ଚଳିତ ବର୍ଷ ହେବାକୁ ଥିବା 5 ରାଜ୍ୟର ନିର୍ବାଚନ ମୈଦାନକୁ ଓହ୍ଲାଇବ ଆପ

ଦିଲ୍ଲୀ, ପଞ୍ଜାବ, ଗୁଜରାଟ, ଗୋଆ ପରେ ପରେ କର୍ଣ୍ଣାଟକରେ ଅରବିନ୍ଦ କେଜରିୱାଲଙ୍କ ଦଳ ଆପ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛି। ରାଜ୍ୟର ମୋଟ 224 ଆସନରୁ ଆପ ତାର 200 ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି। 200 ପ୍ରାର୍ଥୀଙ୍କ ମଧ୍ୟରୁ 168 ଜଣଙ୍କ ନାମ ଘୋଷଣା ସରିଥିବା ବେଳେ ଖୁବ ଶୀଘ୍ର ବାକି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ। ଚଳିତ ନିର୍ବାଚନରେ ଆପ ଖାତାକୁ 15 ଆସନ ଆସିବାର ଆଶା ରଖିଛି ଆପ। ଅବଶ୍ୟ ଏହା ଦଳର ପ୍ରଥମ ନିର୍ବାଚନ ନୁହେଁ କର୍ଣ୍ଣାଟକରେ। 2018ରେ କର୍ଣ୍ଣାଟକରେ ଭାଗ୍ୟ ପରୀକ୍ଷା କରିଥିଲା ଆପ, ଯେଉଁଥିରେ 28 ଆସନରୁ 0.06 ପ୍ରତିଶତ ଭୋଟ ମିଳିଥିଲା ଦଳକୁ। ନିକଟରେ ଆପକୁ ଦେଶର ନିର୍ବାଚନ କମିଶନ ଜାତୀୟ ଦଳର ମାନ୍ୟତା ଦେଇଥିଲେ।

ତେବେ ଚଳିତ ବର୍ଷ କର୍ଣ୍ଣାଟକ ବ୍ୟତିତ ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ମିଜୋରାମରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ସବୁ ରାଜ୍ୟରୁ ଆପ ନିର୍ବାଚନ ରଣାଜ୍ଞନକୁ ଓହ୍ଲାଇବ ବୋଲି ଦଳ ମୁଖ୍ୟ କେଜରିୱାଲ କହିଛନ୍ତି। ଆପର ସାଧାରଣ ସମ୍ପାଦକ ସନ୍ଦୀପ ପାଠକ କହିଛନ୍ତି କି, ସମସ୍ତ 5 ରାଜ୍ୟର ସବୁ ସିଟରୁ ଆପ  ଲଢିବ। ଦଳ ଗ୍ରାମସ୍ତରରୁ ତାର ସଂଗଠନ ସୁଦୃଢ କରିବା କାମ ଆରମ୍ଭ କରିଦେଇଛି। ଥରେ ସେଠାରେ ଆମର ପ୍ରତିନିଧୀ ନିୟୋଜିତ ହୋଇଗଲେ ଆମେ ସ୍ଥାନୀୟ ସମସ୍ୟା ସବୁକୁ ଖୋଜି ବାହାର କରିବୁ।

Leave a Reply

Your email address will not be published. Required fields are marked *