନ୍ଧ୍ୟାରେ ଖାନନଗର ସ୍ଥିତ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଯାଇଛି । କଟକର ଅନେକ ବିଧାୟକ ମହମ୍ମଦ ମୋକିମ, ମେୟର ସୁବାଷ ସିଂ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ପ୍ରମୁଖ ରାଜନେତାଙ୍କ ସହ ବହୁ ବରିଷ୍ଠ ବ୍ୟକ୍ତି ବିଶେଷ ସ୍ୱର୍ଗତ ସାମଲଙ୍କ ବାସଭବନରେ ପହଞ୍ଚି  ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଥିଲେ । କଟକ ସହରର ଉନ୍ନତିମୂଳକ କାର୍ଯ୍ୟରେ ତାଙ୍କର ସହଯୋଗ ସବୁବେଳେ ରହିଥିଲା । ତାଙ୍କ ବିୟୋଗ ନିହାତି ଭାବରେ ଏକ ଅପୂରଣୀୟ କ୍ଷତି ଘଟାଇଛି ବୋଲି ରାଜନେତାମାନେ ମତ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *