ତାମିଲନାଡୁର ଜଲ୍ଲିକଟ୍ଟୁକୁ ସୁପ୍ରିମକୋର୍ଟର ହଁ

ତାମିଲନାଡୁର ଜଲ୍ଲିକଟ୍ଟୁ ଖେଳକୁ ନେଇ ଅନେକ ବିବାଦ ଦେଖାଯାଇଥାଏ । ଅନେକ ସମସୟରେ ବହୁତ ଲୋକ ମୃତ୍ୟୁମୁଖରେ ପଡୁଥିବା ଦେଖିବାକୁ ମିଳିଥାଏ । ସେଥିପାଇଁ ଏହି ଖେଳକୁ ବ୍ୟାନ କରିବା ପାଇଁ ସୁପ୍ରିମକୋର୍ଟର ହସ୍ତକ୍ଷେପ ଲୋଡାଯାଇଥିଲା । ଏହି ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟ ସଂସ୍କୃତି ଆଉ ପରମ୍ପାକୁ ଦୃଷ୍ଟିରେ ରଖି ରାୟ ଶୁଣାଇଛନ୍ତି । ତାମିଲନାଡୁରେ ପ୍ରତିବର୍ଷ ଆୟୋଜିତ ହେଉଥିବା କ୍ରୀଡା ଜଲ୍ଲିକଟ୍ଟୁକୁ ସୁପ୍ରିମକୋର୍ଟ ସମର୍ଥନ କରିଛନ୍ତି । ଏଥିସହିତ ଏହାକୁ ବନ୍ଦ କରିବାକୁ ମଧ୍ୟ ମନା କରି ଦେଇଛନ୍ତି । ତାମିଲନାଡୁରେ ଜଲ୍ଲିକଟ୍ଟୁକୁ ଅନୁମତି ଦେଇଥିବା ରାଜ୍ୟ ସରକାରଙ୍କ ନଷ୍ପତ୍ତିକୁ ସୁପ୍ରିମକୋର୍ଟ ସମର୍ଥନ କରିଛନ୍ତି । ଏହି ଖେଳରେ ଅଂଶଗ୍ରହଣ କରୁଥିବା ଷଣ୍ଢ ମାନଙ୍କ ପ୍ରିତି ହେଉଥିବା ବର୍ବୋରତାକୁ ଦର୍ଶାଇ ଏହି ଆଇନକୁ ରଦ୍ଦ କରିବାକୁ ଦାବି କରାଯାଇଥିଲା ।

ତାମିଲନାଡୁରେ ଜଲ୍ଲିକଟ୍ଟୁକୁ ଅନୁମତି ନିୟମ, ସଂସଦରେ ପାରିତ ହୋଇଥିବା ପଶୁ କ୍ରୁରତା ନିରୋଧ ଆଇନର ଉଲ୍ଲଂଘନ କରୁଥିବା ଦର୍ଶାଯାଇଥିଲା । ସୁପ୍ରିମକୋର୍ଟ କହିଛନ୍ତି, ନୂତନ ନିୟମରେ କ୍ରୁରତାର ଦିଗ ପ୍ରତି ଧ୍ୟାନ ଦିଆଯାଇଛି । ଏହି ଖେଳ ଶତାବ୍ଦୀ ଶତାବ୍ଦୀ ଧରି ତାମିଲନାଡୁର ସଂସ୍କୃତିର ଏକ ଅଂଶ ହୋଇ ରହିଆସିଛି । ଏଥିରେ ବାଧା ସୃଷ୍ଟି କରାଯାଇପାରିବ ନାହିଁ । ଯଦି କେହି ପଶୁମାନଙ୍କ ପ୍ରତି ଅତ୍ୟାଚାର କରନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ୋଲି ସୁପ୍ରିମକୋର୍ଟ କହିଥିଲେ ।

Leave a Reply

Your email address will not be published. Required fields are marked *