ଭୁବନେଶ୍ୱର ୟୁନିଟ-୨ ସରକାରୀ କ୍ୱାର୍ଟର୍ସରେ ନିଆଁ, ବାଣ ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ

ଭୁବନେଶ୍ୱର ୟୁନିଟ୍ ୨ରେ ଅଗ୍ନିକାଣ୍ଡ । ବାଣ ବିସ୍ଫୋରଣ ଘଟି ସରକାରୀ କ୍ୱାର୍ଟର୍ସରେ ନିଆଁ ଲାଗିଯାଇଥିଲା । ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଭୁବନେଶ୍ୱର ୟୁନିଟ୍ ୨ରେ ଥିବା ଏକ ସରକାରୀ କ୍ୱାର୍ଟର୍ସରେ ବେଆଇନ୍ ଭାବେ ବାଣ ତିଆରି କରାଯାଉଥିବା ବେଳେ ଏହି ବିସ୍ଫୋରଣ ଘଟିଛି । ତିଆରି କରି ବାଣ ଗୁଡ଼ିକ ବଜାରରେ ବିକ୍ରି କରାଯାଉଥିଲା ।

ଆଜି ସକାଳେ ବାଣ ତିଆରି ଘରେ ନିଆଁ ଲାଗିଯାଇଥିଲା । ବାଣଗୁଡ଼ିକ ବିସ୍ଫୋରଣ ଘଟିବାରୁ ନିଆଁ କ୍ୱାର୍ଟର୍ସକୁ ବ୍ୟାପି ଯାଇଥିଲା । ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ବାଣ ବିସ୍ଫୋରଣ ଘଟଣାରେ କେହି ମୃତାହତ ହୋଇନାହାଁନ୍ତି । ନିକଟରେ ଥିବା ସରକାରୀ କ୍ୱାର୍ଟର୍ସରେ କିଛି କ୍ଷୟକ୍ଷତି ହୋଇନାହିଁ । ତେବେ ଏହି ସରକାରୀ କ୍ୱାର୍ଟର୍ସଟି କାହା ନାଁରେ ଅଛି ତାହା ଏ ଯାଏ ଜଣାପଡ଼ିନାହିଁ । ସ୍ଥାନୀୟ ଲୋକଙ୍କୁ ପଚରାଉଚୁରା କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

Leave a Reply

Your email address will not be published. Required fields are marked *