ଏକ ବନ୍ଦ ଲଫାପାରେ ଆତିକ ଅହମଦ ପ୍ରଧାନ ବିଚାରପତି ଓ ୟୁପି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲେଖିଛି ଚିଠି। ସେହି ଚିଠିକୁ ଉଭୟଙ୍କ ଠିକଣାରେ ହୁଏତ ପଠାଯାଉଛି। ଆତିକର ଓକିଲ ବିଜୟ ମିଶ୍ରା ଏହି ସ୍ପଷ୍ଟିକରଣ କରିଛନ୍ତି। ପିଟିଆଇକୁ ସୂଚନା ଦେଇ ବିଜୟ କହିଛନ୍ତି କି ଆତିକ କହିଥିଲା କି, ଯଦି ତା ସହ କିଛି ଅଘଟଣ ହୁଏ ବା ହତ୍ୟା ହୁଏ ତେବେ ଚିଠିକୁ ପ୍ରଧାନ ବିଚାରପତି ଓ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯିବ। ବିଜୟ କହିଛନ୍ତି, ଚିଠି ମୋ ପାଖରେ ନାହିଁ କି ମୋ ଦ୍ୱାରା ପଠାଯାଉ ନାହିଁ। ଚିଠି ଲେଖି ଆତିକ ଆଉ କୋଉଠି ରଖିଛି ଓ ଅନ୍ୟ କେହି ପଠେଇବା। ଚିଠିରେ କଣ ଲେଖା ଅଛି ତାହା ମଧ୍ୟ ମତେ ଜଣାନାହିଁ କହିଛନ୍ତି ଆତିକର ଓକିଲ।
ଗ୍ୟାଙ୍ଗଷ୍ଟାରରୁ ନେତା ହୋଇଥିବା ଆତିକ ଅହମ୍ମଦ ଆଉ ତାଙ୍କ ଭାଇ ଅସରଫଙ୍କୁ 15 ତାରିଖ ରାତିରେ ପୋଲିସ ସାମ୍ନାରେ ହତ୍ୟା କରାଯାଇଛି । ମେଡିକାଲ ଯାଞ୍ଚ ପାଇଁ ତାଙ୍କୁ ପ୍ରୟାଗରାଜ ନିଆଯାଇଥିଲା,ହେଲେ ସେଠାରେ ଗଣମାଧ୍ୟମକୁ ସେ କିଛି କହୁଥିବା ବେଳେ ହଠାତ୍ କିଛି ବନ୍ଧୁକଧାରୀ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଆଉ ପୋଲିସ କେବଳ ଦେଖଣାହାରୀ ପାଲଟି ଯାଇଥିଲା । ଏହି ଗୁଳିକାଣ୍ଡ ପରେ ୟୁପି ସରକାରଙ୍କ ଉପରେ ଅନେକ ପ୍ରଶ୍ନ ଉଠିଛି ।