ଧନୀ ହେବା ନିଶାରେ ୯ ବର୍ଷର ପୁଅକୁ ହତ୍ୟା

ହରିୟାଣାର ସୋନିପଥରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି । ଜଣେ ନାବାଳକ ଶୀଘ୍ର ଧନୀ ହେବାକୁ ଲକ୍ଷ ରକଇ ୯ ବର୍ଷର ପୁଅକୁ ଅପହରଣ କରିବା ସହ ତାକୁ ହତ୍ୟା କରିଛି । ପୁଲିସ ଅଭିଯୁକ୍ତକୁ ଗିରଫ କରିଥଇବା ବେଳେ ଅଧିକ ପଚରାଉଚୁରା କରିଛି । ପଚରାଉଚୁରା ବେଳେ ଅଭିଯୁକ୍ତ ଯାହା କହିଥିଲା ସେଥିରେ ପୋଲିସର ହୋସ ଉଡିଯାଇଥିଲା । ୯ ବର୍ଷର ପୁଅକୁ ଯିଏ ହତ୍ୟା କରିଛି ତାର ମଧ୍ୟ ବୟସ ବି କିଛି ବେଶି ନୁହେଁ । ଅଭିଯୁକ୍ତକୁ ମାତ୍ର ୧୫ ବର୍ଷ ବୟସ ହୋଇଛି ।

ଅଭିଯୁକ୍ତ କହିଥିଲା ଯେ, ତାଙ୍କ ଘରର ଆର୍ଥିକ ଅବସ୍ଥା ଅତି ଶୋଚନୀୟ ଥିଲା । ତେଣୁ ସେ ଶୀଘ୍ର ସେ ଟଙ୍କା ଯୋଗାଡ କରି ଧନୀ ହେବାକୁ ଚାହୁଁଥିଲା । ତେଣୁ ସେ ଫିଲ୍ମ ଷ୍ଟାଇଲକୁ ଆପଣାଇ ସେ ୯ ବର୍ଷର ପୁଅକୁ ଅପହରଣ କରିନେଇଥିଲା । ଅପହରଣ ପରେ ନାବାଳକର ପରିବାରକୁ ଫୋନରେ ୬ ଲକ୍ଷ ଟଙ୍କା ମାଗିଥିଲା । ଆଉ ଏହାପରେ ବହାଲଗଡ ଥାନା ଅନ୍ତର୍ଗତ ଟିଡିଆଇ ଏସପିନିଆର ବେସମେଣ୍ଟରେ ଥିବା ଏକ ପାଣିଟାଙ୍କିରୁ ସେହି ନାବାଳକର ଶରୀର ଲହୁଲୁହାଣ ଅବସ୍ଥାରେ ମିଳିଥିଲା । ଆଉ ସେହି ୯ ବର୍ଷର ପୁଅର ମୃତ୍ୟୁ ହୋଇଯାଇଥିଲା ।

ଏହାପରେ ଆଖପାଖର ସବୁ ସିସିଟିଭିକୁ ଚେକ୍ କରିଥିଲା ପୁଲିସ ଏବଂ ଏଥିରେ ଜଣେ ନାବାଳକ ସହ ମୃତ ଅର୍ଚ୍ଚିତ ବୁଲୁଥିବାର ଦେଖିବାକୁ ମିଳିଥିଲା । ପୁଲିସ ନାବାଳକକୁ ଖୋଜି ଜେରା କରିବା ପରେ ପୁରା ଘଟଣା ସାମନାକୁ ଆସିଛି ।

Leave a Reply

Your email address will not be published. Required fields are marked *