Category: ମୁଖ୍ୟ ଖବର

  • ବିଜେପି ଅଫିସରେ ମହାଭାରତ: ତେଜିଲା ନିକୁ ସାହୁ ବନାମ ସ୍ମୃତିରେଖା ପହି ଟିକେଟ ଫାଇଟ

    ବିଜେପି ଅଫିସରେ ମହାଭାରତ: ତେଜିଲା ନିକୁ ସାହୁ ବନାମ ସ୍ମୃତିରେଖା ପହି ଟିକେଟ ଫାଇଟ

    ଟିକେଟ୍ ପାଇଁ ରାତି ସାରା ଉଜାଗର । ତାତିଲେ ହିମାଂଶୁ ଶେଖର ବା ନିକୁ ସାହୁଙ୍କ ସମର୍ଥକ। ଆଗକୁ ୨୦୨୪ ସାଧାରଣ ନିର୍ବାଚନ । ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ଯର ତିନି ପ୍ରମୁଖ ରାଜନୈତୀକ ଦଳ ସେମାନଙ୍କର ପ୍ରାର୍ଥୀ ଘୋଷଣା କରିବାରେ ବ୍ୟସ୍ତ । ତେବେ ବର୍ତ୍ତମାନ ସୁଦ୍ଦା ବିଜେପି ୧୧୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । ଏହା ମଧ୍ୟରେ, ଦଳ ଧର୍ମଶାଳା ବିଧାନସଭା ଆସନ ପାଇଁ ସ୍ମୃତିରେଖା ପହିଙ୍କ ଉପରେ ଭରଷା କରିଛି ବିଜେପି; ମାତ୍ର ସ୍ମୃତିରେଖାଙ୍କ ନାମ ଘୋଷଣା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ହିମାଂଶୁଙ୍କ ସମର୍ଥକ ।

    ସ୍ମୃତିରଖା, ଯେ କି ୨୦୧୯ରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ି ଶୋଚନୀୟ ପରାଜୟ ବରଣ କରିଥିଲେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଅପିଲ ୨୦୧୧ରେ ବିଜପିରେ ଯୋଗଦାନ କରିଥିଲେ । ହିମାଂଶୁଙ୍କ ସମର୍ଥକଙ୍କ କହିବା କଥା, ‘ଯାଜପୁରରେ ଆୟୋଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ସ୍ମୃତିରେଖାଙ୍କର ମାତ୍ର ୧୦ ଜଣ ସମର୍ଥକ ଯୋଗ ଦେଇଥିବାବେଳେ ହିମାଂଶୁଙ୍କର ୨୫ ହଜାର ସମର୍ଥକ ଯୋଗ ଦେଇଥିଲେ । କିନ୍ତୁ, ଜନପ୍ରିୟତାକୁ ଅଣଦେଖା କରି ସ୍ମୃତିରେଖାଙ୍କୁ ବିଜେପି ଟିକେଟ ଦେବା ଅନ୍ୟାୟ କଥା ବୋଲି କହିଛନ୍ତି ହିମାଂଶୁଙ୍କ ସମର୍ଥକ ।

    ସବୁବେଳେ ଲୋକଙ୍କ ସହ ରହି ଆସିଥିବା ହିମାଂଶୁ ଶେଖର ସାହୁଙ୍କ ଟିକେଟ୍ କାହିଁକି କଟିଲା ବୋଲି କର୍ମୀମାନେ ପ୍ରଶ୍ନ କରିଛନ୍ତି । ହିମାଂଶଙ୍କର ୧୦ ହଜାର ସମର୍ଥକ ବିଜେପି ପାର୍ଟି ଅଫିସରେ ପସି ରାଜ୍ଯ ବିଜେପି ସଭାପତି ମନମହନ ସାମଲଙ୍କୁ ଘେରିଥିବାର ମଧ୍ଯ ଦେଖିବାକୁ ମିଳିଥିଲା । ଏବଂ ସେମାନଙ୍କର କହିବା କଥା ଇସା ନେଇ ସ୍ମୃତିରେଖା ପହିଙ୍କୁ ଧର୍ମଶାଳା ଟିକେଟ ବିକ୍ରି କରିଛି ବିଜେପି । ସୁଣନ୍ତୁ କଣ କହୁଛନ୍ତି ହିମାଂଶୁ ଶେଖର ସାହୁଙ୍କ ସମର୍ଥକ

  • ୫୨୦ ଜାତୀୟ ରାଜପଥ ପାଲଟିଛି ଡେଥ୍ ଜୋନ୍

    ୫୨୦ ଜାତୀୟ ରାଜପଥ ପାଲଟିଛି ଡେଥ୍ ଜୋନ୍

    ଡେଥ୍ ଯୋନ ପାଲଟିଛି ଚମ୍ପୁଆ ଥାନା ଅର୍ନ୍ତଗତ ୫୨୦ ନମ୍ବର ଜାତୀୟ ରାଜପଥ। ରିମୁଳି ଠାରୁ ନାରଦ ପୁର ମଧ୍ୟରେ ଦୁର୍ଘଟଣା ଘଟି ଧନ ଜୀବନ ହାନି ଏକ ନୀତି ଦିନିଆ ଘଟଣା ରେ ପରିଣତ ହୋଇସାରିଥିବା ବେଳେ ଗତ ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଚାଳକ ଙ୍କ ମୃତ୍ୟୁ ଘଟିଛି।ଗତ ରାତି ପ୍ରାୟ ୯ଟା ବେଳକୁ ଅମଳାନିଗୋଡା

    ଗ୍ରାମ ର ପୁରଞୟ ମହାନ୍ତଙ୍କ ମୃତ୍ୟୁ ଘଟିଛି।ପୁରଞୟ ଯୋଡ଼ା ରୁ ଡ୍ୟୁଟି ସାରି ନିଜ ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ ନାରଦ ପୁର ତଡୁଆବାହାଳ ମଧ୍ୟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବାସୁଦେବପୁର ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେ ହେଁ ରାସ୍ତା ରେ ତାଙ୍କ ମୃତ୍ୟୁ ଘଟିଛି।

    ଖବର ପାଇ ରିମୁଳି ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ବାଇକ୍ ଟିକୁ ଜବତ୍ କରିବା ସହ ମୃତ ଦେହ କୁ ଚମ୍ପୁଆ ଉପଖଣ୍ଡ ଡ଼ାକ୍ତରଖାନା କୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି ।

  • ମା’ଙ୍କ ଦର୍ଶନ ସାରି ପାଟପୁର ପଞ୍ଚାୟତ ଜନତାଙ୍କୁ ଭେଟିଲେ ବିଧାୟକ ପ୍ରାର୍ଥୀ

    ମା’ଙ୍କ ଦର୍ଶନ ସାରି ପାଟପୁର ପଞ୍ଚାୟତ ଜନତାଙ୍କୁ ଭେଟିଲେ ବିଧାୟକ ପ୍ରାର୍ଥୀ

    ଟିକେଟ ପାଇବା ପରେ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାଥୀ ସମ୍ପଦ ସ୍ୱାଇଁ ମା ଶାରଳାଙ୍କ ଦର୍ଶନ ସାରି ବହୁ ଜନତାଙ୍କୁ ଭେଟିଛନ୍ତି. ବହୁ ବିଳମ୍ବ ହେଲେ ମଧ୍ୟ ପାଟପୁର ପଂଚାୟତର ତେନ୍ତୁଳିଆ କରତୁଠା ଛକରେ ଜନତାଙ୍କୁ ଭେଟିଛନ୍ତି. ବହୁ ସଂଖ୍ୟାରେ ଜନତା ଜୟ ଶ୍ରୀ ରାମ ନାରା ସହ ବାଣ ଫୁଟାଇ, ଫୁଲ ତୋଡ଼ା ସହ ବିଧାୟକଙ୍କୁ ସ୍ୱାଗତ ଜଣାଇଥିଲେ ।ବିଧାୟକ ଜନତାଙ୍କୁ ମା ଙ୍କ ପ୍ରସାଦ ସହିତ ମିଷ୍ଟାନ ବଣ୍ଟନ କରିଥିଲେ ।ସର୍ବଶେଷରେ ବିଧାୟକ ଜନତା ଙ୍କ ପାଖରେ ଆଗରୁ ଥିଲେ, ଏବେ ଅଛନ୍ତି ଓ ଆଗକୁ ରହି ଜନ କଲ୍ୟାଣ ନିମନ୍ତେ ସବୁପ୍ରକାର ସହଯୋଗର ହାତବଢ଼େଇବେ ବୋଲି ପରି ପ୍ରକାଶ କରିଛନ୍ତି.

  • ପ୍ରଣବ ପ୍ରକାଶ ଦାସଙ୍କୁ ବିଧାୟକ ପ୍ରାର୍ଥୀ କରିବାକୁ ଦାବି କଲା କୋରେଇ ବିଜୁ ଜନତା ଦଳ

    ପ୍ରଣବ ପ୍ରକାଶ ଦାସଙ୍କୁ ବିଧାୟକ ପ୍ରାର୍ଥୀ କରିବାକୁ ଦାବି କଲା କୋରେଇ ବିଜୁ ଜନତା ଦଳ

    ଜୋର ଧରିଲା କୋରେଇ ରାଜନୀତି। ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କୁ କୋରେଇ ଆସନ ରେ ବିଧାୟକ ପ୍ରାର୍ଥୀ କରିବାକୁ ଦାବି କଲା ବିଜୁ ଜନତା ଦଳ। କୋରେଇ ବ୍ଲକ ସଠିପୂର ଠାରେ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲା ବିଜୁ ଯୁବ ଜନତା ଦଳ ର ସଭାପତି ପ୍ରତାପ ମହାନ୍ତି, ଜିଲା ମହିଳା ସଭାନେତ୍ରୀ ସବିତା ରାଉତ,କୋରେଇ ବ୍ଲକ ଯୁବ ବିକେଡି ସଭାପତି କାବୁ ମହାନ୍ତି ପ୍ରମୁଖ ଯୋଗ ଦେଇ କୋରେଇ ଅଞ୍ଚଳ ର ସାମଗ୍ରୀକ ବିକାଶ ପାଇଁ ଜଣେ ଦକ୍ଷ ନେତା ଙ୍କ ଆବଶ୍ୟକତା ଅଛି ସେଥିପାଇଁ ଯାଜପୁର ବିଧାୟକ ଙ୍କୁ ବିଧାୟକ ପ୍ରାର୍ଥୀ କରିବାକୁ ଦାବି କରିଥିଲେ । ଯାଜପୁର ବିଧାୟକ ଙ୍କ ନେତୃତ୍ୱରେ ଆଗାମୀ ଦିନରେ କେବଳ ବିକାଶ ସମ୍ଭବ ହୋଇ ପାରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

    ଏଥିସହିତ ବିଜୁ ଜନତା ଦଳ ନାଁ ରେ କେତେକ କୁଚକ୍ରି ଗୋଷ୍ଠୀ ଦଳ ରେ ବିଭ୍ରାଟ କରିବାକୁ ଉଦ୍ୟମ କରୁଥିବାରୁ ସେମାନଙ୍କ ବିରୋଧରେ ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି।

  • ପଶ୍ଚିମ ଓଡିଶାର ଯୁବ ନେତ୍ରୀ ଶଙ୍ଖ ଛାଡି ଖୁବଶୀଘ୍ର ପଦ୍ମ ଧରିବା ନେଇ ଚର୍ଚ୍ଚା

    ପଶ୍ଚିମ ଓଡିଶାର ଯୁବ ନେତ୍ରୀ ଶଙ୍ଖ ଛାଡି ଖୁବଶୀଘ୍ର ପଦ୍ମ ଧରିବା ନେଇ ଚର୍ଚ୍ଚା

    ଭୁବନେଶ୍ବର ଲୋକସଭା ନିର୍ବାଚନରୁ ବାଦ ପଡିବା ପରେ ବିଜେଡି ଉପରେ କ୍ଷୁବ୍ଧ ପଶ୍ଚିମ ଓଡିଶାର ଯୁବନେତ୍ରୀ ଶ୍ରୀମୟୀ ଏବେ ପଦ୍ମ ମୁହାଁ ହେଉଥିବା ନେଇ ଚର୍ଚ୍ଚା। ସେ ଖୁବ ଶୀଘ୍ର ଶଙ୍ଖ ଛାଡି ପଦ୍ମ ଧରିବାକୁ ଯାଉଥିବା ବିଶେଷ ସୂତ୍ରରୁ ମିଳୁଛି ସୂଚନା। ଏହି ଚର୍ଚ୍ଚା ପରେ ଏବେ ପଦ୍ମ ଦଳରେ ହଲଚଲ। ଶ୍ରୀମୟୀଙ୍କ ପଦ୍ମ ପୋଖରୀରେ ଏଣ୍ଟ୍ରୀ ଦଳର ସମୀକରଣ ବଦଳାଇଦେବ ବୋଲି ସୃଷ୍ଟି କଲାଣି ଚାପା ଗୁଞ୍ଜରଣ। ଭୁବନେଶ୍ବର ସଂସଦୀୟ କ୍ଷେତ୍ର ଅଧୀନର ୩ ବିଧାନସଭା ଆସନକୁ ବିଜେଡି ଗତ ନିର୍ବାଚନରେ ନିଜ ଅକ୍ତିଆରକୁ ନେବା ସତ୍ତ୍ବେ କିନ୍ତୁ ଲୋକସଭା ଆସନ ଛଡାଇ ନେଲେ ବିଜେପିର ଫାୟାରବ୍ରାଣ୍ଡ ନେତ୍ରୀ ଅପରାଜିତା। ଯାହା ଦଳ ପାଇଁ ଅସହ୍ୟ ହୋଇଯାଇଥିଲା। ୨୦୧୯ରୁ ବିଜେଡି ଶ୍ରୀମୟୀଙ୍କୁ ପରବର୍ତ୍ତୀ ସାଂସଦ ପ୍ରାର୍ଥୀ ଭାବେ ପ୍ରୋଜେକ୍ଟ କରାଇ ଆସୁଥିଲା।

    ଗତବର୍ଷ ଶେଷାର୍ଦ୍ଧରେ ସୁପ୍ରିମୋଙ୍କ ଘୋଷଣା ପୂର୍ବରୁ ଏକାମ୍ର ବିଧାୟକଙ୍କଠାରୁ ଆରମ୍ଭ କରି ବହୁ ନେତା ଶ୍ରୀମୟୀଙ୍କୁ ଭୁବନେଶ୍ବର ସାଂସଦ ପ୍ରାର୍ଥୀ କହିବୁଲିଲେ। ଏହା ପରଠାରୁ ଶ୍ରୀମୟୀ ମଧ୍ୟ ଖରା ତରାରେ ଭୁବନେଶ୍ବରର ଗଳି କନ୍ଦି ବୁଲି ଫୁଲ ଦମରେ ଜନାଦୃତ ହେବାକୁ ଚେଷ୍ଟା ଚଳାଇଥିଲେ। ହେଲେ ଶେଷ ସମୟରେ ଦଳ ତାଙ୍କୁ ସାଇଡ କରି କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ଠିଆ କରାଇ ଦେଲା। ଯାହା ଶ୍ରାମୟୀଙ୍କ ସବୁ ସ୍ବପ୍ନକୁ ଛାରଖାର କରି ଦେଲା। ତେଣୁ କ୍ଷୁବ୍ଧ ଶ୍ରୀମୟୀ ଶଙ୍ଖ ଛାଡି ପଦ୍ମ ଧରିବେ ବୋଲି ତାଙ୍କ ସମର୍ଥକ ମହଲରୁ ସୂଚନା ମିଳୁଛି। ଏହି ଭିତିରି ଖବରକୁ ନେଇ ଆରମ୍ଭ ହୋଇଗଲାଣି ବହୁ ଆଶଙ୍କା। ଯଦି ଶ୍ରୀମୟୀ ବିଜେପିରେ ସାମିଲ ହୁଅନ୍ତୁ ଏହା ବିଜେପି ଶିବିରରେ ସୃଷ୍ଟି କରିବ ଅସ୍ଥିରତା । କାରଣ ଶ୍ରୀମୟୀ ଦୀର୍ଘ ୫ ବର୍ଷ ଧରି ଅପରାଜିତାଙ୍କୁ ଶାଣିତ ଆକ୍ରମଣ କରିଆସୁଥିଲେ।

    ଉଭୟଙ୍କ ମଧ୍ୟରେ ତିକ୍ତତା ରାଜନୈତିକ ସ୍ତରରୁ ଖସି ବ୍ୟକ୍ତିଗତ ସ୍ତରକୁ ଚାଲିଆସିଛି। ଅବଶ୍ୟ ବିଜେପି ଅପରାଜିତାଙ୍କୁ ମୈଦାନକୁ ଓହ୍ଲାଇ ସାରିଛି, ହେଲେ ଉଭୟ ନେତ୍ରୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ପାଇଁ କେହି କାହାରିକୁ ସହ୍ୟ କରିପାରିବେ ନାହିଁ ବୋଲି କୁହାଯାଉଛି। ସେପଟେ, ବିଜେପି ତାର ବିଧାନସଭା ପ୍ରାର୍ଥୀ ଘୋଷଣା କରି ନ ଥିବାରୁ ଶ୍ରୀମୟୀ କୌଣସି ଆସନରୁ ଟିକେଟ ହାତେଇବେ ବୋଲି କୁହାଯାଉଥିବା ବେଳେ କେଉଁ ଆସନ ଦେବ ବିଜେପି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାରଣ ବିଜେପିରୁ ପ୍ରିୟଦର୍ଶୀ ମିଶ୍ରଙ୍କ ଉତ୍ତର ଭୁବନେଶ୍ବର ଟିକେଟ ନିଶ୍ଚିତ ହୋଇ ସାରିଛି।

    ମଧ୍ୟମ ବା ଏକାମ୍ରରୁ ଯଦି କୌଣସି ଟିକେଟ ଦିଆଯାଏ ତେବେ ସେଠାରେ ଦୀର୍ଘ ବର୍ଷ ଧରି କାମ କରୁଥିବା ଜଗନ୍ନାଥ ପ୍ରଧାନ ଓ ବାବୁ ସିଂହ ଯିବେ କୁଆଡେ? କଣ ସେମାନେ ଶ୍ରୀମୟୀଙ୍କୁ ଗ୍ରହଣ କରିପାରିବେ ? ଏମିତି ହେବନି ତ, ଶ୍ରୀମୟୀଙ୍କ ଏଣ୍ଟ୍ରୀ ପରେ ଅନେକ ପୁରୁଖା ବିଜେପି ନେତା ଅନ୍ୟଦଳ ମନା ହୋଇଯିବେନି ତ ? କି ଆଗାମୀ ନିର୍ବାଚନରେ ଦଳ ପାଇଁ ଅନ୍ତର୍ଘାତୀ ସାଜିବେ ନାହିଁ ଏହି ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ।

  • ଆଉ ନାହାନ୍ତି ସୁନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ

    ଆଉ ନାହାନ୍ତି ସୁନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ

    ଆଉ ନାହାନ୍ତି ଶାନ୍ତିଲତା ବାରିକ । ପରଲୋକରେ ସୁନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ। ସୋମବାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି।

    ମୃତ୍ୟୁ ନେଇ ତାଙ୍କ ସ୍ବାମୀ ବସନ୍ତ କୁମାର ଛୋଟରାୟ ସୂଚନା ଦେଇଛନ୍ତି। ଦୀର୍ଘଦିନ ହେଲା ଅସୁସ୍ଥତା କାରଣରୁ ସେ ଚିକିତ୍ସିତ ହୋଉଥିଲେ। ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ପୁରୀ ସ୍ବର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ହେବ ବୋଲି ଜଣାପଡିଛି। ତାଙ୍କ ବିୟୋଗ ଖବର ସମଗ୍ର ସଙ୍ଗୀତ ଜଗତରେ ଶୋକର ଛାୟା ଖେଳାଇ ଦେଇଛି ।

    ଓଡ଼ିଆ ଭକ୍ତି ସଙ୍ଗୀତର ସେ ଭିନ୍ନ ଏକ ସ୍ରୋତସ୍ବିନୀ ଯିଏ ବହି ଯାଇଛନ୍ତି ହୃଦୟରୁ ହୃଦୟ ଉପକୂଳକୁ । ଚାରି ଦଶନ୍ଧିରୁ ଭକ୍ତି ସମୟ ଧରି ସଙ୍ଗୀତ ପରମ୍ପରାର ସେହି ସ୍ରୋତ ତା’ କଳ-କଲ୍ଲୋଳ ରାଗିଣୀରେ ଓଡ଼ିଆ ଜଳ-ଜୀବନକୁ ମୁଖରିତ କରି ଆସିଛି ଓ ତା’ର ଉଦାର ଉପହାରରେ ସଙ୍ଗୀତ ନାତନ ସବୁଳ-ଶ୍ୟାମଳ ଶ୍ରୀମଣ୍ଡିତ ହୋଇଛି ।

    ବାଗ୍‌ଦେବୀଙ୍କ କନ୍ୟା ଭାବେ ନିରସ ସଙ୍ଗୀତ ସାଧନାରେ ସତତ ନିମଗ୍ନା ଶାନ୍ତିଲତା ‘ସଂଗୀତ’କୁ ଜୀବନର ଅଭିନ୍ନ ଅଂଶ ଭାବେ ଗ୍ରହଣ କରି ବିଜୁ ଆରାଧନା ଓ ଇଶ୍ବର-ଅର୍ଜନାର ନୈବେଦ୍ୟ ଭାବେ ଅର୍ପଣ କରି ଆସିଛନ୍ତି । ପାରମ୍ପରିକ ଓଡ଼ିଶା, ଚମ୍ପୁ, ଛାନ୍ଦ, ଚଉପଦୀ, ଚଉତିସାଠାରୁ ‘ଭଜନ”, ଜଣାଣ ଆଦି ବିବିଧ ଗାୟନରେ ନିଜ ଅମ୍ଳାନ ପ୍ରତିକାର ସ୍ୱାକ୍ଷରକୁ ସ୍ପଷ୍ଟ କରି ସେ ସାଇତିଛନ୍ତି ।

  • ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

    ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

    ଘସିପୁରା ବ୍ଲକ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ପାହାଡପୁର ପରିସରରେ ବିଦ୍ୟାଳୟର ଶିକ୍ଷକ ଗଣେଶ୍ଵର ସାହୁ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗୌରାଙ୍ଗ ଚରଣ ବାରିକ୍ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ବିଦ୍ୟାଧର ନାଏକ ଯୋଗଦେଇ ବିଦାୟୀ ଶିକ୍ଷକ ଙ୍କ ଅବସର ସମୟ ସୁଖସମୃଦ୍ଧି ସହ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ I

    ମୁଖ୍ୟ ବକ୍ତା ଭାବେ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ଘଷିପୁରା ର ସଭାପତି ଉମାକାନ୍ତ ଯେନା ,ସମ୍ମାନିତ ଅତିଥି ଭାବରେ ମା ବାରମାସୀ ଉପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ସାହୁ, ମଦନପୁର ସିଆରସିସି ରବିନ୍ଦ୍ର କୁମାର ଆଚାର୍ଯ୍ୟ, ମଦନପୁର ଉପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁ, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଘଷିପୁରା ର ସମ୍ପାଦକ ରଞ୍ଜିତ ପାତ୍ର, ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ହରିହର ମିଶ୍ର ସଦାସର୍ବଦା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଜଣେ ଆଦର୍ଶ ଶିକ୍ଷକ , ଛାତ୍ରବତ୍ସଳ, କର୍ତ୍ତବ୍ୟନିଷ୍ଠ ଶିକ୍ଷକ ଭାବେ ସଦାସର୍ବଦା ଛାତ୍ରଛାତ୍ରୀ ହୃଦୟ ରେ ରହିବେ ବୋଲି ଅତିଥି ମାନେ କହିଥିଲେ।

    ଏହି ଅବସରରେ ବିଦାୟୀ ଶିକ୍ଷକ ଙ୍କୁ ମାନପତ୍ର ଉପଢୌକନ ଦେଇ ସମ୍ବର୍ଦ୍ଧନା କରିଥିଲେ। ସଂଜ୍ଞା ସାଗରିକା ଚକ୍ର ଅତିଥି ପରିଚୟ ପ୍ରଦାନ କରିବା ସହିତ ମାନପତ୍ର ପଠନ କରିଥିଲେ। ପ୍ରଫୁଲ୍ଲ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଗ୍ରାମବାସୀ ଶରତ ସାହୁ, ବିଦ୍ୟାଧର ସାହୁ, ଲଳିତ ବଲ୍ଲଭ ସାହୁ ବିଦାୟୀ ଶିକ୍ଷକ ଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ।ବିଦ୍ୟାଳୟ ପରିଚାଳନା କମିଟି ର ସମସ୍ତ ସଦସ୍ୟ , ପୁରାତନ ଛାତ୍ର ଛାତ୍ରୀ, ଗ୍ରାମବାସୀ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ।

  • ଦେଶୀ ବନ୍ଧୁକ କାରଖାନାରେ ଚଢାଉ, ବନ୍ଧୁକ ଜବତ ସହ ଜଣେ ଗିରଫ

    ଦେଶୀ ବନ୍ଧୁକ କାରଖାନାରେ ଚଢାଉ, ବନ୍ଧୁକ ଜବତ ସହ ଜଣେ ଗିରଫ

    କନ୍ଧମାଳ ଜିଲ୍ଲାର ରାଇକିଆ ପୋଲିସ ଦେଶୀ ବନ୍ଧୁକ ତିଆରି କାର ଖାନା ଏବଂ ତିଆରି କରୁଥିବା ଅଭିଯୋଗ ରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ବ୍ୟକ୍ତି ଜଣକ ହେଲେ ରାଇକିଆ ଥାନା ଅନ୍ତର୍ଗତ କତିଙ୍ଗିଆ ପଞ୍ଚାୟତ ରିଶିଗୁଡ଼ା ଗ୍ରାମ ର ମୁନିବର ମଲିକ I ତାଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ ଏବଂ ବିଭିନ୍ନ ପ୍ରକାର ବନ୍ଧୁକ ପ୍ରସ୍ତୁତ ରେ ବ୍ୟବହୃତ ହେଉଥିବା ସାମଗ୍ରୀ ଜବତ କରିଛି ।

    ବହୁ ଦିନ ଧରି ଏହି ସ୍ଥାନରେ ଦେଶୀ ବନ୍ଧୁକ ତିଆରି ହେଉଥିବାର ଅଭିଯୋଗ ହୋଇଥିଲା। ରାଇକିଆ ପୋଲିସଏ ନେଇ ରାଇକିଆ ଥାନାରେ ରେ କେଶ ଅତର୍କିତ ଭାବେ ଚଢାଉ କରି ଏହି ସଫଳ ପାଇ ପାରିଛି। ରାଇକିଆ ଥାନାରେ କେଶ ନମ୍ୱର 41/23 ରେ ଏକ ମାମଲା ରୁଜୁ ହୋଇଛି I ଏ ନେଇ ଜି.ଉଦୟଗିରି ଏସଡିପିଓ ବିଜୟ କୁମାର ବିଶି ଏକ ସାମ୍ବାଦିକ ସମ୍ମିଳନୀ ଡାକି ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି I
    କନ୍ଧମାଳ ରୁ ଅରୁଣ କୁମାର ଷଡ଼ଙ୍ଗୀ ଙ୍କ ରିପୋର୍ଟ୍

  • ଘଷିପୁରାରେ ମା ମଙ୍ଗଳା ମନ୍ଦିର ପ୍ରତିଷ୍ଠା

    ଘଷିପୁରାରେ ମା ମଙ୍ଗଳା ମନ୍ଦିର ପ୍ରତିଷ୍ଠା

    କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ କେଶଦୁରାପାଳ ଗ୍ରାମରେ ସୋମବାର ଦିନ ମା’ମଙ୍ଗଳା ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଛି। ଏଥିରେ ପ୍ରଥମେ କୁଶେଇ ନଦୀ ଘାଟରୁ କଳସ ପୂଜାପରେ ଶହ ଶହ ସଂଖ୍ୟାରେ ଭକ୍ତ କଳସ ଶୋଭାଯାତ୍ରା ରେ ବାହିରୀ ଗ୍ରାମ ପରିକ୍ରମା କରି ମା’ଙ୍କ ପୀଠ ପର୍ଯ୍ୟନ୍ତ ନେଇଥିଲେ।ପୂଜକ ବୁନ୍ଦାବନ ଶଡ଼ଙ୍ଗି,ଦାସରଥି ଆର୍ଚାର୍ଯ୍ୟ,ଦେବପ୍ରସାଦ ମିଶ୍ରଙ୍କ ଦ୍ୱାରା ସବୁ ରିତିନିତି ଅନୁଯାୟୀ ପୂଜା ଅର୍ଚ୍ଚନା ଚାଲିଥିବା ବେଳେ କର୍ତ୍ତା ଓ କର୍ତ୍ତୀ ଭାବେ କୃଷ୍ଣଚନ୍ଦ୍ର ବିଧାଣୀ ତାଙ୍କ ଧର୍ମ ପତ୍ନୀ ଜମ୍ବୁବତୀ ବିଧାଣୀ, ନୀଳମଣି ଓଝା ଓ ତାଙ୍କ ଧର୍ମପତ୍ନୀ ଜୋତ୍ସାରାଣୀ ଓଝା ପୂଜାରେ ବସିଛନ୍ତି।

    ଏଥିରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନ କରାଯାଇଥିଲା,ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ପୂବତନ ବ୍ଲକ ଅଧ୍ୟକ୍ଷ ଦେବାଶିଷ ପାତ୍ର, ସରପଞ୍ଚ ଓ ବହୁ ବ୍ୟକ୍ତି ବିଶେଷ ଯୋଗଦେଇ ମାଙ୍କ ଆସିଶ ଲାଭ କରିଛନ୍ତି। ଏଥିରେ ଗ୍ରାମର ବହୁ ମହିଳା ଓ ଯୁବକ ମାନେ ଯୋଗ ଦେଇଥିଲେ ।

  • ରଣାଙ୍ଗନରେ ଅରବିନ୍ଦ, ଆରମ୍ଭ କଲେ ଡୋର ଟୁ ଡୋର କ୍ୟାମ୍ପେନ୍

    ରଣାଙ୍ଗନରେ ଅରବିନ୍ଦ, ଆରମ୍ଭ କଲେ ଡୋର ଟୁ ଡୋର କ୍ୟାମ୍ପେନ୍

    ନିର୍ବାଚନୀ ଯାତ୍ରା ଆରମ୍ଭ କଲେ ପାଟକୁରା ବିଜେଡି ବିଧାୟକ ପାର୍ଥି ଅରବିନ୍ଦ ମହାପାତ୍ର । ଏଥିସହ ସେ ଆରମ୍ଭ କରିଛନ୍ତି ଜନସମ୍ପର୍କ ଯାତ୍ରା । ପାର୍ଥି ଭାବେ ତାଙ୍କ ନାମ ଘୋଷଣା ପରେ ସେ ପାଟକୁରା ପଦ୍ମପୁର ବଟ ମହାପୁରୁଷଙ୍କ ପାଖରୁ ଆଶୀର୍ବାଦ ନେଇ ନିର୍ବାଚନ କ୍ୟାମ୍ପେନ ଆରମ୍ବ କରିଛନ୍ତି । ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ, ବାପାଙ୍କ ପଥ ଅନୁସରଣ କରିଛନ୍ତି ।

    ୧୯୮୦ ମସିହା ଉପ-ନିର୍ବାଚନ ବେଳେ ମଧ୍ୟ ବିଜୁ ପଟ୍ଟନାୟକ ବିଜୟଙ୍କୁ ପାଟକୁରାରୁ ପାର୍ଥି କରିଥିବା ବେଳେ ସେ ଏହି ବଟ ମହାପୁରୁଷଙ୍କ ପାଖରୁ ଆଶ୍ରିବାଦ ନେଇ ନିର୍ବାଚନୀ ଯାତ୍ରା ଆରମ୍ବ କରିଥିଲେ । ଅରବିନ୍ଦ ମହାପାତ୍ର ମଧ୍ୟ ନିଜ ସମର୍ଥକ ଓ ଗରଦପୁର ବ୍ଲକ ଅଧକ୍ଷ ଅଭୟ ମହାରାଜଙ୍କ ସହ ପାଟକୁରା ଗରଦପୁର ବ୍ଲକର ପଦ୍ମପୁର ବଟ ମହାପୁରୁଷଙ୍କ ପୀଠରେ ପୂଜାର୍ଚ୍ଚନା କରି ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ଅରବିନ୍ଦ ସର୍ବଦା ସ୍ଥାନୀୟ ଜନସାଧାରଣଙ୍କ ସହିତ ରହିବେ ବୋଲି କହିଛନ୍ତି ।

    ପୂଜାର୍ଚ୍ଚନା ପରେ ପଦ୍ମପୁର, ବେରାଡ଼ି, ପାଟକୁରା, ପାଖଡ଼, ଗରଦପୁର ପଞ୍ଚାୟତର ଅନେକ କର୍ମୀଙ୍କୁ ନେଇ ଏକ କର୍ମୀ ସମ୍ମିଳନୀ କରିଥିଲେ ଅରବିନ୍ଦ । ତେବେ ଅରବିନ୍ଦ ବିଜୁ ଜନତା ଦଳରେ ସାମିଲ ହେବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯୁବ ଚେହେରା ଭାବେ ଅରବିନ୍ଦଙ୍କୁ ବିଧାୟକ ପାର୍ଥି ଟିକେଟ ଦେବା ସହ ତାଙ୍କ ଉପରେ ଭରସା କରିଛନ୍ତି ।

    ଅରବିନ୍ଦ ମଧ୍ୟ ପାଟକୁରାରେ ସମସ୍ତ ନେତୃତ୍ୱଙ୍କୁ ଏକତ୍ରିତ କରି ନିଜ ରାଜନୈତିକ ଯାତ୍ରା ଆରମ୍ଭ କରିଛନ୍ତି । ଏଥିସହ ପାଖଡ଼ ପଞ୍ଚାୟତରେ ସମସ୍ତ ୱାର୍ଡରେ ବିଜେଡି କର୍ମୀଙ୍କୁ ନେଇ ବିଶାଳ କର୍ମୀ ସମ୍ମିଳନୀ ଆୟୋଜିତ ହୋଇଥିଲା ଓ ବିଜେଡି ପାର୍ଥି ଅରବିନ୍ଦ ମହାପାତ୍ରଙ୍କୁ ବିପୁଳ ସମର୍ଥନ ଦେବାକୁ ନିଷ୍ପତ୍ତି କରାଯାଇଥିଲା ।