ଅନ୍ଧବିଶ୍ୱାସର ବିକଟ ରୂପ

ଅନ୍ଧବିଶ୍ୱାସର ଏକ ବିକଟ ରୂପ ଗୁଜରାଟରେ ଦେଖିବାକୁ ମିଳିଛି। ମୁକ୍ତିକାମୀ ଏକ ଦମ୍ପତି ଅନ୍ଧବିଶ୍ୱାସରେ ଏମିତି ବଶୀଭୂତ ହୋଇଥିଲେ ଯେ, ନିଜର ଶରୀରରୁ ମୁଣ୍ଡକୁ ଅଲଗା କରି ଅର୍ଘ୍ୟ ଦେଇଥିଲେ।  ଗଣ୍ଡିରୁ ମୁଣ୍ଡ ଅଲଗା କରିବାକୁ ବ୍ୟବହାର ହେଉଥିବା ଗିଲୋଟିନ ବି ତିଆରି କରିବାକୁ ପଛାଇ ନ ଥିଲେ।  ଗିଲୋଟିନକୁ ଏମିତି ଜାଗାରେ ରଖିଥିଲେ କି, ଦେହରୁ ମୁଣ୍ଡ ଅଲଗା ହେବା ପରେ ତାହା ପଡିଥିଲା ଆଗରେ ଜଳୁଥିବା ନିଆଁରେ।  ଦମ୍ପତି ଆତ୍ମବଳୀ ଦେବା ପୂର୍ବରୁ ମଧ୍ୟ ଏକ ସୁଇସାଉଡ ନୋଟ ଛାଡିଯାଇଛନ୍ତି।

ଗୁଜରାଟର ରାଜକୋଟ ଅନ୍ତର୍ଗତ ବିଞ୍ଚିୟା ଗାଁରେ ଘଟିଛି ଏମିତି ଏକ ଲୋମହର୍ଷଣକାରୀ ଜଘନ୍ୟକାଣ୍ଡ। ଗ୍ରାମର ୩୮ ବର୍ଷୀୟ ଜଣେ ଚାଷୀ ହେମୁଭାଇ ମାକୱାନା ଓ ତାଙ୍କ ପତ୍ନୀ ପତ୍ନୀ ୩୫ ବର୍ଷୀୟ ହଂସା ମାକୱାନାଙ୍କର  ୧୩ ବର୍ଷର ପୁଅ ଓ ୧୨ ବର୍ଷର ଝିଅ ଅଛନ୍ତି। ପିଲାଙ୍କୁ ମାମୁଁ ଘରକୁ ଦିନକ ତଳେ ପଠାଇ ଦେଇଲେ। ରବିବାର ସେମାନେ ଘରକୁ ଫେରିବା ପରେ ଉଭୟଙ୍କର ମୁଣ୍ଡ ବିହୀନ ମୃତଦେହ ସେମାନଙ୍କ ଫାର୍ମରେ ଦେଖିବାକୁ ପାଇଥିଲେ। ପୂରା ଘଟଣା ବିଷୟରେ ଜାଣି ସମ୍ପର୍କୀୟଙ୍କ ଜରିଆରେ ପୁଲିସ୍‌କୁ ଖବର ଦେଇଥିଲେ।

ଘଟଣା ସମ୍ପର୍କରେ ପୋଲିସ କହିଛି କି, ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରାଜକୋଟ ସିଭିଲ ହସ୍ପିଟାଲକୁ ପଠାଯାଇଛି। ଗିଲୋଟିନ ଭଳି ଯନ୍ତ୍ର ବ୍ୟବହାର କରି ଆତ୍ମହତ୍ୟା କରାଯାଇଛି।  ଗିଲୋଟିନର ବ୍ଲେଡକୁ ଦଉଡ଼ିରେ ବାନ୍ଧି ବେକକୁ ବ୍ଲେଡ ତଳେ ରଖିଥିଲେ। ହୁଏତ ଦୌଡିକୁ ଭିଡି ଦେଇଥିଲେ ଓ ତାହା ସେମାନଙ୍କ ବେକ ଉପରେ ପଡି ଶରୀରରୁ ମୁଣ୍ଡ ଅଲଗା କରି ଦେଇଥିଲା। ମୁଣ୍ଡ ସିଧା ଯାଇ ପଡିଥିଲା ଯଜ୍ଞ କୁଣ୍ଡରେ। ଦମ୍ପତି ଗୋଟିଏ ଅସ୍ଥାୟୀ ମନ୍ଦିର ତିଆରି କରି ମାଟିରେ ଶିବଲିଙ୍ଗ ତିଆରି କରି ପୂଜା କରିଥିଲେ। ପ୍ରତିଦିନ ଖରାରେ ସେମାନେ ଏଠାରେ ପୂଜାର୍ଚ୍ଚନା କରୁଥିଲେ। ସର୍ବଦା ମୁକ୍ତି ଚାହୁଁଥିଲେ।

ସୁଇସାଇଡ ନୋଟରେ ସେମାନଙ୍କ ଆତ୍ମାହୁତୀ ପାଇଁ କେହି ଦାୟୀ ନ ଥିବା କୁହାଯାଇଛି। ତେବେ ଦମ୍ପତିଙ୍କର ପରିବାର ସହ ବହୁତ ଭଲ ସମ୍ପର୍କ ରହିଛି, କାହା ସହ କୌଣସି ବିବାଦ ନାହିଁ। ଅର୍ଥାଭାବ ମଧ୍ୟ ନ ଥିଲା। ତେଣୁ ବାସ୍ତବରେ କାରଣ କଣ ତାହା ଖୋଜୁଛି ପୋଲିସ।

Leave a Reply

Your email address will not be published. Required fields are marked *