Author: suchanatv24x7

  • ଜଳୁଛି ସୁଦାନ, ଭାରତୀୟଙ୍କୁ ଘରେ ସୁରକ୍ଷିତ ରହିବାକୁ ଦିଆଯାଇଛି ପରାମର୍ଶ

    ଜଳୁଛି ସୁଦାନ, ଭାରତୀୟଙ୍କୁ ଘରେ ସୁରକ୍ଷିତ ରହିବାକୁ ଦିଆଯାଇଛି ପରାମର୍ଶ

    ଜଳୁଛି ସୁଦାନ। ଦେଶର ସେନା ଓ ଅର୍ଦ୍ଧସାମରିକ ବାହିନୀ ମଧ୍ୟରେ ଘଟିଛି ଭୟଙ୍କର ସଂଘର୍ଷ। ଏଥିପାଇଁ ସୁଦାନରେ ରହିଥିବା ସମସ୍ତ ଭାରତୀୟଙ୍କ ପାଇଁ ଜାରି କରାଯାଇଛି ନିର୍ଦ୍ଦେଶନାମା। କେନ୍ଦ୍ର ସରକାର ସେଠାରେ ଥିବା ଭାରତୀୟଙ୍କୁ ଘରେ ସୁରକ୍ଷିତ ରହିବାକୁ ଦେଇଛନ୍ତି ନିର୍ଦ୍ଦେଶ। ରାଜଧାନୀ ଖାରତୁନରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ଟ୍ୱିଟ କରି ଏହି ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଉଲ୍ଳେଖ କରାଯାଇଛି କି, ସୁଦାନରେ ବର୍ତ୍ତମାନ ସ୍ଥିତି ଜଟିଳ ରହିଛି। ସବୁଆଡେ ଗୁଳି ଗୁଳା ଚଳୁଛି। ଘରେ ସୁରକ୍ଷିତ ଓ ଶାନ୍ତ ରହି ପରବର୍ତ୍ତି ନିର୍ଦ୍ଦେଶକୁ ଅପେକ୍ଷା କରିବାକୁ କୁହାଯାଇଛି।

    ସୁଦାନର ମିଳିଟାରୀ ଲିଡର ଅବଦେଲ ଫତାଦ ଅଲ ବୁରହାନ ଓ ତାଙ୍କର ନମ୍ବର 2 ଅର୍ଦ୍ଧ ପାରାମିଲିଟାରୀ କମାଣ୍ଡର ମହମ୍ମଦ ହାମଦାନ ଡାଗୋଲଙ୍କ ମଧ୍ୟରେ ଦୀର୍ଘ ଗୋଟିଏ ସପ୍ତାହ ହେଲା ବିବାଦ ଲାଗୁ ରହିଥିଲା। ନିୟମିତ ଆର୍ମିରେ ପାରାମିଲିଟାରୀ ରାପିଡ ସର୍ପୋଟ ଫୋର୍ସଙ୍କୁ ମିଶାଇ ଦେବା ପାଇଁ ଚାଲିଥିବା ଯୋଜନାକୁ ନେଇ ଟୈ କମାଣ୍ଡରଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଏହି ବିବାଦ ଶନିବାର ଭୟଙ୍କର ରୂପ ନେବା ସହ ଆର୍ମି ଓ ପାରାମିଲିଟାରୀ ଫୋର୍ସ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଆକ୍ରମଣରେ ଉଭୟ ସଂସ୍ଥାର ବେସକ୍ୟାମ୍ପ କ୍ଷତିଗ୍ରସ୍ତ ହୋଇଛି।  

  • ମେଡିକାଲରେ ଜୀବନ ହାରିଲେ ଗର୍ଭବତୀ ଓ ଶିଶୁ

    ମେଡିକାଲରେ ଜୀବନ ହାରିଲେ ଗର୍ଭବତୀ ଓ ଶିଶୁ

    କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା । ମହିଳାଙ୍କ ସହ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଛି । ଡାକ୍ତରଙ୍କ ଅବହେଳାକୁ ଦାୟୀ କଲେ ପରିବାର ଲୋକେ ।

    ସାହରପଡ଼ା ବ୍ଳକ୍ ଉଦୟପୁର ଗାଁର ରାଜ କିଶୋର ପାତ୍ରଙ୍କ ସ୍ତ୍ରୀ ରିଙ୍କି ପାତ୍ରଙ୍କୁ ଗତକାଲି ରାତିରେ ପ୍ରସବ ଯନ୍ତ୍ରଣା ହୋଇଥିଲା । ପ୍ରଥମେ ତାଙ୍କୁ ଉଦୟପୁର ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଚିକିତ୍ସାରେ ଅବହେଳା କରିଥିଲେ । ଗୁରତର ହେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇ ଦିଆଯାଇଥିଲା । ଏଠାରେ ମଧ୍ୟ ଠିକ୍ ସମୟରେ ଚିକିତ୍ସା ନ ହେବାରୁ ମହିଳା ଏବଂ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସେପଟେ, ମୃତକଙ୍କ ଶବ ପାଇନଥିବାରୁ ମେଡିକାଲ ଫାଣ୍ଡି ଦ୍ୱାରସ୍ଥ ହୋଇଛନ୍ତି ପରିବାର ଲୋକ …। ଅନ୍ୟପଟେ, ଡାକ୍ତରଙ୍କ ଅବହେଳାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅସ୍ୱୀକାର କରିଛନ୍ତି । ରୋଗୀ ପହଞ୍ଚିବା ପୂର୍ବରୁ ମୃତ୍ୟୁ ହୋଇସାରିଥିଲା । ଶବ ବ୍ୟବଛେଦ ପାଇଁ ରଖାଯାଇଥିବା କହିଛନ୍ତି ଅଧିକାରୀ ।

  • ବିଷାକ୍ତ ମଦ ପିଇ 8 ମୃତ

    ବିଷାକ୍ତ ମଦ ପିଇ 8 ମୃତ

    ପୁଣି ବିହାରରେ ମଦ ବିଭୀଷିକା।  ବିଷାକ୍ତ ମଦ ପିଇ ପ୍ରାଣ ହରାଇଛନ୍ତି 8 ଜଣ ଓ 25 ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି। ବିହାରର ମୋତିହାରି ଜିଲ୍ଲାରେ ପୁଣି ମଦ ମୃତ୍ୟୁ ଘଟଣା ଦେଖିବାକୁ ମିଳିଛି। ଜିଲ୍ଲାର ଲକ୍ଷ୍ମୀପୁର, ପାହାରପୁର ଓ ହରିସିଦ୍ଧି ବ୍ଲକରେ ବିଷାକ୍ତ ମଦ ମୃତ୍ୟୁ ମାମଲା ଦେଖିବାକୁ ମିଳିଛି। ସେମାନଙ୍କ ମଧ୍ୟରୁ 5ରୁ 8 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ । 

    ବିଷାକ୍ତ ମଦ ମୃତ୍ୟୁ ଘଟଣାକୁ ନେଇ କିଛି ଦିନ ତଳେ ବିରୋଧୀ ବିଜେପି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଜାତୀୟ ମାନବାଧିକାର କମିଶନ ନିକଟରେ ଜାରି କରିଥିବା ରିପୋର୍ଟରେ କୁହାଯାଇଥିଲା କି, ସାରନ ଜିଲ୍ଲାରେ ବିଷାକ୍ତ ମଦ ଯୋଗୁ 40 ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ପାଇଁ ରିପୋର୍ଟରେ ଜିଲ୍ଲା ପ୍ରଶାସନକୁ ଦାୟୀ କରାଯାଇଥିଲା। ଏହି ରିପୋର୍ଟକୁ ଆଧାର କରି ବିଜେପି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ କରିଥିବା ବେଳେ ସରକାର ମଦ ମୃତ୍ୟୁକୁ ନେଇ ବିଜେପି ରାଜନୀତି କରିଥିବା ପାଲଟା ଅଭିଯୋଗ ହେଉଛି।

    ବିହାରର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କହିଥିଲେ କି, ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଇଙ୍ଗିତରେ ରିପୋର୍ଟ ପ୍ରକାଶ ପାଇଛି। ବିଜେପି ଜାଣିଶୁଣି ରାଜ୍ୟ ସରକାରଙ୍କୁ ବଦନାମ କରିବାକୁ ଚାହୁଁଥିବା କହିଥିଲେ। ସାରନ ବିଷାକ୍ତ ମଦ ମୃତ୍ୟୁ ମାମଲାରେ ମଧ୍ୟ  ବିଧାନସଭା ଭିତରେ ବିଜେପି ନୀତିଶ କୁମାରଙ୍କୁ ଟାର୍ଗେଟ କରିଥିଲା। ଏଥିରେ ଉତକ୍ଷିପ୍ତ ନୀତିଶ  କହିଥିଲେ ଯେ ମଦ ପିଇଲେ ମରିବ। ମଦ ବ୍ୟାନ ହୋଇ ନଥିବା ରାଜ୍ୟରେ ମଧ୍ୟ ଲୋକେ ବିଷାକ୍ତ ମଦ ପିଇ ମରୁଛନ୍ତି।

    ସୂଚନାଯୋଗ୍ୟ, 2016ରୁ ବିହାରରେ ମଦ ପିଇବା ଓ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି, ହେଲେ ରାଜ୍ୟରେ ଚୋରାରେ ବ୍ୟାପକ ମଦ ବିକ୍ରି କରାଯାଇଛି ଓ ବିଷାକ୍ତ ମଦ ପିଇ ମରୁଛନ୍ତି ବହୁ ଲୋକ।

  • ଆତ୍ମନିର୍ଭରଶୀଳ ହେବା ସହ ଚାକିରି ଦେଲେ ସୁରତ

    ଆତ୍ମନିର୍ଭରଶୀଳ ହେବା ସହ ଚାକିରି ଦେଲେ ସୁରତ

    କେହି କେବେ କଳ୍ପନା କରିନଥିଲେ । ସେମିତି କା‌ମ କରି‌‌ ଦେଖାଇଛନ୍ତି ଜଣେ ଶିକ୍ଷିତ ଯୁବଚାଷୀ । ପାହାଡ଼ିଆ ମାଟିରେ କ୍ୟାପ୍‌ସିକମ୍‌ ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ସେ । ସେହିପରି ଫଳ ଓ ପରିବା ଚାଷ କରି ମଧ୍ୟ ସଫଳ ହୋଇଛନ୍ତି।

    ବାଲେଶ୍ବର ବାହାନଗା ବ୍ଲକ୍‌ ଅଧୀନ ରମଦା ଗାଁ’ର ସୁରତ କୁମାର ନାୟକ । ୨୦୦୯ରେ ଆଇଟିଆଇ ଶିକ୍ଷା ପରେ ଚାକିରି ପାଇଁ ଚେଷ୍ଟା କରି ଫେଲ୍ ମାରିଲେ । ତେବେ ସେ ଭାଙ୍ଗିପଡ଼ିନଥିଲେ । ସଫଳ ଚାଷୀଙ୍କ ସମ୍ପର୍କରେ ଶୁଣିଥିଲେ । ଶେଷରେ ଚାଷ କରିବା ପାଇଁ ଗାଁ’କୁ ଆସିଲେ। ନିଜ ଗାଁ’ଠାରୁ କିଛି ଦୂର ନୀଳଗିରି ବ୍ଲକ୍‌ ପୋଡ଼ାଶୂଳ ଅଞ୍ଚଳର ୧୯ ଏକର ଜମି ୧୫ ବର୍ଷ ପାଇଁ ଲିଜ୍‌ରେ ନେଇ ସେଠାରେ ଚାଷ କରିବାକୁ ପ୍ରସ୍ତତ ହେଲେ ।

    ନିଜ ଅଞ୍ଚଳରେ ବେଶ୍ ଡିମାଣ୍ଡ ଥିବା କ୍ୟାପ୍‌ସିକମ୍‌ ଚାଷ କରିବାକୁ ନିଷ୍ପତ୍ତି ନେଲେ । ସେ ପ୍ରତାପ ଚନ୍ଦ୍ର ପାତ୍ରଙ୍କ ସହଯୋଗରେ ପ୍ରଥମେ ୫ ଏକର ଜମିରେ କ୍ୟାପ୍‌ସିକମ୍‌ ଚାଷ କଲେ । ଭଲ ଦି’ ପଇସା ରୋଜଗାର ବି କଲେ ପ୍ରତିଦିନ ୨ରୁ ୩ କ୍ୱିଣ୍ଟାଲ୍‌ କ୍ୟାପ୍‌ସିକମ୍‌ ଅମଳ ହେଲା । ବର୍ଷା ଋତୁରେ ୫ରୁ ୬ କ୍ୱିଣ୍ଟାଲ୍‌ ପର୍ଯ୍ୟନ୍ତ ଅମଳ ହୋଇଥାଏ ଯାହା ବାଲେଶ୍ବର,ମୟୂରଭଞ୍ଜ ଓ ଭଦ୍ରକ ବଜାରକୁ ବିକ୍ରି କରାଯାଏ । କ୍ୟାପ୍‌ସିକମ୍‌ କିଲୋ ପ୍ରତି ୨୦ରୁ ୨୫ ଟଙ୍କା ଦରରେ ବିକ୍ରି ହେଉଥିବା ବେଳେ ସୁରତଙ୍କ ବାର୍ଷିକ ଆୟ ୧୫ ଲକ୍ଷ ଟଙ୍କା ଛୁଇଁଯାଏ । କ୍ୟାପ୍‌ସିକମ୍‌ ସହ ପିଜୁଳି ଓ ପନିପରିବା ଚାଷ କରି ମଧ୍ୟ ସଫଳ ହୋଇଛନ୍ତି । ସୁରତ ଆତ୍ମନିର୍ଭରଶୀଳ ହେବା ସହ ୪୦ରୁ ୫୦ ଜଣଙ୍କୁ ମଧ୍ୟ ରୋଜଗାରକ୍ଷମ କରିପାରିଛନ୍ତି ।

    ଏବେ ସୁରତ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ତା‌ଙ୍କ ପରିଶ୍ରମ ଦେଖି ଲୋକେ ପ୍ରଶଂସାରେ ପୋତି ପକାଉଛନ୍ତି । ଯେଉଁମାନେ ଚାକିରି ପଛରେ ଗୋଡ଼ାଇ ଗୋଡ଼ାଇ ନିରାଶ ହେଉଥିଲେ ଏବେ ସେମାନଙ୍କୁ ରୋଜଗାର ଦିଗ ଦେଖାଇଛନ୍ତି ସୁରତ ।

  • ମେହୁଲଙ୍କ ଭାରତ ପ୍ରତ୍ୟାର୍ପଣ ବାଟ ବନ୍ଦ!

    ମେହୁଲଙ୍କ ଭାରତ ପ୍ରତ୍ୟାର୍ପଣ ବାଟ ବନ୍ଦ!

    13ହଜାର କୋଟି ଟଙ୍କାର ହେରଫେର ମାମଲାରେ ମୋଷ୍ଟ ୱାଣ୍ଟେଡ ହୀରା ବ୍ୟବସାୟୀ ମେହୁଲ ଚୌକସିଙ୍କୁ ଆଇନଗତ ଯୁଦ୍ଧରେ ବିଜୟ। ଆଣ୍ଟିଗୁଆ ଓ ବାରବୁଡା ହାଇକୋର୍ଟ ଶୁକ୍ରବାର ମେହୁଲ ଚୌକସିଙ୍କ ସପକ୍ଷରେ ଦେଇଛି ରାୟ। କୋର୍ଟ କହିଛନ୍ତି କି, ମେହୁଲଙ୍କୁ ଆଣ୍ଟିଗୁଆ ଓ ବାକରବୁଡାରୁ ବାହାରକୁ ନିଆଯାଇ ପାରିବ ନାହିଁ, ମେହୁଲଙ୍କ ଭାରତ ପ୍ରତ୍ୟାର୍ପଣର ସମସ୍ତ ମାର୍ଗକୁ ବନ୍ଦ କରି ଦେଇଛି ଏହି ନିର୍ଦ୍ଦେଶ। ତାଙ୍କ ବିରୋଧରେ ଚାଲିଥିବା ମାମଲାରେ ଯୁକ୍ତି ବାଢିଥିଲେ କି, ଆଣ୍ଟିଗୁଆର ଆଟର୍ଣ୍ଣି ଜେନେରାଲ ଓ ପୋଲିସକୁ ତାଙ୍କ ବିରୋଧରେ ହୋଇଥିବା ମାମଲାର ଯାଞ୍ଚ କରିବାର ଦାୟିତ୍ୱ ରହିଛି।

    ମେହୁଲ ନିଜକୁ ଆଶ୍ୱସ୍ତି ଦେବାକୁ ହାଇକୋର୍ଟରେ 2021 ମେ 23 ତାରିଖରେ ଆଣ୍ଟିଗୁଆ ଓ ବାରବୁଡାରୁ ତାଙ୍କ ଅପହରଣର ଯାଞ୍ଚ ହେବା ଜରୁରୀ ବୋଲି କହିଥିଲେ। କୋର୍ଟ ମାମଲାର ଗୁରୁତ୍ୱକୁ ବୁଝି  କୋର୍ଟଙ୍କ ନିର୍ଦ୍ଦେଶ ବିନା ତାଙ୍କୁ ବାହାରକୁ ନିଆଯାଇ ପାରିବନାହିଁ ବୋଲି କହିଛନ୍ତି। ଏଥିସହ, ଚୋକସିଙ୍କୁ ଜବରଦସ୍ତ ଡୋମିନିକା ନିଆଯାଇଥିବାରୁ ମାମଲାର ଯାଞ୍ଚ ସେଠାକାର ପୁଲିସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

    ସିବିଆଇ କହିଛି, ପଳାତକ ମେହୁଲ ଚୌକସିକୁ ଭାରତ ଫେରାଇ ଆଣିବାକୁ ସବୁ କିଛି କରିବୁ। ପଞ୍ଜାବ ନାସନାଲ ବ୍ୟାଙ୍କ ଫ୍ରଡ ମାମଲାରେ ସିବିଆଇ ପକ୍ଷରୁ 2018 ଫେବୃଆରୀ 15ରେ ମାମଲା ଦାୟର ହୋଇଥିଲା। ପୂର୍ବରୁ ମେହୁଲକୁ ଭାରତକୁ ଫେରାଇ ଦେବାକୁ ଆଣ୍ଟିଗୁଆ ରାଜି ହୋଇଥିବା ବେଳେ ପରବର୍ତ୍ତି ସମୟରେ ଏହାକୁ ମନା କରି ଦେଇଛି। ଗତମାସରେ ଇଣ୍ଟର୍ପୋଲ 2 ଅରବ ଘୋଟାଲା ମାମଲାରେ ଚୌକସି ବିରୋଧରେ ଲାଗିଥିବା ରେଡ ନୋଟିସ ହଟାଇ ଦେଇଥିଲା। 2018 ଡିସେମ୍ବରକୁ ମେହୁଲଙ୍କ ବିରୋଧରେ ରେଡ ନୋଟିସ ହୋଇଥିଲା।

  • ଆଜି ଡବଲ ମୁକାବିଲା, ଜିତିବାକୁ ଜୋରଦାର ଉଦ୍ୟମ

    ଆଜି ଡବଲ ମୁକାବିଲା, ଜିତିବାକୁ ଜୋରଦାର ଉଦ୍ୟମ

    ଆଜି IPLରେ ଦୁଇଟି ମ୍ୟାଚ୍ ଖେଳାଯିବ । ବେଙ୍ଗାଲୁରୁରେ ଅପରାହ୍ଣ ୩.୩୦ରେ ମୁହାଁମୁହିଁ ହେବେ ବାଙ୍ଗାଲୋର ଓ ଦିଲ୍ଲୀ । ସେହିପରି ସନ୍ଧ୍ୟା ସାଢ଼େ ୭ଟାରେ ଲକ୍ଷ୍ନୌରେ ଲକ୍ଷ୍ନୌ ଓ ପଞ୍ଜାବ ମଧ୍ୟରେ ମୁକାବିଲା ହେବ ।

    ବାଙ୍ଗାଲୋର ୩ଟି ମ୍ୟାଚରୁ ୨ଟିରେ ପରାସ୍ତ ହୋଇଥିବା ବେଳେ ଗୋଟିଏରେ ବିଜୟର ସ୍ୱାଦ ପାଇଛି । ଆଜି ଦିଲ୍ଲୀ ବିପକ୍ଷରେ ଉନ୍ନତ ପ୍ରଦର୍ଶନ ପାଇଁ ଦଳ ଲକ୍ଷ୍ୟ ରଖିଛି । ଡୁପ୍ଲେସିସ୍, କୋହଲି ଓ ମାକ୍ସୱେଲଙ୍କ ପରି ହାର୍ଡ ହିଟର ଦଳରେ ଥିବାରୁ ବିଜୟୀ ହେବାକୁ ସମସ୍ତ ବଳ ପ୍ରୟୋଗ କରିବ ଆରସିବି । ସେହିପରି ଦିଲ୍ଲୀ ଖେଳିଥିବା ସମସ୍ତ ୪ ମ୍ୟାଚରେ ପରାସ୍ତ ହୋଇଛି । ଅଧିନାୟକ ୱାର୍ଣ୍ଣର ଦଳର ପରଫରମାନ୍ସକୁ ନେଇ ସାମାନ୍ୟ ଟେନସନରେ ଅଛନ୍ତି । ଆଜି ଆରସିବି ବିପକ୍ଷରେ ଭଲ ପ୍ରଦର୍ଶନ କରି ଜିତିବାକୁ ଲକ୍ଷ୍ୟ ରଖିଛି ଟିମ୍ ।

    ସେପଟେ, ସନ୍ଧ୍ୟାରେ ଲକ୍ଷ୍ନୌ ଓ ପଞ୍ଜାବ ମୁହାଁମୁହିଁ ହେବେ । ରାହୁଲଙ୍କ ଲକ୍ଷ୍ନୌ ଟିମ୍ ୪ଟି ମ୍ୟାଚରୁ ୩ଟିରେ ବିଜୟୀ ହୋଇଥିବା ବେଳେ ଦଳ ମାତ୍ର ଗୋଟିଏ ମୁକାବିଲାରେ ପରାସ୍ତ ହୋଇଛି । ସେପଟେ କିନ୍ତୁ ପଞ୍ଜାବ ୪ଟି ମ୍ୟାଚରୁ ୨ଟିରେ ଜିତିଥିବା ବେଳେ ୨ଟିରେ ପରାସ୍ତ ହୋଇଛି । ଆଜିର ମ୍ୟାଚ୍ ଜିତିବାକୁ ଜୋରଦାର ପ୍ରୟାସ କରିବ ପଞ୍ଜାବ ।

  • ଜାଣନ୍ତୁ IPLରେ କେତେ ଟଙ୍କା ପାଆନ୍ତି ଅମ୍ପାୟାର ?

    ଜାଣନ୍ତୁ IPLରେ କେତେ ଟଙ୍କା ପାଆନ୍ତି ଅମ୍ପାୟାର ?

    IPL ଆସିଲେ ପିଲାଠାରୁ ବୁଢା଼ ଯାଏ ସମସ୍ତଙ୍କ ଠାରେ ଦେଖିବାକୁ ମିଳେ ଏକ ନିଆରା କ୍ରେଜ୍ । ଟୁର୍ଣ୍ଣାମେଣ୍ଟର ପ୍ରତି ସିଜିନରେ ପାଣି ଭଳି ଟଙ୍କା ବୋହିଯାଏ । ଖେଳାଳିଙ୍କୁ ଦିଆଯାଏ କୋଟି କୋଟି ଟଙ୍କା । ହେଲେ ଆପଣ ଜାଣିଛନ୍ତି କି ଆଇପିଏଲରେ ଅମ୍ପାୟାରମାନଙ୍କୁ କେତେ ଦରମା ଦିଆଯାଏ । ଶୁଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ ।

    ବର୍ତ୍ତମାନ ସାରା ବିଶ୍ବ କ୍ରିକେଟର ଦିୱାନା ପାଲିଟିଯାଇଛି । ତେଣୁ କ୍ରିକେଟ୍ ଖେଳାଳିଙ୍କ ଚାହିଦା ଆକାଶ ଛୁଆଁ । କ୍ରିକେଟ୍ ପଡ଼ିଆରେ ଖେଳାଳିଙ୍କ ଯେତିକି ଭୂମିକା ତା ଠାରୁ ଯଥେଷ୍ଟ ଅଧିକ ଭୂମିକା ଅମ୍ପାୟାରଙ୍କ ରହିଛି । କାରଣ ତାଙ୍କ ନିଷ୍ପତ୍ତି ମ୍ୟାଚର ମୋଡ଼ ବଦଳାଇ ଦେଇଥାଏ । ଅମ୍ପାୟାରଙ୍କୁ କେତେ ଟଙ୍କା ମିଳିବ ତାହା ସେମାନଙ୍କ କ୍ୟାଟୋଗୋରୀ ସ୍ଥିର କରିଥାଏ । ଆଇସିସିର ନିୟମ ଅନୁଯାୟୀ ଅମ୍ପାୟାରଙ୍କୁ ଦୁଇଟି ଭାଗରେ ବିଭିକ୍ତ କରାଯାଇଛି । ଆଇସିସିର ପ୍ରଥମ ଶ୍ରେଣୀ ତଥା ଇଲାଇଟ୍ ପ୍ୟାନେଲର ଅମ୍ପାୟାର ମାନେ ପ୍ରତି ମ୍ୟାଚରେ ପାଆନ୍ତି 1.98 ଲକ୍ଷ ଟଙ୍କା । ସେହିପରି ଦ୍ବିତୀୟ ଶ୍ରେଣୀ କ୍ୟାଟେଗୋରୀରେ ଯେଉଁମାନେ ଆସିଥାନ୍ତି ତାଙ୍କୁ ମ୍ୟାଚ୍ ପିଛା ମଳେ 59 ହଜାର ଟଙ୍କା । ତେଣୁ ବିଶ୍ବର ସବୁଠୁ ବ୍ୟୟବହୁଳ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଇପିଏଲରେ ମଧ୍ୟ ଅମ୍ପାୟାରଙ୍କୁ ସେମାନଙ୍କ କ୍ୟାଟାଗୋରୀ ହିସାବରେ ଟଙ୍କା ମିଳିଥାଏ । ମିଳିଥିବା ସୂଚନା ମୁତାବକ ଗୋଟିଏ ସିଜିନରେ ଜଣେ ଅମ୍ପାୟାର ପାଖାପାଖି 20ଟି ମ୍ୟାଚରେ ଅମ୍ପାୟାରିଂ କରିଥାନ୍ତି । ତେଣୁ ଗୋଟିଏ ସିଜିନରେ ଜଣେ ଜଣେ ଅମ୍ପାୟାର ପାଖାପାଖି 40 ଲକ୍ଷ ଟଙ୍କା ଦରମା ପାଇଥାନ୍ତି । କେବଳ ସେତିକି ନୁହେଁ,ସେମାନଙ୍କ ୟୁନିଫର୍ମରେ ଯେଉଁ କମ୍ପାନୀର ଲୋଗୋ ଲାଗିଥାଏ ସେହି କମ୍ପାନୀ ମଧ୍ୟ ଟଙ୍କା ଦେଇଥାନ୍ତି ।