ଓଡ଼ିଶାରେ ବିଶାଳ ଇସ୍ପାତ କାରଖାନା !…ନବୀନଙ୍କୁ ଆଶା ଦେଖାଇଲା ‘ନିପନ୍’

CM DISCUSSED WITH ‘NIPPON’ CHAIRMAN

ଜାପାନ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ନିପନ (Nippon)ଷ୍ଟିଲ କର୍ପୋରେସନ ଅଧ୍ୟକ୍ଷ ଇଜି ହାସିମୋଟୋଙ୍କ ସହ ସାକ୍ଷାତ କରିଛନ୍ତି । ରାଜ୍ୟରେ ୩୦ ନିୟୁତ ଟନ୍ ଇସ୍ପାତ କାରଖାନା ସ୍ଥାପନ (set up)କରିବାକୁ କମ୍ପାନୀ ଯୋଜନା ରଖିଥିବା ନେଇ ଆଲୋଚନା ହୋଇଛି ।

ରାଜ୍ୟରେ ନିପନ୍ ଷ୍ଟିଲ୍ କମ୍ପାନୀ ପକ୍ଷରୁ ମେଗା ପ୍ଲାଣ୍ଟ ପ୍ରତିଷ୍ଠା ହେଲେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର ଏବଂ କେନ୍ଦୁଝରରେ ହଜାର ହଜାର ନିଯୁକ୍ତି (jobs)ସୃଷ୍ଟି ହେବ । ସ୍ଥାନୀୟ ଲୋକ ସମେତ ରାଜ୍ୟବାସୀଙ୍କ ଆର୍ଥିକ ସ୍ଥିତି (financial condition)ସୁଦୃଢ଼ ହେବ । ଏଥିସହ ରାଜ୍ୟ ବିକାଶ ଦିଗକୁ ବଢ଼ିବ । ଏଭଳି ମେଗା ପ୍ଲାଣ୍ଟ ପାଇଁ ସମସ୍ତ ପ୍ରକାର ସୁବିଧା (facilities)ଯୋଗାଇଦେବେ ବୋଲି ନିପନ ଷ୍ଟିଲ୍ ଅଧ୍ୟକ୍ଷ ଇଜି ହାସିମୋଟୋଙ୍କୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହ ହାସିମୋଟୋ ଏବଂ ତାଙ୍କ ଟିମକୁ ଓଡ଼ିଶା ଭ୍ରମଣରେ ଆସିବାକୁ ନିମନ୍ତ୍ରଣ କରିଛନ୍ତି ନବୀନ ।

ଗୁରୁବାର ନିପନ ଷ୍ଟିଲ କର୍ପୋରେସନର କିମିସୁ ୱାର୍କସ ଓ ଆରଆଣ୍ଡଡି କେନ୍ଦ୍ର ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । ଉଭୟ ପକ୍ଷ ମଧ୍ୟରେ କ୍ୟୋଟା ସହରରେ ଏକ ରାଉଣ୍ଡ ଟେବୁଲ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *