ଦିଲ୍ଲୀ ଗସ୍ତ ଗୁରୁତ୍ୱପୂର୍ଣ୍ଣ, ଆଜି ଅପରାହ୍ଣରେ ଦିଲ୍ଲୀ ଯିବେ ନବୀନ

ଆଜିଠାରୁ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଯିବା କାର୍ଯ୍ୟକ୍ରମ ରହିଛି । ୧୧ ତାରିଖ ଅର୍ଥାତ ଆସନ୍ତାକାଲି ଏବଂ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା କରିବେ । ଆମ ରାଜ୍ୟ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ବିଭିନ୍ନ ଦାବି କେନ୍ଦ୍ର ନିକଟରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।

ଦିଲ୍ଲୀ ରହିବା ସମୟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗ ଉଠାଇବେ । କେନ୍ଦ୍ରମନ୍ତ୍ରୀମାନଙ୍କ ସହ ଏ ନେଇ ଆଲୋଚନା କରିବେ । ବିଭିନ୍ନ ଯୋଜନାରେ ବକେୟା ଅର୍ଥ ଓଡ଼ିଶାକୁ ତୁରନ୍ତ ଦେବାକୁ ଦାବି କରିବେ ନବୀନ । ରାଜ୍ୟର ନ୍ୟାଯ୍ୟ ଦାବି ଉପସ୍ଥାପନ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି କହିଛି ବିଜୁ ଜନତା ଦଳ । ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା ରାଜ୍ୟ ବିକାଶରେ ବାଧକ ସାଜୁଥିବା ଦଳ ଅଭିଯୋଗ କରିଛି ।

ଏବେ ଏସବୁ ପ୍ରସଙ୍ଗ ଦିଲ୍ଲୀ ଦରବାରରେ ଉଠାଇବେ ମୁଖ୍ୟମନ୍ତ୍ରୀ । ରାଜ୍ୟ ପାଇଁ କେନ୍ଦ୍ରମନ୍ତ୍ରୀମାନଙ୍କୁ ହକ୍ ମାଗିବେ । ସେପଟେ, ଜାତୀୟସ୍ତରରେ ରାଜନୈତିକ ସମୀକରଣ ବଦଳୁଛି । ତେଣୁ ନବୀନଙ୍କ ଦିଲ୍ଲୀ ଗସ୍ତ ବେଶ ଗୁରୁତ୍ବ ରଖିବ ବୋଲି ରାଜନୀତି ସମୀକ୍ଷକ କହିଛନ୍ତି । ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରୁ ଓଡ଼ିଶା ଫେରିବେ ।

Leave a Reply

Your email address will not be published. Required fields are marked *