Category: ମୁଖ୍ୟ ଖବର

  • ସାମୁଦ୍ରିକ ବାତ୍ୟା ‘ମୋକା’ର ଘଣ୍ଟାପ୍ରତି ବେଗ ୮ କି.ମି., କାଲି ଅତି ଭୀଷଣ ବାତ୍ୟାରେ ହେବ ପରିଣତ

    ସାମୁଦ୍ରିକ ବାତ୍ୟା ‘ମୋକା’ର ଘଣ୍ଟାପ୍ରତି ବେଗ ୮ କି.ମି., କାଲି ଅତି ଭୀଷଣ ବାତ୍ୟାରେ ହେବ ପରିଣତ

    ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ସୃଷ୍ଟ ଗଭୀର ଅବପାତ, ସାମୁଦ୍ରିକ ବାତ୍ୟା ‘ମୋକା’ରେ । ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୮ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତିଶୀଳ ହୋଇଥିଲା । ଆଜି ଭୋର୍‌ ୫.୩୦ରେ ସେହି ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଥିବା କଥା କହିଛି ଭାରତୀୟ ପାଣିପାଗ ବିଭାଗ ।

    ପୋର୍ଟ ବ୍ଲେୟାର୍‌ର ପଶ୍ଚିମ-ଦକ୍ଷିଣପଶ୍ଚିମରୁ ପ୍ରାୟ ୫୧୦ କିଲୋମିଟର୍, ବାଂଲାଦେଶର କକ୍ସ୍‌ ବଜାରର ଦକ୍ଷିଣ-ଦକ୍ଷିଣପଶ୍ଚିମରୁ ୧୨୧୦ କିଲୋମିଟର୍‌ ଏବଂ ମିଆଁମାର ସିତ୍ତ୍ବେରର ଦକ୍ଷିଣ-ଦକ୍ଷିଣପଶ୍ଚିମରୁ ୧୧୨୦ କିଲୋମିଟର୍‌ ଦୂର ବଙ୍ଗୋପସାଗର ଜଳରାଶି ଉପରେ କେନ୍ଦ୍ରୀଭୂତ ସାମୁଦ୍ରିକ ବାତ୍ୟା ମୋକାର ସଠିକ ଅବସ୍ଥିତି ରହିଛି । ଧୀରେ ଧୀରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ ।

    ଆହୁରି ତୀବ୍ରତର ହୋଇ ଆଜି ମଧ୍ୟରାତ୍ର ସୁଦ୍ଧା ଭୀଷଣ ସାମୁଦ୍ରିକ ବାତ୍ୟା ପାଲଟିବାର ସମ୍ଭାବନା ରହିଛି । ତାପରେ ସାମୁଦ୍ରିକ ବାତ୍ୟା ମୋଡ଼ ପରିବର୍ତ୍ତନ କରି ଆସନ୍ତାକାଲି ଅର୍ଥାତ୍ ୧୨ ତାରିଖ ସକାଳୁ ଉତ୍ତର-ଉତ୍ତରପଶ୍ଚିମ ଦିଗ ଆଡ଼କୁ ଗତିଶୀଳ ହୋଇ ସନ୍ଧ୍ୟା ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅତି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେବ । ୧୩ ତାରିଖ ସନ୍ଧ୍ୟା ବ‌େଳକୁ ବାତ୍ୟା ତୀବ୍ରତର ଚରମ ସୀମାରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ୧୪ ତାରିଖ ସକାଳ ବେଳକୁ ସାମୁଦ୍ରିକ ବାତ୍ୟା ସାମାନ୍ୟ ଦୁର୍ବଳ ହେବ । ପୂର୍ବାହ୍ନ ବେଳକୁ ଘଣ୍ଟାପ୍ରତି ୧୪୫ କିଲୋମିଟର୍‌ ପବନ ବହିବା ସହ ଦକ୍ଷିଣପୂର୍ବ ବାଂଲାଦେଶ ଏବଂ ଉତ୍ତର ମିଆଁମାର୍‌ ଉପକୂଳ ଅତିକ୍ରମ କରିବା ନେଇ ସୂଚନା ମିଳିଛି ।

  • ପାକିସ୍ତାନର ସ୍ଥିତି ଅସମ୍ଭାଳ, ଇମ୍ରାନ ସମର୍ଥକଙ୍କୁ ଚେତାବନୀ ଦେଲେ ପିଏମ୍ ସରିଫ

    ପାକିସ୍ତାନର ସ୍ଥିତି ଅସମ୍ଭାଳ, ଇମ୍ରାନ ସମର୍ଥକଙ୍କୁ ଚେତାବନୀ ଦେଲେ ପିଏମ୍ ସରିଫ

    ପାକିସ୍ତାନରେ ସ୍ଥିତି ଅସମ୍ଭାଳ । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫ ପରେ ଦେଶର ସବୁଠି ହିଂସା ଲାଗି ରହିଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ସେନା ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ଇମ୍ରାନ ସମର୍ଥକଙ୍କ ଆନ୍ଦୋଳନ ଏବେ ଏକପ୍ରକାର ଚରମ ସୀମାରେ ପହଞ୍ଚିଛି ।

    ସେପଟେ, ଦେଶରେ ହିଂସା ଲାଗି ରହିଥିବା ବେଳେ ସର୍ବସାଧାରଣ ସମ୍ପତ୍ତି ଉପରେ ଆକ୍ରମଣ ଘଟଣାକୁ ଆତଙ୍କବାଦ କାର୍ଯ୍ୟକଳାପ କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ । ବିକ୍ଷୋଭକାରୀଙ୍କୁ ସେ ସାବଧାନ କରାଇ ଦେଶବ୍ୟାପୀ ଚାଲିଥିବା ଭୟାବହ ପ୍ରତିବାଦକୁ ଘୋର ନିନ୍ଦା କରିଛନ୍ତି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ଗିରଫ ପରେ ଦେଶବ୍ୟାପୀ ପ୍ରତିବାଦ ଆରମ୍ଭ ହୋଇଥିଲା ।

    https://twitter.com/i/status/1656160863601197056

    ଏହା ଆତଙ୍କବାଦ କାର୍ଯ୍ୟ ଏବଂ ଦେଶପ୍ରତି ଶତ୍ରୁତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଅନ୍ୟକୁ ଦଣ୍ଡ ଦେବା ପାଇଁ ଆଇନ୍ ଅମାନ୍ୟ କରୁଥିବା ବ୍ୟକ୍ତିମାନଙ୍କୁ କଠୋର ଶାସ୍ତି ଦିଆଯିବ । ଇମ୍ରାନ୍‌ ଖାନ୍ ଏବଂ ତାଙ୍କ ଦଳ ପାକିସ୍ତାନ ତେହ‌ରିକ୍‌-ଏ-ଇନ୍‌ସାଫ୍‌ ଦେଶର ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକ ନଷ୍ଟ କରୁଥିବା ସରିଫ୍‌ କହିଛନ୍ତି ।

    ବିଗତ ୭୫ ବର୍ଷ ମଧ୍ୟରେ ପାକିସ୍ତାନରେ ଏଭଳି ଦୃଶ୍ୟ ପ୍ରଥମ ଥର ଦେଖିବାକୁ ମିଳୁଛି । ଆମ୍ବୁଲାନ୍‌ସ୍‌ଗୁଡ଼ିକୁ ପୋଡ଼ି ଦିଆଯାଇଥିବା ବେଳେ ସ୍ୱାତ୍ ମୋଟର୍‌ୱେଜ୍‌ରେ ନିଆଁ ଲଗାଯାଇଛି । ସଶସ୍ତ୍ରବାହିନୀ ଛାଉଣି ଉପରେ ଆକ୍ରମଣ କରାଯାଇଛି । ଆମ ଜୀବନ ଅପେକ୍ଷା ରାଷ୍ଟ୍ର ଓ ପାକିସ୍ତାନ ଆଦର୍ଶର ସୁରକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ପାକ୍ ପିଏମ୍ କହିଛନ୍ତି ।

    https://twitter.com/i/status/1656148262645297152

    ବୁଧବାର ରାତିରେ ଇମ୍ରାନ୍‌ ଖାନଙ୍କ ସମର୍ଥକମାନେ ପ୍ରଧାନମନ୍ତ୍ରୀ ଶେହ୍‌ବାଜ୍‌ ସରିଫ୍‌ଙ୍କ ଲାହୋର୍‌ସ୍ଥିତ ବାସଭବନ ଉପରକୁ ପେଟ୍ରୋଲ୍‌ ବୋମା ଫିଙ୍ଗିଥିଲେ । ଏ ନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ପାକିସ୍ତାନ ତେହ‌ରିକ୍‌-ଏ-ଇନ୍‌ସାଫ୍‌ର ୫୦୦ ସମର୍ଥକ ପ୍ରଧାନମନ୍ତ୍ରୀଙ୍କ ମଡେଲ୍‌ ଟାଉନ୍‌ ଲାହୋର ବାସଭବନ ପରିସରରେ ଥିବା ଯାନବାହନରେ ନିଆଁ ଲଗାଇ ଦେଇଥିଲେ । ପୋଲିସ ଫୋର୍ସ ପହଞ୍ଚିବା ପରେ ସମସ୍ତେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।

    https://twitter.com/i/status/1656346747982184448
  • ଅମୃତସର ସ୍ୱର୍ଣ୍ଣମନ୍ଦିର ନିକଟରେ ବିସ୍ଫୋରଣ, କାରଣ ଖୋଜୁଛି ପୋଲିସ

    ଅମୃତସର ସ୍ୱର୍ଣ୍ଣମନ୍ଦିର ନିକଟରେ ବିସ୍ଫୋରଣ, କାରଣ ଖୋଜୁଛି ପୋଲିସ

    ପଞ୍ଜାବ ଅମୃତସରସ୍ଥିତ ସ୍ୱର୍ଣ୍ଣମନ୍ଦିର ନିକଟରେ ବୋମା ବିସ୍ଫୋରଣ ହୋଇଛି । ମଧ୍ୟରାତି ପ୍ରାୟ ଗୋଟାଏ ବେଳେ ପ୍ରଚଣ୍ଡ ଶବ୍ଦ ଶୁଭିଥିବା ପଞ୍ଜାବ ପୋଲିସ କହିଛି ।

    ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୧ଟା ବେଳେ ତୃତୀୟ ବିସ୍ଫୋରଣ ଘଟିଥିଲା । ଏହି ଦେଶୀ ବୋମା ବିସ୍ଫୋରଣ ଘଟଣାରେ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖିଛି ପୋଲିସ । ଘଟଣାସ୍ଥଳ ନିକଟରେ ଥିବା ଗୋଟାଏ କୋଠରୀରେ ୨ ଜଣ ପୁରୁଷ ଓ ଜଣେ ମହିଳା ଥିବାବେଳେ ୩ ଜଣଙ୍କୁ ପଚରାଉଚୁରା କରୁଛି ପୋଲିସ । ଘଟଣାସ୍ଥଳ ଯାଇ ଫୋରେନ୍‌ସିକ୍‌ ଟିମ୍‌ ଓ ପଞ୍ଜାବ ପୋଲିସ ତଦନ୍ତ ଜାରି ରଖିଛନ୍ତି । ଆଜି ଗଣମାଧ୍ୟମ ଆଗରେ ଘଟଣା ସଂକ୍ରାନ୍ତରେ ବିବୃତି ରଖିବ ପୋଲିସ । ତେବେ ବିସ୍ଫୋରଣ ପାଇଁ କେହି ବି ଦାବି ଉଠାଇ ନାହାଁନ୍ତି ।

    ଗୋଟିଏ ସପ୍ତାହ ମଧ୍ୟରେ ସ୍ବର୍ଣ୍ଣମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରେ ଏହା ତୃତୀୟ ବିସ୍ଫୋରଣ । ପୂର୍ବରୁ ମେ ୬ ଓ ୮ ତାରିଖରେ ସ୍ୱର୍ଣ୍ଣମନ୍ଦିର ନିକଟ ହେରିଟେଜ୍‌ ଷ୍ଟ୍ରିଟ୍‌ରେ ବିସ୍ଫୋରଣ ଘଟିଥିଲା । ପ୍ରଥମ ବିସ୍ଫୋରଣରେ ଜଣେ ଏବଂ ଦ୍ବିତୀୟ ବିସ୍ଫୋରଣରେ ଆଉ ଜଣେ ବ୍ୟକ୍ତି ଆହତ ହୋଇଥିଲେ । ଏବେ ତୃତୀୟ ବିସ୍ଫୋରଣରେ କେହି ଆହତ ହୋଇଥିବା ଖବର ମିଳିନାହିଁ । ପୂର୍ବରୁ ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି ବା NIA ଘଟଣାସ୍ଥଳ ପରିଦର୍ଶନ କରିବା ସହ ତଦନ୍ତ ଜାରି ରଖିଛି ।

  • ଭୁବନେଶ୍ୱର ୟୁନିଟ-୨ ସରକାରୀ କ୍ୱାର୍ଟର୍ସରେ ନିଆଁ, ବାଣ ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ

    ଭୁବନେଶ୍ୱର ୟୁନିଟ-୨ ସରକାରୀ କ୍ୱାର୍ଟର୍ସରେ ନିଆଁ, ବାଣ ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ

    ଭୁବନେଶ୍ୱର ୟୁନିଟ୍ ୨ରେ ଅଗ୍ନିକାଣ୍ଡ । ବାଣ ବିସ୍ଫୋରଣ ଘଟି ସରକାରୀ କ୍ୱାର୍ଟର୍ସରେ ନିଆଁ ଲାଗିଯାଇଥିଲା । ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଭୁବନେଶ୍ୱର ୟୁନିଟ୍ ୨ରେ ଥିବା ଏକ ସରକାରୀ କ୍ୱାର୍ଟର୍ସରେ ବେଆଇନ୍ ଭାବେ ବାଣ ତିଆରି କରାଯାଉଥିବା ବେଳେ ଏହି ବିସ୍ଫୋରଣ ଘଟିଛି । ତିଆରି କରି ବାଣ ଗୁଡ଼ିକ ବଜାରରେ ବିକ୍ରି କରାଯାଉଥିଲା ।

    ଆଜି ସକାଳେ ବାଣ ତିଆରି ଘରେ ନିଆଁ ଲାଗିଯାଇଥିଲା । ବାଣଗୁଡ଼ିକ ବିସ୍ଫୋରଣ ଘଟିବାରୁ ନିଆଁ କ୍ୱାର୍ଟର୍ସକୁ ବ୍ୟାପି ଯାଇଥିଲା । ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ବାଣ ବିସ୍ଫୋରଣ ଘଟଣାରେ କେହି ମୃତାହତ ହୋଇନାହାଁନ୍ତି । ନିକଟରେ ଥିବା ସରକାରୀ କ୍ୱାର୍ଟର୍ସରେ କିଛି କ୍ଷୟକ୍ଷତି ହୋଇନାହିଁ । ତେବେ ଏହି ସରକାରୀ କ୍ୱାର୍ଟର୍ସଟି କାହା ନାଁରେ ଅଛି ତାହା ଏ ଯାଏ ଜଣାପଡ଼ିନାହିଁ । ସ୍ଥାନୀୟ ଲୋକଙ୍କୁ ପଚରାଉଚୁରା କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

  • ଦିଲ୍ଲୀ ଗସ୍ତ ଗୁରୁତ୍ୱପୂର୍ଣ୍ଣ, ଆଜି ଅପରାହ୍ଣରେ ଦିଲ୍ଲୀ ଯିବେ ନବୀନ

    ଦିଲ୍ଲୀ ଗସ୍ତ ଗୁରୁତ୍ୱପୂର୍ଣ୍ଣ, ଆଜି ଅପରାହ୍ଣରେ ଦିଲ୍ଲୀ ଯିବେ ନବୀନ

    ଆଜିଠାରୁ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଯିବା କାର୍ଯ୍ୟକ୍ରମ ରହିଛି । ୧୧ ତାରିଖ ଅର୍ଥାତ ଆସନ୍ତାକାଲି ଏବଂ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା କରିବେ । ଆମ ରାଜ୍ୟ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ବିଭିନ୍ନ ଦାବି କେନ୍ଦ୍ର ନିକଟରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।

    ଦିଲ୍ଲୀ ରହିବା ସମୟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗ ଉଠାଇବେ । କେନ୍ଦ୍ରମନ୍ତ୍ରୀମାନଙ୍କ ସହ ଏ ନେଇ ଆଲୋଚନା କରିବେ । ବିଭିନ୍ନ ଯୋଜନାରେ ବକେୟା ଅର୍ଥ ଓଡ଼ିଶାକୁ ତୁରନ୍ତ ଦେବାକୁ ଦାବି କରିବେ ନବୀନ । ରାଜ୍ୟର ନ୍ୟାଯ୍ୟ ଦାବି ଉପସ୍ଥାପନ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି କହିଛି ବିଜୁ ଜନତା ଦଳ । ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା ରାଜ୍ୟ ବିକାଶରେ ବାଧକ ସାଜୁଥିବା ଦଳ ଅଭିଯୋଗ କରିଛି ।

    ଏବେ ଏସବୁ ପ୍ରସଙ୍ଗ ଦିଲ୍ଲୀ ଦରବାରରେ ଉଠାଇବେ ମୁଖ୍ୟମନ୍ତ୍ରୀ । ରାଜ୍ୟ ପାଇଁ କେନ୍ଦ୍ରମନ୍ତ୍ରୀମାନଙ୍କୁ ହକ୍ ମାଗିବେ । ସେପଟେ, ଜାତୀୟସ୍ତରରେ ରାଜନୈତିକ ସମୀକରଣ ବଦଳୁଛି । ତେଣୁ ନବୀନଙ୍କ ଦିଲ୍ଲୀ ଗସ୍ତ ବେଶ ଗୁରୁତ୍ବ ରଖିବ ବୋଲି ରାଜନୀତି ସମୀକ୍ଷକ କହିଛନ୍ତି । ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରୁ ଓଡ଼ିଶା ଫେରିବେ ।

  • କିଏ ହାତେଇବ ଆସନ, ଆଜି ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର

    କିଏ ହାତେଇବ ଆସନ, ଆଜି ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର

    କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ଜାରି ରହିଛି । ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ପାଇଁ ମତଦାନ ଚାଲିଛି । ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୬ଟା ଯାଏ ଚାଲିବ । ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଏସ୍ ୟେଦ୍ୟିରପ୍ପା,କର୍ଣ୍ଣାଟକ ମନ୍ତ୍ରୀ ସି.ଏନ୍ ଅଶ୍ୱସ୍ଥ,ଅଭିନେତା ପ୍ରକାଶ ରାଜ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ ପ୍ରମୁଖ ସକାଳୁ ସକାଳୁ ଭୋଟ୍ ଦେଇଛନ୍ତି । ବିଜେପିକୁ ପ୍ରାୟ ୮୦ ପ୍ରତିଶତ ଭୋଟ ମିଳିବ ବୋଲି ୟେଦ୍ୟିରପ୍ପା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଲୋକଙ୍କ ସମର୍ଥନ ବିଜେପି ସପକ୍ଷରେ ରହିଛି । ଭାରତୀୟ ଜନତା ପାର୍ଟି ୧୩୦ରୁ ୧୩୫ ଆସନରେ ବିଜୟୀ ହେବ ବୋଲି କହିଛନ୍ତି ୟେଦ୍ୟିରପ୍ପା ।

    ଏଥର କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ମୋଟ ୨୬୧୫ ଜଣ ପ୍ରାର୍ଥୀ ରହିଛନ୍ତି । ବିଜେପି ସମସ୍ତ ୨୨୪ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ୨୨୩ ଆସନରେ ନିର୍ବାଚନ ଲଢୁଛି । ସେହିଭଳି ଜେଡିଏସ୍ ୨୦୯ ଆସନରେ ନିର୍ବାଚନ ଲଢୁଛି । ଆମ୍ ଆଦମୀ ପାର୍ଟି ୨୦୯ ଆସନରେ ପ୍ରାର୍ଥୀ ଦେଇଛି । କର୍ଣ୍ଣାଟକ ବିଧାନସଭା ପାଇଁ ୫ କୋଟି ୩୧ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ । ସାରା ରାଜ୍ୟରେ ୫୮ ହଜାର ୫୪୫ ମତଦାନ କେନ୍ଦ୍ରର ବ୍ୟବସ୍ଥା ହୋଇଛି । ଚଳିତ ନିର୍ବାଚନରେ ୯ ଲକ୍ଷ ୧୭ ହଜାରରୁ ଅଧିକ ଭୋଟର ପ୍ରଥମ ଥର ପାଇଁ ମତସାବ୍ୟସ୍ତ କରିବା ପାଇଁ ଯାଉଛନ୍ତି । ଆଜି ସକାଳ ୯ଟା ସୁଦ୍ଧା ୮.୨୬ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି ।

  • ନିତିଶ-ନବୀନ ଆଲୋଚନା,’ବିହାର ଭବନ’ ପାଇଁ ୧.୫ ଏକର ଜମି ଦେବେ ମୁଖ୍ୟମନ୍ତ୍ରୀ

    ନିତିଶ-ନବୀନ ଆଲୋଚନା,’ବିହାର ଭବନ’ ପାଇଁ ୧.୫ ଏକର ଜମି ଦେବେ ମୁଖ୍ୟମନ୍ତ୍ରୀ

    କେନ୍ଦ୍ର ସରକାରଙ୍କ ବିରୋଧରେ ବିରୋଧୀଙ୍କୁ ଏକାଠି କରୁଥିବା ତଥା ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଗସ୍ତ ପୂର୍ବରୁ ସମସ୍ତେ ଭାବୁଥିଲେ ମେଣ୍ଟ ସରକାର ଗଠନ ପାଇଁ ଆଲୋଚନା କରିବାକୁ ଆସୁଛନ୍ତି ନିତିଶ । ମୋଦି ସରକାର ବିରୋଧରେ ଆଞ୍ଚଳିକ ଦଳ ଗୁଡ଼ିକୁ ଏକାଠି କରିବାରେ ଲାଗିଛନ୍ତି ନିତିଶ । ଏଥିରେ ତାଙ୍କର କିଛି ବ୍ୟକ୍ତିଗତ ସ୍ୱାର୍ଥ ନାହିଁ ବୋଲି ସେ କହିଥିଲେ । ତେବେ ବିଜେପି ସରକାରକୁ ହଟାଇବା ପାଇଁ ସେ ଉଦ୍ୟମ ଜାରି ରଖିଛନ୍ତି ।

    ଆଜି ନିତିଶ କୁମାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିଥିଲେ ମନ୍ତ୍ରୀ ଅଶୋକ ପଣ୍ଡା ଓ ବିଧାୟକ ଦେବୀ ମିଶ୍ର । ନିତିଶଙ୍କ ସ୍ବାଗତ ପାଇଁ ନବୀନ ନିବାସରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ବିମାନ ବନ୍ଦରରୁ ସିଧାସଳଖ ନବୀନ ନିବାସ ଯାଇଥିଲେ ନିତିଶ । ସେଠାରେ ତାଙ୍କୁ ସ୍ୱାଗତ କରାଯାଇଥିବା ବେଳେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ହୋଇଥିଲା । ଭୋଜନରେ ଓଡ଼ିଆ ଖାଦ୍ୟ ପରଷା ଯାଇଥିଲା । ନିତିଶ,ନବୀନ ଏବଂ ଭି.କେ.ପାଣ୍ଡିଆନ ଏକାଠି ଖାଇଥିଲେ ।

    ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଢ଼ ଘଣ୍ଟା ଆଲୋଚନା କରିଥିଲେ। କିନ୍ତୁ ଏଥିରେ ରାଜନୀତି ନଥିଲା କି ମେଣ୍ଟ ଆଲୋଚନା ହୋଇନି । ପ୍ରେସମିଟରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ନବୀନ ଓ ନିତିଶ ପୁରୁଣା ବନ୍ଧୁ। ବାଜପେୟୀ ସରକାର ବେଳୁ ସେମାନେ ପରସ୍ପରକୁ ଜାଣିଛନ୍ତି । ସେ ବିଜୁ ବାବୁଙ୍କୁ ଜାଣିଥିବା କହିଛନ୍ତି ନିତିଶ । ଅନେକ ବିହାରୀ ଜଗନ୍ନାଥ ଭକ୍ତ ପୁରୀ ଆସୁଛନ୍ତି । ତେଣୁ ସେଠାରେ ବିହାର
    ଭବନ ପାଇଁ ନବୀନ ଦେଢ଼ ଏକର ଜାଗା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା, ଏକାଠି ଖାଇଥିବା ନେଇ କହିଲେ ନିତିଶ କୁମାର । ସାକ୍ଷାତକାର କେବଳ ପାରିବାରିକ ବୋଲି ସେ କହିଛନ୍ତି ।

    https://youtu.be/-4GKsK1b3CA

    ଦେଶରେ ନବୀନଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି । ରାଜ୍ୟର ବିକାଶ ପାଇଁ ନବୀନଙ୍କ ପଦକ୍ଷେପ, ବିଭିନ୍ନ ଯୋଜନା ତଥା ତାଙ୍କର ଭାବମୂର୍ତ୍ତି ଅନ୍ୟମାନଙ୍କ ଉପରେ ପ୍ରଭାବ ପକାଇଛି । ଦେଶରେ ମେଣ୍ଟ ସରକାର ଗଠନ ପାଇଁ ବିଜେପି ବିରୋଧୀ ଗୋଷ୍ଠୀ ଉଦ୍ୟମ ଜାରି ରଖିଛନ୍ତି । ସେଥିପାଇଁ ମମତା ବାନାର୍ଜୀ, ନିତିଶ କୁମାରଙ୍କ ପରି ନେତାମାନେ ନବୀନଙ୍କ ସହ ଆଲୋଚନା କରୁଛନ୍ତି । ପୂର୍ବରୁ ଅନେକ ନେତା ନବୀନ ନିବାସ ଆସିଛନ୍ତି ହେଲେ ଥାର୍ଡ ଫ୍ରଣ୍ଟ ଗଠନ ନେଇ ମୁଖ୍ୟମନ୍ତ୍ରୀ କୌଣସି ଗ୍ରୀନ ସିଗନାଲ ଦେଇନାହାଁନ୍ତି ।

  • ପୋଲିସ ଗୁଳିରେ ଟଳିପଡିଲେ ୩ ମାଓବାଦୀ

    ପୋଲିସ ଗୁଳିରେ ଟଳିପଡିଲେ ୩ ମାଓବାଦୀ

    କଳାହାଣ୍ଡି ଜିଲ୍ଲାରେ ତିନି ମାଓବାଦୀଙ୍କ ମୃତ୍ୟୁ। ଜିଲ୍ଲାର ମଦନପୁର ଥାନା ଅଧୀନ ତାପରେଙ୍ଗ ସଂରକ୍ଷିତ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୩ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଡିଏସପିଙ୍କ ଦେହରେ ଗୁଳି ବାଜି ଆହତ ହୋଇଥିବା ସୂଚନା ରହିଛି। ପୋଲିସ ୩ ମୃତଦେହକୁ ଜବତ କରିବା ସହ ଏକ ଏକେ୪୭ ରାଇଫଲ ମଧ୍ୟ ଜବତ କରିଛି। ଡିଏସପିଙ୍କ ଗୋଡରେ ଗୁଳି ଲାଗିଛି।

    ଆଜି ଜଙ୍ଗଲ ଭିତରେ କୁମ୍ବିଂ ଅପରେସନ ଜାରି ରହିଥିବା ବେଳେ ପୋଲିସ ଓ ମାଓବାଦୀଙ୍କ ଭିତରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଉଭୟ ପକ୍ଷରୁ ଗୁଳି ବିନିମୟରେ ଡିଏସପିଙ୍କ ଗୋଡରେ ଏକ ଗୁଳି ବାଜି ସେ ଆହତ ହୋଇଥିବା ବେଳେ ୩ ମାଓବାଦୀଙ୍କର ପୋଲିସ ଗୁଳିରେ ନିଧନ ହୋଇଛି। ସେମାନଙ୍କ ନିକଟରୁ ପୋଲିସ ଏକ ଏକେ୪୭ ରାଇଫଲ ଜବତ କରିଛି। ଆହତ ଡିଏସପିଙ୍କୁ ପ୍ରଥମେ ମଦନପୁର ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିଆଯାଇ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗୀର ଭୀମଭୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

  • ଭାରସାମ୍ୟ ହରାଇଲା ବସ୍, ବ୍ରିଜ୍ ତଳକୁ ଖସି ୧୫ ମୃତ

    ଭାରସାମ୍ୟ ହରାଇଲା ବସ୍, ବ୍ରିଜ୍ ତଳକୁ ଖସି ୧୫ ମୃତ

    ମଧ୍ୟପ୍ରଦେଶର ଖରଗୋନ ଅଞ୍ଚଳରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଇନ୍ଦୋର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ହଥିନି ନଦୀ ପାର୍‌ ହେଉଥିବା ବେଳେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିଲା । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି ।

    ଦୁର୍ଟଟଣାରେ ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୦ ଜଣ ଗୁରୁତର ହୋଇଛନ୍ତି । ଖବର ପାଇ ପୋଲିସ୍‌ ପହଞ୍ଚି ଆମ୍ବୁଲାନ୍ସରେ ଗୁରୁତରଙ୍କୁ ମେଡିକାଲ ପଠାଇବା ବ୍ୟବସ୍ଥା କରିଥିଲା । ଆହତ ଏବଂ ଗୁରୁତର ସମସ୍ତଙ୍କ ଚିକିତ୍ସା ଜାରି ରହିଛି । ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଘୋଷଣା କରାଯାଇଛି । ଇନ୍ଦୋର ଅଭିମୁଖେ ଘରୋଇ ବସ୍‌ରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ । ବସ୍‌ଟି ହାଥିନୀ ନଦୀ ଉପରେ ଯାଉଥିବା ବେଳେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଲେ ।

    ଗାଡ଼ିଟି ଭାରସାମ୍ୟ ହରାଇ ପୋଲ ବାଡ଼ା ଭାଙ୍ଗି ତଳକୁ ଖସି ପଡ଼ିଥିଲା । ସ୍ଥାନୀୟ ଲୋକେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ କିଛି ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ପୋଲିସ୍‌ ଘଟଣାର ତଦନ୍ତ କରୁଥିବା ବେଳେ ଦୁର୍ଘଟଣାର କାରଣ ଜଣାପଡ଼ିନି । ଦ୍ରୁତ ଗତି ଯୋଗୁଁ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।

    ଏଭଳି ଦୁର୍ଘଟଣାକୁ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖପ୍ରକାଶ କରିଛନ୍ତି । ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି । ଗୁରୁତର ଆହତଙ୍କ ପାଇଁ ୫୦ ହଜାର ଏବଂ ସାମାନ୍ୟ ଆହତଙ୍କୁ ୨୫ ହଜାର ଲେଖାଏଁ ମିଳିବ ବୋଲି ସିଏମ୍ କହିଛନ୍ତି । ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଦୁଃଖପ୍ରକାଶ କରିଛନ୍ତି ।

  • ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି, ଓଡ଼ିଶା ଉପରେ ପଡ଼ିବ କି ପ୍ରଭାବ ?

    ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି, ଓଡ଼ିଶା ଉପରେ ପଡ଼ିବ କି ପ୍ରଭାବ ?

    ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ଲଘୁଚାପ । ଆଜି ଭୋର ସାଢ଼େ ୫ଟାରେ ସୁଦୃଶ୍ୟ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ସନ୍ଧ୍ୟା ସୁଦ୍ଧା ଅବପାତରେ ପରିଣତ ହେବ । ଆସନ୍ତାକାଲି ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରରେ ଏହା ବାତ୍ୟାର ରୂପ ନେଇପାରେ । ୧୨ ତାରିଖ ସକାଳ ଯାଏ ଏହା ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ୧୨ ତାରିଖରେ ଗତିପଥ ପରିବର୍ତ୍ତନ କରି ବାଂଲାଦେଶ ଏବଂ ମିଆଁମାର ଆଡ଼କୁ ଯିବାନେଇ ପୂର୍ବାନୁମାନ କରାଯାଇଛି । ଏହା ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇପାରେ । ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ ତାହା ଏଯାଏଁ ସ୍ପଷ୍ଟ ହୋଇନି । ତେବେ ଓଡ଼ିଶାକୁ ବାତ୍ୟା ନେଇ ବିପଦ ନଥିବା ପୂର୍ବାନୁମାନ କରାଯାଉଛି ।

    ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଆଜିଠାରୁ ଆଣ୍ଡାମାନ ଏବଂ ନିକୋବରରେ ବର୍ଷା ଆରମ୍ଭ ହେବ । ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତାକାଲି ଅର୍ଥାତ ୧୦ ତାରିଖରେ ବର୍ଷା ପବନ ବଢ଼ିବ ଯାହାର ପ୍ରଭାବରେ ୧୨ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ । ତେଣୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର,ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର,ଆଣ୍ଡାମାନ ସାଗରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

    ପ୍ରତିବର୍ଷ ଓଡ଼ିଶା ପ୍ରାୟତଃ ଏଭଳି ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି । ହେଲେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ପୁରା ଦମ୍ ଲଗାଉଛନ୍ତି । ପୂର୍ବ ପ୍ରସ୍ତୁତି କରି ଅଧିକାରୀଙ୍କୁ ନିୟୋଜିତ କରୁଛନ୍ତି । ବୈଠକ ପରେ ବୈଠକ ହେଉଛି । କିପରି ମୁକାବିଲା ହେବ ସେ ନେଇ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କ ଧନଜୀବନ ରକ୍ଷା ଦିଗରେ ରାଜ୍ୟ ସରକାର ଉଚିତ ପଦକ୍ଷେପ ନେଉଛନ୍ତି । ବିଶ୍ୱରେ ଚହଳ ସୃଷ୍ଟି କରିଥିବା ‘କୋରୋନା’ ମୁକାବିଲା କ୍ଷେତ୍ରରେ ମଧ୍ୟ ଓଡ଼ିଶା ଆବଶ୍ୟକ ପଦକ୍ଷେପ ନେଇ ପ୍ରଶଂସିତ ହୋଇଛି ।

    କେବଳ ରାଜ୍ୟ ନୁହଁ, ବିଶ୍ୱରେ ଓଡି଼ଶା ପୁରସ୍କୃତ ହେଲାଣି । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ନବୀନ ସରକାରଙ୍କ ପଦକ୍ଷେପ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି । ସେଥିପାଇଁ ଅଧିକାଂଶ କ୍ଷେତ୍ରରେ ଓଡ଼ିଶା ନମ୍ବର ୱାନ୍ ପାଲଟିଛି । ବନ୍ୟା,ବାତ୍ୟା ହେଉ ଅବା ସାମୁଦ୍ରିକ ଝଡ଼ ପ୍ରତି କ୍ଷେତ୍ରରେ ଆଗୁଆ ପ୍ରସ୍ତୁତି କରୁଛି ଓଡ଼ିଶା । ଏବେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସଜାଗ ଥିବାବେଳେ ସବୁଠି ସତର୍କ କରାଯାଇଛି ।

    ସେପଟେ, ରାଜ୍ୟରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ଲୋକଙ୍କ ପାଇଁ ଏହା ଅସହ୍ୟ ହେଲାଣି । ଆହୁରି ୪ ଦିନ ଗୁଳିଗୁଳି ଲାଗି ରହିବ । ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବା ନେଇ ଆଶଙ୍କା ରହିଛି ।