Category: କଳା ଓ ସଂସ୍କୃତି

  • ଶ୍ରୀଜିଉଙ୍କ ଭଉଁରୀ ଯାତ୍ରା

    ଶ୍ରୀଜିଉଙ୍କ ଭଉଁରୀ ଯାତ୍ରା

    ଆଜି ମହାପ୍ରଭୁଙ୍କ ଭଉଁରୀ ଯାତ୍ରା। ଏହି ଅବସରରେ ଶ୍ରୀକ୍ଷେତ୍ରରେ ତିନି ରଥର ଚକ ଅଖ ଡେରା ନୀତି ହେବ।ଏଥିପାଇଁ ଶ୍ରୀମନ୍ଦୀରରେ ଚାଲିଛି ପ୍ରସ୍ତୁତି । ସକାଳଧୂପ ପରେ ଶ୍ରୀମନ୍ଦିରରୁ ପୂଜାପଣ୍ଡା ସେବକମାନେ ଶ୍ରୀଜିଉଙ୍କ ଆଜ୍ଞାମାଳ ଧରି ରଥ ଖଳାକୁ ବିଜେ କରିବା ପରେ ତିନି ରଥର ଦୁଇଟି ଲେଖାଏଁ ଚକ ସହ ଗୋଟିଏ ଲେଖାଏଁ ଅଖ ଡେରା ଯିବ।ଚକ ଅଖ ଡେରା ନୀତି ସମ୍ପନ୍ନ ପରେ ରଥ ନିର୍ମାଣର ଅନ୍ୟାନ୍ୟ କାର୍ଯ୍ୟ ଆରମ୍ଭ ହେବ।ଅନ୍ୟପଟେ ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରାର ଅନ୍ତିମ ଦିନ। ଆଜି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଭୂଦେବୀ, ଶ୍ରୀଦେବୀ, ରାମକୃଷ୍ଣ ଓ ମଦନମୋହନଙ୍କ ପଞ୍ଚ ମହାଦେବ ନରେନ୍ଦ୍ର ପୁଷ୍କରିଣୀରେ ୨୧ ଘେରା ଜଳକ୍ରୀଡା କରିବେ।ଏହାପରେ ଅପରାହ୍ନ ୪ଟାରେ ଏକ ବିରାଟ ଶୋଭାଯାତ୍ରାରେ ଶ୍ରୀମନ୍ଦିରରୁ ମହାପ୍ରଭୁ ମଣିବିମାନରେ ବାହାରି ନରେନ୍ଦ୍ର ପୁଷ୍କରିଣୀ ଆସିବେ। ଭଉଁରୀ ଯାତ୍ରାରେ ଅତ୍ୟଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

  • ମାହାଙ୍ଗା ମହୋତ୍ସବ ଉଦଘାଟିତ, ୫ ଦିନ ଯାଏ ମଜା ନେବେ ଦର୍ଶକ

    ମାହାଙ୍ଗା ମହୋତ୍ସବ ଉଦଘାଟିତ, ୫ ଦିନ ଯାଏ ମଜା ନେବେ ଦର୍ଶକ

    କଟକ ଜିଲ୍ଲାର ବ୍ରହ୍ମକ୍ଷେତ୍ର ଜିଗ୍ନିପୁର, ପ୍ରଭୁ ବଳଦେବଜିୟୁଙ୍କ ପବିତ୍ର ପୀଠ । ଚନ୍ଦନ ଯାତ୍ରା ଅବସରରେ ମାହାଙ୍ଗା ମହୋତ୍ସବ ଉଦଘାଟିତ ହୋଇଯାଇଛି । ଆୟୋଜିତ ଉଦଘାଟନୀ ଉତ୍ସବରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ, ମାହାଙ୍ଗା ବିଧାୟକ ପ୍ରତାପ ଜେନା ପ୍ରମୁଖ ଯୋଗ ଦେଇଥିଲେ ।

    ମହୋତ୍ସବ କମିଟି ପକ୍ଷରୁ ଉତ୍ସବର ପ୍ରଥମ ଦିନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଥିରେ କଳାକାରମାନେ ନିଜ ନିଜର କଳା ପ୍ରଦର୍ଶନ କରିଥିଲେ । ଏହାର ଭରପୂର ମଜା ନେଇଥିଲେ ଦର୍ଶକ । ସେପଟେ, ବିଭିନ୍ନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବା ଜିଲ୍ଲା ଅଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ କାର୍ଯ୍ୟରତ ସାମ୍ବାଦିକମାନେ ମଧ୍ୟ ସମ୍ମାନିତ ହୋଇଥିଲେ ।

    ୫ ଦିନି ଧରି ମାହାଙ୍ଗା ମହୋତ୍ସବର ମଜା ନେବେ ଦର୍ଶକ । ପ୍ରଥମ ଦିନରୁ ହିଁ ଏଠାରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଜିଲ୍ଲା ପ୍ରଶାସନ, ଓରମାସ ଓ ମାହାଙ୍ଗା ମହୋତ୍ସବ କମିଟି ଦ୍ୱାରା ଏହାକୁ ଆୟୋଜନ କରାଯାଇଛି ।

    https://youtu.be/iCZ_AmLO5eA
  • ପେନସିଲଭାନିଆ: ଦୀପାବଳିକୁ ମିଳିଲା ସରକାରୀ ମଞ୍ଜୁରୀ  

    ପେନସିଲଭାନିଆ: ଦୀପାବଳିକୁ ମିଳିଲା ସରକାରୀ ମଞ୍ଜୁରୀ  

    ଆମ ଦେଶରେ ଦୀପାବଳିକୁ ବେଶ ଜାକଜମକରେ ପାଳନ କରାଯାଇଥାଏ। ତେବେ ଖାଲି ଭାରତ ନୁହେଁ, ବିଶ୍ୱର ଅନେକ ଦେଶରେ ଏହି ପର୍ବକୁ ପାଳନ କରାଯାଉଥିବା ବେଳେ ପାନସିଲଭାନିଆରେ ଦୀପାବଳି କୁ ସରକାରୀ ଛୁଟି ଭାବେ ଘୋଷଣା କରାଯାଇଛି। ପେନସିଲଭାନିଆ ଷ୍ଟେଟ ସିନେଟରେ ବିଧିବଦ୍ଧ ଭାବେ ଏକ ବିଲ ପାରିତ ହୋଇଛି। ଏନେଇ ପେନସିଲଭାନିଆ ସିନେଟର ଜଣେ ସଦସ୍ୟ ନିକିଲ ସାଭାଲ ଟ୍ୱିଟ କରି ସୂଚନା ଦେଇଛନ୍ତି।

    ନିକିଲ ତାଙ୍କ ଆଧିକାରିକ ଟ୍ୱିଟର ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି କି, ସିନେଟର ଗ୍ରେଜ ରୋଥମାନଙ୍କ ପ୍ରତି ମୁଁ କୃତଜ୍ଞ କି ସିନେଟରେ ବିଲ ଉପସ୍ଥାପନ ପାଇଁ ମୋତେ ସୁଯୋଗ ଦିଆଯାଇଥିଲା। ସେ ଆହୁରି ଟ୍ୱିଟ କରି ଉଲ୍ଳେଖ କରିଛନ୍ତି କି, ଦୀପାବଳିକୁ ସର୍ବସମ୍ମତି କ୍ରମେ ସିନେଟ ସରକାରୀ ଛୁଟି ଭାବେ ସ୍ୱୀକୃତି ପ୍ରଦାନ କରିଛି। ପେନସିଭାନିଆବାସୀ ଯେଉଁମାନେ ଏହାକୁ ଆଲୋକର ପର୍ବ ଭାବେ ପାଳିଥାନ୍ତି ବା ପର୍ବ ସହ ଜଡିତଥାନ୍ତି, ସେମାନେ ଆପଣଙ୍କ କାର୍ଯ୍ୟ ଦେଖିଛନ୍ତି ଓ ଧନ୍ୟବାଦ ଜଣାଇଛନ୍ତି। ଅନ୍ୟପଟେ ଗ୍ରେଜ ରୋଥମାନ ମଧ୍ୟ ଟ୍ୱିଟ କରି ପେନସିଲଭାନିଆ ସିନେଟରେ ଏହି ବିଲକୁ 50-0ରେ ସ୍ୱୀକୃତି ଦିଆଯାଇଥିବା ଜଣାଇଛନ୍ତି।

    ଆଧିକାରିକ ବିଜ୍ଞପ୍ତିରେ ଗ୍ରେଜ ରୋଥମାନ କହିଛନ୍ତି କି, ପ୍ରତିବର୍ଷ ପେନସିଲଭାନିଆରେ ହଜାର ହଜାର ଲୋକ ଦୀପାବଳି ପାଳନ କରିଥାନ୍ତି। ଏହି ପର୍ବକୁ ସରକାରୀ ଛୁଟି ଭାବେ ସ୍ୱୀକୃତି ଦେଇ ଆମେ ଆମର ସମୃଦ୍ଧ ସାଂସ୍କୃତିକ ବିବିଧତାକୁ ପାଳନ କରିବା।

    ସେ ଆହୁରି କହିଛନ୍ତି କି, ପେନସିଲଭାନିଆରେ ରହୁଥିବା ଦକ୍ଷିଣ ଏସୀୟ ବାସିନ୍ଦାମାନେ ଦୀପାବଳୀକୁ ସମୟର ପ୍ରତିଫଳନ ଓ ଏକତା ଭାବେ ଗ୍ରହଣ କରିଥାନ୍ତି। ଏହି ଆଲୋକର ପର୍ବରେ 2 ଲକ୍ଷ ଲୋକେ ମନ୍ଦିରର, ଘରକୁ ଆଲୋକମାଳାରେ ସୁସଜ୍ଜିତ କରି ପାଳନ କରିଥାନ୍ତି। ଚଳିତ ବର୍ଷ ଏହି ପର୍ବ ନଭେମ୍ବର 12ରେ ପାଳିତ ହେବ।

  • ନିରୀହ ପ୍ରାଣୀଙ୍କ ଜୀବନ ରକ୍ଷା କରିବେ କିପରି, ପାଲା ମାଧ୍ୟମରେ ସଚେତନତା ବାର୍ତ୍ତା

    ନିରୀହ ପ୍ରାଣୀଙ୍କ ଜୀବନ ରକ୍ଷା କରିବେ କିପରି, ପାଲା ମାଧ୍ୟମରେ ସଚେତନତା ବାର୍ତ୍ତା

    ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ । ଅଧିକାଂଶ ସମୟରେ ନିରୀହ ପ୍ରାଣୀଙ୍କ ଜୀବନହାନୀ ଘଟୁଛି । ସେଥିପାଇଁ ଜୀବଜନ୍ତୁଙ୍କ ରକ୍ଷା ପାଇଁ ଉଦ୍ୟମ ହେଉଛି । ଜୀବମଙ୍ଗଳ ଯୋଜନାକୁ ପ୍ରସାରିତ କରିବା ପାଇଁ ରେମୁଣା ବ୍ଲକ୍ ଶ୍ରୀଜଙ୍ଗ ବାତ୍ୟାସ୍ଥଳୀ ପରିସରରେ ପଥପ୍ରାନ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

    ପାଲା ମାଧ୍ୟମରେ ସଚେତନତାର ବାର୍ତ୍ତା । ବାଲେଶ୍ଵରରେ ଏଭଳି ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଜୀବଜନ୍ତୁ, ନିରୀହ ପ୍ରାଣୀଙ୍କ ହତ୍ୟା ନକରିବାକୁ ନିବେଦନ କରାଯାଇଛି । ଏପରିକି ବିପଦରେ ପଡ଼ିଥିଲେ ସେମାନଙ୍କ ସହାୟତା କରିବାକୁ ବାର୍ତ୍ତା ଦିଆଯାଇଛି । ରେମୁଣା ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଦେବାଶିଷ ମହାପାତ୍ର ଓ ଶ୍ରୀଜଙ୍ଗ ପ୍ରାଣୀ ଚିକିତ୍ସକ ସୁଶାନ୍ତ ପ୍ରଧାନ, ମହାରାଜପୁର ଏଲଆଇ ବ୍ରଜବନ୍ଧୁ ମଲ୍ଲିକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ନିରୀହ ପ୍ରାଣୀଙ୍କ ଜୀବନ ରକ୍ଷା ନେଇ ଅଞ୍ଚଳବାସୀଙ୍କୁ ସଚେତନ କରାଯାଇଛି । ଶ୍ରୀଜଙ୍ଗ ଓ ତୁଣ୍ଡୁରା ପ୍ରାଣୀ ମିତ୍ର ଏହି କାର୍ଯ୍ୟକ୍ରମ ପାଇଁ ସହଯୋଗ କରିଥିଲେ ।…

  • କଟକରେ ୧୧ ଦିନିଆ ଆଦିବାସୀ ମେଳା, ପ୍ରଦର୍ଶିତ ହେବ ଲୋକନୃତ୍ୟ

    କଟକରେ ୧୧ ଦିନିଆ ଆଦିବାସୀ ମେଳା, ପ୍ରଦର୍ଶିତ ହେବ ଲୋକନୃତ୍ୟ

    କଟକ ଉପର ବାଲିଯାତ୍ରା ପଡ଼ିଆରେ ହେବ ଆଦିବାସୀ ମେଳା । ଆସନ୍ତା ୨୮ରୁ ୮ ତାରିଖ ଯାଏ ଚାଲିବ ଏହି ମେଳା । ଜିଲ୍ଲାରେ ଦ୍ୱିତୀୟ ଥର ପାଇଁ ଏହାର ଆୟୋଜନ କରାଯାଉଛି ।

    ବାଲିଯାତ୍ରା ପଡ଼ିଆରେ ୧୧ ଦିନ ଧରି ଚାଲିବ ଆଦିବାସୀ ମେଳା । ଏଥିରେ ୧୨୦ରୁ ୧୪୦ଟି ଷ୍ଟଲ୍ ଲାଗିବ । ରାଜ୍ୟର ୧୩ଟି ଜିଲ୍ଲା ଏବଂ ୭ଟି ରାଜ୍ୟରୁ ଆଦିବାସୀ ଜନଜାତି ସମ୍ପ୍ରଦାୟ ଲୋକେ ଏଠାକୁ ଆସିବେ । ସେମାନଙ୍କ କଳାକୃତି ତଥା ଲୋକନୃତ୍ୟ ଏବଂ ବିଭିନ୍ନ ସାମଗ୍ରୀ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏ ନେଇ କଟକ ସର୍କିଟ୍ ହାଉସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସା-ପରିଚୟ ଫାଉଣ୍ଡେସନ୍ ମ୍ୟାନେଜିଂ ଟ୍ରଷ୍ଟି ସୁବାଶିଷ ଦାସ ସୂଚନା ଦେଇଛନ୍ତି । ଏହି ପ୍ରେସମିଟରେ ମେୟର ସୁବାସ ସିଂଙ୍କ ସମେତ ସା-ପରିଚୟ ଫାଉଣ୍ଡେସନର ବହୁ ସଦସ୍ୟ ଉପସ୍ଥିତ ଥିଲେ । …

  • ମହାନଦୀ ତଟୋତ୍ସବ ଉଦଯାପିତ, ଚଟପଟି ଖାଦ୍ୟ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା

    ମହାନଦୀ ତଟୋତ୍ସବ ଉଦଯାପିତ, ଚଟପଟି ଖାଦ୍ୟ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା

    କଟକରେ ଶେଷ ହୋଇଛି ମହାନଦୀ ତଟୋତ୍ସବ । ୫ ଦିନ ଯାଏ ଭରପୁର ମଜା ନେଇଛନ୍ତି ଦର୍ଶକ । ମହାନଦୀ ପଠାରେ ବ୍ୟବସାୟୀମାନେ ବିଭିନ୍ନ ପସରା ମେଲିଥିବା ବେଳେ ଓରମାସ ପକ୍ଷରୁ ୧୪୮ ଷ୍ଟଲ୍ ଖୋଲାଯାଇଥିଲା । ମୀନାବଜାରରେ କିଣାବିକା ସାଙ୍ଗକୁ ଲୋକଙ୍କ ଭିଡ଼ ଜମିଥିଲା । ଚଟପଟି ଖାଦ୍ୟର ବେଶ୍ ମଜା ନେଇଥିଲେ ଦର୍ଶକ । ଘରକରଣା ଜିନିଷ ଓ ନୂଆ ନୂଆ ସାଜସଜା ସାମଗ୍ରୀ ମଧ୍ୟ କିଣିଥିଲେ । ଦି’ପଇସା ରୋଜଗାର କରି ଖୁସିବ୍ୟକ୍ତ କରିଛନ୍ତି ଦୋକାନୀ । ମହାନଦୀ ତଟୋତ୍ସବକୁ କେହିକେହି ମିନି ବାଲିଯାତ୍ରା ମଧ୍ୟ କହିଛନ୍ତି ।

    ମହାନଦୀ ପଠାରେ ବୁଲାବୁଲି କରି ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଥିଲେ ଦର୍ଶକ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମ କଟକ ସଦର ସାମାଜିକ ଓ ସାଂସ୍କୃତିକ ସଂସଦ ଦ୍ୱାରା ଆୟୋଜିତ ହୋଇଥିଲା । ପ୍ରତିଦିନ ଆୟୋଜିତ ସଭାରେ କଟକ ସଦର ବିଧାୟକଙ୍କ ଚନ୍ଦ୍ର ସାରଥୀ ବେହେରା ସଭାପତିତ୍ୱରେ ଯୋଗ ଦେଇଥିଲେ ବରିଷ୍ଠ ବିଧାୟକ,ମନ୍ତ୍ରୀ । ବିଶିଷ୍ଟ ବ୍ୟକ୍ତି ଓ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଭଳି କାର୍ଯ୍ୟକ୍ରମର ଆୟୋଜନକୁ କଟକ ସଦରବାସୀ ପ୍ରଶଂସା କରିଛନ୍ତି ।

  • ମାଞ୍ଚେଷ୍ଟର ମାରାଥନରେ ଓଡ଼ିଆ ନାରୀ, ଶାଢ଼ୀ ପିନ୍ଧି ଦୌଡ଼ିଲେ ୪୨ କି.ମି.

    ମାଞ୍ଚେଷ୍ଟର ମାରାଥନରେ ଓଡ଼ିଆ ନାରୀ, ଶାଢ଼ୀ ପିନ୍ଧି ଦୌଡ଼ିଲେ ୪୨ କି.ମି.

    ୟୁନାଇଟେଡ୍ କିଙ୍ଗଡମରେ ଓଡ଼ିଆ ମହିଳାଙ୍କ କମାଲ । ମାଞ୍ଚେଷ୍ଟର ମାରାଥନରେ ଅଂଶଗ୍ରହଣ କରି ଓଡ଼ିଆଙ୍କୁ ସେ ଗର୍ବିତ କରିଛନ୍ତି । ୪୨.୫ କିଲୋମିଟର ମାରାଥନକୁ ୪ ଘଣ୍ଟା ୫୦ ମିନିଟରେ ପାର୍ କରିଛନ୍ତି UKରେ ରହୁଥିବା ୪୧ ବର୍ଷୀୟ ମହିଳା ।

    ମହିଳା ଜଣକ ବିଦେଶିନୀ ନୁହଁନ୍ତି, ଓଡ଼ିଆ ଝିଅ ମଧୁସ୍ମିତା ଜେନା ଦାସ । ଖାଣ୍ଟି ସମ୍ବଲପୁରୀ ହ୍ୟାଣ୍ଡଲୁମ୍ ଶାଢ଼ୀ ଏବଂ ବୁଟ୍ ପିନ୍ଧି ମାରାଥନରେ ପାର୍ଟିସପେଟ୍ କରିଥିଲେ । ଅନ୍ୟମାନଙ୍କ ପରି ସେ ଏହି ମାରାଥନରେ ସାମିଲ ହୋଇ ରାଜ୍ୟ ପାଇଁ ସମ୍ମାନ ଆଣିଛନ୍ତି ।

    ଟ୍ୱିଟରରେ ତାଙ୍କୁ ବେଶ୍ ପ୍ରଶଂସା ମିଳିଛି । ବ୍ରିଟେନର ମାଞ୍ଚେଷ୍ଟରରେ ରହୁଥିବା ଓଡ଼ିଆ, ସମ୍ବଲପୁରୀ ଶାଢ଼ୀ ପିନ୍ଧି ବ୍ରିଟେନର ଦ୍ୱିତୀୟ ବୃହତ୍ତମ ମାଞ୍ଚେଷ୍ଟର ମାରାଥନରେ ଅଂଶଗ୍ରହଣ କରିଛନ୍ତି । ଦୌଡ଼ିବା ବେଳେ ତାଙ୍କର ଅଙ୍ଗଭଙ୍ଗୀ ଏବଂ ରନିଂ ଷ୍ଟାଇଲ୍ ବେଶ୍ ଆକର୍ଷଣୀୟ ଥିଲା । ତାଙ୍କର ଶାଢ଼ୀ ଏବଂ କଲର କମ୍ବିଂନେସନ ସମସ୍ତଙ୍କୁ ବେଶ୍ ପସନ୍ଦ ହୋଇଛି । ସମ୍ବଲପୁର ସହ ରାଜ୍ୟ ପାଇଁ ଏହା ଏକ ସ୍ୱତନ୍ତ୍ର ପରିଚୟ । ରାଜ୍ୟ ସଂସ୍କୃତିର ଏହା ଏକ ଖାସ୍ ଝଲକ । ଆଦିବାସୀ ତଥା ଲୋକ ସମ୍ପ୍ରଦାୟର ସଙ୍ଗଠନରୁ ଏହାର ସୃଷ୍ଟି । ଏହା ଶାନ୍ତି ଏବଂ ଭାଇଚାରା ରକ୍ଷା ପାଇଁ ବାର୍ତ୍ତା ଦେଇଥାଏ । ମାରାଥନରେ ମଧୁସ୍ମିତାଙ୍କ ଅଂଶଗ୍ରହଣ ସହ ପ୍ରଶଂସା ପାଇବା ନିହାତି ଓଡ଼ିଶା ପାଇଁ ଗର୍ବର ବିଷୟ । ସବୁଠି ତାଙ୍କୁ ପ୍ରଶଂସା ମିଳିବା ସହ ଶୁଭେଚ୍ଛାର ସୁଅ ଛୁଟିଛି ।

  • ମାଞ୍ଚେଷ୍ଟର ମାରାଥନରେ ଓଡ଼ିଆ ଝିଅ, ସମ୍ବଲପୁରୀ ଶାଢ଼ୀରେ ଓଡ଼ିଶାର ସଂସ୍କୃତି

    ମାଞ୍ଚେଷ୍ଟର ମାରାଥନରେ ଓଡ଼ିଆ ଝିଅ, ସମ୍ବଲପୁରୀ ଶାଢ଼ୀରେ ଓଡ଼ିଶାର ସଂସ୍କୃତି

    ବିଦେଶରେ ଓଡ଼ିଶା ସଂସ୍କୃତିର ଝଲକ । ୟନାଇଟେଡ୍ କିଙ୍ଗଡମ୍ ମାଞ୍ଚେଷ୍ଟରରେ ଚାଲିଥିଲା ମାରାଥନ୍-୨୦୨୩ । କ୍ରୀଡ଼ାକୁ ଉତ୍ସାହିତ କରିବା ପାଇଁ ଏଭଳି ଏକ ମାରାଥନର ଆୟୋଜନ ହୋଇଥିଲା । ଯେଉଁଥିରେ ଓଡ଼ିଶାର ସମ୍ବଲପୁରୀ ମହିଳାଙ୍କୁ ଦେଖିବାକୁ ମିଳିଛି ।

    ମାରାଥନରେ ଫୁଲ୍ ଯୋଶରେ ଦୌଡ଼ୁଛନ୍ତି ମଧୁସ୍ମିତା ଜେନା । ଓଡ଼ିଶାର ପ୍ରତୀକ ତଥା ସମ୍ବଲପୁରୀ ଶାଢ଼ୀ ପିନ୍ଧି ଆଗକୁ ମାଡ଼ି ଚାଲିଛନ୍ତି । ମାରାଥନରେ ଅଂଶଗ୍ରହଣ କରି ଓଡ଼ିଆ ସଂସ୍କୃତିର ପରିଚୟ ଦେଇଛନ୍ତି । ଓଡ଼ିଶାର ସଂସ୍କୃତି ଏବଂ ଐତିହ୍ୟ ପ୍ରଦର୍ଶନ କରିବାର ଏହା ଏକ ସୁନ୍ଦର ମୌକା ଥିଲା ଯାହାକୁ ମଧୁସ୍ମିତା ହାତଛଡ଼ା କରିନାହାଁନ୍ତି । କ୍ରୀଡ଼ାକୁ ସେ ବହୁତ ଭଲ ପାଆନ୍ତି । ସେଥିପାଇଁ ଆଜି ସମ୍ବଲପୁରର ମଧୁସ୍ମିତା ମାଞ୍ଚେଷ୍ଟର ମାରାଥନରେ ଦୌଡ଼ି ଓଡ଼ିଶାକୁ ଗର୍ବିତ କରିଛନ୍ତି ।

  • ବଦଳିଲା ପରିଚୟ, ଲୁଗା ସେଲ୍ସମ୍ୟାନରୁ ବନିଲେ ମୂର୍ତ୍ତି କାରିଗର

    ବଦଳିଲା ପରିଚୟ, ଲୁଗା ସେଲ୍ସମ୍ୟାନରୁ ବନିଲେ ମୂର୍ତ୍ତି କାରିଗର

    ସେ ଜଗତର ନାଥ, କାଳିଆ ସାଆନ୍ତି । ଭକ୍ତଙ୍କ ଦୁଃଖସୁଖର ସାଥୀ । ଭକ୍ତଙ୍କ ଭାବରେ ସବୁବେଳେ ବନ୍ଧା । ତାଙ୍କ କରୁଣା ପାଇଁ ଶ୍ରଦ୍ଧାଳୁ ବ୍ୟାକୁଳ । ଭକ୍ତଙ୍କୁ ସ୍ୱପ୍ନ ଦେଖାନ୍ତି ଆଉ ପୂରଣ ବି କରନ୍ତି । ଯାହାର କେବେ ବି ଅନ୍ତ ନାହିଁ ସେ ଜଗତର ନାଥ, ଜଗନ୍ନାଥ । ବାସ୍ତବତାର ଏକ ଚିତ୍ର ନିଶ୍ଚିତ ଭାବେ ଆପଣଙ୍କ ମନକୁ ଛୁଇଁବ ।

    ଏ ହେଉଛି କଟକ ନିଶ୍ଚିନ୍ତକୋଇଲି ବ୍ଲକ୍ ରାମକୃଷ୍ଣପୁର ଗାଁ । ଏହି ଗାଁରେ ଜଗନ୍ନାଥ ବିଶ୍ୱାସୀ ତଥା ଭକ୍ତ ଗୋପାଳଚନ୍ଦ୍ର ନାଥଙ୍କ ଘର । ଜଣେ ଲୁଗା ସେଲ୍ସମ୍ୟାନ ଭାବେ କାର୍ଯ୍ୟରତ ଥିଲେ ଗୋପାଳ । ଏହାରି ଭିତରେ ଦିନେ ଭକ୍ତଙ୍କୁ କାଳିଆ ଠାକୁରଙ୍କ ସ୍ୱପ୍ନ ହୋଇଛି । ସେ କୁଆଡ଼େ ତାଙ୍କର ମୂର୍ତ୍ତି ତିଆରି କରୁଛନ୍ତି । ସକାଳ ହେଲା ପରେ ମନରେ ଅନେକ ସ୍ୱପ୍ନ ଓ ଆଶା । ହେଲେ ଗୋପାଳଙ୍କୁ ସାହାସ ଓ ଶକ୍ତି ଯୋଗାନ୍ତି ଜଗତର ନାଥ ।

    ସ୍ୱପ୍ନକୁ ବାସ୍ତବ ରୂପ ଦେବା ପାଇଁ ଜଗନ୍ନାଥଙ୍କ ମୂର୍ତ୍ତି ତିଆରିରେ ଲାଗିପଡ଼ନ୍ତି ଗୋପାଳ । ଆଖି ଝଲସିଲା ଭଳି, ମହାବାହୁଙ୍କ ସୁନ୍ଦର ମୂର୍ତ୍ତି ତିଆରି କରନ୍ତି । ଆରମ୍ଭ ହୁଏ ଜଗନ୍ନାଥଙ୍କ ବିଭିନ୍ନ ବେଶ ସହ ଅତି ସୁନ୍ଦର ବିଗ୍ରହ । ଏସବୁ ସୋଲରେ ତିଆରି କରି ଅଞ୍ଚଳରେ ମୂର୍ତ୍ତି କାରିଗର ଭାବେ ପରିଚିତ ହୁଅନ୍ତି । ପ୍ରଭୁଙ୍କ କୃପାରୁ ରାତାରାତି ସେଲସମ୍ୟାନରୁ ସେ ପାଲଟିଗଲେ ମୂର୍ତ୍ତି କାରିଗର ।

    ଗୋପାଳଙ୍କ ହାତରେ କୁଆଡ଼େ ଯାଦୁ ରହିଛି । ତାଙ୍କ ହାତ ତିଆରି ମୂର୍ତ୍ତି ଏବେ କେବଳ ନିଜ ଅଞ୍ଚଳ ନୁହଁ, ଆମେରିକା, ଦୁବାଇ ସମେତ ବିଭିନ୍ନ ଦେଶରେ ବିକ୍ରି ହେଉଛି । ଅନଲାଇନରେ ଅର୍ଡର କରୁଛନ୍ତି ଜଗନ୍ନାଥପ୍ରେମୀ । ହ୍ୱାଟ୍ସଆପ୍ କଲ୍ କରି ଏହି ମୂର୍ତ୍ତି କିଣୁଛନ୍ତି ଯୁବକ ଓ ଯୁବତୀ । ମୂର୍ତ୍ତି ପାଇଁ ସେ କୌଣସି ଅର୍ଥ ଦାବି କରନ୍ତି ନାହିଁ । ଭଗବାନଙ୍କ ଦୟାରୁ ଯାହା ମିଳେ ଗ୍ରହଣ କରନ୍ତି । ତାଙ୍କର ଏଭଳି କାର୍ଯ୍ୟ ଅନ୍ୟମାନଙ୍କୁ ବେଶ୍ ପ୍ରେରଣା ଯୋଗାଉଛି । କେହି କେହି ଖୁସିରେ ତାଙ୍କୁ ଅର୍ଥ ବି ଦେଇଥାନ୍ତି । ଏସବୁ କେବଳ ଜଗନ୍ନାଥଙ୍କ ଲୀଳା ବୋଲି କହିଛନ୍ତି ଏ ଯୁଗର ବିଶ୍ୱକର୍ମା ଗୋପାଳ ।

  • ଗଦା ବୁଲାଇ ସାହି ପରିକ୍ରମା କଲେ ବାହୁବଳୀ ହନୁମାନ

    ଗଦା ବୁଲାଇ ସାହି ପରିକ୍ରମା କଲେ ବାହୁବଳୀ ହନୁମାନ

    ହନୁମାନଙ୍କ ମୁଖା ମେଲଣରେ ବୁଲିଲେ ବାହୁବଳୀ ହନୁମାନ । ସାହି ପରିକ୍ରମା କରିବା ସହ ନିଜ କଳା ପ୍ରଦର୍ଶନ କରିଛନ୍ତି ବାହୁବଳୀ । ତାଙ୍କୁ ଯିଏ ଦେଖିଲା ଭାବବିହ୍ଵଳ ହୋଇ ମୁଣ୍ଡିଆ ମାରିଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ରାଣୀହାଟସ୍ଥିତ ଶଗଡ଼ିଆ ସାହିରେ । ପ୍ରପେସରପଡ଼ା ଯୁବକ ସଂଘ ପକ୍ଷରୁ ହନୁମାନ ମୁଖା ମେଳଣର ଆୟୋଜନ କରାଯାଇଥିଲା ।

    ଦୀର୍ଘ ବର୍ଷ ଧରି ଏହି ମୁଖା ମେଳଣର ଆୟୋଜନ ହୋଇ ଆସୁଥିବା ବେଳେ ଚଳିତ ଥର 14ଟି ମୁଖା ସାମିଲ ହୋଇଥିଲେ । ରାଣୀହାଟ ପୂଜା ମଣ୍ଡପ ନିକଟରୁ ହନୁମାନ ମୁଖା ପୂଜା ପାଇବା ପରେ ବିରାଟ ଶୋଭାଯାତ୍ରାରେ ବାହାରି ପ୍ରପେସରପଡ଼ା ପରିକ୍ରମା କରିଥିଲା। ଏଥିରେ ମୁଖ୍ୟ ଆକର୍ଷଣ ପାଲଟିଥିଲେ ବାହୁବଳୀ ହନୁମାନ। ହରିୟାଣାରୁ ଆସିଥିବା ଏହି ୮ ଫୁଟର ବାହୁବଳୀ ହନୁମାନ ଶଗଡ଼ିଆ ସାହି ସମେତ ସ୍ଥାନୀୟ ଅଞ୍ଚଳ ପରିଦର୍ଶନ କରିଥିଲେ । ତାଙ୍କୁ ଦେଖିବା ପାଇଁ ଲୋକଙ୍କ ନାହିଁ ନଥିବା ଭିଡ଼ ଜମିଥିଲା। ବାହୁବଳୀ ହନୁମାନ ଗଦା ବୁଲେଇବା ସହ ନିଜ କଳା ପ୍ରଦର୍ଶନ କରିଥିଲେ ।