ଆଜି ମୁଖ୍ୟମନ୍ତ୍ରୀଙ୍କ ଖୋର୍ଦ୍ଧା ଗସ୍ତ, ଉନ୍ନୟନମୂଳକ ପ୍ରକଳ୍ପର କରିବେ ଶିଳାନ୍ୟାସ

ଆଜି ଖୋର୍ଦ୍ଧା ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ଉନ୍ନୟମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଗୁରୁଜଙ୍ଗରେ କୃତ୍ରିମ ଅଙ୍ଗପ୍ରତ୍ୟେଙ୍ଗ ଉତ୍ପାଦନ ଗବେଷଣା କେନ୍ଦ୍ର ଉଦଘାଟନ କରିବେ ନବୀନ । ଗୁରୁଜଙ୍ଗରେ ଦୀର୍ଘଦିନର ପ୍ରାଥମିକ ଶିକ୍ଷାକେନ୍ଦ୍ର ଅବହେଳିତ ଅବସ୍ଥାରେ ଥିଲା । ତେବେ ନବୀନଙ୍କ ଦୃଷ୍ଟି ଆକର୍ଷଣ ପରେ ସେଠାରେ ଏବେ ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର ଗଢ଼ି ଉଠିଛି ।

ରାଜସ୍ଥାନ ଜୟପୁରର ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ସେଠାରେ କୃତ୍ରିମ ଅଙ୍ଗପ୍ରତ୍ୟେଙ୍ଗ ପ୍ରସ୍ତୁତ ହେବ । ରାଜ୍ୟ ସରକାରଙ୍କ ସହଯୋଗରେ ଏହାର ପ୍ରତିଷ୍ଠା ହୋଇଥିବାବେଳେ ନବୀନ ଏହାର ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି । ଏହାପରେ ମୁଖ୍ୟମନ୍ତ୍ରୀ ଏକ ସାଧାରଣ ସଭାରେ ଯୋଗଦେବେ । ସେଠାରେ ଦିବ୍ୟାଙ୍ଗଙ୍କୁ ଶ୍ରବଣ ଯନ୍ତ୍ର, ଟ୍ରାଇସାଇକେଲ୍ ସହ ହ୍ୱିଲଚେୟାର ବାଣ୍ଟିବେ ନବୀନ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଖୋର୍ଦ୍ଧାବାସୀ ବେଶ୍ ଉତ୍ସାହିତ ଅଛନ୍ତି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ପୋଲିସ ପ୍ରଶାସନ ।

Leave a Reply

Your email address will not be published. Required fields are marked *