ପୋଲିସ ଗୁଳିରେ ଟଳିପଡିଲେ ୩ ମାଓବାଦୀ

କଳାହାଣ୍ଡି ଜିଲ୍ଲାରେ ତିନି ମାଓବାଦୀଙ୍କ ମୃତ୍ୟୁ। ଜିଲ୍ଲାର ମଦନପୁର ଥାନା ଅଧୀନ ତାପରେଙ୍ଗ ସଂରକ୍ଷିତ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୩ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଡିଏସପିଙ୍କ ଦେହରେ ଗୁଳି ବାଜି ଆହତ ହୋଇଥିବା ସୂଚନା ରହିଛି। ପୋଲିସ ୩ ମୃତଦେହକୁ ଜବତ କରିବା ସହ ଏକ ଏକେ୪୭ ରାଇଫଲ ମଧ୍ୟ ଜବତ କରିଛି। ଡିଏସପିଙ୍କ ଗୋଡରେ ଗୁଳି ଲାଗିଛି।

ଆଜି ଜଙ୍ଗଲ ଭିତରେ କୁମ୍ବିଂ ଅପରେସନ ଜାରି ରହିଥିବା ବେଳେ ପୋଲିସ ଓ ମାଓବାଦୀଙ୍କ ଭିତରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଉଭୟ ପକ୍ଷରୁ ଗୁଳି ବିନିମୟରେ ଡିଏସପିଙ୍କ ଗୋଡରେ ଏକ ଗୁଳି ବାଜି ସେ ଆହତ ହୋଇଥିବା ବେଳେ ୩ ମାଓବାଦୀଙ୍କର ପୋଲିସ ଗୁଳିରେ ନିଧନ ହୋଇଛି। ସେମାନଙ୍କ ନିକଟରୁ ପୋଲିସ ଏକ ଏକେ୪୭ ରାଇଫଲ ଜବତ କରିଛି। ଆହତ ଡିଏସପିଙ୍କୁ ପ୍ରଥମେ ମଦନପୁର ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିଆଯାଇ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗୀର ଭୀମଭୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *