Category: ଝାରସୁଗୁଡ଼ା

  • ଛାତ୍ରର ଆକ୍ରମଣରେ ଇଂରାଜୀ ଅଧ୍ୟାପକଙ୍କ ମୃତ୍ୟୁ

    ଛାତ୍ରର ଆକ୍ରମଣରେ ଇଂରାଜୀ ଅଧ୍ୟାପକଙ୍କ ମୃତ୍ୟୁ

    ଜଣେ ଛାତ୍ରର ଆକ୍ରମଣରେ ଝାରସୁଗୁଡ଼ା ଜିଲା ପିକେଏସ୍‌ଏସ୍ ସ୍ନାତକ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଅମିତ କୁମାର ବାରିକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ଅଧ୍ୟାପକ ଓ ଶିକ୍ଷାବିତ୍ ମହଲ‌େ‌ର ଉଦ୍‌ବେଗ ପ୍ରକାଶ ପାଇଛି। ବେସରକାରୀ ଅନୁଦାନ ଓ ଅଣ ଅନୁଦାନ (+୨ ଓ +୩) ମହାବିଦ୍ୟାଳୟ ତଥା ସଂସ୍କୃତ ଶିକ୍ଷାନୁଷ୍ଠାନ କର୍ମଚାରୀ ସଂଘ ପକ୍ଷରୁ ଅମିିତଙ୍କ ଆତ୍ମାର ସଦ୍‌ଗତି କାମନା କରି ଶୋକସଭା ପାଳନ କରାଯାଇଛି।

    ସଂଘର ସଭାପତି ଡ. ଦେବବିଜୟ ମିଶ୍ର କହିଛନ୍ତି ଯେ, ମହାବିଦ୍ୟାଳୟ ପରିଚାଳନା କମିଟି ଦ୍ୱାରା ଅମିତ ନିଯୁକ୍ତି ପାଇ ଦୀର୍ଘ ୧୫ ବର୍ଷ ଧରି ସ୍ବଳ୍ପ ଦରମାରେ ନିରବଚ୍ଛିନ୍ନ ଭାବେ ଶିକ୍ଷାଦାନ କରିଆସୁଥିଲେ। ଏତେଦିନ କାମ କଲା ପରେ ମଧ୍ୟ ସେ ସରକାରୀ ଅନୁଦାନରୁ ବଞ୍ଚିତ ଥିଲେ। ତାଙ୍କ ଘରେ ସେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ସରକାରଙ୍କ ନିୟମ ଅନୁସାରେ ଆମେ ୨୦୧୯ରୁ ଅନୁଦାନ ପାଇବାକୁ ଯୋଗ୍ୟ ହୋଇଥିଲେ ସୁଦ୍ଧା ଆଜିପର୍ଯ୍ୟନ୍ତ ଅନୁଦାନ ନୀତିରୁ ବଞ୍ଚିତ। ଅନୁଦାନ ଦାବିରେ ଗାନ୍ଧୀମାର୍ଗରେ ଅହୋରାତ୍ର ଧାରଣା ଜାରି ରହିଛି। ସରକାରଙ୍କ ସହ ବାରମ୍ବାର ଆଲୋଚନା ପରେ ବି ନିଷ୍କର୍ଷ ବାହାରିପାରୁନି। ଆସନ୍ତା ନଭେମ୍ବର ମାସ ଭିତରେ କୌଣସି ପଦକ୍ଷେପ ନନେଲେ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ, ସରକାର ସେଥିପାଇଁ ଦାୟୀ ରହିବେ।

  • ଅସଦାଚରଣ ବ୍ୟବହାର ଯୋଗୁ ଗଲା ଜୀବନ

    ଅସଦାଚରଣ ବ୍ୟବହାର ଯୋଗୁ ଗଲା ଜୀବନ

    ଝାରସୁଗୁଡ଼ାରେ ଚାଞ୍ଚଲ୍ୟ । ଝାରସୁଗୁଡା ସଦର ଥାନା ଅଂଚଳରେ ଶନିବାର ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯିବା ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ରବିବାର ସହରରେ ପୁଣି ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି I କୌଣସି ଘଟଣାକୁ କେନ୍ଦ୍ର କରି ମାଂସ ଦୋକାନୀଙ୍କୁ ପିଟିପିଟି ମାରିଦେଲେ ମହିଳା ।

    ସୂଚନା ଅନୁସାରେ ,ଝାରସୁଗୁଡା ଅଫିସ ନିକଟରେ କୈଳାସଙ୍କ ଏକ ମାଂସ ଦୋକାନ ରହିଛି I ଶନିବାର ପଡ଼ାର ଜଣେ ବ୍ୟକ୍ତିଙ୍କ ସହ କୈଳାସଙ୍କର ବଚସା ହୋଇଥିଲା I ଏହି ଘଟଣାକୁ କେନ୍ଦ୍ର କରି ଗତକାଲି ସେ ଦୋକାନ ବନ୍ଦ କରି ଘରକୁ ଯାଉଥିବା ବେଳେ କିଛି ମହିଳା ତାଙ୍କୁ ଅଟକାଇ ଠେଙ୍ଗାରେ ନିସ୍ତୁକ ମାଡ଼ ମାରିଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

    ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୁର୍ଲା ରେଫର କରାଯାଇଥିଲା । ସ୍ଥାନାନ୍ତର ପୂର୍ବରୁ ସିଟି ସ୍କାନ ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ହତ୍ୟାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ଝାରସୁଗୁଡ଼ା ପୋଲିସ ହତ୍ୟା ମାମଲା ରୁଜୁ କରି ମୃତଦେହ ଜବତ କରିଛି । ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ । ତେବେ ଏହି ଘଟଣାଟି ଏକ ଅସଦାଚରଣ ଅଭିଯୋଗକୁ କେନ୍ଦ୍ର କରି ଘଟିଥିବା ସ୍ଥାନୀୟ ଲୋକଙ୍କ ପକ୍ଷରୁ କୁହାଯାଇଛି ।

  • ମନ୍ତ୍ରୀ ନବଦାସ ହତ୍ୟା ମାମଲା, JMFCରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ

    ମନ୍ତ୍ରୀ ନବଦାସ ହତ୍ୟା ମାମଲା, JMFCରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ

    ବହୁଚର୍ଚ୍ଚିତ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ହତ୍ୟା ମାମଲାରେ ଝାରସୁଗୁଡ଼ା JMFC କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇଛି । କୋର୍ଟରେ କ୍ରାଇମବ୍ରାଞ୍ଚ ୫୪୩ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି । ମୁଖ୍ୟ ଆସାମୀ ତଥା ଅଭିଯୁକ୍ତ ASI ଗୋପାଳ ଦାସ ଏବେ ଜେଲରେ ଅଛି ।

    JMFC କୋର୍ଟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରାଯାଇଛି । ପୂର୍ବ ଶତ୍ରୁତାରୁ ମନ୍ତ୍ରୀଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ଗୋପାଳ ଦାସ । ଏହାକୁ ନିଜେ ସ୍ୱୀକାର କରିଛି ଅଭିଯୁକ୍ତ ଯାହା ଉଲ୍ଲେଖ ରହିଛି । ଗୋପାଳଙ୍କ ବିରୋଧରେ 302,307,27(1)ଆର୍ମସ ଆକ୍ଟ ଦଫା ଲାଗିଛି । ହତ୍ୟା ଘଟଣାର ୧୧୮ ଦିନରେ କ୍ରାଇମବ୍ରାଞ୍ଚ ଏହି ଚାର୍ଜସିଟ୍ ଦାଖଲ କରିଛି । ତେବେ ଏହି ମାମଲାରେ କ୍ରାଇମବ୍ରାଞ୍ଚ କେବେ ପୂର୍ଣ୍ଣାଙ୍ଗ ଚାର୍ଜସିଟ୍ ଦାଖଲ କରିବ ସେ ନେଇ ଅସ୍ପଷ୍ଚ ରହିଛି । ଆଜି ମାମଲାର ତଦନ୍ତକାରୀ ଅଧିକାରୀ ଡିଏସପି ରମେଶ ଦୋରାଙ୍କ ସମେତ ୩ ଜଣ ପହଞ୍ଚି ଜେଏମଏଫସିଙ୍କ ନିକଟରେ ଚାର୍ଜସିଟ ଦାଖଲ କରିଛନ୍ତି ।

    ଗତ ଜାନୁଆରୀ ୨୯ ତାରିଖରେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ଗୋପାଳ ଦାସ । ଘଟଣାସ୍ଥଳରୁ ପିସ୍ତଲ ସହ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ଗୁଜରାଟ ଗାନ୍ଧିନଗରସ୍ଥିତ ଫରେନସିକ୍ ଲ୍ୟାବରେ ଅଭିଯୁକ୍ତ ଗୋପାଳର ପଲିଗ୍ରାଫ୍ ଓ ନାର୍କୋ ଟେଷ୍ଟ କରାଯାଇଥିଲା । ଏସସିବି ମାନସିକ ଚିକିତ୍ସା ପ୍ରତିଷ୍ଠାନର ୫ ଜଣିଆ ବିଶେଷଜ୍ଞ ଟିମ ଯାଞ୍ଚ କରିବା ସହ ମାନସିକ ସ୍ଥିତିର ପରୀକ୍ଷା ମଧ୍ୟ କରିଥିଲେ।

  • ଝାରସୁଗୁଡ଼ା ରେଜଲ୍ଟ ପରେ ବିଜେପି କର୍ମୀଙ୍କୁ ଛୁରାମାଡ଼ !

    ଝାରସୁଗୁଡ଼ା ରେଜଲ୍ଟ ପରେ ବିଜେପି କର୍ମୀଙ୍କୁ ଛୁରାମାଡ଼ !

    ଝାରସୁଗୁଡ଼ା ରେଜଲ୍ଟ ଆସିବା ପରେ ହିଂସା ଦେଖିବାକୁ ମିଳିଛି । ଫଳାଫଳ ପରେ ଜଣେ ବିଜେପି କର୍ମୀଙ୍କୁ ଛୁରାମାଡ଼ କରାଯାଇଛି । ଝାରସୁଗୁଡ଼ା ସଦର ବ୍ଲକ୍ ଶ୍ରୀପୁରା ସୁନାମାଲ ଗାଁରେ ଏହି ଅଘଟଣ ଘଟିଛି । ବିଜୟୀ ହୋଇଥିବା ବିଜେଡିର ଜଣେ କର୍ମୀ ବାଣ ଫୁଟାଉଥିବା ବେଳେ ଏହା ବିରୋଧ କରାଯାଇଥିଲା । ତେଣୁ ସେ ଆକ୍ରମଣର ଶିକାର ହୋଇଛନ୍ତି । ବିଜେଡି କର୍ମୀଙ୍କ ଛୁରାମାଡ଼ରେ ଗୁରୁତର ହୋଇଥିବା ବିଜେପି କର୍ମୀ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆହତ ବ୍ୟକ୍ତି ସୁନାମାଲ ଗାଁର ସୁବ୍ରତ ପ୍ରଧାନ ।

    ଆହତ ସୁବ୍ରତଙ୍କ ମୁଣ୍ଡ ଓ ଅଖିରେ ଗଭୀର ଆଘାତ ଲାଗିଛି । ନିର୍ବାଚନ ପରବର୍ତ୍ତୀ ହିଂସା ରୋକିବା ଦିଗରେ ପୋଲିସ ପ୍ରଶାସନ ଦୃଷ୍ଟି ନ ଦେବା ଏହାର କାରଣ ବୋଲି ଅଭିଯୋଗ ହୋଇଛି । ଏହି ଘଟଣା ପରେ ସୁନାମାଳ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି ।

    ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ୪୮ ହଜାର ୨୩୭ ଭୋଟ୍ ବ୍ୟବଧାନରେ ଜିତିଛନ୍ତି ଦୀପାଳି । ଦୀପାଳିଙ୍କୁ ମୋଟ ୧,୭,୩ ଖଣ୍ଡ ଭୋଟ ମିଳିଥିବା ବେଳେ ଟଙ୍କଧରଙ୍କୁ ୫୮ ହଜାର ୩୮୪ ଖଣ୍ଡ ଭୋଟ ଓ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ମାତ୍ର ୪୪୭୩ ଖଣ୍ଡ ଭୋଟ୍ ମିଳିଛି । ଦୀପାଳି ନିଜ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ।

  • ୪୮, ୨୩୭ ଭୋଟ ବ୍ୟବଧାନରେ ବାଜି ମାରିଲେ ଦୀପାଳି

    ୪୮, ୨୩୭ ଭୋଟ ବ୍ୟବଧାନରେ ବାଜି ମାରିଲେ ଦୀପାଳି

    ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ବିପୁଳ ଭୋଟରେ ବିଜୟୀ। ଦୀପାଳି ଦାସ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କଠାରୁ ୪୮, ୨୩୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଦୀପାଳିଙ୍କୁ ମୋଟ ୧,୭,୩ ଖଣ୍ଡ ଭୋଟ ମିଳିଥିବା ବେଳେ ଟଙ୍କଧରଙ୍କୁ ୫୮ ହଜାର ୩୮୪ ଖଣ୍ଡ ଭୋଟ ଓ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ମାତ୍ର ୪୪୭୩ଖଣ୍ଡ ଭୋଟ ମିଳିଛି। ଦୀପାଳି ନିଜ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି।

    ମୋଟ ୧୯ ରାଉଣ୍ଡ ଭୋଟ ଗଣତି ହୋଇଥିଲା। ପ୍ରଥମ ରାଉଣ୍ଡରୁ ହିଁ ଦୀପାଳିଙ୍କ ଭୋଟ ସଂଖ୍ୟା ଅନ୍ୟ ପ୍ରାର୍ଥୀଙ୍କ ଠାରୁ ଅଧିକ ରହି ଆସିଥିଲା। ଶେଷ ପର୍ଯ୍ୟାୟ ଗଣତିରେ ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ  ୪୮, ୨୩୭ ଭୋଟରେ ପଛରେ ପକାଇ ବିଜୟୀ ହୋଇଥିବା ସ୍ପଷ୍ଟ ହୋଇଥିଲା। ଦୀପାଳି ଦାସ ବାପା ନବ ଦାସଙ୍କ ରେକର୍ଡ ଭାଙ୍ଗି ଚୁରମାର କରି ଦେଇଛନ୍ତି । ୨୦୧୯ରେ ନବ ଦାସ ୪୫, ୬୯୯ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଥିବା ବେଳେ ଝିଅ ଦୀପାଳି ୪୮, ୨୩୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।। ଶେଷ ରାଉଣ୍ଡ ବେଳକୁ ଦୀପାଳିଙ୍କୁ ୧ ଲକ୍ଷ ୭ହଜାର ୩ ଖଣ୍ଡ ଭୋଟ ମିଳିଛି। ଯେତେବେଳେ କି, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପାଇଛନ୍ତି ୫୮, ୩୮୪ ଓ କଂଗ୍ରେସ ପ୍ରାର୍ଥୀ ୪, ୪୭୩  ଖଣ୍ଡ ଭୋଟ ପାଇଛନ୍ତି।

    ୨୦୧୯ ନିର୍ବାଚନରେ ସ୍ୱର୍ଗତ ନବ ଦାସ ଝାରସୁଗୁଡାରୁ  ବିଜେପି ପ୍ରାର୍ଥୀ ଦୀନେଶ କୁମାର ଜୈନଙ୍କୁ ୪୫ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ। ସ୍ୱର୍ଗତ ଦାସ ୯୮,୬୨୦ ଭୋଟ୍ ପାଇଥିବା ବେଳେ ଜୈନଙ୍କୁ ମିଳିଥିଲା ୫୨,୯୨୧ ଖଣ୍ଡ ଭୋଟ । ୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମହେନ୍ଦ୍ର ନାଏକ ୧୮,୮୨୩ ଖଣ୍ଡ ଭୋଟ ପାଇଥିବା ବେଳେ ଚଳିତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ୫ ହଜାର ଭୋଟ୍ ହାତେଇବାରେ ଅସମର୍ଥ ହୋଇଛନ୍ତି।

    ସେହିପରି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ୫୮, ୩୮୪ ଭୋଟ ହାତେଇଥିବା ବେଳେ ୨୦୧୯ ନିର୍ବାଚନରେ  ବିଜେପି ପ୍ରାର୍ଥୀ ଦିନେଶ ଜୈନଙ୍କ ପାଇଁ ୫୩ହଜାର ଭୋଟ ହାତେଇବା କଷ୍ଟକର ହୋଇଥିଲା। ଅର୍ଥାତ୍ ଚଳିତ ଭୋଟରେ ତ୍ରିପାଠୀ ପୂର୍ବତନ ପ୍ରାର୍ଥୀ ଜୈନଙ୍କଠାରୁ  ଅଧିକ ଭୋଟ୍ ହାତେଇ ପାରିବାରେ ସଫଳ ହୋଇଛନ୍ତି।। ଗତ ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଦିନେଶ ଜୈନ ୫୨,୯୨୧ ଖଣ୍ଡ ଭୋଟ୍ ପାଇଥିଲେ, ଯାହା ମୋଟ ଭୋଟର ୩୦.୦୪ ପ୍ରତିଶତ ଥିଲା। ୨୦୧୯ ନିର୍ବାଚନରେ ସ୍ୱର୍ଗତ ଦାସଙ୍କୁ ୫୫.୯୭ ପ୍ରତିଶତ।

    ଝାରସୁଗୁଡ଼ାରେ ବିପୁଳ ଭୋଟରେ ବିଜୟ ପରେ ଦୀପାଳି ଦାସଙ୍କ ସହ କଥା ହେଲେ ନବୀନ । ବିଜୟ ପାଇଁ ଦୀପାଳିଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ । ଝାରସୁଗୁଡ଼ା ଉପନିର୍ବାଚନରେ ଅକୁଣ୍ଠ ସମର୍ଥନ ଦେଇ ଐତିହାସିକ ବିଜୟ ଦେଇଥିବାରୁ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ବିଜୟ ଆପଣମାନଙ୍କ ଭଲ ପାଇବା । କର୍ମୀ ଭାଇଭଉଣୀଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଏହି ବିଜୟ ମିଳିଛି ବୋଲି କହିଛନ୍ତି ନବୀନ । ଓଡ଼ିଶାକୁ ବିକାଶର ଶିଖରରେ ପହଞ୍ଚାଇବା ପାଇଁ ଏହା ଆମ ସଙ୍କଳ୍ପକୁ ଆହୁରି ଦୃଢ଼ କରୁଛି ।

    ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁଆରୀ ୨୯ ତାରିଖରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ  ବ୍ରଜରାଜନଗର ଯାଇଥିବା ବେଳେ ସ୍ଥାନୀୟ ପୋଲିସ ଏଏସଆଇ ଗୋବିନ୍ଦ ଦାସ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ସେବାଠାରୁ ଏହି ବିଧାନସଭା ଆସନ ଖାଲି ପଡ଼ିଥିଲା।

  • ଆଜି ଝାରସୁଗୁଡ଼ା ଫଳାଫଳ,ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ଗଣତି ଜାରି

    ଆଜି ଝାରସୁଗୁଡ଼ା ଫଳାଫଳ,ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ଗଣତି ଜାରି

    ଆଜି ଆସିବ ଝାରସୁଗୁଡ଼ା ଉପନିର୍ବାଚନ ଫଳାଫଳ । ଏଥିପାଇଁ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ମୋଟ ୧୪ଟି ଟେବୁଲରେ ୧୮ ରାଉଣ୍ଡ ଗଣତି ହେବ। ସେଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ଭିଭିପାଟ ଓ ପୋଷ୍ଟାଲ ବାଲାଟ୍ କାଉଣ୍ଟିଂ ପାଇଁ ଅଲଗା ଅଲଗା ଟେବୁଲ କରାଯାଇଛି । ପ୍ରତି ଟେବୁଲରେ ଜଣେ ଲେଖାଏଁ କାଉଣ୍ଟିଂ ସୁପରଭାଇଜର, ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ ଅଛନ୍ତି । ସେହିପରି ଜଣେ କାଉଣ୍ଟିଂ ଅବଜରଭର ଅଛନ୍ତି। ଜେନେରାଲ ଅବଜରଭରଙ୍କ ପ୍ରତିନିଧି ଭାବେ ଜଣେ ମାଇକ୍ରୋ ଅବଜରଭର ଅଛନ୍ତି । ଭୋଟ୍ ଗଣତି ପାଇଁ ୨୦ ଜଣ କାଉଣ୍ଟିଂ ସୁପରଭାଇଜର,୨୦ ଜଣ କାଉଣ୍ଟିଂ ଅସିଷ୍ଟାଣ୍ଟ ଏବଂ ୨୦ ଜଣ କାଉଣ୍ଟିଂ ଅବଜରଭର ରହିଛନ୍ତି ।

    ପ୍ରତି ଟେବୁଲରେ କାଉଣ୍ଟିଂ ଅନୁସାରେ ଅଧିକାରୀ ନିୟୋଜିତ ହୋଇଛନ୍ତି । ଗଣତି କେନ୍ଦ୍ର ବାହାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ନିର୍ବାଚନ କମିଶନଙ୍କ ୱେବସାଇଟ ଜରିଆରେ ଗଣତିର ଅପଡେଟ୍ ଦିଆଯିବ । ନିର୍ବାଚନ ମୈଦାନରେ ମୋଟ ୯ଜଣ ପ୍ରାର୍ଥୀ ରହିଥିବା ବେଳେ ୩ ପ୍ରମୁଖ ଦଳ ମଧ୍ୟରେ ଲଢ଼େଇ ହେଉଛି ।

    । ଝାରସୁଗୁଡ଼ା ଫଳାଫଳକୁ ସମସ୍ତଙ୍କ ଅପେକ୍ଷା । ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କ ବିଜୟୀ ହେବା ନେଇ ସମସ୍ତେ ଆଶାବାଦୀ । ବ୍ୟାଟଲ ସରିଛି ହେଲେ ଫଳାଫଳ କାହା ଭାଗ୍ୟରେ ଯିବ, କିଏ ଏହି ନିର୍ବାଚନମଣ୍ଡଳୀର ବିଜେତା ହେବ ସେ ନେଇ ଅଙ୍କକଷା ବି ଜୋର ଧରିଛି । ସ୍ୱର୍ଗତ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ଝିଅ ତଥା ବିଜେଡି ପ୍ରାର୍ଥିନୀ ଦୀପାଳି, ରେସର ସବୁଠାରୁ ଆଗରେ ଅଛନ୍ତି । ବିଜେଡି ସୁପ୍ରିମୋ ନବୀନଙ୍କ ଲୋକପ୍ରିୟତା, ଭାବମୂର୍ତ୍ତି ହିଁ ତାଙ୍କୁ ଜିତାଇବ । ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କରିବେ ଦୀପାଳି । ତେଣୁ ସେ ବିଜୟୀ ହେବା ଏକପ୍ରକାର ନିଶ୍ଚିତ ବୋଲି ଦଳୀୟ ନେତା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

    ସେପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା, କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା କଥା କହି ଭୋଟ୍ ହାତେଇବାକୁ ପ୍ରଚାର ଜୋରଦାର କରିଥିଲା ବିଜେପି । ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଥିଲେ ରାଜ୍ୟ ନେତା ଏବଂ କେନ୍ଦ୍ରୀୟ ମନ୍ତ୍ରୀ । ହେଲେ, ରାଜ୍ୟବାସୀ ତାଙ୍କୁ କେତେ ପସନ୍ଦ କରୁଛନ୍ତି ତାହା ଫଳାଫଳ ଆସିବା ପରେ ସ୍ପଷ୍ଟ ହେବ । କେନ୍ଦ୍ରରେ ଯେମିତି ରାଜ୍ୟରେ ମଧ୍ୟ ଅନୁରୂପ ଦଶା ଭୋଗୁଛି କଂଗ୍ରେସ । ବର୍ତ୍ତମାନ ସ୍ଥିତି ହରାଇବାକୁ ବସିଲାଣି । ହେଲେ ଝାରସୁଗୁଡ଼ାରେ କିଛିଟା ଚମତ୍କାର କରିବା ପାଇଁ ଆଶା ରଖିଛି ଦଳ । ତରୁଣ ପାଣ୍ଡେ ଏଥର ଲୋକଙ୍କ ସମର୍ଥନ ପାଇବେ ବୋଲି କହିଛି କଂଗ୍ରେସ । ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ ହତ୍ୟା ପରେ ଏହି ଆସନ ଖାଲି ପଡ଼ିଥିଲା । ଗତ ୧୦ ତାରିଖରେ ଉପନିର୍ବାଚନ ପାଇଁ ଭୋଟିଂ ହୋଇଥିବା ବେଳେ ଆଜି ଗଣନା ଜାରି ରହିଛି ।

  • ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ହେବ ଝାରସୁଗୁଡ଼ା ଭୋଟ୍ ଗଣନା

    ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ହେବ ଝାରସୁଗୁଡ଼ା ଭୋଟ୍ ଗଣନା

    ଝାରସୁଗୁଡ଼ା ଆସନ କିଏ ହାତେଇବ । କାହା ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର । ଆସନ୍ତାକାଲି ଫଳାଫଳ ଆସିବ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ସକାଳୁ କାଉଣ୍ଟିଂ ଆରମ୍ଭ ହେବ । ସନ୍ଧ୍ୟା ସୁଦ୍ଧା ରେଜଲ୍ଟ ଘୋଷଣା କରିବାକୁ ଲକ୍ଷ୍ୟ ରଖାଯାଇଛି ।

    ଆସନ୍ତାକାଲି ଝାରସୁଗୁଡ଼ା ଉପନିର୍ବାଚନ ଭୋଟ୍ ଗଣତି ହେବ । ଝାରସୁଗୁଡ଼ା ଫଳାଫଳକୁ ସମସ୍ତଙ୍କ ଅପେକ୍ଷା । ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କ ବିଜୟୀ ହେବା ନେଇ ସମସ୍ତେ ଆଶାବାଦୀ । ବ୍ୟାଟଲ ସରିଛି ହେଲେ ଫଳାଫଳ କାହା ଭାଗ୍ୟରେ ଯିବ, କିଏ ଏହି ନିର୍ବାଚନମଣ୍ଡଳୀର ବିଜେତା ହେବ ସେ ନେଇ ଅଙ୍କକଷା ବି ଜୋର ଧରିଛି । ସ୍ୱର୍ଗତ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ଝିଅ ତଥା ବିଜେଡି ପ୍ରାର୍ଥିନୀ ଦୀପାଳି, ରେସର ସବୁଠାରୁ ଆଗରେ ଅଛନ୍ତି । ବିଜେଡି ସୁପ୍ରିମୋ ନବୀନଙ୍କ ଲୋକପ୍ରିୟତା, ଭାବମୂର୍ତ୍ତି ହିଁ ତାଙ୍କୁ ଜିତାଇବ । ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କରିବେ ଦୀପାଳି । ତେଣୁ ସେ ବିଜୟୀ ହେବା ଏକପ୍ରକାର ନିଶ୍ଚିତ ବୋଲି ଦଳୀୟ ନେତା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

    ସେପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା, କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା କଥା କହି ଭୋଟ୍ ହାତେଇବାକୁ ପ୍ରଚାର ଜୋରଦାର କରିଥିଲା ବିଜେପି । ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଥିଲେ ରାଜ୍ୟ ନେତା ଏବଂ କେନ୍ଦ୍ରୀୟ ମନ୍ତ୍ରୀ । ହେଲେ, ରାଜ୍ୟବାସୀ ତାଙ୍କୁ କେତେ ପସନ୍ଦ କରୁଛନ୍ତି ତାହା ଫଳାଫଳ ଆସିବା ପରେ ସ୍ପଷ୍ଟ ହେବ । କେନ୍ଦ୍ରରେ ଯେମିତି ରାଜ୍ୟରେ ମଧ୍ୟ ଅନୁରୂପ ଦଶା ଭୋଗୁଛି କଂଗ୍ରେସ । ବର୍ତ୍ତମାନ ସ୍ଥିତି ହରାଇବାକୁ ବସିଲାଣି । ହେଲେ ଝାରସୁଗୁଡ଼ାରେ କିଛିଟା ଚମତ୍କାର କରିବା ପାଇଁ ଆଶା ରଖିଛି ଦଳ । ତରୁଣ ପାଣ୍ଡେ ଏଥର ଲୋକଙ୍କ ସମର୍ଥନ ପାଇବେ ବୋଲି କହିଛି କଂଗ୍ରେସ ।

    ସେପଟେ, ଭୋଟିଂ ପ୍ରକ୍ରିୟା ଶାନ୍ତିଶୃଙ୍ଖଳାର ସହ ଶେଷ ପାଇଁ ଜୋରଦାର ଉଦ୍ୟମ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । କାଉଣ୍ଟିଂ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ଭୋଟ୍ ଗଣନା ଓ ପରେ ଫଳାଫଳ ଘୋଷଣା ହେବ ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି ସିଇଓ । ଝାରସୁଗୁଡ଼ାସ୍ଥିତ ଇଞ୍ଜିନିୟରିଂ କଲେଜରେ ସକାଳ ୮ଟାରୁ ଭୋଟ୍ କାଉଣ୍ଟିଂ ଆରମ୍ଭ ହେବ । ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣନା ହେବ । ପରେ ପରେ ଅର୍ଥାତ୍ ସକାଳ ୮.୩୦ରୁ ଇଭିଏମ ଗଣନା ଆରମ୍ଭ ହେବ । ଏଥିପାଇଁ ୧୪ଟି କାଉଣ୍ଟିଂ ଟେବୁଲର ବ୍ୟବସ୍ଥା ହୋଇଛି । ଆଉ ଗୋଟିଏ ଟେବୁଲରେ ପୋଷ୍ଟାଲ ବାଲାଟ୍ ଗଣତି ହେବ ।

  • ସବୁ ଦଳ କହିଲେ ଜିତିବୁ ଆମେ, ଏବେ ଝାରସୁଗୁଡ଼ା ରେଜଲ୍ଟକୁ ଅପେକ୍ଷା

    ସବୁ ଦଳ କହିଲେ ଜିତିବୁ ଆମେ, ଏବେ ଝାରସୁଗୁଡ଼ା ରେଜଲ୍ଟକୁ ଅପେକ୍ଷା

    ସରିଛି ଝାରସୁଗୁଡ଼ା ଉପନିର୍ବାଚନ ଭୋଟିଂ । ଏବେ କେବଳ କାଉଣ୍ଟିଂକୁ ସମସ୍ତଙ୍କ ଅପେକ୍ଷା । ଇଭିଏମରେ ସିଲ୍ ହୋଇ ରହିଛି ୯ ପ୍ରାର୍ଥୀଙ୍କ ଭାଗ୍ୟ । କିଏ ବାଜି ମାରିବ ସେ ନେଇ ସସପେନ୍ସ ଜାରି ଥିବାବେଳେ ରାଜନୈତିକ ମହଲରେ ଆକଳନ ଆରମ୍ଭ ହେଲାଣି । ୩ ପ୍ରମୁଖ ଦଳଙ୍କ ମଧ୍ୟରେ ଦୃଢ଼ୋକ୍ତି ଦେଖିବାକୁ ମିଳିଛି । ଝାରସୁଗୁଡ଼ା ଉପନିର୍ବାଚନରେ ମୋଟ ୭୯.୨୧ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ଆସନ୍ତା ୧୩ ତାରିଖରେ ଗଣତି ହେବ । ବିଜେଡି ପ୍ରାର୍ଥିନୀ ଦୀପାଳି ଦାସ ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କରିବା ପାଇଁ ଆଶା ରଖିଛନ୍ତି । ତେବେ ସବୁଥର ଭଳି ଶାସକ ଦଳ ବିଜେଡି ରେକର୍ଡ ସଂଖ୍ୟାକ ଭୋଟ୍ ପାଇବ ବୋଲି କହିଛନ୍ତି ଦଳୀୟ ନେତା ।

    ବିଜେପି ମିଛ କଥା କହୁଛି, ଫାଙ୍କା ଆୱାଜ୍ କରି ଭୁତେଇବାରେ ମାହିର । ଲୋକଙ୍କୁ ମିଛ କଥା କହିଲେ ସେମାନେ ଘୃଣା କରିବେ । ନିର୍ବାଚନ ହାରିଲେ ଲୋକପ୍ରିୟତା କମୁଛି ବୋଲି ପ୍ରମାଣିତ ହେବ । ରାଜ୍ୟରେ ଯେ ପର୍ଯ୍ୟନ୍ତ ନବୀନ ପଟ୍ଟନାୟକ ଥିବେ ସେ ଯାଏ ବିଜେଡି ହିଁ ଶାସନ କରିବ । ଦୀପାଳି ଦାସ ୫୦ ହଜାରରୁ ଅଧିକ ଭୋଟରେ ଜିତିବେ ଏବଂ ତାଙ୍କ ବାପାଙ୍କ ସ୍ୱପ୍ନ ପୂରଣ କରିବେ । ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚିଛି । ତେଣୁ ଦୀପାଳିଙ୍କୁ ଲୋକଙ୍କ ଆଶୀର୍ବାଦ ମିଳିଛି । ସେ ହିଁ ବିଜୟୀ ହେବା ଏକପ୍ରକାର ନିଶ୍ଚିତ ବୋଲି କହିଛନ୍ତି ମନ୍ତ୍ରୀ ପ୍ରମିଳା ମଲ୍ଲିକ । ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତେ ଭଲ ପାଉଥିବାରୁ ଅଧିକ ଜନ ସମର୍ଥନ ମିଳିଛି । ନବୀନଙ୍କ ନେତୃତ୍ଵରେ ପୁଣି ଥରେ ବିଜେଡି ସରକାର ଗଢ଼ିବ । ସେହିଭଳି ଝାରସୁଗୁଡ଼ା କେମେଷ୍ଟ୍ରି କହୁଛି ଦୀପାଳିଙ୍କ ବାଜିମାତ୍ ହେବ । ଏଥିସହ ଜେନେରାଲ ଟ୍ରେଣ୍ଡ କହୁଛି ଜନମତ ଦୀପାଳିଙ୍କ ସପକ୍ଷରେ ଯିବ । ଆମେ ଶତ ପ୍ରତିଶତ ଜିତିବୁ ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ ।

    ବିଜେପି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ମଧ୍ୟ ଲୋକଙ୍କ ସମର୍ଥନରେ ବିଜୟୀ ହେବାକୁ ଆଶାବାଦୀ । ବିଜେପି ପ୍ରାର୍ଥୀଙ୍କୁ ଝାରସୁଗୁଡ଼ାବାସୀଙ୍କ ଅଧିକ ସମର୍ଥନ ମିଳିଛି । ତେଣୁ ସେ ବିଜୟୀ ହେବେ ବୋଲି ଦଳ କହିଛି । ତେବେ ବିଜେପି କି ବିଜେଡି ନୁହଁ କଂଗ୍ରେସ ହିଁ ଜିତିବ । କଂଗ୍ରେସ ପାର୍ଥୀ ତରୁଣ ପାଣ୍ଡେ ଝାରସୁଗୁଡ଼ା ମାଟିର ପୁଅ । ତେଣୁ ତାଙ୍କୁ ଯଥେଷ୍ଟ ସମର୍ଥନ ମିଳିବ ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଦାବି କରିଛନ୍ତି ।

    ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟିଂ ସରିଛି । ରେଜଲ୍ଟକୁ ସବୁ ଦଳ ଅପେକ୍ଷା କରିଛନ୍ତି । ଭୋଟ୍ ଗଣତି ପରେ ଝାରସୁଗୁଡ଼ାବାସୀ କାହାର ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ସ୍ପଷ୍ଟ ହେବ ।

  • ବିଜେପି ନେତାଙ୍କ ଘରୁ ୪୦୦ ଶାଢ଼ୀ ଜବତ

    ବିଜେପି ନେତାଙ୍କ ଘରୁ ୪୦୦ ଶାଢ଼ୀ ଜବତ

    ରାତି ପାହିଲେ ଝାରସୁଗୁଡା ଉପନିର୍ବାଚନ ପାଇଁ ଭୋଟ। ସୋମବାରଠାରୁ ନିର୍ବାଚନ ପ୍ରଚାର ବନ୍ଦ ହୋଇଛି। ସ୍ଥାନୀୟ ବିଧାନସଭା ମଣ୍ଡଳୀରେ ଜାରି ରହିଛି ସାଇଲେଣ୍ଟ ପିରିଅଡ। ନିୟମ ଅନୁଯାୟୀ କୌଣସି ଦଳ ପକ୍ଷରୁ ଭୋଟରଙ୍କୁ ପ୍ରଭାବିତ କରାଯିବ ନାହିଁ କି ପ୍ରଚାର ହେବ ନାହିଁ। କିନ୍ତୁ ନିୟମ ବାହାରେ ସବୁ ଦଳ ପକ୍ଷରୁ ଶେଷ ମୁହୂର୍ତ୍ତରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ସବୁ ପ୍ରକାର ଚେଷ୍ଟା ଜାରିରହିଛି। ଏପରି ସମୟରେ ବିଜେପି ପକ୍ଷରୁ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ଶାଢୀ ଅଣାଯାଇଥିବା ବେଳେ ଏହାକୁ ଜବତ କରାଯାଇଛି।

    ଆଜି କୋଲାବିରା ବ୍ଲକ ଜମିଦାରପଡାକୁ ବିଜେପି ମଣ୍ଡଳ ଉପସଭାପତି ସଞ୍ଜୟ ପୂଜାରୀ ବିପୁଳ ଶାଢ଼ୀ ନେଇ ଆସୁଥିବା ବେଳେ ଫ୍ଲାଇଙ୍ଗ ସ୍କ୍ୱାଡ଼ ଶାଢୀ ସବୁକୁ ଜବତ କରିଥିବା ସୂଚନା ମିଳିଛିl ଫ୍ଲାଇଙ୍ଗ ସ୍କ୍ୱାଡ ଚଢ଼ାଉ ପରେ ପୂଜାରୀଙ୍କ ଘରୁ ୪୦୦ ଖଣ୍ଡ ନୂଆ ଶାଢ଼ୀ ମିଳିଥିଲା। ଜବତ ସମସ୍ତ ଶାଢ଼ୀ ଆଜି ଝାରସୁଗୁଡାର ଏକ ଦୋକାନରୁ କିଣା ଯାଇଥିବା ବେଳେ ମେସର୍ସ ସ୍ନେହା ମଲ୍ଟିମିଡ଼ିଆ ନାଁରେ ବିଲ କଟାଯାଇଛି। ସ୍କ୍ୱାଡ଼ ଶାଢ଼ୀ ଗୁଡିକ ଜବତ କରିଥିବା ବେଳେ ତଦନ୍ତ ଆରମ୍ଭ କରିଛିl

    ସୂଚନାଯୋଗ୍ୟ, ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମୋଟ ୨୫୩ଟି ଭୋଟଗ୍ରହଣ କେନ୍ଦ୍ରରେ ଆସନ୍ତା ୧୦ତାରିଖରେ ଭୋଟଗ୍ରହଣ ଅନୁଷ୍ଠିତ ହେବ ଓ ମୋଟ ୨.୨୧ଲକ୍ଷ ଭୋଟର ମତାଧିକାର ସାବ୍ୟସ୍ତ କରିବେ । ସେପଟେ ନିର୍ବାଚନ ପାଇଁ ପୋଲିଂ ପାର୍ଟି ସବୁ ଝାରସୁଗୁଡା ହେଡ କ୍ୱାଟରରୁ ବାହାରି ଗଲେଣି ନିଜ ନିଜ ବୁଥକୁ।

  • ଝାରସୁଗୁଡ଼ା ଉପନିର୍ବାଚନ: ଆଜି ପ୍ରଚାର ମୈଦାନରେ ନବୀନଙ୍କୁ ଟକ୍କର ଦେବେ ଧର୍ମେନ୍ଦ୍ର

    ଝାରସୁଗୁଡ଼ା ଉପନିର୍ବାଚନ: ଆଜି ପ୍ରଚାର ମୈଦାନରେ ନବୀନଙ୍କୁ ଟକ୍କର ଦେବେ ଧର୍ମେନ୍ଦ୍ର

    ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ । ଭୋଟ୍ ହାତେଇବା ପାଇଁ ପ୍ରଚାର ଜୋରଦାର ହେଉଛି । ଆଉ ମାତ୍ର ୩ ଦିନ । ଭୋଟ୍ ଦେଇ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଦାରଣ କରିବେ ଝାରସୁଗୁଡ଼ାବାସୀ । ଆସନ୍ତାକାଲି ଅର୍ଥାତ୍ ୮ ତାରିଖ ସନ୍ଧ୍ୟାରୁ ଝାରସୁଗୁଡ଼ା ନିର୍ବାଚନୀ ପ୍ରଚାର ବନ୍ଦ ହେବ । ତେଣୁ ଆଜି ଉଭୟ ବିଜେଡି ଓ ବିଜେପି ପକ୍ଷରୁ ପ୍ରଚାରକୁ ଜୋରଦାର କରାଯିବ ।

    ଆଜି ଗୋଟିଏ ଦିନରେ ୨ ଲୋକପ୍ରିୟ ନେତାଙ୍କ କାର୍ଯ୍ୟକ୍ରମ । ଝାରସୁଗୁଡ଼ା ସହରରେ ଆୟୋଜିତ ସମ୍ମିଳନୀରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ଭୋଟ୍ ହାତେଇବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରୋଡ୍‌ ସୋ’ରେ ସାମିଲ ହେବେ । ଏଥିପାଇଁ ଜୋରଦାର ପ୍ରସ୍ତୁତି ହୋଇଥିବା ବେଳେ ନିଜ ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭୋଟ୍ ଭିକ୍ଷା କରିବେ ୨ ନେତା । ନେତା, କର୍ମୀ, ବିଧାୟକ, ସାଂସଦ ତଥା ଜିଲ୍ଲା ଦାୟିତ୍ୱରେ ଥିବା ବରିଷ୍ଠ ନେତା ସମସ୍ତେ ଆଜିର ପ୍ରଚାରରେ ଯୋଗଦେବେ । ଝାରସୁଗୁଡ଼ାରେ ପ୍ରଚାର ମୈଦାନରେ ନବୀନ ଓ ଧର୍ମେନ୍ଦ୍ରଙ୍କ ଲଢ଼େଇ ଦେଖିବାକୁ ମିଳିବ ।

    ସେପଟେ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଝାରସୁଗୁଡ଼ାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ୫ ଜଣ ଡିଏସ୍‌ପି, ୧୫ ଇନ୍ସପେକ୍ଟର, ୨୨ ଜଣ ଏସଆଇ, ୬୪ ଜଣ ଏଏସ୍‌ଆଇଙ୍କ ଭଳି ମୋଟ ୧୪.୫ ପ୍ଲାଟୁନ ପୋଲିସ୍‌ ମୁତୟନ ହୋଇଛନ୍ତି । ଆଜି ଅପରାହ୍ଣ ସାଢ଼େ ୪ଟାରେ ଝାରସୁଗୁଡ଼ା ବିମାନବନ୍ଦରରେ ଅବତରଣ କରିବେ ନବୀନ । ସେଠାରୁ ଆମଲିପାଲିସ୍ଥିତ ସଭାସ୍ଥଳକୁ ଯାଇ ସଭାରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ଣ ୫ଟା ୧୫ ମିନିଟରେ ଝାରସୁଗୁଡ଼ାରୁ ଭୁବନେଶ୍ବର ଅଭିମୁଖେ ବାହାରିବେ ବିଜେଡି ସୁପ୍ରିମୋ । ଅନ୍ୟପଟେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦିନ ୧୧ଟାରେ କୋଲାବିରା ବ୍ଲକ୍ ଝିର୍ଲିପାଲି ପଞ୍ଚାୟତରେ ହେବାକୁ ଥିବା ସାଧାରଣ ସଭାରେ ଯୋଗ ଦେବେ । ଏହାପରେ ଅପରାହ୍ଣ ୪.୩୦ରେ ଝାରସୁଗୁଡ଼ା ସହର ବସ୍‌ଷ୍ଟାଣ୍ଡରୁ ସରବାହାଲ ଯାଏ ରୋଡ୍‌ ସୋ’ କରିବେ ।

    ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ପରେ ଆସନ ଖାଲି ରହିଛି । ତେଣୁ ଝାରସୁଗୁଡ଼ାରେ ୧୦ ତାରିଖରେ ଉପନିର୍ବାଚନ ହେଉଛି । ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ଜିତାଇବା ପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର ମୈଦାନକୁ ଓହ୍ଲାଇବେ । ନେତା,ମନ୍ତ୍ରୀ, କର୍ମକର୍ତ୍ତା ସମସ୍ତେ ଏଥିରେ ସାମିଲ ହୋଇଛନ୍ତି। ସେହିପରି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରିବେ । ଅନ୍ୟପଟେ, କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ପାଇଁ ଭୋଟ୍ ଭିକ୍ଷା କରୁଛନ୍ତି ନେତା, ମନ୍ତ୍ରୀ ।