ପ୍ରେମିକ-ପ୍ରେମିକା ମାନେ ସାବଧାନ, ପ୍ରେମ ବିବାହରେ ଅଧିକ ହେଉଛି ଛାଡପତ୍ର

ଆଜିକାଲିର ଯୁବ ପିଢି ପ୍ରେମର ଭରପୁର ମଜା ନେଉଛନ୍ତି । ସତେ ଯେମିତି ସେମାନେ ସବୁକିଛି ହାସଲ କରିଦେଲେ । ହେଲେ ସେ ମଜା ଦିନେ ଆପଣଙ୍କ ପାଇଁ ବଡ ବିପଦ ଆଣିପାରେ । ଅଧିକାଂଶ ପ୍ରେମ ସିନ୍ଦୁର ପର୍ଯ୍ୟନ୍ତ ପହଞ୍ଚି ପାରେ ନାହିଁ । କୌଣସି କାରଣ ବସତଃ ତାହା ଅଧା ରାସ୍ତାରେ ପ୍ରାଣ ହରାଏ । ହେଲେ ଏମତି ଅନେକ ପ୍ରେମ ରହିଛି, ଯାହା ବିବାହ ବେଦୀ ପର୍ଯ୍ୟନ୍ତ ପହଞ୍ଚେ । ହାତଗଣ୍ଠି, ବେଦପାଠର ମନ୍ତ୍ର ଧ୍ବନୀରେ ପୂର୍ଣ୍ଣ ରୂପ ପାଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଆଜିକାଲି ପ୍ରେମ ବିବାହରେ ଅଧିକାଂଶ ଛାଡପତ୍ର ହେଉଛି । ଏକଥା ଆମେ ନୁହଁ ଖୋଦ ସୁପ୍ରିମକେର୍ଟ କହିଛନ୍ତି ।

ବୁଧବାର ଦିନ ଏକ ମାମଲାର ଶୁଣାଣୀ କରି ସର୍ବୋଚ୍ଚ ନ୍ୟାୟଳୟ କହିଛନ୍ତି, ପ୍ରେମ ବିବାହରେ ସବୁଠୁ ଅଧିକ ହେଉଛି ଛାଡପତ୍ର । ସୁପ୍ରିମକୋର୍ଟ ଜଷ୍ଟିସ ବିଆର ଗଭାଇ ଓ ସଂଜୟ କରୋଲଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ଟିପ୍ପଣୀ ଦେଇଛନ୍ତି । ଏକ ଛାଡପତ୍ର ମାମଲାରେ କୋର୍ଟ ଦମ୍ପତିଙ୍କୁ ମଧ୍ୟସ୍ଥତା କରିବା ପାଇଁ ପରାମର୍ଶ ଦେଇଥିଲେ। ହେଲେ ସ୍ୱାମୀ ଏହାକୁ ବିରୋଧ କରିଥିଲେ । ଏହାପରେ କୋର୍ଟ ଦମ୍ପତିଙ୍କୁ ଯୋଗ ଓ ଧ୍ୟାନ କରିବାକୁ ପରାର୍ମଶ ମଧ୍ୟ ଦେଇଛନ୍ତି ।

କେବଳ ଏତିକି ନୁହେଁ, ଏହି ପରିପ୍ରେକ୍ଷୀରେ କୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ କଥା କହିଥିଲେ । ଆଜିକାଲି କାଲି ଛତୁ ଫୁଟିଲା ପରି ପ୍ରେମ ବିବାହ ହେଉଥିବା ବେଳେ ଅଧିକାଂଶ ଛାଡପତ୍ର ହୋଇଯାଉଛି । ଯାହା ଅତ୍ୟନ୍ତ ଚିନ୍ତାଜନକ । ସୁପ୍ରିମକୋର୍ଟ ଏହି ଉକ୍ତି ଦର୍ଶାଉଛି ଯେ, ପ୍ରେମ ପାଇଁ ଲୋକେ କେତେ କଣ କରିପକାଉଥିବା ବେଳେ ବିବାହ ପରେ ପ୍ରେମକୁ ସେମାନେ କେତେ ଗୁରୁତ୍ବ ଦେଉଛନ୍ତି । ପ୍ରେମକୁ ପାଇବା ପାଇଁ ହତ୍ୟା, ମୃତ୍ୟୁ ଭଳି ବଡ ବଡ କାଣ୍ଡ ଘଟିଯାଉଥିବା ବେଳେ ଏଥିରେ ଛାଡପତ୍ର କାହିଁକି ଅଧିକ ହେଉଛି ତାହା ସବୁଠୁ ବଡ ପ୍ରଶ୍ନ, ଯାହା ସୁପ୍ରିମକୋର୍ଟର ଉକ୍ତିରୁ ହିଁ ଜଣାଡୁଛି ।

Leave a Reply

Your email address will not be published. Required fields are marked *