ଶିଳ୍ପପତିଙ୍କୁ ନବୀନଙ୍କ ଆହ୍ୱାନ…ଓଡ଼ିଶାରେ ନିବେଶ କରିବାକୁ ନିମନ୍ତ୍ରଣ

ODISHA BUSINESS MEET

ଟୋକିଓ ଓକୁରାରେ ଆୟୋଜିତ’ଓଡ଼ିଶା ବିଜିନେସ୍ ମିଟ୍’କୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ଜାପାନ ସମେତ ୨ ଶହରୁ ଅଧିକ ଶିଳ୍ପପତି ଓ ନିବେଶକ ଯୋଗ ଦେଇଥିଲେ । ସେମାନଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ପୁଞ୍ଜି ନିବେଶ ପାଇଁ ରାଜ୍ୟରେ ଉତ୍ତମ ପରିବେଶ ଥିବା କଥା ବୁଝାଇଛନ୍ତି । ଏଥିସହ ପୁଞ୍ଜି ନିବେଶ କରିବାକୁ ପୁଞ୍ଜିପତିଙ୍କୁ ନିମନ୍ତ୍ରଣ କରିଛନ୍ତି ନବୀନ । ଏବେ ରାଜ୍ୟରେ ସର୍ବବୃହତ ଅତ୍ୟାଧୁନିକ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । ୩୦ ନିୟୁତ ଟନର ମେଗା ଗ୍ରୀନ୍ ଫିଲ୍ଡ ଗଢ଼ିବ ଜାପାନର ନିପନ ଷ୍ଟିଲ୍ କମ୍ପାନୀ । ପ୍ରସ୍ତାବିତ ପ୍ରକଳ୍ପରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ନିବେଶ ହେବ ବୋଲି ଟାର୍ଗେଟ୍ ରହିଛି ।

ସେପଟେ, ଜାପାନରେ ପ୍ରବାସୀ ଓଡି଼ଆଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଛନ୍ତି । ଓଡ଼ିଆ ସୋସାଇଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଶିଳ୍ପ ବିଭାଗ ପ୍ରମୁଖ ସଚିବ, ଶିଳ୍ପ ମନ୍ତ୍ରୀ,5T ସଚିବ ଭି.କେ ପାଣ୍ଡିଆନ୍, କ୍ରୀଡା ଓ ଯୁବ ବ୍ୟାପାର ସଚିବ, ଇପିକଲର ପରିଚାଳନା ନିର୍ଦ୍ଦେଶକ ପ୍ରମୁଖ ଜାପାନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଆସନ୍ତାକାଲି ଅର୍ଥାତ ଗୁରୁବାର ନିପନ ଷ୍ଟିଲ କର୍ପୋରେସନର କିମିସୁ ଷ୍ଟିଲ ୱାର୍କସ୍ ସେଣ୍ଟର ପରିଦର୍ଶନ କରିବେ ରାଜ୍ୟର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ।

Leave a Reply

Your email address will not be published. Required fields are marked *