ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ଭଞ୍ଜନଗର ଅତିରିକ୍ତ ସିଭିଲ ସପ୍ଲାଇ ଅଫିସ

vigilance
bhanjanagar additional supply officer in vigilance net

ଭଞ୍ଜନଗର ଅତିରିକ୍ତ ସିଭିଲ ସପ୍ଲାଇ ଅଫିସର ସଞ୍ଜୟ ସାହୁ  ଭିଜିଲାନ୍ସ ଜାଲରେ। ଆୟ ବର୍ହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ସଞ୍ଜୟଙ୍କ ଘର, ଅଫିସ୍‌ ସମେତ ମୋଟ ୭ଟି ସ୍ଥାନରେ ଚଢ଼ାଉ କରାଯାଇଛି। ସଞ୍ଜୟଙ୍କ ନାମରେ ଆୟ ବାହାରେ ବହୁ ଅର୍ଥ ଠୁଳ କରିଥିବା ଅଭିଯୋଗ ହୋଇଥିଲା।

ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ଟିମ ଆଜି ସକାଳୁ ସକାଳୁ ସଞ୍ଜୟଙ୍କ  ଭୁବନେଶ୍ୱରର, ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାର ପୈତୃକ ଘର, ବାସ ଭବନ ତଥା ଅଫିସ ସମେତ ମୋଟ ସାତଟି ସ୍ଥାନରେ ଚଢ଼ାଉ କରାଯାଇଛି। ସୂଚନା ମୁତାବକ, ସଞ୍ଜୟଙ୍କର ଭୁବନେଶ୍ୱରରେ ଏକ ଫ୍ଲାଟ୍‌ ଥିବାବେଳେ ପଟିଆ ଓ ଚନ୍ଦ୍ରଶେଖରପୁର ଅଞ୍ଚଳରେ ତାଙ୍କର ୨ଟି ପ୍ଲଟ୍ ରହିଛି। ସେହିପରି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଫିସ ଓ ଭଡା ଘରେ ରେଡ୍‌ ଚାଲିଛି। ଏହାସହ ସଞ୍ଜୟଙ୍କ ମୟୂରଭଞ୍ଜ ସ୍ଥିତ ବାସ ଭବନରେ  ମଧ୍ୟ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଛନ୍ତି।

 ଭୁବନେଶ୍ୱର ସ୍ଥିତ ଘର ଓ ଭଞ୍ଜନଗରସ୍ଥିତ  କାର୍ଯ୍ୟାଳୟରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି। କାର୍ଯ୍ୟାଳୟର  କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି। ତଦନ୍ତକାରୀ ସଂସ୍ଥାର  ସାତ ଡିଏସ୍‌ସି ଓ ୧୨ ଅଧିକାରୀ ଚଢ଼ାଉରେ ସାମିଲ ଅଛନ୍ତି।  

ଭଞ୍ଜନଗର ପୂର୍ବରୁ କାମାକ୍ଷାନଗରରେ ଆସିଷ୍ଟାଣ୍ଟ ସିଭିଲ ସପ୍ଲାଇ ଅଫିସର ଥିଲେ ସଞ୍ଜୟ। ସେ ନିକଟରେ  ପଦନ୍ନୋତି  ପାଇ  ଭଞ୍ଜନଗର ଅତିରିକ୍ତ ସିଭିଲ ସପ୍ଲାଇ ଅଫିସର ଭାବେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *