Category: ଦେଶ-ବିଦେଶ

  • ଧୂଳି ଚାଟିଲା ପାକିସ୍ତାନ, ସାଇବର୍‌ ଆକ୍ରମଣର ମୁହଁତୋଡ ଜବାବ ଦେଇଛି ଭାରତ

    ଧୂଳି ଚାଟିଲା ପାକିସ୍ତାନ, ସାଇବର୍‌ ଆକ୍ରମଣର ମୁହଁତୋଡ ଜବାବ ଦେଇଛି ଭାରତ

    ପାକିସ୍ତାନ ସାଇବର୍‌ ଆକ୍ରମଣର ଉଚିତ ଜବାବ ଦେଇଛି ଭାରତ । ଏହି ସାଇବର ଆକ୍ରମଣ ହଇଚଇ ସୃଷ୍ଟି କରିଥିବା ବେଳେ ଏହି ଯୁଦ୍ଧ ପୂରା ଡିଜିଟାଲ୍‌ ଦୁନିଆକୁ ଦୋହଲାଇ ଦେଇଥିଲା । ଯାହାର ଭାରତ ପାକ୍‌କୁ ଉଚିତ ଶିକ୍ଷା ଦେଇଛି । ସୂଚନା ମୁତାବକ, ପାକିସ୍ତାନୀ ସାଇବର୍‌ ଆକ୍ରମଣକାରୀଙ୍କୁ ଜବାବ ଦେବାକୁ ଯାଇ ଭାରତର ‘କେରଳ ସାଇବର୍‌ ଏକ୍ସଟ୍ରାକ୍ଟର’ ୧୦ଟି ପାକିସ୍ତାନ ଦୂତବାସ ୱେବ୍‌ସାଇଟ୍‌ବୁ ବନ୍ଦ କରିଦେଇଛି । ତେବେ ରାତି ଅଧରେ‌ ହୋଇଥିବା ଏହି ସାଇବର୍‌ ଯୁଦ୍ଧର ପ୍ରଭାବ ଭାରତ ସମେତ ଫ୍ରାନ୍ସ, ଜର୍ମାନୀ ଏବଂ କାଜିକ୍‌ସ୍ତାନ ଆଦି ଦେଶ ଉପରେ ପଡ଼ିଛି । ଯାହାକି ଡିଜିଟାଲ୍‌ ଜଗତରେ ଏକ ବଡ ଛାପ ଛାଡ଼ିଛି ।

    ଡିଷ୍ଟ୍ରିବୁଟେଡ୍‌ ଡାନିଏଲ୍‌ ଅଫ୍‌ ସର୍ଭିସ୍‌ (ଡିଡିଓଏସ୍‌) ଆକ୍ରମଣର ଅର୍ଥ ହେଉଛି ଇଣ୍ଟର୍‌ନେଟ୍‌ର ଟ୍ରାଫିକ୍‌ ଜାମ୍‌ କରି ନେଟ୍‌ୱାର୍କ, ସର୍ଭିସ ଏବଂ ୱେବ୍‌ସାଇଟ୍‌ର କାର୍ଯ୍ୟ ଉପରେ ବାଧା ସୃଷ୍ଟି କରିବ‌ା । ତେବେ ଭାରତ ତରଫରୁ କରାଯାଇଥିବା ପ୍ରତିଆକ୍ରମଣ କେବଳ ଏକ ଅନ୍‌ଲାଇନ୍‌ ଆକ୍ରମଣ ନୁହେଁ, ବରଂ ଏହା ଥଇଲା କାଉଣ୍ଟର୍‌ ଆକ୍ରମଣ । ପାକିସ୍ତାନ ହୀନ ଚକ୍ରାନ୍ତ ପୂର୍ବକ ୨୩ଟି ଭାରତୀୟ ପୁଲିସ୍‌ ଷ୍ଟେସନ୍‌କୁ ଟାର୍ଗେଟ କରିଥିବା । ପାକିସ୍ତାନୀ ହାକ୍‌ଭିଷ୍ଟ୍‌ ଗ୍ରୁପ୍‌ ‘ଟିମ୍‌ ଇନ୍‌ସାନେ ପିକେ’ ଦ୍ବାରା ହୋଇଥିବା ଏହି ଆକ୍ରମଣର ଜବାବ ଦେଇଛି ଭାରତର ‘କେରଳ ସାଇବର୍‌ ଏକ୍ସଟ୍ରାକ୍ଟର’।

    ଗତ କିଛି ମାସ ଧରି ଭାରତୀୟ ସାଇବର ସ୍ପେସ୍ ଉପରେ ବାରମ୍ବାର ଆକ୍ରଣ ହେଉଛି । ଏହା କମିବା ପରିବର୍ତ୍ତେ ବଢିଚାଲିଛି । ଦୁନିଆର ବିଭିନ୍ନ ଦେଶ ଯେମିତିକି ଇଣ୍ଡୋନେସିଆ, ବାଂଲାଦେଶ ଏବଂ ସୁଦାନ ଭଳି ବିଭିନ୍ନ ଇସଲାମ ଦେଶରେ ଥିବା ହ୍ୟାକ୍ଟିଭିଷ୍ଟ ଗୋଷ୍ଠୀ ପକ୍ଷରୁ ଏହି ଆକ୍ରମଣ ହେଉଛି । ଆଉ ଏବେ ଏହି ଆକ୍ରମଣ ଗୃପରେ ଯୋଡି ହୋଇଛି ପାକିସ୍ତା ।

  • କିରଣଙ୍କ ବଦଳି ପରେ ବୟାନବାଜି ଜୋରଦାର

    କିରଣଙ୍କ ବଦଳି ପରେ ବୟାନବାଜି ଜୋରଦାର

    କିରଣ ରିଜିଜୁଙ୍କ ହାତରୁ କାଢିନିଆଗଲା ଆଇନ ମନ୍ତ୍ରଣାଳୟ। ଆଇନ ମନ୍ତ୍ରଣାଳୟ ଛଡାଇ ନେଇ ଦିଆଯାଇଛି ଭୂତତ୍ତ୍ୱ ବିଜ୍ଞାନ ବିଭାଗ।  ଗୁରୁବାର ହଠାତ୍ ଆଇନ ମନ୍ତ୍ରୀ ପଦରୁ କିରଣ ରିଜିଜୁଙ୍କୁ ବିଦା କରି ତାଙ୍କ ସ୍ଥାନରେ ବିକାନେର ସଂସଦୀୟ କ୍ଷେତ୍ରର ସାଂସଦ ଅର୍ଜୁନ ରାମ ମେଘ୍ୱାଲଙ୍କୁ ନିଯୁକ୍ତ କରାଯାଇଥିବା ନେଇ ବିଜ୍ଞପ୍ତି  ପ୍ରକାଶ ପାଇଲା। ଯାହା ଏକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କାହିଁ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଆଉ କାହିଁ ଭୂତତ୍ତ୍ୱ ବିଜ୍ଞାନ ମନ୍ତ୍ରଣାଳୟ । ଏହା ରିଜିଜୁଙ୍କ ପାଇଁ ପୁରସ୍କାର ନା ତିରଷ୍କାର, ତାକୁ ନେଇ ଅରମ୍ଭ ହୋଇଛି କଳ୍ପନା ଜଳ୍ପନା। ସେପଟେ ବିରୋଧୀ ଶିବିରରେ ଦେଖା ଦେଇଛି ବିଜୟ ପରି ମାହୋଲ। କିରଣଙ୍କୁ ଜଣଙ୍କ ପରେ ଜଣେ ବିରୋଧୀ ନେତା କରୁଛନ୍ତି ଟାର୍ଗେଟ।

    ଯେମିତି ହଠାତ୍ ଯୁବ ବ୍ୟାପାର ଓ କ୍ରିଡା ବିଭାଗ ପରି ସାମାନ୍ୟ ମନ୍ତ୍ରଣାଳୟରୁ ଆଇନ ମନ୍ତ୍ରଣାଳୟ ପରି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ କିରଣ ରିଜିଜୁଙ୍କୁ ଦେଇ ମୋଦି ସରକାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା, ଆଜି ସମାନ ସ୍ଥିତି ସୃଷ୍ଚି କରିଛନ୍ତି। ତେବେ  ଏମିତି କଣ ହେଲା କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବରୁ କିଛି ସୁରାକ ନ ଦେଇ ରାଷ୍ଟ୍ରପତିଙ୍କୁ କହି ରିଜିଜୁଙ୍କୁ ଆଇନ ମନ୍ତ୍ରଣାଳୟରୁ ବିଦା କରି ଦେଲେ?

    ଏହି ପ୍ରଶ୍ନକୁ ନେଇ ପ୍ରଥମେ ମନକୁ ଆସୁଛି କି, ସୁପ୍ରିମ କୋର୍ଟଙ୍କୁ ବାରମ୍ୱାର ଟାର୍ଗେଟ କରିବା, କଲେଜିୟମ ସିଷ୍ଟମକୁ ନେଇ ମୁଖର ହେବା ହୁଏତ ରିଜିଜୁଙ୍କ ପାଇଁ ହୋଇଛି ବୁମେରାଂ। ବିଭିନ୍ନ ନ୍ୟାୟିକ ପ୍ରସଙ୍ଗରେ ଅଯଥାରେ ରିଜିଜୁ ବୟାନ ବାଜି କରିଆସୁଥିଲେ। ଯାହାକୁ ନେଇ ସରକାର ଓ ନ୍ୟାୟପାଳିକା ମଧ୍ୟରେ ଥିବା ବିବାଦ ପଦାକୁ ଆସିଥିଲା। କେତେବେଳେ ରିଜିଜୁ କଲେଜିୟମ ସିଷ୍ଟମକୁ ଅନାବଶ୍ୟକ, ଅସମ୍ବିଧାନିକ କହିଥିଲେ ତ କେତେବେଳ ଏହି ସିଷ୍ଟମର ଅନ୍ତରେ ବିଚାରପତିଙ୍କ ନିଯୁକ୍ତି ପ୍ରକ୍ରିୟା ସଠିକ ଢଙ୍ଗରେ ହେବ ବୋଲି କହିଥିଲେ।

    ଆହୁରି ପୁଣି ବିଚାରପତିଙ୍କ ନିଯୁକ୍ତି କାର୍ଯ୍ୟପାଳିକାର କାର୍ଯ୍ୟ ବୋଲି କହି ବିବାଦକୁ ଟାଣି ହୋଇଆସିଥିଲେ ରିଜିଜୁ। ଏମିତିକି ରିଜିଜୁ ପୂର୍ବତନ ବିଚାରପତିମାନଙ୍କୁ ଦେଶଦ୍ରୋହୀଙ୍କ ସହ ମିଶିଥିବା ପରି ସଂଘାତିକ ବୟାନ ଦେଇଥିଲେ। ତେଣୁ ବାରମ୍ୱାର ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡଙ୍କୁ ପରୋକ୍ଷ ବୟାନ ଦେବାକୁ ହୋଇଥିଲା। ବାରମ୍ୱାର ରିଜିଜୁଙ୍କ ବୟାନ ଓ ସୋସିଆଲ ମିଡିଆରେ ସିଜେଆଇଙ୍କୁ ଟାର୍ଗେଟ କରାଯିବାରୁ କଂଗ୍ରେସ ସମେତ ବହୁ ବିରୋଧୀ ଦଳ ସିଜେଆଇଙ୍କ ସୁରକ୍ଷା ଗୁହାର ଲଗାଇଥିଲେ ରାଷ୍ଟ୍ରପତିଙ୍କ ନିକଟରେ।

    ତେବେ ହଠାତ୍ ଏପରି ଲଜ୍ଜାଜନକ ଭାବେ ରିଜିଜୁ ବିଭାଗ ହରାଇବା ବେଳେ କଂଗ୍ରେସ ପକ୍ଷରୁ ବିଭିନ୍ନ ନେତାଙ୍କ ବୟାନ ସମ୍ନାକୁ ଆସିଛି। କଂଗ୍ରେସ ସାଂସଦ ମନିକମ ଟେଗୋର ରିଜିଜୁଙ୍କ ଉଦ୍ଦେଶ୍ୟରେ କହିଛନ୍ତି କି, ଯିଏ ନିୟମିତ ଭାବେ ବିଚାରପତିଙ୍କ ନିଯୁକ୍ତିକୁ ନେଇ କଲେଜିୟମ ସିଷ୍ଟମ ବିରୋଧରେ କହୁଥିଲେ ସେ ଜଣେ ବିଫଳ ଆଇନ ମନ୍ତ୍ରୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ଭୂତତ୍ତ୍ୱ ବିଭାଗକୁ ପଠାଇ ଦିଆଯାଇଛି। ସେହିପରି ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଆଇନ ମନ୍ତ୍ରୀ କପିଲ ସିବଲ କହିଛନ୍ତି, ଆଇନ ନୁହେଁ, ବର୍ତ୍ତମାନ ସେ ଭୁବିଜ୍ଞାନର ମନ୍ତ୍ରୀ। ଆଇନ ପଛରେ ଥିବା ବିଜ୍ଞାନ ବୁଝିବା ସହଜ ନୁହେଁ। ବର୍ତ୍ତମାନ ସେ ବିଜ୍ଞାନର ନିୟମ ବୁଝିବାକୁ ଚେଷ୍ଟା କରିବେ। ଶୁଭକାମନା  ମୋ ବନ୍ଧୁ ବୋଲି ତାତ୍ସଲ୍ୟ କରିଛନ୍ତି ସିବଲ। ସେହିପରି କଂଗ୍ରେସ ନେତା ଅଳକା ଲାମ୍ବା କହିଛନ୍ତି, ଗତ କିଛି ଦିନ ଧରି କିରଣ ରିଜିଜୁଙ୍କ ଟିପ୍ପଣୀ ମୋଦି ସରକାରଙ୍କୁ ଅଡ଼ୁଆରେ ପକାଉଥିଲା। ନିଜ ଛବିକୁ ଠିକ୍‌ ରଖିବା ପାଇଁ ଆଇନ ମନ୍ତ୍ରୀଙ୍କ ବଳି ଦେବାକୁ ପଛାଇ ନାହାନ୍ତି। ଶିବସେନା ଉଦ୍ଧବ ଗୋଷ୍ଠୀର ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ରୁଜିଜୁଙ୍କ ବଦଳି ପଛର କାରଣ ଖୋଜିବାକୁ ଯାଇ ଟ୍ୱିଇଟ କରି କହିଛନ୍ତି କି, ମହାରାଷ୍ଟ୍ରକୁ ନେଇ ଆସିଥିବା ରାୟର ଲଜ୍ଜାଜନକ ସ୍ଥିତି? ନା ମୋଦାନି-ସେବି ଯାଞ୍ଚ?ରୁ ଏପରି ହୋଇଛି।

  • ପଶ୍ଚିମବଙ୍ଗ ସରକାରଙ୍କୁ ଝଟକା; ସୁପ୍ରିମକୋର୍ଟ କହିଲେ ‘ଦ କେରଳ ଷ୍ଟୋରୀ’ ରିଲିଜ୍ ହେବ

    ପଶ୍ଚିମବଙ୍ଗ ସରକାରଙ୍କୁ ଝଟକା; ସୁପ୍ରିମକୋର୍ଟ କହିଲେ ‘ଦ କେରଳ ଷ୍ଟୋରୀ’ ରିଲିଜ୍ ହେବ

    ପଶ୍ଚିମବଙ୍ଗରେ ବିବାଦରେ ଘେରି ରହିଥିବା ‘କେରଳ ଷ୍ଟୋରୀ’ର ରିଲିଜ୍ ପାଇଁ ରାସ୍ତା ସଫା ହୋଇଯାଇଛି । ଏହି ଚଳଚ୍ଚିତ୍ର ଉପରେ ରାଜ୍ୟ ସରକାର ଲଗାଇଥିବା ପ୍ରତିବନ୍ଧକକୁ ଆଜି ସୁପ୍ରିମକୋର୍ଟ ହଟାଇ ଦେଇଛନ୍ତି । ଅର୍ଥାତ୍ ବର୍ତ୍ତମାନ ଏହି ଚଳଚ୍ଚିତ୍ର ପଶ୍ଚିମବଙ୍ଗରେ ମଧ୍ୟ ମୁକ୍ତିଲାଭ କରିବ । ପଶ୍ଚିମବଙ୍ଗରେ ‘ଦ କେରଳ ଷ୍ଟୋରୀ’ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ବିରୋଧରେ ନିର୍ମାତା କରିଥିବା ଆବେଦନର ଆଜି ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି ।

    ଏହି ସମୟରେ ସିଜେଆଇ କହିଛି ଯେ, ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଫିଲ୍ମ ମେ ୮ ତାରିଖରେ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ଆମେ ହଟାଉଛୁ । ଏହି ନିଷେଧାଦେଶର କୌଣସି ମଜବୁତ ଆଧାର ନାହିଁ । ଏହା ସହିତ ଫିଲ୍ମର ସ୍କ୍ରିନିଂ ପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଏବଂ ଦର୍ଶକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ କୋର୍ଟ ଟିଏମସି ସରକାରଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

    ଏହାପୂର୍ବରୁ ଏହି ମାମଲାର ଶୁଣାଣି ବେଳେ ପଶ୍ଚିମବଙ୍ଗ ସରକାର ଫିଲ୍ମ ‘ଦ କେରଳ ଷ୍ଟୋରୀ’ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ । ସୁପ୍ରିମକୋର୍ଟରେ ଦିଆଯାଇଥିବା ଏକ ଆଫିଡେଭିଟ୍‌ରେ ପଶ୍ଚିମବଙ୍ଗ ସରକାର କହିଛନ୍ତି ଯେ ଫିଲ୍ମ ‘ଦ କେରଳ ଷ୍ଟୋରୀ’ ନକଲି ତଥ୍ୟ ଉପରେ ଆଧାରିତ ଏବଂ ଏଥିରେ ତିକ୍ତତା କଳାଭଳି ଡାଏଲଗ ରହିଛି, ଯାହା ସାମ୍ପ୍ରଦାୟିକ ଭାବନାକୁ କ୍ଷତି ପହଞ୍ଚାଇପାରେ । ଏହି ଚଳଚ୍ଚିତ୍ର ସମ୍ପ୍ରଦାୟ ମଧ୍ୟରେ ଘୃଣା ସୃଷ୍ଟି କରିପାରେ, ଯାହା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ଆହ୍ବାନ ସୃଷ୍ଟି କରିପାରେ । ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟରେ କରାଯାଇଥିବା ଅପିଲ ସପକ୍ଷରେ ଆଜି ରାୟ ଆସିଛି ।

  • ଇମରାନ ଖାନଙ୍କୁ ସେନା ମୁଖ୍ୟଙ୍କ ଚେତାବନୀ, ଦେଶ ଛାଡିଦିଅ…ନହେଲେ ଆର୍ମି ଆକ୍ଟର ସମ୍ମୁଖୀନ ହୁଅ

    ଇମରାନ ଖାନଙ୍କୁ ସେନା ମୁଖ୍ୟଙ୍କ ଚେତାବନୀ, ଦେଶ ଛାଡିଦିଅ…ନହେଲେ ଆର୍ମି ଆକ୍ଟର ସମ୍ମୁଖୀନ ହୁଅ

    ପାକିସ୍ତାନରେ ଇମ୍ରାନ ଖାନ ଏବଂ ସରକାରଙ୍କ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ଇମ୍ରାନଙ୍କୁ ଅଲ କାଦର ଟ୍ରଷ୍ଟ ମାମଲାରେ ମେ ୯ ତାରିଖରେ ଗିରଫ କରାଯାଇଥିଲା, ଯଦିଓ ୨ ଦିନ ପରେ ଜାମିନ ପାଇଥିଲେ । ଇମ୍ରାନ ଖାନଙ୍କ ଗିରଫ ପରେ ବିକ୍ଷୋଭକାରୀ ମାନେ ପାକିସ୍ତାନୀ ସେନାକୁ ଟାର୍ଗେଟ କରିଥିଲେ, ଯେଉଁଥିପାଇଁ ସେନା କ୍ରୋଧିତ ହୋଇଥିଲେ । ସେନା ଅଧିନିୟମ ଅନୁଯାୟୀ ପ୍ରଦର୍ଶନକାରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଘୋଷଣା କରାଯାଇଛି । ସୂଚନା ଅନୁସାରେ, ପାକିସ୍ତାନୀ ସେନା ଇମ୍ରାନ ଖାନଙ୍କୁ ଏକ ଅଫର ଦେଇଛି ।

    ପାକିସ୍ତାନୀ ସେନା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପାକିସ୍ତାନ ଛାଡିବାକୁ ପ୍ରସ୍ତାବ ଦେଇଛି ଏବଂ ନହେଲେ ସେନା ଆଇନକୁ ସାମ୍ନା କରିବାକୁ ପ୍ରସ୍ତୁତ ହେବା ଉଚିତ ବୋଲି କହିଛନ୍ତି । ଇମ୍ରାନ ଖାନଙ୍କୁ ସେନା ଦ୍ୱାରା ଦୁବାଇ ଏବଂ ଲଣ୍ଡନ ଯିବାକୁ ପ୍ରସ୍ତାବ ଦିଆଯାଇଛି । ଦେଶର ସେନା କହିଛି ଯେ, ଯଦି ଇମ୍ରାନ ପାକିସ୍ତାନ ଛାଡନ୍ତି ତେବେ ସେନା ତାଙ୍କ ବିରୋଧରେ କୌଣସି ମାମଲା ରୁଜୁ କରିବ ନାହିଁ ।

    ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ମୁଖ୍ୟ ଇମରାନ ଖାନ ପାକିସ୍ତାନ ସେନା ଦେଇଥିବା ଅଫରକୁ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି । ପାକିସ୍ତାନ ସେନାକୁ କଡ଼ା ଜବାବ ଦେଇ ସେ କହିଛନ୍ତି ଯେ, ଯାହା ଘଟୁ ପଛେ ସେ ପାକିସ୍ତାନ ଛାଡିବେ ନାହିଁ ।

    ଏହାପୂର୍ବରୁ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର୍ ଖୋଲାଖୋଲି ଭାବେ ଇମ୍ରାନ ଖାନଙ୍କ ସମର୍ଥକଙ୍କୁ ଧମକ ଦେଇଥିଲେ ଯେ, ଯଦି ପୁନର୍ବାର ୯ ତାରିଖ ଭଳି ଘଟଣା ଘଟେ ତେବେ ଆମେ ବରଦାସ୍ତ କରିବୁ ନାହିଁ । ସେ ସିୟାଲକୋଟ ଗେରିସନ ଗସ୍ତ ସମୟରେ ଏହି ସୂଚନା ଦେଇଛନ୍ତି, ଯେଉଁଠାକୁ ସେ ଶହୀଦଙ୍କ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିବାକୁ ଯାଇଥିଲେ ।

    ଦୁଇ ଦିନ ପୂର୍ବେ ସେନା ଅଧିନିୟମ ଅନୁଯାୟୀ, ଗିରଫ ହୋଇଥିବା ବିକ୍ଷୋଭକାରୀଙ୍କ ବିରୁଦ୍ଧରେ କେସ ଚଳାଇବାକୁ ପାକିସ୍ତାନରେ ଅନୁମତି ଦିଆଯାଇଛି । ଦେଶର ଯେକୌଣସି ଆଭ୍ୟନ୍ତରୀଣ ପ୍ରସଙ୍ଗରେ ସେନାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପାକିସ୍ତାନୀ ସେନା ସରକାରଙ୍କୁ ଆର୍ମି ଆକ୍ଟ ଲାଗୁ କରିବାକୁ କହିଥିଲେ । ଆର୍ମି ଆକ୍ଟ, ଅଫିସିଆଲ୍ ସିକ୍ରେଟ୍ ଆକ୍ଟ ଭାବରେ ମଧ୍ୟ ଜଣାଶୁଣା । ଏହା ସାହାଯ୍ୟରେ ସେନା ତାଙ୍କ ତରଫରୁ ଗିରଫ ହୋଇଥିବା ଅପରାଧୀଙ୍କୁ ଗୁରୁତର ଦଣ୍ଡ ଦେଇପାରେ । ଏହି ଆଇନ ଅନୁଯାୟୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଏବଂ ତାଙ୍କ କର୍ମଚାରୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି ଆଜୀବନ କାରାଦଣ୍ଡ ମଧ୍ୟ ଦିଆଯାଇପାରେ ।

  • କିରଣ ରିଜିଜୁଙ୍କ ସ୍ଥାନରେ ଅର୍ଜୁନ ରାମ ମେଘ୍ୱାଲ ଅବସ୍ଥାପିତ

    କିରଣ ରିଜିଜୁଙ୍କ ସ୍ଥାନରେ ଅର୍ଜୁନ ରାମ ମେଘ୍ୱାଲ ଅବସ୍ଥାପିତ

    arjun ram meghwal
    arjun ram meghwal appointed as new law minister of india

    ବଦଳିଲେ ଭାରତର ଆଇନ ମନ୍ତ୍ରୀ। କିରଣ ରିଜିଜୁଙ୍କ ହାତରୁ ଆଇନ ମନ୍ତ୍ରଣାଳୟକୁ କାଢିନେଇଛନ୍ତି କେନ୍ଦ୍ର ସରକାର। କିରଣ ରିଜିଜୁଙ୍କ ସ୍ଥାନରେ ଅର୍ଜୁନ ରାମ ମେଘ୍ୱାଲଙ୍କୁ ଅବସ୍ଥାପିତ କରାଯାଇଛି। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତିରେ କୁହାଯାଇଛି କି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକ୍ରମେ କିରଣ ରିଜିଜୁଙ୍କ ସ୍ଥାନରେ ଅର୍ଜୁନ ରାମ ମେଘ୍ୱାଲଙ୍କୁ କେନ୍ଦ୍ର ଆଇନ ମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି। ମେଘ୍ୱାଲ ତାଙ୍କର ପୂର୍ବର ପୋର୍ଟଫୋଲିଓ ସହ ଏହି ବିଭାଗ ଅତିରିକ୍ତ ଭାବେ ଗ୍ରହଣ କରିଛନ୍ତି। ବର୍ତ୍ତମାନ ସେ ସଂସଦୀୟ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଉଛନ୍ତି।    

    କିରଣ ରିଜିଜୁଙ୍କ ହାତରୁ ଆଇ ମନ୍ତ୍ରଣାଳୟ କାଢି ନେଇ ତାଙ୍କୁ ଭୂତତ୍ତ୍ୱ ବିଜ୍ଞାନ ମନ୍ତ୍ରଣାଳୟ ଦିଆଯାଇଛି। କିରଣ ରିଜିଜୁ ଜୁଲାଇ ୨୦୨୧ରେ ରବି ଶଙ୍କର ପ୍ରସାଦଙ୍କ ସ୍ଥାନରେ ଆଇନ ମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ।  କିରଣ ରିଜିଜୁଙ୍କ ପୂର୍ବରୁ ଭୂତତ୍ତ୍ୱ ବିଜ୍ଞାନ ବିଭାଗରେ ଜିତେନ୍ଦ୍ର ସିଂହ ମନ୍ତ୍ରୀ ଥିଲେ। ବର୍ତ୍ତମାନ ମେଘ୍ୱାଲ ସଂସଦୀୟ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ଆଇନ ମନ୍ତ୍ରଣାଳୟ ଅତିରିକ୍ତ ଭାବେ ଦିଆଯାଇଛି।

    ମେଘ୍ୱାଲ ରାଜସ୍ଥାନର ବିକାନେରରୁ ଆସିଥିବା ବେଳେ ତାଙ୍କ ଜନ୍ମ ୨୦ ଡିସେମ୍ବର ୧୯୫୩ରେ ହୋଇଥିଲା। ସେ ବିକାନେରର ଡୁଙ୍ଗାର କଲେଜରୁ ଆଇନରେ ସ୍ନାତକ ପାସ କରିଥିଲେ। ୧୯୭୭ରେ ଆଇନ ଲାଇସେନ୍ସ ହାସଲ କରିଥିଲେ। ଏହି ବିଜେପି ନେତା ଜଣେ ପୂର୍ବତନ ଆଇଏଏସ ଅଫିସର ମଧ୍ୟ ଥିଲେ। ସେ ବିକାନେର ସଂସଦୀୟ କ୍ଷେତ୍ରରୁ ୩ଥର ବିଜୟ ହାସଲ କରିଛନ୍ତି।

    ମେଘ୍ୱାଲ ୨୦୧୬ରୁ ୨୦୧୭ ମଧ୍ୟରେ କେନ୍ଦ୍ର ଫାଇନାନ୍ସ ଓ କର୍ପୋରେଟ ରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ଥିଲେ। ଏହା ବ୍ୟତୀତ ସେ କେନ୍ଦ୍ର ଜଳ ସଂସାଧନ ରାଷ୍ଟ୍ରମନ୍ତ୍ରୀ, ନଦୀ ବିକାଶ ଓ ଗଙ୍ଗା କାୟା କଳ୍ପ ତଥା ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭାବେ ୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ କାର୍ଯ୍ୟ କରିଛନ୍ତି। ଏହା ପରେ ସେ ଉଚ୍ଚ ଶିଳ୍ପ ଓ ସାଧାରଣ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରି ଆସୁଛନ୍ତି।

  • ତାମିଲନାଡୁର ଜଲ୍ଲିକଟ୍ଟୁକୁ ସୁପ୍ରିମକୋର୍ଟର ହଁ

    ତାମିଲନାଡୁର ଜଲ୍ଲିକଟ୍ଟୁକୁ ସୁପ୍ରିମକୋର୍ଟର ହଁ

    ତାମିଲନାଡୁର ଜଲ୍ଲିକଟ୍ଟୁ ଖେଳକୁ ନେଇ ଅନେକ ବିବାଦ ଦେଖାଯାଇଥାଏ । ଅନେକ ସମସୟରେ ବହୁତ ଲୋକ ମୃତ୍ୟୁମୁଖରେ ପଡୁଥିବା ଦେଖିବାକୁ ମିଳିଥାଏ । ସେଥିପାଇଁ ଏହି ଖେଳକୁ ବ୍ୟାନ କରିବା ପାଇଁ ସୁପ୍ରିମକୋର୍ଟର ହସ୍ତକ୍ଷେପ ଲୋଡାଯାଇଥିଲା । ଏହି ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟ ସଂସ୍କୃତି ଆଉ ପରମ୍ପାକୁ ଦୃଷ୍ଟିରେ ରଖି ରାୟ ଶୁଣାଇଛନ୍ତି । ତାମିଲନାଡୁରେ ପ୍ରତିବର୍ଷ ଆୟୋଜିତ ହେଉଥିବା କ୍ରୀଡା ଜଲ୍ଲିକଟ୍ଟୁକୁ ସୁପ୍ରିମକୋର୍ଟ ସମର୍ଥନ କରିଛନ୍ତି । ଏଥିସହିତ ଏହାକୁ ବନ୍ଦ କରିବାକୁ ମଧ୍ୟ ମନା କରି ଦେଇଛନ୍ତି । ତାମିଲନାଡୁରେ ଜଲ୍ଲିକଟ୍ଟୁକୁ ଅନୁମତି ଦେଇଥିବା ରାଜ୍ୟ ସରକାରଙ୍କ ନଷ୍ପତ୍ତିକୁ ସୁପ୍ରିମକୋର୍ଟ ସମର୍ଥନ କରିଛନ୍ତି । ଏହି ଖେଳରେ ଅଂଶଗ୍ରହଣ କରୁଥିବା ଷଣ୍ଢ ମାନଙ୍କ ପ୍ରିତି ହେଉଥିବା ବର୍ବୋରତାକୁ ଦର୍ଶାଇ ଏହି ଆଇନକୁ ରଦ୍ଦ କରିବାକୁ ଦାବି କରାଯାଇଥିଲା ।

    ତାମିଲନାଡୁରେ ଜଲ୍ଲିକଟ୍ଟୁକୁ ଅନୁମତି ନିୟମ, ସଂସଦରେ ପାରିତ ହୋଇଥିବା ପଶୁ କ୍ରୁରତା ନିରୋଧ ଆଇନର ଉଲ୍ଲଂଘନ କରୁଥିବା ଦର୍ଶାଯାଇଥିଲା । ସୁପ୍ରିମକୋର୍ଟ କହିଛନ୍ତି, ନୂତନ ନିୟମରେ କ୍ରୁରତାର ଦିଗ ପ୍ରତି ଧ୍ୟାନ ଦିଆଯାଇଛି । ଏହି ଖେଳ ଶତାବ୍ଦୀ ଶତାବ୍ଦୀ ଧରି ତାମିଲନାଡୁର ସଂସ୍କୃତିର ଏକ ଅଂଶ ହୋଇ ରହିଆସିଛି । ଏଥିରେ ବାଧା ସୃଷ୍ଟି କରାଯାଇପାରିବ ନାହିଁ । ଯଦି କେହି ପଶୁମାନଙ୍କ ପ୍ରତି ଅତ୍ୟାଚାର କରନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ୋଲି ସୁପ୍ରିମକୋର୍ଟ କହିଥିଲେ ।

  • ପ୍ରେମିକ-ପ୍ରେମିକା ମାନେ ସାବଧାନ, ପ୍ରେମ ବିବାହରେ ଅଧିକ ହେଉଛି ଛାଡପତ୍ର

    ପ୍ରେମିକ-ପ୍ରେମିକା ମାନେ ସାବଧାନ, ପ୍ରେମ ବିବାହରେ ଅଧିକ ହେଉଛି ଛାଡପତ୍ର

    ଆଜିକାଲିର ଯୁବ ପିଢି ପ୍ରେମର ଭରପୁର ମଜା ନେଉଛନ୍ତି । ସତେ ଯେମିତି ସେମାନେ ସବୁକିଛି ହାସଲ କରିଦେଲେ । ହେଲେ ସେ ମଜା ଦିନେ ଆପଣଙ୍କ ପାଇଁ ବଡ ବିପଦ ଆଣିପାରେ । ଅଧିକାଂଶ ପ୍ରେମ ସିନ୍ଦୁର ପର୍ଯ୍ୟନ୍ତ ପହଞ୍ଚି ପାରେ ନାହିଁ । କୌଣସି କାରଣ ବସତଃ ତାହା ଅଧା ରାସ୍ତାରେ ପ୍ରାଣ ହରାଏ । ହେଲେ ଏମତି ଅନେକ ପ୍ରେମ ରହିଛି, ଯାହା ବିବାହ ବେଦୀ ପର୍ଯ୍ୟନ୍ତ ପହଞ୍ଚେ । ହାତଗଣ୍ଠି, ବେଦପାଠର ମନ୍ତ୍ର ଧ୍ବନୀରେ ପୂର୍ଣ୍ଣ ରୂପ ପାଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଆଜିକାଲି ପ୍ରେମ ବିବାହରେ ଅଧିକାଂଶ ଛାଡପତ୍ର ହେଉଛି । ଏକଥା ଆମେ ନୁହଁ ଖୋଦ ସୁପ୍ରିମକେର୍ଟ କହିଛନ୍ତି ।

    ବୁଧବାର ଦିନ ଏକ ମାମଲାର ଶୁଣାଣୀ କରି ସର୍ବୋଚ୍ଚ ନ୍ୟାୟଳୟ କହିଛନ୍ତି, ପ୍ରେମ ବିବାହରେ ସବୁଠୁ ଅଧିକ ହେଉଛି ଛାଡପତ୍ର । ସୁପ୍ରିମକୋର୍ଟ ଜଷ୍ଟିସ ବିଆର ଗଭାଇ ଓ ସଂଜୟ କରୋଲଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ଟିପ୍ପଣୀ ଦେଇଛନ୍ତି । ଏକ ଛାଡପତ୍ର ମାମଲାରେ କୋର୍ଟ ଦମ୍ପତିଙ୍କୁ ମଧ୍ୟସ୍ଥତା କରିବା ପାଇଁ ପରାମର୍ଶ ଦେଇଥିଲେ। ହେଲେ ସ୍ୱାମୀ ଏହାକୁ ବିରୋଧ କରିଥିଲେ । ଏହାପରେ କୋର୍ଟ ଦମ୍ପତିଙ୍କୁ ଯୋଗ ଓ ଧ୍ୟାନ କରିବାକୁ ପରାର୍ମଶ ମଧ୍ୟ ଦେଇଛନ୍ତି ।

    କେବଳ ଏତିକି ନୁହେଁ, ଏହି ପରିପ୍ରେକ୍ଷୀରେ କୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ କଥା କହିଥିଲେ । ଆଜିକାଲି କାଲି ଛତୁ ଫୁଟିଲା ପରି ପ୍ରେମ ବିବାହ ହେଉଥିବା ବେଳେ ଅଧିକାଂଶ ଛାଡପତ୍ର ହୋଇଯାଉଛି । ଯାହା ଅତ୍ୟନ୍ତ ଚିନ୍ତାଜନକ । ସୁପ୍ରିମକୋର୍ଟ ଏହି ଉକ୍ତି ଦର୍ଶାଉଛି ଯେ, ପ୍ରେମ ପାଇଁ ଲୋକେ କେତେ କଣ କରିପକାଉଥିବା ବେଳେ ବିବାହ ପରେ ପ୍ରେମକୁ ସେମାନେ କେତେ ଗୁରୁତ୍ବ ଦେଉଛନ୍ତି । ପ୍ରେମକୁ ପାଇବା ପାଇଁ ହତ୍ୟା, ମୃତ୍ୟୁ ଭଳି ବଡ ବଡ କାଣ୍ଡ ଘଟିଯାଉଥିବା ବେଳେ ଏଥିରେ ଛାଡପତ୍ର କାହିଁକି ଅଧିକ ହେଉଛି ତାହା ସବୁଠୁ ବଡ ପ୍ରଶ୍ନ, ଯାହା ସୁପ୍ରିମକୋର୍ଟର ଉକ୍ତିରୁ ହିଁ ଜଣାଡୁଛି ।

  • ୪ ଦିନର କସରତ ପରେ ଲାଗିଲା ମୋହର, ସିଦ୍ଧରମୈୟା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

    ୪ ଦିନର କସରତ ପରେ ଲାଗିଲା ମୋହର, ସିଦ୍ଧରମୈୟା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

    ମେ’ ୧୩ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ବହୁମତ ହାସଲ କରି ସେଲିବ୍ରେସନ କରିଥିଲା । ହେଲେ ଦଳକୁ ଟେନସନ ଦେଇଥିଲା କିଏ ମୁଖ୍ୟମନ୍ତ୍ରୀ ହେବେ । ଡିକେ ଶିବକୁମାର ନା ସିଦ୍ଧରମୈୟା, କାହାକୁ ସିଏମ୍ ପଦବୀ ଦିଆଯିବ ସେ ନେଇ ଅଙ୍କକଷା ଚାଲିଥିଲା । ଦୀର୍ଘ ୪ ଦିନର କସରତ ପରେ ଶେଷରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ।

    କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ହେବେ ବରିଷ୍ଠ ନେତା ସିଦ୍ଧରମୈୟା । ଉପମୁଖ୍ୟମନ୍ତ୍ରୀ ଭାବେ ଶିବକୁମାରଙ୍କ ନାଁ ଘୋଷଣା ହୋଇଛି । ଚାରି ଦିନର ରାଜନୈତିକ କସରତ ପରେ କର୍ଣ୍ଣାଟକ ଅଚଳାବସ୍ଥାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଗତ ମଧ୍ୟରାତ୍ରିରେ ଏଭଳି ଘୋଷଣା କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେ । ଏହି ପଦବୀ ଲାଗି ପ୍ରମୁଖ ଦାବିଦାର ଥିବା ଡି.କେ ଶିବକୁମାରଙ୍କୁ ଶେଷରେ ମନାଇଛି ଦଳ । ମେ’ ୨୦ରେ ବେଙ୍ଗାଳୁରୁରେ ନୂତନ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି ।

    ଗତକାଲି ଅର୍ଥାତ ବୁଧବାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେ, ପୂର୍ତତନ ସାଂସଦ ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ଏକାଧିକ ପର୍ଯ୍ୟାୟ ଆଲୋଚନା ହୋଇଥିଲା । ଶୀର୍ଷ ପଦବୀକୁ ନେଇ ନେତାଙ୍କ ସହ ଆଲୋଚନା ଜାରି ଥିଲା । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଜାରିଥିବା ଅଚଳାବସ୍ଥାରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି ।

    ଗତ ୧୩ ତାରିଖରେ କର୍ଣ୍ଣାଟକ ରେଜଲ୍ଟ ଆସିବା ପରେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ସସ୍‌ପେନ୍ସ ଲାଗି ରହିଥିଲା । ନୂଆ ସରକାର ଗଠନ ହେବା କରିବାକୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ଆଲୋଚାନ ବି ହୋଇଥିଲା । ମୁଖ୍ୟମନ୍ତ୍ରୀ ରେସରେ ଥିବା ୨ ପ୍ରତିଦ୍ବନ୍ଦ୍ବୀ ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ କର୍ଣ୍ଣାଟକ କଂଗ୍ରେସ ସଭାପତି ଡିକେ ଶିବକୁମାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟି ଆଲୋଚନା କରିଥିଲେ । ପରେ ସେମାନେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ । ଶେଷରେ ରାହୁଲ ଗାନ୍ଧି ଓ ଖଡଗେଙ୍କ ସହ ଏକତ୍ର ବୈଠକ ପରେ ଶେଷରେ ସିଏମଙ୍କ ନାଁ ଘୋଷଣା ହୋଇଥିଲା ।

  • ବିହାରରେ ବାଗେଶ୍ୱର ରାଜନୀତି ଜୋରଦାର

    ବିହାରରେ ବାଗେଶ୍ୱର ରାଜନୀତି ଜୋରଦାର

    ପୁଣି ଚର୍ଚ୍ଚାରେ ବାଗେଶ୍ୱର ବାବା। ବାଗେଶ୍ୱର ବାବା ଓରଫ ଧୀରେନ୍ଦ୍ର ଶାସ୍ତ୍ରୀ। ବାବାଙ୍କର କଥା ପ୍ରବଚନ ଶିବିର ବିହାରର ପାଟନାରେ ଚାଲିଥିବା ବେଳେ ବାବାଙ୍କ ଦର୍ଶନ ପାଇଁ ସେଠାରେ ଦେଖିବାକୁ ମିଳିଛି ଅସମ୍ଭବ ଜନ ସମାଗମ। ସେପଟେ ପାଟନାର ଆୟକର ବିଭାଗ ଅଫିସ ନିକଟରେ ଥିବା ବାବାଙ୍କ ପୋଷ୍ଟରକୁ କେହି ରାତିରେ ଚିରି ଦେଇଥିବା ବେଳେ ଡାକ ବଙ୍ଗଳା ଛକ ନିକଟରେ ଥିବା ପୋଷ୍ଟରରେ କେହି ବୋଳିଦେଇଛି କାଳି । ଖାଲି ସେତିକି ନୁହେଁ ବାବାଙ୍କୁ ୪୨୦ ବୋଲି ମଧ୍ୟ ଲେଖି ଦେଇଛି। ଯାହାକୁ ନେଇ  ତେଜିଛି ରାଜନୀତି।

    ହିନ୍ଦୁ ରାଷ୍ଟ୍ର ଗଠନର ନାରା ଦେଇ ଚର୍ଚ୍ଚାକୁ ଆସିଥିବା ଆତ୍ମଘୋଷିତ ବାବା ବାଗେଶ୍ୱରଙ୍କୁ ନେଇ ବିହାରରେ ରାଜନୀତି ଜୋରଦାର। ବାବାଙ୍କ ପାଟନା ପ୍ରବଚନ  ଶିବିର ଓ ବାବାଙ୍କ ଦର୍ଶନ ପାଇଁ ଯେଉଁ ଭିଡ ବିହାର ତଥା ଦେଶ ଦେଖିଛି ତାହା ପୂର୍ବରୁ କେବେ କୌଣସି ବ୍ୟକ୍ତି ବିଶେଷଙ୍କ ପାଇଁ ମଧ୍ୟ ଦେଖିବାକୁ ମିଳି ନ ଥିଲା। ସେପଟେ ରାତିର ଆନ୍ଧାରରେ ଗୋଟିଏ ପୋଷ୍ଟରରେ କଳା ବୋଳା ହୋଇଛି ତ ପୁଣି ଅନ୍ୟ ପୋଷ୍ଟରକୁ ଫାଡି ଦିଆଯାଇଛି। ଏପରି କାମକୁ ବିଜେପି ସରକାରୀ କଳ ଓ ବଳର କାମ କହିଥିବା ବେଳେ  ବାବା ଉପରେ ଟିକ୍କାଟିପଣୀ ଦେବାରୁ ପଛେଇନି ଜେଡିୟୁ ଓ ଆରଜେଡି  ମୁଖ୍ୟ।

    ବାବାଙ୍କ ହିନ୍ଦୁ ରାଷ୍ଟ୍ର ଗଠନକୁ ନେଇ ଆହ୍ୱାନକୁ ନୀତିଶ ନାପସନ୍ଦ କରିଥିବା ବେଳେ ଆରଜେଡି ସୁପ୍ରିମୋ ଲାଲୁ ଯାଦବ ଧୀରେନ୍ଦ୍ର ଶାସ୍ତ୍ରୀ କଣ କେଉଁ  ବାବା କହି କରିଛନ୍ତି ପରିହାସ । ସେପଟେ ଆରଜେଡିର ନେତା ଶକ୍ତି ସିଂହ ଯାଦବ ବାବାଙ୍କ ଜନ ସମାବେଶକୁ ବିଜେପି ପ୍ରାୟୋଜିତ କହିଛନ୍ତି। ସେ ବାବାଙ୍କୁ ହିନ୍ଦୁ ଫାଶୀବାଦ ବା ହିନ୍ଦୁ ବିରୋଧୀ କହିବାକୁ ପଛେଇ ନାହାନ୍ତି। ସେହିପରି ଜେଡିୟୁ ନେତା ଜଗଦାନନ୍ଦ ସିଂହ ବାବାଙ୍କୁ ମଦାରୀ ବା ମାଙ୍କଡ ନଚାଳି ବୋଲି କହିଛନ୍ତି। ବାବାଙ୍କ ଦର୍ଶନ ପାଇଁ ଦେଖା ଦେଉଥିବା ଭିଡ ଉପରେ ଜଗଦାନନ୍ଦ ସିଂହ କହିଛନ୍ତି କି, ମଦାରୀ ମଧ୍ୟ ଲୋକଙ୍କୁ ଜୁଟାଇବାରେ ସକ୍ଷମ ହୋଇଥାଏ। ଏ ମଦାରୀ ଶିକ୍ଷିତ ଲୋକଙ୍କୁ ଭୁଆଁ ବୁଲାଉଛି।

    ସେପଟେ ବାବାଙ୍କ ଶିବିରର ୪ର୍ଥ ଦିନରେ ତେଜପ୍ରତାପ ନିଜ ନିରବତା ଭାଙ୍ଗି ବାବା କିଏ ବୋଲି ପ୍ରଶ୍ନ କରିବା ସହ ବିହାର କୃଷ୍ଣ ରାଜ୍ୟ ବୋଲି କହିଛନ୍ତି। କାରଣ ବାବା ବାଗେଶ୍ୱର ଭାରତକୁ ରାମଙ୍କ ରାଜ୍ୟ କହିଥାନ୍ତି। ଆହୁରି ତେଜପ୍ରତାପ କହିଛନ୍ତି କି ବିଜେପି ଧର୍ମ ନାମରେ ଦେଶ ଭାଙ୍ଗିବାକୁ ଚେଷ୍ଟା କରୁଛି। ସେହିପରି କଂଗ୍ରେସ ନେତା ଇରଫାନ ଅଂସାରୀ ବାବାଙ୍କୁ ତାଙ୍କ ଦରବାରରେ ଆଲ୍ଲା ହୋ ଆକବର  କି ୟା ଅଲ୍ଲୀ କହିବାକୁ ଦେଇଛନ୍ତି ପରାମର୍ଶ ।

    ତେବେ ବିହାରରେ ବାବା ବାଗେଶ୍ୱରଙ୍କୁ ବିରୋଧ କରି ଦରବାର ଲଗାଇ ନ ଦେବାକୁ ସରକାରର ସବୁ କଳ କୌଶଳ ଫେଲ ମାରିଛି। ଖାଲି ସେତିକି ନୁହେଁ ବିହାରରେ  ପ୍ରବଳ ତାତି ଓ ପ୍ରଖର ରୌଦ୍ର ତାପ ସତ୍ତ୍ୱେ ବାବାଙ୍କ ଦରବାରକୁ ଛୁଟିଛି ଲୋକଙ୍କ ସୁଅ। ଏସବୁ ଭିତରେ ଦେଖିବାକୁ ରହିଲା ବାସ୍ତବରେ ଆତ୍ମଘୋଷିତ ବାବା ବାଗେଶ୍ୱରଙ୍କର କୌଣସି ଐଶ୍ୱରିକ ଶକ୍ତି ରହିଛି ନା ବିଭିନ୍ନ କୌଶଳ ପ୍ରୟୋଗ କରି ସେ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି।

  • ଧନୀ ହେବା ନିଶାରେ ୯ ବର୍ଷର ପୁଅକୁ ହତ୍ୟା

    ଧନୀ ହେବା ନିଶାରେ ୯ ବର୍ଷର ପୁଅକୁ ହତ୍ୟା

    ହରିୟାଣାର ସୋନିପଥରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି । ଜଣେ ନାବାଳକ ଶୀଘ୍ର ଧନୀ ହେବାକୁ ଲକ୍ଷ ରକଇ ୯ ବର୍ଷର ପୁଅକୁ ଅପହରଣ କରିବା ସହ ତାକୁ ହତ୍ୟା କରିଛି । ପୁଲିସ ଅଭିଯୁକ୍ତକୁ ଗିରଫ କରିଥଇବା ବେଳେ ଅଧିକ ପଚରାଉଚୁରା କରିଛି । ପଚରାଉଚୁରା ବେଳେ ଅଭିଯୁକ୍ତ ଯାହା କହିଥିଲା ସେଥିରେ ପୋଲିସର ହୋସ ଉଡିଯାଇଥିଲା । ୯ ବର୍ଷର ପୁଅକୁ ଯିଏ ହତ୍ୟା କରିଛି ତାର ମଧ୍ୟ ବୟସ ବି କିଛି ବେଶି ନୁହେଁ । ଅଭିଯୁକ୍ତକୁ ମାତ୍ର ୧୫ ବର୍ଷ ବୟସ ହୋଇଛି ।

    ଅଭିଯୁକ୍ତ କହିଥିଲା ଯେ, ତାଙ୍କ ଘରର ଆର୍ଥିକ ଅବସ୍ଥା ଅତି ଶୋଚନୀୟ ଥିଲା । ତେଣୁ ସେ ଶୀଘ୍ର ସେ ଟଙ୍କା ଯୋଗାଡ କରି ଧନୀ ହେବାକୁ ଚାହୁଁଥିଲା । ତେଣୁ ସେ ଫିଲ୍ମ ଷ୍ଟାଇଲକୁ ଆପଣାଇ ସେ ୯ ବର୍ଷର ପୁଅକୁ ଅପହରଣ କରିନେଇଥିଲା । ଅପହରଣ ପରେ ନାବାଳକର ପରିବାରକୁ ଫୋନରେ ୬ ଲକ୍ଷ ଟଙ୍କା ମାଗିଥିଲା । ଆଉ ଏହାପରେ ବହାଲଗଡ ଥାନା ଅନ୍ତର୍ଗତ ଟିଡିଆଇ ଏସପିନିଆର ବେସମେଣ୍ଟରେ ଥିବା ଏକ ପାଣିଟାଙ୍କିରୁ ସେହି ନାବାଳକର ଶରୀର ଲହୁଲୁହାଣ ଅବସ୍ଥାରେ ମିଳିଥିଲା । ଆଉ ସେହି ୯ ବର୍ଷର ପୁଅର ମୃତ୍ୟୁ ହୋଇଯାଇଥିଲା ।

    ଏହାପରେ ଆଖପାଖର ସବୁ ସିସିଟିଭିକୁ ଚେକ୍ କରିଥିଲା ପୁଲିସ ଏବଂ ଏଥିରେ ଜଣେ ନାବାଳକ ସହ ମୃତ ଅର୍ଚ୍ଚିତ ବୁଲୁଥିବାର ଦେଖିବାକୁ ମିଳିଥିଲା । ପୁଲିସ ନାବାଳକକୁ ଖୋଜି ଜେରା କରିବା ପରେ ପୁରା ଘଟଣା ସାମନାକୁ ଆସିଛି ।