ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି, ଓଡ଼ିଶା ଉପରେ ପଡ଼ିବ କି ପ୍ରଭାବ ?

ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ଲଘୁଚାପ । ଆଜି ଭୋର ସାଢ଼େ ୫ଟାରେ ସୁଦୃଶ୍ୟ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ସନ୍ଧ୍ୟା ସୁଦ୍ଧା ଅବପାତରେ ପରିଣତ ହେବ । ଆସନ୍ତାକାଲି ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରରେ ଏହା ବାତ୍ୟାର ରୂପ ନେଇପାରେ । ୧୨ ତାରିଖ ସକାଳ ଯାଏ ଏହା ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ୧୨ ତାରିଖରେ ଗତିପଥ ପରିବର୍ତ୍ତନ କରି ବାଂଲାଦେଶ ଏବଂ ମିଆଁମାର ଆଡ଼କୁ ଯିବାନେଇ ପୂର୍ବାନୁମାନ କରାଯାଇଛି । ଏହା ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇପାରେ । ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ ତାହା ଏଯାଏଁ ସ୍ପଷ୍ଟ ହୋଇନି । ତେବେ ଓଡ଼ିଶାକୁ ବାତ୍ୟା ନେଇ ବିପଦ ନଥିବା ପୂର୍ବାନୁମାନ କରାଯାଉଛି ।

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଆଜିଠାରୁ ଆଣ୍ଡାମାନ ଏବଂ ନିକୋବରରେ ବର୍ଷା ଆରମ୍ଭ ହେବ । ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତାକାଲି ଅର୍ଥାତ ୧୦ ତାରିଖରେ ବର୍ଷା ପବନ ବଢ଼ିବ ଯାହାର ପ୍ରଭାବରେ ୧୨ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ । ତେଣୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର,ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର,ଆଣ୍ଡାମାନ ସାଗରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

ପ୍ରତିବର୍ଷ ଓଡ଼ିଶା ପ୍ରାୟତଃ ଏଭଳି ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି । ହେଲେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ପୁରା ଦମ୍ ଲଗାଉଛନ୍ତି । ପୂର୍ବ ପ୍ରସ୍ତୁତି କରି ଅଧିକାରୀଙ୍କୁ ନିୟୋଜିତ କରୁଛନ୍ତି । ବୈଠକ ପରେ ବୈଠକ ହେଉଛି । କିପରି ମୁକାବିଲା ହେବ ସେ ନେଇ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କ ଧନଜୀବନ ରକ୍ଷା ଦିଗରେ ରାଜ୍ୟ ସରକାର ଉଚିତ ପଦକ୍ଷେପ ନେଉଛନ୍ତି । ବିଶ୍ୱରେ ଚହଳ ସୃଷ୍ଟି କରିଥିବା ‘କୋରୋନା’ ମୁକାବିଲା କ୍ଷେତ୍ରରେ ମଧ୍ୟ ଓଡ଼ିଶା ଆବଶ୍ୟକ ପଦକ୍ଷେପ ନେଇ ପ୍ରଶଂସିତ ହୋଇଛି ।

କେବଳ ରାଜ୍ୟ ନୁହଁ, ବିଶ୍ୱରେ ଓଡି଼ଶା ପୁରସ୍କୃତ ହେଲାଣି । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ନବୀନ ସରକାରଙ୍କ ପଦକ୍ଷେପ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି । ସେଥିପାଇଁ ଅଧିକାଂଶ କ୍ଷେତ୍ରରେ ଓଡ଼ିଶା ନମ୍ବର ୱାନ୍ ପାଲଟିଛି । ବନ୍ୟା,ବାତ୍ୟା ହେଉ ଅବା ସାମୁଦ୍ରିକ ଝଡ଼ ପ୍ରତି କ୍ଷେତ୍ରରେ ଆଗୁଆ ପ୍ରସ୍ତୁତି କରୁଛି ଓଡ଼ିଶା । ଏବେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସଜାଗ ଥିବାବେଳେ ସବୁଠି ସତର୍କ କରାଯାଇଛି ।

ସେପଟେ, ରାଜ୍ୟରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ଲୋକଙ୍କ ପାଇଁ ଏହା ଅସହ୍ୟ ହେଲାଣି । ଆହୁରି ୪ ଦିନ ଗୁଳିଗୁଳି ଲାଗି ରହିବ । ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବା ନେଇ ଆଶଙ୍କା ରହିଛି ।

Leave a Reply

Your email address will not be published. Required fields are marked *