ମାହାଙ୍ଗା ମହୋତ୍ସବ ଉଦଘାଟିତ, ୫ ଦିନ ଯାଏ ମଜା ନେବେ ଦର୍ଶକ

କଟକ ଜିଲ୍ଲାର ବ୍ରହ୍ମକ୍ଷେତ୍ର ଜିଗ୍ନିପୁର, ପ୍ରଭୁ ବଳଦେବଜିୟୁଙ୍କ ପବିତ୍ର ପୀଠ । ଚନ୍ଦନ ଯାତ୍ରା ଅବସରରେ ମାହାଙ୍ଗା ମହୋତ୍ସବ ଉଦଘାଟିତ ହୋଇଯାଇଛି । ଆୟୋଜିତ ଉଦଘାଟନୀ ଉତ୍ସବରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ, ମାହାଙ୍ଗା ବିଧାୟକ ପ୍ରତାପ ଜେନା ପ୍ରମୁଖ ଯୋଗ ଦେଇଥିଲେ ।

ମହୋତ୍ସବ କମିଟି ପକ୍ଷରୁ ଉତ୍ସବର ପ୍ରଥମ ଦିନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଥିରେ କଳାକାରମାନେ ନିଜ ନିଜର କଳା ପ୍ରଦର୍ଶନ କରିଥିଲେ । ଏହାର ଭରପୂର ମଜା ନେଇଥିଲେ ଦର୍ଶକ । ସେପଟେ, ବିଭିନ୍ନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବା ଜିଲ୍ଲା ଅଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ କାର୍ଯ୍ୟରତ ସାମ୍ବାଦିକମାନେ ମଧ୍ୟ ସମ୍ମାନିତ ହୋଇଥିଲେ ।

୫ ଦିନି ଧରି ମାହାଙ୍ଗା ମହୋତ୍ସବର ମଜା ନେବେ ଦର୍ଶକ । ପ୍ରଥମ ଦିନରୁ ହିଁ ଏଠାରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଜିଲ୍ଲା ପ୍ରଶାସନ, ଓରମାସ ଓ ମାହାଙ୍ଗା ମହୋତ୍ସବ କମିଟି ଦ୍ୱାରା ଏହାକୁ ଆୟୋଜନ କରାଯାଇଛି ।

Leave a Reply

Your email address will not be published. Required fields are marked *