ମିଡିଆୱାନ ଉପରୁ ହଟିଲା କେନ୍ଦ୍ର କଟକଣା…ଗଣମାଧ୍ୟମ ସ୍ୱାଧୀନ ହେବା ଆବଶ୍ୟକ: ସିଜେଆଇ

CJI

ମାଲାୟଲମ ନ୍ୟୁଜ୍ ଚାନେଲ ମିଡିଆୱାନକୁ ସର୍ବୋଚ୍ଚ ଅଦାଲତରୁ ଆଶ୍ୱସ୍ତି । ଚାନେଲ ବନ୍ଦ କରିବାକୁ କେନ୍ଦ୍ରର ନିର୍ଦ୍ଦେଶକୁ ରଦ୍ଦ କଲେ ସର୍ବୋଚ୍ଚ ନ୍ୟାୟାଳୟ। ଚାନେଲକୁ ସିକ୍ୟୁରିଟି କ୍ଲିୟରାନ୍ସ ନଦେବାକୁ ନେଇ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କୋର୍ଟ। ଚାନେଲ ବିରୋଧରେ ଥିଲା ଜାତୀୟ ସୁରକ୍ଷା ପ୍ରତି ବିପଦର ଅଭିଯୋଗ। ଗୁଇନ୍ଦା ତଥ୍ୟ ଆଧାରରେ ଚାନେଲକୁ ସିକ୍ୟୁରିଟି କ୍ଲିୟରାନ୍ସ ଦେଇ ନ ଥିଲା କେନ୍ଦ୍ର।

ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଥିଲେ କି,ଆତଙ୍କବାଦୀଙ୍କ ସହ ସମ୍ପର୍କ ଥିବାପରି କୌଣସି କଥା ନ ଥିଲା । ପବନ ପରି ତଥ୍ୟ ଆଧାରରେ ରାଷ୍ଟ୍ରୀୟ ସୁରକ୍ଷାର ଦାବି ଅନୁଚିତ । ରାଷ୍ଟ୍ରୀୟ ସୁରକ୍ଷା ବିରୋଧରେ ବା ବ୍ୟବସ୍ଥା ବିରୋଧୀ କୌଣସି ଜିନିଷ ନାହିଁ,ଯାହା ବିପଦ ସୃଷ୍ଟି କରିବ।
କୋର୍ଟ ଆହୁରି କହିଛନ୍ତି କି,ଜନତାର ଅଧିକାର ଚ୍ଛିନ୍ନ କରିବାକୁ ରାଷ୍ଟ୍ରୀୟ ସୁରକ୍ଷାର ପ୍ରସଙ୍ଗ ଉଠାଯାଇ ନପାରେ । ଏହି ମାମଲାରେ ଗୃହମନ୍ତ୍ରଣାଳୟ କାହିଁକି ପ୍ରଶ୍ନ କରି ନ ଥିଲା ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ । ଏଥିସହ ଗଣତାନ୍ତ୍ରିକ ରାଜ୍ୟର ସୁପରିଚାଳନା ପାଇଁ ଗଣମାଧ୍ୟମ ସ୍ୱାଧୀନ ହେବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି । ସରକାରଙ୍କ ସମାଲୋଚନା କରିବା ଆଧାରରେ କୌଣସି ଚାନେଲର ଲାଇସେନ୍ସ ରଦ୍ଦ କରାଯାଇପାରିବ ନାହିଁ ବୋଲି ମଧ୍ୟ କୋର୍ଟ କହିଛନ୍ତି ।

Leave a Reply

Your email address will not be published. Required fields are marked *