Category: ଦେଶ-ବିଦେଶ

  • ମିଡିଆୱାନ ଉପରୁ ହଟିଲା କେନ୍ଦ୍ର କଟକଣା…ଗଣମାଧ୍ୟମ ସ୍ୱାଧୀନ ହେବା ଆବଶ୍ୟକ: ସିଜେଆଇ

    ମିଡିଆୱାନ ଉପରୁ ହଟିଲା କେନ୍ଦ୍ର କଟକଣା…ଗଣମାଧ୍ୟମ ସ୍ୱାଧୀନ ହେବା ଆବଶ୍ୟକ: ସିଜେଆଇ

    CJI

    ମାଲାୟଲମ ନ୍ୟୁଜ୍ ଚାନେଲ ମିଡିଆୱାନକୁ ସର୍ବୋଚ୍ଚ ଅଦାଲତରୁ ଆଶ୍ୱସ୍ତି । ଚାନେଲ ବନ୍ଦ କରିବାକୁ କେନ୍ଦ୍ରର ନିର୍ଦ୍ଦେଶକୁ ରଦ୍ଦ କଲେ ସର୍ବୋଚ୍ଚ ନ୍ୟାୟାଳୟ। ଚାନେଲକୁ ସିକ୍ୟୁରିଟି କ୍ଲିୟରାନ୍ସ ନଦେବାକୁ ନେଇ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କୋର୍ଟ। ଚାନେଲ ବିରୋଧରେ ଥିଲା ଜାତୀୟ ସୁରକ୍ଷା ପ୍ରତି ବିପଦର ଅଭିଯୋଗ। ଗୁଇନ୍ଦା ତଥ୍ୟ ଆଧାରରେ ଚାନେଲକୁ ସିକ୍ୟୁରିଟି କ୍ଲିୟରାନ୍ସ ଦେଇ ନ ଥିଲା କେନ୍ଦ୍ର।

    ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଥିଲେ କି,ଆତଙ୍କବାଦୀଙ୍କ ସହ ସମ୍ପର୍କ ଥିବାପରି କୌଣସି କଥା ନ ଥିଲା । ପବନ ପରି ତଥ୍ୟ ଆଧାରରେ ରାଷ୍ଟ୍ରୀୟ ସୁରକ୍ଷାର ଦାବି ଅନୁଚିତ । ରାଷ୍ଟ୍ରୀୟ ସୁରକ୍ଷା ବିରୋଧରେ ବା ବ୍ୟବସ୍ଥା ବିରୋଧୀ କୌଣସି ଜିନିଷ ନାହିଁ,ଯାହା ବିପଦ ସୃଷ୍ଟି କରିବ।
    କୋର୍ଟ ଆହୁରି କହିଛନ୍ତି କି,ଜନତାର ଅଧିକାର ଚ୍ଛିନ୍ନ କରିବାକୁ ରାଷ୍ଟ୍ରୀୟ ସୁରକ୍ଷାର ପ୍ରସଙ୍ଗ ଉଠାଯାଇ ନପାରେ । ଏହି ମାମଲାରେ ଗୃହମନ୍ତ୍ରଣାଳୟ କାହିଁକି ପ୍ରଶ୍ନ କରି ନ ଥିଲା ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ । ଏଥିସହ ଗଣତାନ୍ତ୍ରିକ ରାଜ୍ୟର ସୁପରିଚାଳନା ପାଇଁ ଗଣମାଧ୍ୟମ ସ୍ୱାଧୀନ ହେବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି । ସରକାରଙ୍କ ସମାଲୋଚନା କରିବା ଆଧାରରେ କୌଣସି ଚାନେଲର ଲାଇସେନ୍ସ ରଦ୍ଦ କରାଯାଇପାରିବ ନାହିଁ ବୋଲି ମଧ୍ୟ କୋର୍ଟ କହିଛନ୍ତି ।

  • ଟାଲକମ୍ ପାଉଡରରୁ କ୍ୟାନ୍ସର !…’ଜନସନ୍ ଆଣ୍ଡ ଜନସନ୍’ ଗଣିବ ତଣ୍ଡ

    ଟାଲକମ୍ ପାଉଡରରୁ କ୍ୟାନ୍ସର !…’ଜନସନ୍ ଆଣ୍ଡ ଜନସନ୍’ ଗଣିବ ତଣ୍ଡ

    ଆମେରିକାର ଅନ୍ୟତମ ବୃହତ୍ତମ ଫାର୍ମାସ୍ୟୁଟିକାଲ କମ୍ପାନୀ ଜନସନ ଆଣ୍ଡ ଜନସନ (Johnson & Johnson) ନିଜ ଉପରେ ଥିବା 9 ବର୍ଷ ପୁରୁଣା ମାମଲାର ସମାଧାନ ପାଇଁ 890 କୋଟି ଆମେରିକୀୟ ଡଲାର ବା ଆନୁମାନିକ 730,086 କୋଟି ଟଙ୍କା ଦେବାକୁ ରାଜି । ଜନସନ ଆଣ୍ଡ ଜନସନ ଟେଲକମ ପାଉଡରରେ କ୍ୟାନସର ସୃଷ୍ଟିକାରୀ ଉପାଦାନ ନେଇ ଅଭିଯୋଗ ପରେ ମାମଲା କୋର୍ଟକୁ ଯାଇଥିଲା ।

    ନ୍ୟୁ ଜର୍ସି ଭିତ୍ତିକ କମ୍ପାନୀ ପକ୍ଷରୁ କୁହାଯାଇଛି କି,ଏହି ପ୍ରସ୍ତାବିତ ସମାଧାନ ତଥାପି ଏକ ଦେବାଳିଆ କୋର୍ଟର ଅନୁମୋଦନ ଆବଶ୍ୟକ କରୁଛି। ଏଥିସହ କସମେଟିକ ଟାଲକ୍ ବିରୋଧରେ ଥିବା ସମସ୍ତ ଅଭିଯୋଗର ସମାଧାନ, ଦକ୍ଷତା ଓ ପ୍ରବାବଶାଳୀ ଢଙ୍ଗରେ କରିବା ଦିଗରେ କାର୍ଯ୍ୟ କରିବ ।

    କମ୍ପାନୀ ପକ୍ଷରୁ ଆହୁରି କୁହାଯାଇଛି କି,ଏହି ସମାଧାନ କୋର୍ଟ ତଥା ଅଧିକାଂଶ ଅଭିଯୋଗକାରୀଙ୍କ ପକ୍ଷରୁ ଅନୁମୋଦିତ ହେଲେ 890 କୋଟି ଡଲାରର ସମାଧାନ ଯୁକ୍ତରାଷ୍ଟ୍ରର ସର୍ବ ବୃହତ୍ତ ଆପୋଷ ବୁଝାମଣା ଆଧାରରେ ହୋଇଥିବା ସମାଧାନ ଭିତରୁ ଅନ୍ୟତମ ହେବ । ପୂର୍ବରୁ ଏପ୍ରକାର ବୁଝାମଣା କେବଳ ତମାଖୁ ଓ ଅଫିମ ଉତ୍ପାଦନକାରୀ ସଂସ୍ଥା ଦ୍ୱାରା ହୋଇଛି ।

    ସୂଚନା ଯୋଗ୍ୟ,ଜନସନ ଆଣ୍ଡ ଜନସନ ବିରୋଧରେ ଏକ ହଜାରରୁ ଅଧିକ ମାମଲା ବିଚାରାଧୀନ ଅଛି । ଜନସନ ଆଣ୍ଡ ଜନସନ ଟେଲକମ ପାଉଡରରେ ଓଭାରିୟାନ କର୍କଟ ସୃଷ୍ଟିକାରୀ ଆଜବେଷ୍ଟସ ରହିଥିବା ଅଭିଯୋଗ ହୋଇଥିଲେ ମଧ୍ୟ ଏହାକୁ କମ୍ପାନୀ ଖଣ୍ଡନ କରି ଆସୁଥିଲା । ହେଲେ କମ୍ପାନୀ ପକ୍ଷରୁ 2020 ମେ ମାସରୁ ଆମେରିକା ଓ କାନାଡାରେ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ପାଉଡର ବିକ୍ରି ବନ୍ଦ କରାଯାଇଥିଲା ।

    କମ୍ପାନୀର ଆଇନ ମୁଖ୍ୟ ଏରିକ ହାସ ଏକ ବିବୃତ୍ତିରେ କହିଛନ୍ତି କି,କମ୍ପାନୀ ବିଶ୍ୱାସ କରେ କି, ଏହିସବୁ ଅଭିଯୋଗ ଭ୍ରମାତ୍ମକ ଓ ବୈଜ୍ଞାନିକ ଆଧାର ବିହୀନ । ଜନସନ ଆଣ୍ଡ ଜନସନ ପକ୍ଷରୁ କୁହାଯାଇଛି କି,କମ୍ପାନୀର ସହଯୋଗୀ ଏଲଟିଏଲ ମ୍ୟାନେଜମେଣ୍ଟ ଏଲଏଲସି ଆସନ୍ତା 25 ବର୍ଷରେ ହଜାର ହଜାର ଦାବିଦାରଙ୍କୁ 890 କୋଟି ଡଲାର ଦେବାକୁ ରାଜି । ଦେବାଳିଆ ସ୍ଥିତିରୁ ସୁରକ୍ଷା ପାଇଁ ତଥା ଅଭିଯୋଗର ସାମ୍ନା କରିବାକୁ ଏଲଟିଏଲ ମ୍ୟାନେଜମେଣ୍ଟ ଏଲଏଲସି ଗଠନ କରାଯାଇଥିଲା ।

    ଏଲଟିଏଲ ମ୍ୟାନେଜମେଣ୍ଟ ଏଲଏଲସି ଦ୍ୱାରା ପୂର୍ବରୁ ଦିଆଯାଇଥିବା ଏକ ପ୍ରସ୍ତାବକୁ କୋର୍ଟ ଖାରଜ କରିଦେଇଥିଲେ । ବର୍ତ୍ତମାନ କୋର୍ଟ ଏଲଟିଏଲ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ପୂର୍ବ ପ୍ରସ୍ତାବ ଅନୁଯାୟୀ କମ୍ପାନୀ 2 ବିଲିୟନ ଡଲାର ଦେବାକୁ ପ୍ରସ୍ତାବ ଦେଇଥିଲେ ।

  • ଓଡ଼ିଶାରେ ବିଶାଳ ଇସ୍ପାତ କାରଖାନା !…ନବୀନଙ୍କୁ ଆଶା ଦେଖାଇଲା ‘ନିପନ୍’

    ଓଡ଼ିଶାରେ ବିଶାଳ ଇସ୍ପାତ କାରଖାନା !…ନବୀନଙ୍କୁ ଆଶା ଦେଖାଇଲା ‘ନିପନ୍’

    CM DISCUSSED WITH ‘NIPPON’ CHAIRMAN

    ଜାପାନ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ନିପନ (Nippon)ଷ୍ଟିଲ କର୍ପୋରେସନ ଅଧ୍ୟକ୍ଷ ଇଜି ହାସିମୋଟୋଙ୍କ ସହ ସାକ୍ଷାତ କରିଛନ୍ତି । ରାଜ୍ୟରେ ୩୦ ନିୟୁତ ଟନ୍ ଇସ୍ପାତ କାରଖାନା ସ୍ଥାପନ (set up)କରିବାକୁ କମ୍ପାନୀ ଯୋଜନା ରଖିଥିବା ନେଇ ଆଲୋଚନା ହୋଇଛି ।

    ରାଜ୍ୟରେ ନିପନ୍ ଷ୍ଟିଲ୍ କମ୍ପାନୀ ପକ୍ଷରୁ ମେଗା ପ୍ଲାଣ୍ଟ ପ୍ରତିଷ୍ଠା ହେଲେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର ଏବଂ କେନ୍ଦୁଝରରେ ହଜାର ହଜାର ନିଯୁକ୍ତି (jobs)ସୃଷ୍ଟି ହେବ । ସ୍ଥାନୀୟ ଲୋକ ସମେତ ରାଜ୍ୟବାସୀଙ୍କ ଆର୍ଥିକ ସ୍ଥିତି (financial condition)ସୁଦୃଢ଼ ହେବ । ଏଥିସହ ରାଜ୍ୟ ବିକାଶ ଦିଗକୁ ବଢ଼ିବ । ଏଭଳି ମେଗା ପ୍ଲାଣ୍ଟ ପାଇଁ ସମସ୍ତ ପ୍ରକାର ସୁବିଧା (facilities)ଯୋଗାଇଦେବେ ବୋଲି ନିପନ ଷ୍ଟିଲ୍ ଅଧ୍ୟକ୍ଷ ଇଜି ହାସିମୋଟୋଙ୍କୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହ ହାସିମୋଟୋ ଏବଂ ତାଙ୍କ ଟିମକୁ ଓଡ଼ିଶା ଭ୍ରମଣରେ ଆସିବାକୁ ନିମନ୍ତ୍ରଣ କରିଛନ୍ତି ନବୀନ ।

    ଗୁରୁବାର ନିପନ ଷ୍ଟିଲ କର୍ପୋରେସନର କିମିସୁ ୱାର୍କସ ଓ ଆରଆଣ୍ଡଡି କେନ୍ଦ୍ର ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । ଉଭୟ ପକ୍ଷ ମଧ୍ୟରେ କ୍ୟୋଟା ସହରରେ ଏକ ରାଉଣ୍ଡ ଟେବୁଲ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

  • ଆମେରିକାରେ ‘ବିପ୍ଳବ’ର ପଦଧ୍ୱନି !

    ଆମେରିକାରେ ‘ବିପ୍ଳବ’ର ପଦଧ୍ୱନି !

    COURTSEY : IMAGE FROM REUTERS

    ଶେଷରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ(Donald Trump)ଙ୍କୁ ଜାମିନ ମିଳିଛି । ତାଙ୍କୁ ୧.୨୨ ମିଲିୟନ୍ ଡଲାର ଦେବାକୁ ନି୍ର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଗତକାଲି ଅର୍ଥାତ୍ ମଙ୍ଗଳବାର ଗିରଫ(Arrest) କରାଯାଇଥିବା ବେଳେ ଏବେ କିନ୍ତୁ ବେଲ୍ (bail)ଦେଇଛନ୍ତି କୋର୍ଟ ।

    ଏକ ଅପରାଧିକ ମାମଲା(criminal case)ରେ ମ୍ୟାନହଟନ କୋର୍ଟରେ ପହଞ୍ଚିବା ପରେ ଟ୍ରମ୍ପଙ୍କୁ ଗିରଫ କରାଯାଇଥିଲା । ୨୦୧୬ ମସିହାରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା । ଏହା ପୂର୍ବରୁ ଏକ ପର୍ଣ୍ଣଷ୍ଟାର ଷ୍ଟର୍ମୀ ଡାନିଏଲ୍ସଙ୍କ ପାଟି ଚୁପ୍ କରିବା ପାଇଁ ସେ ନିଜ ଓକିଲ ମାଧ୍ୟମରେ ଅର୍ଥ ଦେଇଥିଲେ । ଆର୍ଥିକ ରେକର୍ଡକୁ ମିଥ୍ୟା କରିବା ସହିତ ଟ୍ରମ୍ପ ବିଭିନ୍ନ ଅଭିଯୋଗର ସାମ୍ନା କରିଥିଲେ । କୋର୍ଟରେ ହାଜର ପରେ ସମସ୍ତ ଅଭିଯୋଗକୁ ଅସ୍ୱୀକାର(denied) କରି ନିଜକୁ ନିର୍ଦ୍ଦୋଷ (innocent)ବୋଲି ଘୋଷଣା କରିଥିଲେ ଟ୍ରମ୍ପ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୪ରେ ହେବ ।

    ଡୋନାଲ୍ଡ ଟ୍ରମ୍ପ ଆମେରିକା ଇତିହାସ ପାଇଁ ବଦନାମର (infamy)ଚିତ୍ର ଆଙ୍କିଛନ୍ତି । ଜଣେ ଏଭଳି ବ୍ୟକ୍ତି ଗିରଫ ହେବା ନିହାତି ବିରଳ (extremely rare)ଘଟଣା । ଆମେରିକାର ପ୍ରଥମ ତଥା ପୂର୍ବତନ ରାଷ୍ଟ୍ରପତି ଭାବେ ସେ ଗିରଫ ହୋଇଛନ୍ତି । ପରେ ଅବଶ୍ୟ ତାଙ୍କୁ ଜାମିନ ମିଳିଛି । ଏହା କଣ ବିପ୍ଳବ(revolution)ର ସଙ୍କେତ ଦେଉନି ତ ? ଟ୍ରମ୍ପଙ୍କ ସମର୍ଥକମାନେ କଣ ଏହାକୁ ସହଜରେ ଗ୍ରହଣ କରିବେ କି ? ନ୍ୟୁୟର୍କ କୋର୍ଟ ବାହାରେ ବହୁ ସମର୍ଥକଙ୍କ ଭିଡ଼ ଜମିଥିଲା । କୋର୍ଟ ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଇଥିଲା । ତେବେ ଆସନ୍ତା ଦିନରେ ଏହା କଣ ଆମେରିକା ପାଇଁ ବୁମେରାଂ ହେବ । ଏହିଠାରୁ ହିଁ କଣ ଆମେରିକାରେ ବିପ୍ଳବ ଆରମ୍ଭ ହେବ, ଏ ନେଇ ଅନେକ ପ୍ରଶ୍ନ ଆସୁଛି ।

  • ଅରୁଣାଚଳ ପ୍ରଦେଶର ୧୧ଟି ସ୍ଥାନକୁ ବେଜିଂ’ର ରିନେମ୍..ଭାରତର ବିରୋଧ,’ବାସ୍ତବତା ପରିବର୍ତ୍ତନ ହେବନି’

    ଅରୁଣାଚଳ ପ୍ରଦେଶର ୧୧ଟି ସ୍ଥାନକୁ ବେଜିଂ’ର ରିନେମ୍..ଭାରତର ବିରୋଧ,’ବାସ୍ତବତା ପରିବର୍ତ୍ତନ ହେବନି’

    COURTSEY:IMAGE FROM NDTV

    ବିଶ୍ୱାସଘାତକ ଚୀନ ପୁଣି ଥରେ ବିବାଦ ସୃଷ୍ଟି କରିଛି । ଅରୁଣାଚଳ ପ୍ରଦେଶର ୧୧ଟି ସ୍ଥାନକୁ ପୁଣିଥରେ ନାମିତ କରିଛି ଯାହାକୁ ନେଇ ଭାରତ ଉଦବେଗ ପ୍ରକାଶ କରିଛି । ଏସବୁ ସ୍ଥାନ ଭାରତର ଅବିଚ୍ଛେଦ୍ୟ ଅଙ୍ଗ(integral part) । ଏହା ଭାରତର ଥିଲା ଏବଂ ଏହି ସ୍ଥାନ ସବୁବେଳେ ଭାରତର ଅଂଶ ହୋଇ ରହିବ ବୋଲି ନୂଆଦିଲ୍ଲୀ ସ୍ପଷ୍ଟ କରିଛି । ଗତକାଲି ଚୀନ, ଅରୁଣାଚଳ ପ୍ରଦେଶର ଏସବୁ ସ୍ଥାନକୁ ରିନେମ୍(Renaming) କଲାପରେ ଭାରତ ତୀବ୍ର ବିରୋଧ କରିଛି । ଯେଉଁସବୁ ସ୍ଥାନର ନାମକରଣ ହୋଇଛି ତାହା ତିବ୍ଦତର ଦକ୍ଷିଣ ଭାଗ ଜାଙ୍ଗନନ୍ ବୋଲି କୁହାଯାଉଛି ।

    ଚୀନ୍ ପକ୍ଷରୁ ପ୍ରକାଶିତ ତାଲିକା(list)ରେ ରହିଛି ପାଞ୍ଚଟି ପର୍ବତ ଶିଖର,ଦୁଇଟି ଭୂମିକ୍ଷେତ୍ର,ଦୁଇଟି ଆବାସିକ ଅଞ୍ଚଳ ଏବଂ ଦୁଇଟି ନଦୀ । ପୂର୍ବରୁ ଏହିପରି ଦୁଇଟି ତାଲିକା 2018 ଏବଂ 2021ରେ ପ୍ରକାଶ ପାଇଥିଲା । 2017ରେ ୬ଟି ନାମ ତାଲିକା ଜାରି କରିଥିବାବେଳେ 2021ରେ ଅରୁଣାଚଳ ପ୍ରଦେଶର 15ଟି ସ୍ଥାନର ନାମ ପରିବର୍ତ୍ତନ କରିଥିଲା ବେଜିଂ । ସେପଟେ, ନୂଆଦିଲ୍ଲୀ ପକ୍ଷରୁ ଏକ ବିବୃତ୍ତି(statement) ଜାରି କରି କୁହାଯାଇଛି ଯେ ଚୀନ୍ ଯେଉଁ ନାମ ଉଦ୍ଭାବନ କରୁଛି, ବିବାଦ ସୃଷ୍ଟି କରୁଛି ତାହା ବାସ୍ତବତା(reality)କୁ ପରିବର୍ତ୍ତନ କରିବ ନାହିଁ । ପ୍ରଥମ ଥର ପାଇଁ ଏଭଳି ଉଦ୍ୟମ କରି ନାହିଁ ଚୀନ । ପୂର୍ବରୁ ଅନେକ ଥର ଚୀନର ଏଭଳି କାର୍ଯ୍ୟ ଦେଖିଛୁ ଯାହାକୁ ଖୋଲାଖୋଲି ଭାବେ ପ୍ରତ୍ୟାଖ୍ୟାନ କରାଯାଉଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର (spokesperson)ଅରିନ୍ଦମ୍ ବାଗଚି କହିଛନ୍ତି।

    ଅରିନ୍ଦମ୍ ବାଗଚି କହିଛନ୍ତି,ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଯାହା ରହିଆସିଛି ଏବଂ ରହିବ ମଧ୍ୟ । ଉଦ୍ଭାବିତ ନାମ ନେଇ ଏଭଳି ପ୍ରୟାସ (Attempts)କଲେ ବାସ୍ତବତାକୁ ପରିବର୍ତ୍ତନ କରାଯାଇପାରିବ ନାହିଁ । ସେପଟେ ଗ୍ଲୋବାଲ ଟାଇମ୍ସ (Global Times)ଅନୁଯାୟୀ ଏହା ଭୌଗଳିକ ନାମ(geographical names) ଯାହାକୁ ଚୀନ ଦର୍ଶାଇଛି । ୨୦୧୭ରେ ତିବ୍ଦତ ଧର୍ମଗୁରୁ ଦଲାଇ ଲାମାଙ୍କ ଅରୁଣାଚଳ ପ୍ରଦେଶ ଗସ୍ତର ଦିନକ ପରେ ଚୀନ୍ ଏହି ନାମର ପ୍ରଥମ ସେଟ୍ ଘୋଷଣା କରିଥିଲା । ଗତ ଡିସେମ୍ବରରେ ରାଜ୍ୟର ତାୱାଙ୍ଗ ସେକ୍ଟର LACରେ ଦୁଇ ଦେଶର ସେନା ମୁହାାଁମୁହିଁ (face-off)ହୋଇଥିଲେ ।

  • ପୃଥିବୀର ନିକଟତର ହେଉଛି ଅନ୍ୟ ଗ୍ରହ…ମାନବ ଜଗତ ପାଇଁ ବିପଦ !

    ପୃଥିବୀର ନିକଟତର ହେଉଛି ଅନ୍ୟ ଗ୍ରହ…ମାନବ ଜଗତ ପାଇଁ ବିପଦ !

    COURTSEY:IMAGE TWEETED BY@AsteroidWatch

    ପୃଥିବୀ ନିକଟକୁ ଆସୁଥିବା ଆଷ୍ଟେରଏଡ (Asteroids)ସବୁବେଳେ ହେଡଲାଇନ୍ ହୋଇଥାଏ କାରଣ ଗୋଟିଏ ସହିତ ଧକ୍କା (collision)ହେବା ଦ୍ୱାରା ମାନବ ଜଗତ ପାଇଁ ବଡ଼ ବିପର୍ଯ୍ୟୟ (massive disaster)ହୋଇପାରେ । ନିକଟରେ ଜାତୀୟ ଏରୋନେଟିକ୍ସ ଏବଂ ସ୍ପେସ୍ ଆଡମିନିଷ୍ଟ୍ରେସନ ଜେଟ୍ ପ୍ରପୁଲସନ୍ ଲାବୋରେଟୋରୀ ପକ୍ଷରୁ କୁହାଯାଇଛି ଆଗାମୀ ଦିନରେ କିଛି ଗ୍ରହ ପୃଥିବୀର ନିକଟତର ହେବ । ନାସା (NASA)ଅନୁଯାୟୀ ପାଞ୍ଚଟି ଗ୍ରହ ପୃଥିବୀ ଆଡ଼କୁ ଆସିବ ଏବଂ ସେମାନଙ୍କ ମଧ୍ୟରୁ ଦୁଇଟି ପୃଥିବୀର ଅତି ନିକଟତର ହେବ ।

    ନାସାର ଆଷ୍ଟେରଏଡ୍ ୱାଚ୍ ଡ୍ୟାସବୋର୍ଡ, ଆଷ୍ଟେରଏଡ ଏବଂ ଧୂମଗୁଡ଼ିକୁ ଟ୍ରାକ୍ କରିଥାଏ (tracks)ଯାହା ପୃଥିବୀକୁ ଅପେକ୍ଷାକୃତ ନିକଟତର କରିବ । ଏହାର ମୁକାବିଲା ପାଇଁ ଡ୍ୟାସବୋର୍ଡ ନିକଟତମ ଆଭିମୁଖ୍ୟ,ଆନୁମାନିକ ବସ୍ତୁ ବ୍ୟାସ,ଆପେକ୍ଷିକ ଆକାର ଏବଂ ପୃଥିବୀ ଠାରୁ ଦୂରତା ପ୍ରଦର୍ଶନ (displays)କରେ ।

    COURTSEY : NASA

    ଆଷ୍ଟେରଏଡ 2023 FU6 : ଏକ ଛୋଟ 45 ଫୁଟ ଆଷ୍ଟେରଏଡ 18 ଲକ୍ଷ 70 ହଜାର କିଲୋମିଟର ଦୂରତାରେ ଥିବାବେଳେ ଏବେ ପୃଥିବୀର ନିକଟତର ହେଉଛି ।
    ଆଷ୍ଟେରଏଡ 2023 FS11 : 82 ଫୁଟ ବିମାନ ଆକାରର (aeroplane-sized)ଆଷ୍ଟେରଏଡ,ଯାହା 66 ଲକ୍ଷ 10 ହଜାର କିଲୋମିଟର ଦୂରତାରେ ପୃଥିବୀ ଦେଇ ଉଡ଼ିବ ।
    FA7: ବିମାନ ଆକାର 92 ଫୁଟର ଆଷ୍ଟେରଏଡ୍ ଆଜିର ଦିନରେ ପୃଥିବୀ ଠାରୁ 22 ଲକ୍ଷ 50 ହଜାର କିଲୋମିଟର ଦୂରତାରେ ରହିଛି ।
    FQ7:57 ଲକ୍ଷ 50 ହଜାର କିଲୋମିଟର ଦୂରତାରେ ଥିବା 65ଫୁଟ ଘର ଆକାରର ଆଷ୍ଟେରଏଡ୍ ଆସନ୍ତାକାଲି ଅର୍ଥାତ ଏପ୍ରିଲ୍ 5ରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବ ।

    ଆଷ୍ଟ୍ରୋଏଡ 2023 FZ3 : ଆଷ୍ଟେରଏଡଗୁଡିକ ମଧ୍ୟରେ ସବୁଠାରୁ ବଡ ଆଷ୍ଟେରଏଡ, ଯାହା ଏକ ବିମାନର ଆକାର,ଏପ୍ରିଲ 6ରେ ପୃଥିବୀ ଦେଇ ଯିବାନେଇ ଆକଳନ (projected)କରାଯାଇଛି । 150 ଫୁଟ ଚଉଡା ପଥର ଯାହା 67 ଲକ୍ଷ 656 କିଲୋମିଟର ବେଗରେ ପୃଥିବୀ ଆଡକୁ ଗତି କରୁଛି …। ନାସାର ସୂଚନା ଅନୁସାରେ ଆମର ସୌର ପ୍ରଣାଳୀ (solar system)ଗଠନରୁ ଆଷ୍ଟେରଏଡଗୁଡିକ ବାକି ଅଛି । ଆମର ସୌର ପ୍ରଣାଳୀ ପ୍ରାୟ 4.6 ବିଲିୟନ୍ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ଯେତେବେଳେ ଗ୍ୟାସ ଏବଂ ଧୂଳିର ଏକ ବଡ଼ ମେଘ ଖସିଗଲା ।

    ନିକଟରେ ନାସାର ପ୍ଲାନେଟାରୀ ଡିଫେନ୍ସ କୋଡିନେସନ୍ ଅଫିସ୍ ପକ୍ଷରୁ କୁହାଯାଇଛି ଯେ ଏକ ନୂତନ ଆବିଷ୍କୃତ (discovered)ଆଷ୍ଟେରଏଡ୍ ଯାହା ଏକ ଅଲିମ୍ପିକ୍ ସୁଇମିଂ ପୁଲ୍ ଆକାରର, ଦୀର୍ଘ 23 ବର୍ଷ ପରେ ଭାଲେଣ୍ଟାଇନ୍ସ ଡେ’ରେ ପୃଥିବୀ ସହିତ ମୁହାଁମୁହିଁ ହେବାର ସମ୍ଭାବନା ରହିଛି ।

  • ଜାପାନରେ ନବୀନଙ୍କୁ ଭବ୍ୟ ସ୍ୱାଗତ…ପୁଞ୍ଜି ନିବେଶ ପାଇଁ ଆହ୍ୱାନ କରିବେ CM

    ଜାପାନରେ ନବୀନଙ୍କୁ ଭବ୍ୟ ସ୍ୱାଗତ…ପୁଞ୍ଜି ନିବେଶ ପାଇଁ ଆହ୍ୱାନ କରିବେ CM

    () ଜାପାନ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ(cm) ନବୀନ ପଟ୍ଟନାୟକଙ୍କୁ ଜୋରଦାର ସ୍ୱାଗତ କରାଯାଇଛି । ଟୋକିଓରେ ପହଞ୍ଚିବା ପରେ ଭାରତୀୟ ରାଷ୍ଟ୍ରଦୂତ(Indian Ambassador) ସିବି ଜର୍ଜ ଏବଂ ଦୂତାବାସ କର୍ମଚାରୀମାନେ ନବୀନ ଏବଂ ତାଙ୍କ ଟିମକୁ ସ୍ୱାଗତ (warmly welcomed)କରିଛନ୍ତି ।

    ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଗସ୍ତ କରିଥିଲେ । ୯ ତାରିଖ ଯାଏ ଜାପାନରେ ବିଭିନ୍ନ କାର୍ଯ୍ୟକ୍ରମ (various programs)ରେ ଯୋଗଦେବେ । ମୁଖ୍ୟମନ୍ତ୍ରୀଙ୍କ ସହ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଜାପାନ ଗସ୍ତ କରିଛନ୍ତି । ଟୋକିଓ, କ୍ୟୁଟାରେ ପୁଞ୍ଜି ନିବେଶକ(investors)ଙ୍କୁ ଭେଟିବେ ନବୀନ । ନିବେଶକାରୀଙ୍କ ସହ ଆଲୋଚନା କରିବେ । ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ନିବେଶକାରୀଙ୍କୁ ନିମନ୍ତ୍ରଣ କରିବେ । ଓଡ଼ିଶାରେ ପୁଞ୍ଜି ନିବେଶ କଲେ କି ପ୍ରକାରର ଫାଇଦା (benefits)ମିଳିବ ସେ ନେଇ ନିବେଶକାରୀଙ୍କୁ ଭେଟିବେ । ଏଥିସହ ଶିଳ୍ପ,ପର୍ଯ୍ୟଟନ ଏବଂ କ୍ରୀଡ଼ା ସମ୍ପର୍କରେ ଆଲୋଚନା ମଧ୍ୟ କରିବେ । ପ୍ରବାସୀ ଭାରତୀୟଙ୍କୁ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

  • ‘ହସ୍ ମନି’ମାମଲା..ଆତ୍ମସମର୍ପଣ କରିବେ ଟ୍ରମ୍ପ !

    ‘ହସ୍ ମନି’ମାମଲା..ଆତ୍ମସମର୍ପଣ କରିବେ ଟ୍ରମ୍ପ !

    COURTSEY : IMAGE FROM REUTERS

    ଆମେରିକାର ପୂର୍ବତନ ରାଷ୍ଟ୍ରପତି (former President)ଡୋନାଲ୍ଡ ଟ୍ରମ୍ପଙ୍କ ଅଡୁଆ ବଢ଼ିବାରେ ଲାଗିଛି । ବହୁଚର୍ଚ୍ଚିତ ‘ହସ୍ ମନି’(‘Hus Money’)ମାମଲାରେ ସେ ଆତ୍ମସମର୍ପଣ(surrender) କରିପାରନ୍ତି । ୨୦୧୭ରୁ ୨୦୨୧ ଯାଏ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଭାବେ ଦାୟିତ୍ୱ ତୁଲାଇଥିଲେ ଟ୍ରମ୍ପ । ଏବେ ଏହି ମାମଲାରେ ଛନ୍ଦି ହୋଇଛନ୍ତି ।

    ହସ୍ ମନି ମାମଲାରେ ହୋଇଥିବା ଅଭିଯୋଗ ଆଧାରରେ ତାଙ୍କ ବିରୋଧରେ ଗ୍ରାଣ୍ଡ ଜୁରୀ ପ୍ରମାଣ (evidence)ପାଇଛନ୍ତି । ଅଭିଯୋଗରେ ସତ୍ୟତା ରହିଛି । ତେଣୁ ଟ୍ରମ୍ପଙ୍କ ବିରୋଧରେ ଏବେ ଅପରାଧିକ ମାମଲା (criminal case)ଚାଲିବ । ଅଭିଯୋଗ ଅନୁସାରେ ଟ୍ରମ୍ପଙ୍କ ଓକିଲ,ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲଙ୍କୁ ଚୁପ୍ କରିବାକୁ ୧ ଲକ୍ଷ ୩୦ ହଜାର ଡଲାରର ହସ୍ ମନି ଦେଇଥିଲେ । ହସ୍ ମନି ଅର୍ଥାତ କୌଣସି ଲଜ୍ଜାକର କଥା ପ୍ରଘଟ ନକରିବାକୁ ଦିଆଯାଉଥିବା ଅର୍ଥ । ୨୦୧୬ରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଟ୍ରମ୍ପ ଜଣେ ପର୍ଣ୍ଣ ଷ୍ଟାରକୁ ହସି ମନ୍ ଦେଇଥିବା ନେଇ ଅଭିଯୋଗ ପରେ ଏହାର ତଦନ୍ତ କରୁଥିଲେ ଗ୍ରାଣ୍ଡ ଜୁରୀ ।

  • ମ୍ୟାକଡୋନାଲ୍ଡ ପକ୍ଷରୁ ଛଟେଇ ପ୍ରକ୍ରିୟା…ଅସ୍ଥାୟୀ ଭାବେ ଅଫିସ ବନ୍ଦ

    ମ୍ୟାକଡୋନାଲ୍ଡ ପକ୍ଷରୁ ଛଟେଇ ପ୍ରକ୍ରିୟା…ଅସ୍ଥାୟୀ ଭାବେ ଅଫିସ ବନ୍ଦ

    ମ୍ୟାକଡୋନାଲ୍ଡ ଉପରେ ମଧ୍ୟ ଅର୍ଥନୀତିକ(economic)ମାନ୍ଦାବାସ୍ଥାର ପ୍ରଭାବ(impact) ଦେଖିବାକୁ ମିଳିଛି । କାରଣ ଏବେ କଷ୍ଟ କଟିଂ ପାଇଁ ମ୍ୟାକଡୋନାଲ୍ଡ ମଧ୍ୟ କର୍ମଚାରୀଙ୍କୁ ବିଦା କରିବାକୁ ଯାଉଛି । ଆମେରିକାରେ ଥିବା ସବୁ ଅଫିସ ଅସ୍ଥାୟୀ ଭାବେ(temporarily)
    ବନ୍ଦ କରିବାକୁ ଯାଉଛି ଏହି କମ୍ପାନୀ । କର୍ପୋରେଟ୍ କର୍ମଚାରୀଙ୍କୁ ଛଟେଇ କରିବା ନେଇ ସୂଚନା ମିଳିଛି ।

    ପୂର୍ବରୁ କିଛି ବଡ଼ କମ୍ପାନୀ ନିଜ ନିଜ କର୍ମଚାରୀଙ୍କୁ ବାହାର କରିବାକୁ (lay off) ବାଧ୍ୟ
    ହୋଇଥିଲେ । ଏବେ ମ୍ୟାକଡୋନାଲ୍ଡ ଏହି ତାଲିକାରେ ସାମିଲ ହେବ । ବୁଧବାର ଯାଏ ସବୁ କର୍ମଚାରୀ ଘରୁ କାମ କରିବାକୁ ଇ-ମେଲ୍ ପଠାଇଯାଇଥିଲା । ସେପଟେ କିନ୍ତୁ କେତେ କର୍ମଚାରୀଙ୍କୁ ବିଦା କରାଯିବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି । ଚଳିତ ସପ୍ତାହରେ ସମସ୍ତ ପ୍ରକାରର ବ୍ୟକ୍ତଗତସ୍ତରୀୟ ମିଟିଂକୁ ବାତିଲ କରାଯାଇଛି ।

    ଜାନୁଆରୀ ମାସରେ କମ୍ପାନୀ ପକ୍ଷରୁ କୁହାଯାଇଥିଲା କି ବ୍ୟବସାୟୀ ରଣନୀତିକୁ ଅପଡେଟ୍ କରାଯିବା ସହ କିଛି କର୍ମଚାରୀଙ୍କୁ ବିଦା କରାଯିବ । ଏବେ ୱାର୍କ ଫ୍ରମ ହୋମ୍ ଆରମ୍ଭ ହୋଇଥିବାରୁ ଖୁବଶୀଘ୍ର କମ୍ପାନୀ ଛଟେଇ କରିବା ନେଇ ସ୍ପଷ୍ଟ ହୋଇଛି । ପୂର୍ବରୁ ଗୁଗଲ,ଫେସବୁକ, ଆମାଜନ ଭଳି ବଡ଼ ବଡ଼ କମ୍ପାନୀ କର୍ମଚାରୀମାନଙ୍କୁ ବିଦା କଲେଣି ।

  • ସୁରଟ ଜିଲ୍ଲା କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ…ଉପର କୋର୍ଟ ଯିବେ ରାହୁଲ

    ସୁରଟ ଜିଲ୍ଲା କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ…ଉପର କୋର୍ଟ ଯିବେ ରାହୁଲ

    COURTSEY:Telegraph India

    ଲୋକସଭା ସଦସ୍ୟ ପଦ ରଦ୍ଦ (cancellation) ପରେ ଏବେ ଉପର କୋର୍ଟଙ୍କ ଦ୍ୱାରସ୍ଥ ହେବେ ରାହୁଲ ଗାନ୍ଧି । ସୁରଟ ଜିଲ୍ଲା କୋର୍ଟଙ୍କ ରାୟ ନେଇ ଅସନ୍ତୁଷ୍ଟ (Dissatisfied)ଥିବା ରାହୁଲ, ଆସନ୍ତାକାଲି ସୁରଟ ସେସନ୍ କୋର୍ଟରେ ଚାଲେଞ୍ଜ କରିବେ ବୋଲି ସୂଚନା ମିଳିଛି ।

    ୨୦୧୯ ମାନହାନି ମାମଲା(defamation case)ରେ ସୁରଟ ଜିଲ୍ଲା କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ୨ ବର୍ଷ ଜେଲ୍ ଦଣ୍ଡାଦେଶ ରାୟ ଶୁଣାଇବା ସହ ୧୫,୦୦୦ ଟଙ୍କା ଜୋରିମାନା କରିଥିଲେ । ତେବେ ରାହୁଲ ଏବେ ୩୦ ଦିନିଆ ଜାମିନରେ ଅଛନ୍ତି । ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ପରେ ଲୋକସଭା ସାଂସଦ ପଦରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି । ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଜେଲ୍ ଦଣ୍ଡାଦେଶ ରାୟକୁ ଆସନ୍ତାକାଲି ସୁରଟ ସେସନ୍‌ କୋର୍ଟରେ ଚ୍ୟାଲେଞ୍ଜ କରିବେ ରାହୁଲ । ‘ମୋଦି ସାଙ୍ଗିଆ'(Modi Sangya)ମାମଲାରେ ରାହୁଲ ଏବେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ମାଜିଷ୍ଟ୍ରେଟ୍‌ଙ୍କ ଆଦେଶକୁ ରଦ୍ଦ କରିବା ଲାଗି ସେ ସେସନ୍‌ କୋର୍ଟଙ୍କୁ ଅନୁରୋଧ କରିବେ ।

    ଉପର ଅଦାଲତରେ ଆବେଦନ(appeal)କରିବା ପାଇଁ ରାହୁଲଙ୍କୁ ଜାମିନ ମଞ୍ଜୁର କରାଯିବା ସହ ଦଣ୍ଡାଦେଶକୁ ୩୦ ଦିନ ପର୍ଯ୍ୟନ୍ତ ବାତିଲ କରାଯାଇଛି । ‘ସବୁ ମୋଦି ସାଙ୍ଗିଆଧାରୀ କେମିତି ଚୋର ହେଲେ ବୋଲି’ ରାହୁଲ୍‌ କର୍ଣ୍ଣାଟକ କୋଲାର୍‌ରେ ଅନୁଷ୍ଠିତ ରାଲିରେ କହିଥିଲେ । ଏହା ବିରୋଧରେ ବିଜେପି ବିଧାୟକ ପୂର୍ଣ୍ଣେସ ମୋଦି ଜିଲ୍ଲା ଅଦାଲତରେ ମାମଲା ଦାଏର କରିଥିଲେ ।