Category: ଦେଶ-ବିଦେଶ

  • ଚଳିତ ବର୍ଷ ହେବାକୁ ଥିବା 5 ରାଜ୍ୟର ନିର୍ବାଚନ ମୈଦାନକୁ ଓହ୍ଲାଇବ ଆପ

    ଚଳିତ ବର୍ଷ ହେବାକୁ ଥିବା 5 ରାଜ୍ୟର ନିର୍ବାଚନ ମୈଦାନକୁ ଓହ୍ଲାଇବ ଆପ

    ଦିଲ୍ଲୀ, ପଞ୍ଜାବ, ଗୁଜରାଟ, ଗୋଆ ପରେ ପରେ କର୍ଣ୍ଣାଟକରେ ଅରବିନ୍ଦ କେଜରିୱାଲଙ୍କ ଦଳ ଆପ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛି। ରାଜ୍ୟର ମୋଟ 224 ଆସନରୁ ଆପ ତାର 200 ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି। 200 ପ୍ରାର୍ଥୀଙ୍କ ମଧ୍ୟରୁ 168 ଜଣଙ୍କ ନାମ ଘୋଷଣା ସରିଥିବା ବେଳେ ଖୁବ ଶୀଘ୍ର ବାକି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ। ଚଳିତ ନିର୍ବାଚନରେ ଆପ ଖାତାକୁ 15 ଆସନ ଆସିବାର ଆଶା ରଖିଛି ଆପ। ଅବଶ୍ୟ ଏହା ଦଳର ପ୍ରଥମ ନିର୍ବାଚନ ନୁହେଁ କର୍ଣ୍ଣାଟକରେ। 2018ରେ କର୍ଣ୍ଣାଟକରେ ଭାଗ୍ୟ ପରୀକ୍ଷା କରିଥିଲା ଆପ, ଯେଉଁଥିରେ 28 ଆସନରୁ 0.06 ପ୍ରତିଶତ ଭୋଟ ମିଳିଥିଲା ଦଳକୁ। ନିକଟରେ ଆପକୁ ଦେଶର ନିର୍ବାଚନ କମିଶନ ଜାତୀୟ ଦଳର ମାନ୍ୟତା ଦେଇଥିଲେ।

    ତେବେ ଚଳିତ ବର୍ଷ କର୍ଣ୍ଣାଟକ ବ୍ୟତିତ ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ମିଜୋରାମରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ସବୁ ରାଜ୍ୟରୁ ଆପ ନିର୍ବାଚନ ରଣାଜ୍ଞନକୁ ଓହ୍ଲାଇବ ବୋଲି ଦଳ ମୁଖ୍ୟ କେଜରିୱାଲ କହିଛନ୍ତି। ଆପର ସାଧାରଣ ସମ୍ପାଦକ ସନ୍ଦୀପ ପାଠକ କହିଛନ୍ତି କି, ସମସ୍ତ 5 ରାଜ୍ୟର ସବୁ ସିଟରୁ ଆପ  ଲଢିବ। ଦଳ ଗ୍ରାମସ୍ତରରୁ ତାର ସଂଗଠନ ସୁଦୃଢ କରିବା କାମ ଆରମ୍ଭ କରିଦେଇଛି। ଥରେ ସେଠାରେ ଆମର ପ୍ରତିନିଧୀ ନିୟୋଜିତ ହୋଇଗଲେ ଆମେ ସ୍ଥାନୀୟ ସମସ୍ୟା ସବୁକୁ ଖୋଜି ବାହାର କରିବୁ।

  • ମୃତ୍ୟୁ ପୂର୍ବରୁ ସିଜେଆଇଙ୍କୁ ଚିଠି ଲେଖିଥିଲା ଆତିକ

    ମୃତ୍ୟୁ ପୂର୍ବରୁ ସିଜେଆଇଙ୍କୁ ଚିଠି ଲେଖିଥିଲା ଆତିକ

    ଏକ ବନ୍ଦ ଲଫାପାରେ ଆତିକ ଅହମଦ ପ୍ରଧାନ ବିଚାରପତି ଓ ୟୁପି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲେଖିଛି ଚିଠି। ସେହି ଚିଠିକୁ ଉଭୟଙ୍କ ଠିକଣାରେ ହୁଏତ ପଠାଯାଉଛି। ଆତିକର ଓକିଲ ବିଜୟ ମିଶ୍ରା ଏହି ସ୍ପଷ୍ଟିକରଣ କରିଛନ୍ତି। ପିଟିଆଇକୁ ସୂଚନା ଦେଇ ବିଜୟ କହିଛନ୍ତି କି ଆତିକ କହିଥିଲା କି, ଯଦି ତା ସହ କିଛି ଅଘଟଣ ହୁଏ ବା ହତ୍ୟା ହୁଏ ତେବେ ଚିଠିକୁ ପ୍ରଧାନ ବିଚାରପତି ଓ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯିବ। ବିଜୟ କହିଛନ୍ତି, ଚିଠି ମୋ ପାଖରେ ନାହିଁ କି  ମୋ ଦ୍ୱାରା ପଠାଯାଉ ନାହିଁ। ଚିଠି ଲେଖି ଆତିକ ଆଉ କୋଉଠି ରଖିଛି ଓ ଅନ୍ୟ କେହି ପଠେଇବା। ଚିଠିରେ କଣ ଲେଖା ଅଛି ତାହା ମଧ୍ୟ ମତେ ଜଣାନାହିଁ କହିଛନ୍ତି ଆତିକର ଓକିଲ।

    ଗ୍ୟାଙ୍ଗଷ୍ଟାରରୁ ନେତା ହୋଇଥିବା ଆତିକ ଅହମ୍ମଦ ଆଉ ତାଙ୍କ ଭାଇ ଅସରଫଙ୍କୁ 15 ତାରିଖ ରାତିରେ ପୋଲିସ ସାମ୍ନାରେ ହତ୍ୟା କରାଯାଇଛି । ମେଡିକାଲ ଯାଞ୍ଚ ପାଇଁ ତାଙ୍କୁ ପ୍ରୟାଗରାଜ ନିଆଯାଇଥିଲା,ହେଲେ ସେଠାରେ ଗଣମାଧ୍ୟମକୁ ସେ କିଛି କହୁଥିବା ବେଳେ ହଠାତ୍ କିଛି ବନ୍ଧୁକଧାରୀ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଆଉ ପୋଲିସ କେବଳ ଦେଖଣାହାରୀ ପାଲଟି ଯାଇଥିଲା । ଏହି ଗୁଳିକାଣ୍ଡ ପରେ ୟୁପି ସରକାରଙ୍କ ଉପରେ ଅନେକ ପ୍ରଶ୍ନ ଉଠିଛି । 

  • ନିଖୋଜ ମହିଳା ପର୍ବତାରୋହୀ ବଲଜିତ ଠାବ

    ନିଖୋଜ ମହିଳା ପର୍ବତାରୋହୀ ବଲଜିତ ଠାବ

    27 ବର୍ଷୀୟା ମହିଳା ପର୍ବତାରୋହୀ ବଲଜିତ କୌରଙ୍କ ନିଖୋଜର ଗୋଟିଏ ଦିନ ପରେ ଆଜି ସେ ସୁରକ୍ଷିତ ଠାବ ହୋଇଛନ୍ତି। ଗତକାଲି ଶିଖରରୁ ଲେଉଟିବା ବେଳେ ଅନ୍ନପୂର୍ଣା ପର୍ବତର କ୍ୟାମ୍ପ 4 ନିକଟରୁ ସେ ନିଖୋଜ ହୋଇଯାଇଥିଲେ ବୋଲି ଅଭିଯାନର ଆୟୋଜକ ସୂଚନା ଦେଇଛନ୍ତି। ବଲଜିତ ମହିଳା ପର୍ବତାରୋହୀ ଦଳର ନେତୃତ୍ୱ ନେଉଛନ୍ତି। ଏକ ବାୟୁ ସନ୍ଧାନକାରୀ ଟିମ ଦ୍ୱାରା ବଲଜିତ ଠାବ ହୋଇଛନ୍ତି।

    ବଲଜିତ ସୋମବାର ଦିନ ବିନା ସପ୍ଲିମେଣ୍ଟାରୀ ଅକ୍ସିଜେନରେ ବିଶ୍ୱର 10ମ ଉଚ୍ଚତମ ପର୍ବତ ଶିଖର ମାପ କରିଥିବା ହିମାଳୟାନ ଟାଉମ୍ସ ଖବର କାଗଜକୁ ପାୟନିୟର ଆଡଭେଞ୍ଚର ପାସଙ୍ଗ ସେର୍ପା ସୂଚନା ଦେଇଥିଲେ। ସେର୍ପା କହିଛନ୍ତି କି, ଏହି ଉଚ୍ଚତମ କ୍ୟାମ୍ପରୁ ତାଙ୍କୁ ଏୟାର ଲିପ୍ଟ କରିବାକୁ ଆମେ ଯୋଜନା କରୁଛୁ। ବଲଜିତ, ଏକାକୀ କ୍ୟାମ୍ପ 4 ଆଡକୁ ଅବତରଣ କରୁଥିବା ବାୟୁ ସନ୍ଧାନକାରୀଙ୍କ ଦ୍ୱାରା ଦେଖିବାକୁ ମିଳିଥିଲେ।

    ମହିଳା ଦଳର ନେତୃତ୍ୱ ନେଉଥିବା ବଲଜିତ ଶିଖର ତଳେ ଦଳଠାରୁ ଅଲଗା ହୋଇଯାଇଥିଲେ ଓ ଆଜି ସକାଳ ପର୍ଯ୍ୟନ୍ତ ରେଡିଓ ସିଗନାଲରୁ ମଧ୍ୟ ବିଚ୍ଛିନ୍ନ ହୋଇଯାଇଥିଲେ। ଆଜି ସକାଳୁ ସେ ରେଡିଓ ସିଗନାଲରେ ତୁରନ୍ତ ସହାୟତା ମାଗିବା ପରେ ବାୟୁ ସନ୍ଧାନୀଙ୍କ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଥିଲା।  ସେର୍ପାଙ୍କ ତଥ୍ୟ ଅନୁଯାୟୀ, ସୋମବାର ସନ୍ଧ୍ୟା 5.15ରେ ଜିପିଏସ ଲୋକେସନ ଅନୁଯାୟୀ ବଲଜିତ ସେର୍ପାର 2 ଜଣ ଗାଇଡଙ୍କ ସହ 24.193ଫୁଟ ଉଚ୍ଚରେ ଥିବା ଚିହ୍ନଟ ହୋଇଥିଲେ। ଗତ ମେ ମାସରେ ବଲଜିତ ହିମାଚଳ ପ୍ରଦେଶର ମାଉଣ୍ଟ ହଟସେ (Lhotse) ମାପିବାରେ ସକ୍ଷମ ହେବା ପରେ ପ୍ରଥମ ଭାରତୀୟ ମହିଳା ପର୍ବତାରୋହୀ ଭାବା 8000 ମିଟରର 4ଟି ଶିଖର ଗୋଟିଏ ସିଜନରେ ଚଢିବାର ରେକର୍ଡ କରିଥିଲେ।

    ସୋମବାର ଦିନ, ଅନୁରାଗ ମଲୁ ନାମକ ରାଜସ୍ଥାନ କିଶନଗଡର ଜଣେ ବାସିନ୍ଦା ଅନ୍ନପୂର୍ଣା ପର୍ବତର କ୍ୟାମ୍ପ3ରୁ ଓହ୍ଲାଇବା ବେଳେ ନିଖୋଜ ହୋଇଯାଇଛନ୍ତି। ପରେ  ତାଙ୍କ ମୃତଦେହ ମିଳିଥିଲା।    କ୍ୟାମ୍ପ 4ରୁ 6ହଜାର ମିଟର ଉଚ୍ଚରୁ ଓହ୍ଲାଇବା ବେଳେ ଖସି ପଡି ମୃତ୍ୟୁବରଣକରିଥିଲେ।

  • ମାଞ୍ଚେଷ୍ଟର ମାରାଥନରେ ଓଡ଼ିଆ ଝିଅ, ସମ୍ବଲପୁରୀ ଶାଢ଼ୀରେ ଓଡ଼ିଶାର ସଂସ୍କୃତି

    ମାଞ୍ଚେଷ୍ଟର ମାରାଥନରେ ଓଡ଼ିଆ ଝିଅ, ସମ୍ବଲପୁରୀ ଶାଢ଼ୀରେ ଓଡ଼ିଶାର ସଂସ୍କୃତି

    ବିଦେଶରେ ଓଡ଼ିଶା ସଂସ୍କୃତିର ଝଲକ । ୟନାଇଟେଡ୍ କିଙ୍ଗଡମ୍ ମାଞ୍ଚେଷ୍ଟରରେ ଚାଲିଥିଲା ମାରାଥନ୍-୨୦୨୩ । କ୍ରୀଡ଼ାକୁ ଉତ୍ସାହିତ କରିବା ପାଇଁ ଏଭଳି ଏକ ମାରାଥନର ଆୟୋଜନ ହୋଇଥିଲା । ଯେଉଁଥିରେ ଓଡ଼ିଶାର ସମ୍ବଲପୁରୀ ମହିଳାଙ୍କୁ ଦେଖିବାକୁ ମିଳିଛି ।

    ମାରାଥନରେ ଫୁଲ୍ ଯୋଶରେ ଦୌଡ଼ୁଛନ୍ତି ମଧୁସ୍ମିତା ଜେନା । ଓଡ଼ିଶାର ପ୍ରତୀକ ତଥା ସମ୍ବଲପୁରୀ ଶାଢ଼ୀ ପିନ୍ଧି ଆଗକୁ ମାଡ଼ି ଚାଲିଛନ୍ତି । ମାରାଥନରେ ଅଂଶଗ୍ରହଣ କରି ଓଡ଼ିଆ ସଂସ୍କୃତିର ପରିଚୟ ଦେଇଛନ୍ତି । ଓଡ଼ିଶାର ସଂସ୍କୃତି ଏବଂ ଐତିହ୍ୟ ପ୍ରଦର୍ଶନ କରିବାର ଏହା ଏକ ସୁନ୍ଦର ମୌକା ଥିଲା ଯାହାକୁ ମଧୁସ୍ମିତା ହାତଛଡ଼ା କରିନାହାଁନ୍ତି । କ୍ରୀଡ଼ାକୁ ସେ ବହୁତ ଭଲ ପାଆନ୍ତି । ସେଥିପାଇଁ ଆଜି ସମ୍ବଲପୁରର ମଧୁସ୍ମିତା ମାଞ୍ଚେଷ୍ଟର ମାରାଥନରେ ଦୌଡ଼ି ଓଡ଼ିଶାକୁ ଗର୍ବିତ କରିଛନ୍ତି ।

  • ସମଲିଙ୍ଗି ବିବାହ: କେନ୍ଦ୍ର ଉପରେ ଖପ୍ପା ସିଜେଆଇ

    ସମଲିଙ୍ଗି ବିବାହ: କେନ୍ଦ୍ର ଉପରେ ଖପ୍ପା ସିଜେଆଇ

     ସମଲିଙ୍ଗି ବିବାହକୁ ମାନ୍ୟତା ଦେବା ଦାବି ନେଇ ଦାୟର 20 ଯାଚିକା ଉପରେ ମଙ୍ଗଳବାର ସୁପ୍ରିମ କୋର୍ଟରେ ପାଞ୍ଚ ଜଣିଆ ବିଚାରପତିଙ୍କ ସମ୍ବିଧାନିକ ଖଣ୍ଡପୀଠ ଶୁଣାଣି କରିଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ସଞ୍ଜୟ କିଶନ କୌଲ, ଜଷ୍ଚିସ ଏସ ରବୀନ୍ଦ୍ର ଭଟ, ଜଷ୍ଟିସ ହିମା କୋହଲି ଓ ଜଷ୍ଟିସ ପିଏସ ନରସିଂହାଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି। ମାମଲାରେ କପିଲ ସିବଲ ଅପିଲ କରିଛନ୍ତି କି, ରାଜ୍ୟଗୁଡିକୁ  ପକ୍ଷଭୁକ୍ତ କରାଯାଉ।

    କେନ୍ଦ୍ର ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହତା  ଖଣ୍ଡପୀଠଙ୍କ ସମ୍ମୁଖରେ କହିଛନ୍ତି କି, ଏହି କେଶରେ ଆମକୁ ଆପତ୍ତି ରହିଛି। ଏହା ସଂସଦର ଅଧିକାର ଅଧୀନରେ ଆସୁଛି। ତେବେ କଣ କୋର୍ଟ ନିଜେ ମାମଲାରେ କୌଣସି ନିଷ୍ପତ୍ତି ନେଇ ପାରିବେ ବୋଲି ପ୍ରଶ୍ନ କରିଛନ୍ତି ମେହତା। ଏହି ଯାଚିକା ସବୁ ଶୁଣାଣି ଯୋଗ୍ୟ ନୁହେଁ। ପ୍ରଥମେ କେନ୍ଦ୍ରକୁ ଶୁଣାଯିବାର ଆବଶ୍ୟକତା ରହିଛି। କାରଣ କେନ୍ଦ୍ର ଏହାକୁ ବିରୋଧ କରୁଛି। ଏହା ନୀତିଗତ ମାମଲା ତେଣୁ ସୁପ୍ରିମ କୋର୍ଟ ମାମଲାରେ ନିଷ୍ପତ୍ତି ନେଇ ପାରିବ ନାହିଁ। କେନ୍ଦ୍ର ଉପଯୁକ୍ତ ମଞ୍ଚ ଅଟେ। ଏଥିରେ ବହୁ ସଂଖ୍ୟାରେ ହିତାଧିକାରୀଙ୍କ ସହ ପରାମର୍ଶ କରିବାର ଆବଶ୍ୟକତା ରହିଛି। ଏହା ଏକ ସମ୍ବେଦନଶୀଳ ମୁଦ୍ଦା ବୋଲି କୋର୍ଟଙ୍କୁ ମେହତା ଜଣାଇଛନ୍ତି।

    ମେହତାଙ୍କ ଯୁକ୍ତି ଉପରେ ସିଜେଆଇ କହିଛନ୍ତି, ବ୍ୟାପକ ଦୃଷ୍ଟିକୋଣ ରଖିବାକୁ ଆମ ଉପରେ ଭରସା ରଖନ୍ତୁ। ପରେ ଆମେ ଆପଣଙ୍କ ପକ୍ଷ ଶୁଣିବୁ। ଏବେ କେଶକୁ ଆରମ୍ଭ କରିବାକୁ ହେବ। ଏହାକୁ ନେଇ ସଲିସିଟର ଜେନେରାଲ କହିଛନ୍ତି କି,  ମାମଲାରେ ଦୋଷ-ଗୁଣ ଉପରେ ନ ଯାଆନ୍ତୁ। କେନ୍ଦ୍ରକୁ କିଛି ସମୟର ଆବଶ୍ୟକତା ରହିଛି।

    ଏଥିରେ ଉତକ୍ଷିପ୍ତ ହୋଇଉଠିଥିଲେ ସିଜେଆଇ। ସେ କହିଛନ୍ତି କି, ଆମକୁ ବୁଝାନ୍ତୁ ନାହିଁ, କିପରି କେଶର ଶୁଣାଣି ହେବ। ମୁଁ କୋର୍ଟର ଇନଚାର୍ଜ। ଆପଣ ଯାହା ମାଗୁଛନ୍ତି ଏହା କେବଳ ଶୁଣାଣିକୁ ବିଳମ୍ବ କରିବା ପାଇଁ। ମାମଲାରେ ଯାଚିକାର୍ତ୍ତାଙ୍କ ପକ୍ଷରୁ ମୁକୁଲ ରୋହତଗୀ କହିଛନ୍ତି କି, ଏହା ମୌଳିକ ଅଧିକାରର ମାମଲା। ସରକାର ପ୍ରତି ମାମଲାରେ ଏହା କହିଥାଏ। କୋର୍ଟଙ୍କୁ ଶୁଣାଣି ଦିଗରେ ବଢିବା ଦରକାର।

  • ସୁଦାନରେ ସ୍ଥିତି ଭୟଙ୍କର

    ସୁଦାନରେ ସ୍ଥିତି ଭୟଙ୍କର

    ଦିନ ଗଡିବା ସହ ସୁଦାନରେ ହିଂସା ବଢିବାରେ ଲାଗିଛି। ସେନା ଓ ଅର୍ଦ୍ଧସାମରିକ ବାହିନୀ ମଧ୍ୟରେ ଜାରି ସଂଘର୍ଷରେ 200 ଲୋକଙ୍କ ମୃତ୍ୟୁ ହୋଇସାରିଥିବା ବେଳେ 18ଶହରୁ ଅଧିକ ଲୋକ ଆହତ ହେଲେଣି। ଏହି ସଂଘର୍ଷରେ ସେଠାର ବହୁ ହସ୍ପିଟାଲ କ୍ଷତିଗ୍ରସ୍ତ ହେବା ସହ ଖାଦ୍ୟ ସାମଗ୍ରୀର ଆମଦାନୀ ଉପରେ ପଡିଛି ପ୍ରଭାବ। ଉଭୟ ସେନାର ଆକ୍ରମଣରେ ଭାରି ଗୁଳି ବର୍ଷା ହେଉଛି। ଏହା ସଶସ୍ତ୍ର ବଳର କମାଣ୍ଡର ଅବ୍ଦେଲ ଫତେହ ଅଲ ବୁରହାନ ଓ ରାପିଡ ସପୋର୍ଟ ଫର୍ସର ମୁଖ୍ୟ ଜେନେରାଲ ମହମ୍ମଦ ହମଦାନ ଦାଗଲୋଙ୍କ ମଧ୍ୟରେ ଚାଲିଥିବା କ୍ଷମତା ଯୁଦ୍ଧର ଫଳ। ଏକ ସପ୍ତହ ଧରି ଚାଲିଥିବା ସତ୍ତା ସଂଘର୍ଷ ଶନିବାର ଭୟଙ୍କର ରୂପ ନେଇଥିଲା।

    ଉଭୟ ଜେନେରାଲ ପୂର୍ବରୁ ସହଯୋଗୀ ଥିଲେ। 2021ରେ ସୈନ୍ୟ ଦ୍ୱାରା କ୍ଷମତା ପରିବର୍ତ୍ତନ କରି ସୁଡାନର ଅଳ୍ପକାଳୀନ ଲୋକତନ୍ତ୍ରକୁ ଅସ୍ତବ୍ୟସ୍ତ କରି ଦେଇଥିଲେ। ବର୍ତ୍ତମାନର ସୁଦାନ ରାଜଧାନୀ ଖାର୍ତୁମର ସ୍ଥିତିକୁ ଦେଖି ଭାରତୀୟ ଦୂତାବାସ ସୋମବାରକୁ ନିଜର ସଦ୍ୟତମ ପରାମର୍ଶରେ ସମସ୍ତ ଭାରତୀୟଙ୍କୁ ଘରେ ସୁରକ୍ଷିତ ଓ ଶାନ୍ତ ରହିବାକୁ ପରାମର୍ଶ ଦେଇଛି। ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି କି, ଖାର୍ତୁମରେ ଜଣେ ଭାରତୀୟଙ୍କ ଦେହରେ ଗୁଳି ବାଜି ମୃତ୍ୟୁ ହୋଇଛି।

    ଏହା ପୂର୍ବରୁ ରବିବାର, ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଭାରତୀୟ ନାଗରିକଙ୍କ ମୃତ୍ୟୁରେ ସମବେଦନା ଜଣାଇଥିଲେ। ଜୟଶଙ୍କର କହିଥିଲେ କି ଖାର୍ତୁମର ସ୍ଥିତି ଚିନ୍ତାଜନକ ରହିଛି ଓ ସେଠାକାର ସ୍ଥିତି ଉପରେ ଦୃଷ୍ଟି ରଖାଯିବ। ମୃତ ଭାରତୀୟଙ୍କ ସହାୟତା  ପାଇଁ ଦୂତାବାସ ପକ୍ଷରୁ ଯଥା ସମ୍ଭବ ପ୍ରୟାସ କରାଯାଉଛି।

    ସୂଚନାଯୋଗ୍ୟ, ସୁଡାନରେ 4ହଜାରରୁ ଅଧିକ ଭାରତୀୟ ଥିବା ବେଳେ 12ଶହ କିଛି ଦଶକ ଧରି ସେଠାର ସ୍ଥାୟୀ ବାସିନ୍ଦା ହୋଇଯାଇଛନ୍ତି।

  • ଅନ୍ଧବିଶ୍ୱାସର ବିକଟ ରୂପ

    ଅନ୍ଧବିଶ୍ୱାସର ବିକଟ ରୂପ

    ଅନ୍ଧବିଶ୍ୱାସର ଏକ ବିକଟ ରୂପ ଗୁଜରାଟରେ ଦେଖିବାକୁ ମିଳିଛି। ମୁକ୍ତିକାମୀ ଏକ ଦମ୍ପତି ଅନ୍ଧବିଶ୍ୱାସରେ ଏମିତି ବଶୀଭୂତ ହୋଇଥିଲେ ଯେ, ନିଜର ଶରୀରରୁ ମୁଣ୍ଡକୁ ଅଲଗା କରି ଅର୍ଘ୍ୟ ଦେଇଥିଲେ।  ଗଣ୍ଡିରୁ ମୁଣ୍ଡ ଅଲଗା କରିବାକୁ ବ୍ୟବହାର ହେଉଥିବା ଗିଲୋଟିନ ବି ତିଆରି କରିବାକୁ ପଛାଇ ନ ଥିଲେ।  ଗିଲୋଟିନକୁ ଏମିତି ଜାଗାରେ ରଖିଥିଲେ କି, ଦେହରୁ ମୁଣ୍ଡ ଅଲଗା ହେବା ପରେ ତାହା ପଡିଥିଲା ଆଗରେ ଜଳୁଥିବା ନିଆଁରେ।  ଦମ୍ପତି ଆତ୍ମବଳୀ ଦେବା ପୂର୍ବରୁ ମଧ୍ୟ ଏକ ସୁଇସାଉଡ ନୋଟ ଛାଡିଯାଇଛନ୍ତି।

    ଗୁଜରାଟର ରାଜକୋଟ ଅନ୍ତର୍ଗତ ବିଞ୍ଚିୟା ଗାଁରେ ଘଟିଛି ଏମିତି ଏକ ଲୋମହର୍ଷଣକାରୀ ଜଘନ୍ୟକାଣ୍ଡ। ଗ୍ରାମର ୩୮ ବର୍ଷୀୟ ଜଣେ ଚାଷୀ ହେମୁଭାଇ ମାକୱାନା ଓ ତାଙ୍କ ପତ୍ନୀ ପତ୍ନୀ ୩୫ ବର୍ଷୀୟ ହଂସା ମାକୱାନାଙ୍କର  ୧୩ ବର୍ଷର ପୁଅ ଓ ୧୨ ବର୍ଷର ଝିଅ ଅଛନ୍ତି। ପିଲାଙ୍କୁ ମାମୁଁ ଘରକୁ ଦିନକ ତଳେ ପଠାଇ ଦେଇଲେ। ରବିବାର ସେମାନେ ଘରକୁ ଫେରିବା ପରେ ଉଭୟଙ୍କର ମୁଣ୍ଡ ବିହୀନ ମୃତଦେହ ସେମାନଙ୍କ ଫାର୍ମରେ ଦେଖିବାକୁ ପାଇଥିଲେ। ପୂରା ଘଟଣା ବିଷୟରେ ଜାଣି ସମ୍ପର୍କୀୟଙ୍କ ଜରିଆରେ ପୁଲିସ୍‌କୁ ଖବର ଦେଇଥିଲେ।

    ଘଟଣା ସମ୍ପର୍କରେ ପୋଲିସ କହିଛି କି, ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରାଜକୋଟ ସିଭିଲ ହସ୍ପିଟାଲକୁ ପଠାଯାଇଛି। ଗିଲୋଟିନ ଭଳି ଯନ୍ତ୍ର ବ୍ୟବହାର କରି ଆତ୍ମହତ୍ୟା କରାଯାଇଛି।  ଗିଲୋଟିନର ବ୍ଲେଡକୁ ଦଉଡ଼ିରେ ବାନ୍ଧି ବେକକୁ ବ୍ଲେଡ ତଳେ ରଖିଥିଲେ। ହୁଏତ ଦୌଡିକୁ ଭିଡି ଦେଇଥିଲେ ଓ ତାହା ସେମାନଙ୍କ ବେକ ଉପରେ ପଡି ଶରୀରରୁ ମୁଣ୍ଡ ଅଲଗା କରି ଦେଇଥିଲା। ମୁଣ୍ଡ ସିଧା ଯାଇ ପଡିଥିଲା ଯଜ୍ଞ କୁଣ୍ଡରେ। ଦମ୍ପତି ଗୋଟିଏ ଅସ୍ଥାୟୀ ମନ୍ଦିର ତିଆରି କରି ମାଟିରେ ଶିବଲିଙ୍ଗ ତିଆରି କରି ପୂଜା କରିଥିଲେ। ପ୍ରତିଦିନ ଖରାରେ ସେମାନେ ଏଠାରେ ପୂଜାର୍ଚ୍ଚନା କରୁଥିଲେ। ସର୍ବଦା ମୁକ୍ତି ଚାହୁଁଥିଲେ।

    ସୁଇସାଇଡ ନୋଟରେ ସେମାନଙ୍କ ଆତ୍ମାହୁତୀ ପାଇଁ କେହି ଦାୟୀ ନ ଥିବା କୁହାଯାଇଛି। ତେବେ ଦମ୍ପତିଙ୍କର ପରିବାର ସହ ବହୁତ ଭଲ ସମ୍ପର୍କ ରହିଛି, କାହା ସହ କୌଣସି ବିବାଦ ନାହିଁ। ଅର୍ଥାଭାବ ମଧ୍ୟ ନ ଥିଲା। ତେଣୁ ବାସ୍ତବରେ କାରଣ କଣ ତାହା ଖୋଜୁଛି ପୋଲିସ।

  • ସମଲିଙ୍ଗି ବିବାହକୁ ଏନସିପିସିଆରର ବିରୋଧ

    ସମଲିଙ୍ଗି ବିବାହକୁ ଏନସିପିସିଆରର ବିରୋଧ

    ସମଲିଙ୍ଗି ବିବାହକୁ ମାନ୍ୟତା ଦେବା ଯାଚିକା ସହ ଯୋଡା ହୋଇଛି ନାସନାଲ କମିଶନ ଫର ପ୍ରୋଟେକ୍ସନ ଅଫ ଚାଇଲ୍ଡ ରାଇଟସ (ଏନସିପିସିଆର)ର ଯାଚିକା। ସମଲିଙ୍ଗି ବିବାହକୁ ଏନସିପିସିଆର ବିରୋଧ କରିଛି। ସଂସ୍ଥା କହିଛି କି, ସମଲିଙ୍ଗି ଯୋଡିଙ୍କୁ ଶିଶୁଙ୍କୁ ପୋଷ୍ୟ ଗ୍ରହଣ କରିବାର ଅନୁମତି ଦିଆ ନ ଯାଉ। ଏନସିପିସିଆର ଯାଚିକାରେ ଉଲ୍ଲେଖ କରିଛି କି, ସମାନ ଲିଙ୍ଗର ଅଭିଭାବକ ଦ୍ୱାରା ପାଳିତ ପିଲାଙ୍କ ପରିଚୟ ଏହାଦ୍ୱାରା ପ୍ରଭାବିତ ହୋଇପାରେ। ଏପରି ପିଲାଙ୍କ ଅନ୍ତର୍ନିହିତ ଗୁଣର ବିକାଶ ସୀମିତ ରହିବ ଓ ସେମାନଙ୍କର ସାମଗ୍ରିକ ବିକାଶ ଉପରେ ମଧ୍ୟ ପ୍ରଭାବ ପଡିବ।  

    ତେବେ ଏହା ପୂର୍ବରୁ ଦିଲ୍ଲୀ ସରକାରର ବାଳ ଅଧିକାର ସଂରକ୍ଷ ଆୟୋଗ ସୁପ୍ରିମ କୋର୍ଟରେ ଏକ ଯାଚିକା ଦାୟର କରି ଭିନ୍ନ ଯୁକ୍ତି ବାଢିଥିଲା। ଏଥିରେ କୁହାଯାଇଥିଲା, ବିଷମ ଲିଙ୍ଗି ପରି ସମଲିଙ୍ଗି ଯୋଡି ଭଲ ହୋଇପାରନ୍ତି କି ଖରାପ ମଧ୍ୟ। ଦୁନିଆରେ 50ରୁ ଅଧିକ ଦେଶ ସମଲିଙ୍ଗି ଯୋଡିଙ୍କୁ ପିଲା ପୋଷ୍ୟ ନେବାକୁ ଅନୁମତି ଦେଇଛି। ଏଥିସହ ଆହୁରି କୁହାଯାଇଛି କି, ଏମିତି କୌଣସି ପ୍ରମାଣ ନାହିଁ କି ସମଲିଙ୍ଗି ଦମ୍ପତିଙ୍କ ପିଲାଙ୍କ ମାନସିକ ବିକାଶ ପ୍ରଭାବିତ ହୋଇଥାଏ।

    କୋର୍ଟରେ ଦାୟର ଯାଚିକାରେ ଆଇନଗତ ଦିଗ ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି। ସମଲଙ୍ଗି ବିବାହ ଦ୍ୱାରା ସାମ୍ପ୍ରତିକ ବିବାହ ଆଇନ ଉପରେ ଅଧିକ କିଛି ପ୍ରଭାବ ପଡିବ ନାହିଁ। ବର୍ତ୍ତମାନର ପୋଷ୍ୟ ସନ୍ତାନ ଗ୍ରହଣ ଆଇନ ପୁରୁଣା ମାନ୍ୟତା ଓ ଧାରଣା ଆଧାରିତ ହୋଇଥିବାରୁ ଏହାର ବର୍ତ୍ତମାନ ସ୍ଥିତି ସହ କୌଣସି ସମ୍ପର୍କ ନାହିଁ। ସମଲିଙ୍ଗି ଦମ୍ପତି ମଧ୍ୟରେ ଲିଙ୍ଗ ଆଧାର ଉପରେ ଭେଦଭାବ ନାହିଁ। ତେଣୁ ଛାଡପତ୍ର ବେଳେ ଭରଣପୋଷଣ ଭତ୍ତା ପ୍ରସ୍ତୁତ କରିବାକୁ, ଶିଶୁର ଦାୟିତ୍ୱ ନେବାରେ ଅସୁବିଧା ହେବ ନାହିଁ ବୋଲି ଦିଲ୍ଲୀ ସିପିସିଆର ପକ୍ଷରୁ କୁହାଯାଇଛି।

    ଅନ୍ୟପଟରେ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ଦଲିଲରେ ହିନ୍ଦୁ ଲ ଅନୁଯାୟୀ ସମଲିଙ୍ଗି ବିବାହକୁ ମାନ୍ୟତା ଦିଆଯାଇପାରିବ ନାହିଁ ବୋଲି କୁହାଯାଇଛି। ଏହା ବିଷମ ଲିଙ୍ଗି ମଧ୍ୟରେ ସମ୍ଭବ। କେବଳ ହିନ୍ଦୁ ଲ ନୁହେଁ, ମୁସଲମାନ ଲ ରେ ମଧ୍ୟ ଏହାକୁ ଅନୁମତି ନାହିଁ। ମାମଲା ଉପରେ ପରବର୍ତ୍ତି ଶୁଣାଣି ଏପ୍ରିଲ 18ରେ ହେବ।

  • ହେଟ ସ୍ପିଚ: ଯାଚିକାର ପରୀକ୍ଷଣ କରିବାକୁ ପ୍ରସ୍ତୁତ ସୁପ୍ରିମ କୋର୍ଟ

    ହେଟ ସ୍ପିଚ: ଯାଚିକାର ପରୀକ୍ଷଣ କରିବାକୁ ପ୍ରସ୍ତୁତ ସୁପ୍ରିମ କୋର୍ଟ

    2020ରେ ସିଏଏ ବିରୋଧୀ ପ୍ରଦର୍ଶନ କାଳରେ ବିଜେପି ନେତା ଅନୁରାଗ ଠାକୁର ଓ ପରଭଜ ବର୍ମାଙ୍କ ହେଟ ସ୍ପିଚ ଉପରେ ଏଫଆଇଆର ଦାୟର କରିବା ଯାଚିକାର ପରୀକ୍ଷଣ କରିବାକୁ ପ୍ରସ୍ତୁତ ହୋଇଛନ୍ତି ସୁପ୍ରିମ କୋର୍ଟ। ଏହି ମାମଲାରେ ସୁପ୍ରିମ କୋର୍ଟ ନୋଟିସ ଜାରି କରି ତିନି ସପ୍ତାହରେ ଜବାବ ତଲବ କରିଛନ୍ତି। ଜଷ୍ଟିସ କେ ଏମ ଜୋସେଫ କହିଛନ୍ତି, ଯଦି ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତି ମୁତାବକ ଯଦି ଅପରାଧସାବ୍ୟସ୍ତ ହୁଏ ତେବେ ପୋଲିସ ଏଫଆଇଆର ବାଧ୍ୟତାମୂଳକ ହେବ। ତେଣୁ ତାଙ୍କୁ 7 ଦିନ ଭିତରେ ପ୍ରାରମ୍ଭିକ ଯାଞ୍ଚ କରିବାକୁ ହେବ।

    ବିଜେପିର ଏହି ନେତାଙ୍କ ବିରୋଧରେ କମ୍ୟୁନିଷ୍ଟ ନେତ୍ରୀ ବୃନ୍ଦା କରାତ ଯାଚିକା ଦାୟର କରିଥିଲେ। ବୃନ୍ଦାଙ୍କ ଓକିଲ ସିଦ୍ଧାର୍ଥ ଅଗ୍ରୱାଲ କୋର୍ଟଙ୍କୁ ଜଣାଇଛନ୍ତି କି, ଏହା ଲୋକମାନଙ୍କୁ ସବୁଠାରୁ ଜଘନ୍ୟ ହିଂସାରେ ସାମିଲ ହେବାକୁ ଆହ୍ୱାନ ଦେଉଛନ୍ତି। ଜଷ୍ଟିସ ଜୋସେଫ ଓ ବି ଭି ନାଗରତ୍ନାଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣା ହେଉଛି।

    ଜଷ୍ଟିସ ଜୋସେଫ ଅନୁରାଗ ଠାକୁରଙ୍କ ଗୁଳି ମାର ଟିପ୍ପଣୀକୁ ପଢି କହିଲେ, ଆମେ ଭାବୁଛୁ କି, ଏଠାରେ ଗଦ୍ଦାରର ଅର୍ଥ ଦେଶଦ୍ରୋହୀ. ଗୁଳି ମାର ନିଶ୍ଚିତ ରୂପେ ଚିକିତ୍ସା ଦେବାକୁ କୁହାଯାଉ ନାହିଁ। 9 ଜାନୁଆରୀ 2023ରେ ସର୍ବୋଚ୍ଚ କୋର୍ଟ ବୃନ୍ଦାଙ୍କ ଯାଚିକାକୁ ନେଇ ଚାଲିଥିବା ସମସ୍ତ ମାମଲାକୁ ଏକିକୃତ କରି ଜଷ୍ଟିସ ଜୋସେଫଙ୍କ କୋର୍ଟକୁ ପଠାଇ ଦେଇଥିଲେ।

    ସୂଚନାଯୋଗ୍ୟ, ଗତ ଅକ୍ଟୋବର ମାସରେ ଜଷ୍ଟିସ ଜୋସେଫଙ୍କ ଖଣ୍ଡପୀଠ ଆଦେଶ ଦେଇଥିଲେ କି, ଧର୍ମୀୟ କାର୍ଯ୍ୟକ୍ରମରେ ଘୃଣା ସୃଷ୍ଟିକାରୀ ଭାଷଣ  ଘଟଣାର ପୁଲିସ ନିଜ ତରଫରୁ କାର୍ଯ୍ୟାନୁଷ୍ଠାନ ନେବ।

  • ସପା ନେତା ଆଜମ ଖାନ ହସ୍ପିଟାଲରେ

    ସପା ନେତା ଆଜମ ଖାନ ହସ୍ପିଟାଲରେ

    ସପାର ବରିଷ୍ଠ ନେତା ତଥା ରାଜ୍ୟର ପୂର୍ବତନ ମନ୍ତ୍ରୀ ଆଜମ ଖାନଙ୍କୁ ସୋମବାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସୋମବାର ବିଗିଡି ଯାଇଥିଲା। ତାଙ୍କୁ ଦିଲ୍ଲୀର ସର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଜମଙ୍କ ସ୍ଥିତି ସ୍ଥିର ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଥିବା ବେଳେ ସେ ଡାକ୍ତରଙ୍କ ତତ୍ୱାବଧାନରେ ଥିବା କୁହାଯାଇଛି। ଏହା ପୂର୍ବରୁ ମଧ୍ୟ ବହୁବାର ତାଙ୍କ ସ୍ୱାସ୍ଥ ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

    ଆଜମ ଖାନ ରାମପୁର ଲୋକସଭା ଆସନରୁ ସାଂସଦ ହୋଇଥିବା ବେଳେ ରାମପୁର ବିଧାନସଭା ଆସନରୁ 10 ଥର ବିଧାୟକ ରହିଥିଲେ। ହିଂସା ଉଦ୍ରେକକାରୀ ଭାଷଣ ଦେବା ମାମଲାରେ ସ୍ଥାନୀୟ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ତାଙ୍କ ବିଧାନସଭା ସଦସ୍ୟତା ଚାଲିଯାଇଥିଲା।