କିରଣ ରିଜିଜୁଙ୍କ ସ୍ଥାନରେ ଅର୍ଜୁନ ରାମ ମେଘ୍ୱାଲ ଅବସ୍ଥାପିତ

arjun ram meghwal
arjun ram meghwal appointed as new law minister of india

ବଦଳିଲେ ଭାରତର ଆଇନ ମନ୍ତ୍ରୀ। କିରଣ ରିଜିଜୁଙ୍କ ହାତରୁ ଆଇନ ମନ୍ତ୍ରଣାଳୟକୁ କାଢିନେଇଛନ୍ତି କେନ୍ଦ୍ର ସରକାର। କିରଣ ରିଜିଜୁଙ୍କ ସ୍ଥାନରେ ଅର୍ଜୁନ ରାମ ମେଘ୍ୱାଲଙ୍କୁ ଅବସ୍ଥାପିତ କରାଯାଇଛି। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତିରେ କୁହାଯାଇଛି କି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକ୍ରମେ କିରଣ ରିଜିଜୁଙ୍କ ସ୍ଥାନରେ ଅର୍ଜୁନ ରାମ ମେଘ୍ୱାଲଙ୍କୁ କେନ୍ଦ୍ର ଆଇନ ମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି। ମେଘ୍ୱାଲ ତାଙ୍କର ପୂର୍ବର ପୋର୍ଟଫୋଲିଓ ସହ ଏହି ବିଭାଗ ଅତିରିକ୍ତ ଭାବେ ଗ୍ରହଣ କରିଛନ୍ତି। ବର୍ତ୍ତମାନ ସେ ସଂସଦୀୟ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଉଛନ୍ତି।    

କିରଣ ରିଜିଜୁଙ୍କ ହାତରୁ ଆଇ ମନ୍ତ୍ରଣାଳୟ କାଢି ନେଇ ତାଙ୍କୁ ଭୂତତ୍ତ୍ୱ ବିଜ୍ଞାନ ମନ୍ତ୍ରଣାଳୟ ଦିଆଯାଇଛି। କିରଣ ରିଜିଜୁ ଜୁଲାଇ ୨୦୨୧ରେ ରବି ଶଙ୍କର ପ୍ରସାଦଙ୍କ ସ୍ଥାନରେ ଆଇନ ମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ।  କିରଣ ରିଜିଜୁଙ୍କ ପୂର୍ବରୁ ଭୂତତ୍ତ୍ୱ ବିଜ୍ଞାନ ବିଭାଗରେ ଜିତେନ୍ଦ୍ର ସିଂହ ମନ୍ତ୍ରୀ ଥିଲେ। ବର୍ତ୍ତମାନ ମେଘ୍ୱାଲ ସଂସଦୀୟ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ଆଇନ ମନ୍ତ୍ରଣାଳୟ ଅତିରିକ୍ତ ଭାବେ ଦିଆଯାଇଛି।

ମେଘ୍ୱାଲ ରାଜସ୍ଥାନର ବିକାନେରରୁ ଆସିଥିବା ବେଳେ ତାଙ୍କ ଜନ୍ମ ୨୦ ଡିସେମ୍ବର ୧୯୫୩ରେ ହୋଇଥିଲା। ସେ ବିକାନେରର ଡୁଙ୍ଗାର କଲେଜରୁ ଆଇନରେ ସ୍ନାତକ ପାସ କରିଥିଲେ। ୧୯୭୭ରେ ଆଇନ ଲାଇସେନ୍ସ ହାସଲ କରିଥିଲେ। ଏହି ବିଜେପି ନେତା ଜଣେ ପୂର୍ବତନ ଆଇଏଏସ ଅଫିସର ମଧ୍ୟ ଥିଲେ। ସେ ବିକାନେର ସଂସଦୀୟ କ୍ଷେତ୍ରରୁ ୩ଥର ବିଜୟ ହାସଲ କରିଛନ୍ତି।

ମେଘ୍ୱାଲ ୨୦୧୬ରୁ ୨୦୧୭ ମଧ୍ୟରେ କେନ୍ଦ୍ର ଫାଇନାନ୍ସ ଓ କର୍ପୋରେଟ ରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ଥିଲେ। ଏହା ବ୍ୟତୀତ ସେ କେନ୍ଦ୍ର ଜଳ ସଂସାଧନ ରାଷ୍ଟ୍ରମନ୍ତ୍ରୀ, ନଦୀ ବିକାଶ ଓ ଗଙ୍ଗା କାୟା କଳ୍ପ ତଥା ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭାବେ ୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ କାର୍ଯ୍ୟ କରିଛନ୍ତି। ଏହା ପରେ ସେ ଉଚ୍ଚ ଶିଳ୍ପ ଓ ସାଧାରଣ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରି ଆସୁଛନ୍ତି।

Leave a Reply

Your email address will not be published. Required fields are marked *