Author: suchanatv24x7

  • ଗଦା ବୁଲାଇ ସାହି ପରିକ୍ରମା କଲେ ବାହୁବଳୀ ହନୁମାନ

    ଗଦା ବୁଲାଇ ସାହି ପରିକ୍ରମା କଲେ ବାହୁବଳୀ ହନୁମାନ

    ହନୁମାନଙ୍କ ମୁଖା ମେଲଣରେ ବୁଲିଲେ ବାହୁବଳୀ ହନୁମାନ । ସାହି ପରିକ୍ରମା କରିବା ସହ ନିଜ କଳା ପ୍ରଦର୍ଶନ କରିଛନ୍ତି ବାହୁବଳୀ । ତାଙ୍କୁ ଯିଏ ଦେଖିଲା ଭାବବିହ୍ଵଳ ହୋଇ ମୁଣ୍ଡିଆ ମାରିଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ରାଣୀହାଟସ୍ଥିତ ଶଗଡ଼ିଆ ସାହିରେ । ପ୍ରପେସରପଡ଼ା ଯୁବକ ସଂଘ ପକ୍ଷରୁ ହନୁମାନ ମୁଖା ମେଳଣର ଆୟୋଜନ କରାଯାଇଥିଲା ।

    ଦୀର୍ଘ ବର୍ଷ ଧରି ଏହି ମୁଖା ମେଳଣର ଆୟୋଜନ ହୋଇ ଆସୁଥିବା ବେଳେ ଚଳିତ ଥର 14ଟି ମୁଖା ସାମିଲ ହୋଇଥିଲେ । ରାଣୀହାଟ ପୂଜା ମଣ୍ଡପ ନିକଟରୁ ହନୁମାନ ମୁଖା ପୂଜା ପାଇବା ପରେ ବିରାଟ ଶୋଭାଯାତ୍ରାରେ ବାହାରି ପ୍ରପେସରପଡ଼ା ପରିକ୍ରମା କରିଥିଲା। ଏଥିରେ ମୁଖ୍ୟ ଆକର୍ଷଣ ପାଲଟିଥିଲେ ବାହୁବଳୀ ହନୁମାନ। ହରିୟାଣାରୁ ଆସିଥିବା ଏହି ୮ ଫୁଟର ବାହୁବଳୀ ହନୁମାନ ଶଗଡ଼ିଆ ସାହି ସମେତ ସ୍ଥାନୀୟ ଅଞ୍ଚଳ ପରିଦର୍ଶନ କରିଥିଲେ । ତାଙ୍କୁ ଦେଖିବା ପାଇଁ ଲୋକଙ୍କ ନାହିଁ ନଥିବା ଭିଡ଼ ଜମିଥିଲା। ବାହୁବଳୀ ହନୁମାନ ଗଦା ବୁଲେଇବା ସହ ନିଜ କଳା ପ୍ରଦର୍ଶନ କରିଥିଲେ ।

  • ଅଧିକାରୀ ସାମଲ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

    ଅଧିକାରୀ ସାମଲ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

    ଢେଙ୍କାନାଳରେ କ୍ରିକେଟ୍ ମ୍ୟାଚର ମଜା । ଦ୍ୱିତୀୟ ଅଧିକାରୀ ସାମଲ ସ୍ମାରକୀ ରାତ୍ରିକାଳୀନ କ୍ରିକେଟ୍ ମ୍ୟାଚ୍ ଉଦଘାଟିତ ହୋଇଯାଇଛି । ଏହାକୁ ଉଦଘାଟନ କରିଛନ୍ତି ସମାଜସେବୀ ଗଙ୍ଗାଧର ସାମଲ । ଏହା ସମ୍ପୂର୍ଣ୍ଣ ଭାବେ ଫ୍ଲଡ୍ ଲାଇଟରେ ଖେଳାଯିବ । ମ୍ୟାଚ୍ ମଜା ନେବା ପାଇଁ ଦର୍ଶକଙ୍କ ଭିଡ଼ ମଧ୍ୟ ଜମିଛି ।

    କ୍ରିକେଟ୍ ଟୁର୍ଣ୍ଣମେଣ୍ଟକୁ ଆୟୋଜନ କରିଛି ମହାବୀର ବଜାର କ୍ରିକେଟ୍ କ୍ଲବ୍ । ଚଳିତଥର ୧୬ଟି ଟିମ୍ ଏଥିରେ ଅଂଶଗ୍ରହଣ କରିଛନ୍ତି । ବଛାବଛା ଖେଳାଳି ଏଥିରେ ସାମିଲ ହୋଇଛନ୍ତି । ଚାମ୍ପିଅନ୍ ଟିମକୁ 1 ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ । ଏଥିସହ ଉପବିଜେତାଙ୍କୁ ୫୦ ହଜାର ଟଙ୍କା ଦିଆଯିବ । ମ୍ୟାନ୍ ଅଫ୍ ଦି ମ୍ୟାଚ୍, ମ୍ୟାନ୍ ଅଫ୍ ଦି ସିରିଜ୍, ବେଷ୍ଟ ସିକ୍ସର ଭଳି ପ୍ରାଇଜ୍ ରଖାଯାଇଛି ।

    ଗତବର୍ଷ ପ୍ରଥମ ଥର ଏଭଳି ଟୁର୍ଣ୍ଣାମେଣ୍ଟର ଆୟୋଜନ ହୋଇଥିଲା । ଏଥର ଦ୍ୱିତୀୟ ଥର ପାଇଁ ଆୟୋଜନ ହୋଇଛି ଟୁର୍ଣ୍ଣାମେଣ୍ଟ । ସାମଲ ପରିବାର ପକ୍ଷରୁ ଆୟୋଜକଙ୍କୁ ଧନ୍ୟବାଦ ଦିଆଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା କରି ଦର୍ଶକ ଏହାର ମଜା ନିଅନ୍ତୁ ବୋଲି ପରିବାର ପକ୍ଷରୁ ଅନୁରୋଧ କରାଯାଇଛି ।

  • ଅନ୍ଧବିଶ୍ୱାସର ବିକଟ ରୂପ

    ଅନ୍ଧବିଶ୍ୱାସର ବିକଟ ରୂପ

    ଅନ୍ଧବିଶ୍ୱାସର ଏକ ବିକଟ ରୂପ ଗୁଜରାଟରେ ଦେଖିବାକୁ ମିଳିଛି। ମୁକ୍ତିକାମୀ ଏକ ଦମ୍ପତି ଅନ୍ଧବିଶ୍ୱାସରେ ଏମିତି ବଶୀଭୂତ ହୋଇଥିଲେ ଯେ, ନିଜର ଶରୀରରୁ ମୁଣ୍ଡକୁ ଅଲଗା କରି ଅର୍ଘ୍ୟ ଦେଇଥିଲେ।  ଗଣ୍ଡିରୁ ମୁଣ୍ଡ ଅଲଗା କରିବାକୁ ବ୍ୟବହାର ହେଉଥିବା ଗିଲୋଟିନ ବି ତିଆରି କରିବାକୁ ପଛାଇ ନ ଥିଲେ।  ଗିଲୋଟିନକୁ ଏମିତି ଜାଗାରେ ରଖିଥିଲେ କି, ଦେହରୁ ମୁଣ୍ଡ ଅଲଗା ହେବା ପରେ ତାହା ପଡିଥିଲା ଆଗରେ ଜଳୁଥିବା ନିଆଁରେ।  ଦମ୍ପତି ଆତ୍ମବଳୀ ଦେବା ପୂର୍ବରୁ ମଧ୍ୟ ଏକ ସୁଇସାଉଡ ନୋଟ ଛାଡିଯାଇଛନ୍ତି।

    ଗୁଜରାଟର ରାଜକୋଟ ଅନ୍ତର୍ଗତ ବିଞ୍ଚିୟା ଗାଁରେ ଘଟିଛି ଏମିତି ଏକ ଲୋମହର୍ଷଣକାରୀ ଜଘନ୍ୟକାଣ୍ଡ। ଗ୍ରାମର ୩୮ ବର୍ଷୀୟ ଜଣେ ଚାଷୀ ହେମୁଭାଇ ମାକୱାନା ଓ ତାଙ୍କ ପତ୍ନୀ ପତ୍ନୀ ୩୫ ବର୍ଷୀୟ ହଂସା ମାକୱାନାଙ୍କର  ୧୩ ବର୍ଷର ପୁଅ ଓ ୧୨ ବର୍ଷର ଝିଅ ଅଛନ୍ତି। ପିଲାଙ୍କୁ ମାମୁଁ ଘରକୁ ଦିନକ ତଳେ ପଠାଇ ଦେଇଲେ। ରବିବାର ସେମାନେ ଘରକୁ ଫେରିବା ପରେ ଉଭୟଙ୍କର ମୁଣ୍ଡ ବିହୀନ ମୃତଦେହ ସେମାନଙ୍କ ଫାର୍ମରେ ଦେଖିବାକୁ ପାଇଥିଲେ। ପୂରା ଘଟଣା ବିଷୟରେ ଜାଣି ସମ୍ପର୍କୀୟଙ୍କ ଜରିଆରେ ପୁଲିସ୍‌କୁ ଖବର ଦେଇଥିଲେ।

    ଘଟଣା ସମ୍ପର୍କରେ ପୋଲିସ କହିଛି କି, ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରାଜକୋଟ ସିଭିଲ ହସ୍ପିଟାଲକୁ ପଠାଯାଇଛି। ଗିଲୋଟିନ ଭଳି ଯନ୍ତ୍ର ବ୍ୟବହାର କରି ଆତ୍ମହତ୍ୟା କରାଯାଇଛି।  ଗିଲୋଟିନର ବ୍ଲେଡକୁ ଦଉଡ଼ିରେ ବାନ୍ଧି ବେକକୁ ବ୍ଲେଡ ତଳେ ରଖିଥିଲେ। ହୁଏତ ଦୌଡିକୁ ଭିଡି ଦେଇଥିଲେ ଓ ତାହା ସେମାନଙ୍କ ବେକ ଉପରେ ପଡି ଶରୀରରୁ ମୁଣ୍ଡ ଅଲଗା କରି ଦେଇଥିଲା। ମୁଣ୍ଡ ସିଧା ଯାଇ ପଡିଥିଲା ଯଜ୍ଞ କୁଣ୍ଡରେ। ଦମ୍ପତି ଗୋଟିଏ ଅସ୍ଥାୟୀ ମନ୍ଦିର ତିଆରି କରି ମାଟିରେ ଶିବଲିଙ୍ଗ ତିଆରି କରି ପୂଜା କରିଥିଲେ। ପ୍ରତିଦିନ ଖରାରେ ସେମାନେ ଏଠାରେ ପୂଜାର୍ଚ୍ଚନା କରୁଥିଲେ। ସର୍ବଦା ମୁକ୍ତି ଚାହୁଁଥିଲେ।

    ସୁଇସାଇଡ ନୋଟରେ ସେମାନଙ୍କ ଆତ୍ମାହୁତୀ ପାଇଁ କେହି ଦାୟୀ ନ ଥିବା କୁହାଯାଇଛି। ତେବେ ଦମ୍ପତିଙ୍କର ପରିବାର ସହ ବହୁତ ଭଲ ସମ୍ପର୍କ ରହିଛି, କାହା ସହ କୌଣସି ବିବାଦ ନାହିଁ। ଅର୍ଥାଭାବ ମଧ୍ୟ ନ ଥିଲା। ତେଣୁ ବାସ୍ତବରେ କାରଣ କଣ ତାହା ଖୋଜୁଛି ପୋଲିସ।

  • ମୋ ବିରୁଦ୍ଧରେ ଚକ୍ରାନ୍ତ; ବିଜେପି ଛାଡ଼ିଲା ପରେ ‘ହାତ’ ଧରିଲେ ଶେଟ୍ଟାର

    ମୋ ବିରୁଦ୍ଧରେ ଚକ୍ରାନ୍ତ; ବିଜେପି ଛାଡ଼ିଲା ପରେ ‘ହାତ’ ଧରିଲେ ଶେଟ୍ଟାର

    କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବଦୀଙ୍କ ପରେ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା 6 ଥରର ବିଧାୟକ ଜଗଦୀଶ ଶେଟ୍ଟାର ବିଜେପି ଛାଡ଼ି ‘ହାତ’କୁ ଆପଣେଇଛନ୍ତି ।

    ଶେଟ୍ଟାର ପାଖାପାଖି 3 ଦଶନ୍ଧି ଧରି ବିଜେପିରେ ନିଜର ରାଜନୈତିକ ଗୋଟି ଚାଳନା କରିଛନ୍ତି । ମେ’ 10 ତାରିଖରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପି ତାଙ୍କୁ ଟିକେଟ ନଦେବାରୁ ସେ ଦଳ ଛାଡ଼ିବା ନିଷ୍ପତ୍ତି ନେଇଥିଲେ । ଆଉ ଗତକାଲି ବିଜେପିରୁ ବିଦାୟ ନେଇଥିବା ଶେଟ୍ଟାର, ଆଜି ପାର୍ଟି କାର୍ଯ୍ୟାଳୟରେ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି । ଶେଟ୍ଟାର ରବିବାର ଦିନ ରଣଦୀପ ସିଂହ ସୁରଜେଓ୍ବାଲା,ସିଦ୍ଧରମୈୟା ଓ ଡିକେ ଶିବକୁମାରଙ୍କୁ ସାକ୍ଷାତ କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି । ଜଗଦୀଶ ଲିଙ୍ଗାୟତ ସମୁଦାୟର ବଡ଼ ନେତା । ଆଉ ରାଜ୍ୟର ପାଖାପାଖି 25ଟି ଆସନ ଉପରେ ତାଙ୍କର ପ୍ରଭାବ ରହିଛି । ତେଣୁ ନିଶ୍ଚିତ ଭାବେ ଏହା ବିଜେପି ପାଇଁ ଏକ ଶକ୍ତ ଝଟକା ।

    କର୍ଣ୍ଣାଟକ ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ହେଲେ ଏଥର ଶେଟ୍ଟାରଙ୍କୁ ଟିକେଟ ଦେବାକୁ ନେଇ ଦଳ ସେତେଟା ଉତ୍ସାହ ଦେଖାଇନଥିଲା । ଏଥର ବିଜେପି, ଦଳରେ କିଛି ନୂଆ ଚେହେରା ସମେତ ଆଉ କିଛି ଯୁବକଙ୍କୁ ଟିକେଟ ଦେଇଛି । ଟିକେଟରୁ ବଞ୍ଚିତ ହୋଇଥିବା ଶେଟ୍ଟାର ନିରାଶ ହେବା ସହିତ ଦଳର ହାଇକମାଣ୍ଡଙ୍କୁ ଏହାର କାରଣ ପଚାରିଥିଲେ । ଏହି ସମୟରେ ସେ କହିଥିଲେ ଯେ,ମୁଁ 6 ଥର ନିର୍ବାଚନ ଜିତିଛି ହେଲେ ମୋର କ୍ୟାରିୟରରେ କୌଣସି ଦାଗ ଲାଗନି । ଏସବୁ ସତ୍ତ୍ୱେ ମତେ କାହିଁକି ଟିକେଟ ଦିଆନଗଲା ? ଏହାପରେ ସେ ବିଧାନସଭାରୁ ଇସ୍ତଫା ଦେବାର ନିଷ୍ପତ୍ତି ନେଇଥିଲେ । ଇସ୍ତଫା ଦେବା ପରେ ଶେଟ୍ଟାର କହିଥିଲେ ମୁଁ ଭାରାକ୍ରାନ୍ତ ମନରେ ଇସ୍ତଫା ଦେଉଛି, ମୁଁ ଏଦି ଦଳକୁ ଗଢ଼ିଛି, ତାକୁ ଠିଆ କରିଛି। କିନ୍ତୁ ଦଳର କିଛି ନେତା ମିଶି ମତେ ଇସ୍ତଫା ଦେବା ଭଳି ସ୍ଥିତି ସୃଷ୍ଟି କରିଛନ୍ତି । ସେ ଆହୁରି କହିଛନ୍ତି, ଦଳର ନେତାମାନେ ମତେ ବୁଝିପାରିଲେନି । ସେମାନେ ମତେ ଯେଉଁଭଳି ଭାବେ ବେଖାତିର କରିଛନ୍ତି,ସେଥିରେ ମୁଁ ବହୁତ ମର୍ମାହତ । ମୋ ବିରୁଦ୍ଧରେ ଚକ୍ରାନ୍ତ କରାଯାଇଛି ।

  • ସମଲିଙ୍ଗି ବିବାହକୁ ଏନସିପିସିଆରର ବିରୋଧ

    ସମଲିଙ୍ଗି ବିବାହକୁ ଏନସିପିସିଆରର ବିରୋଧ

    ସମଲିଙ୍ଗି ବିବାହକୁ ମାନ୍ୟତା ଦେବା ଯାଚିକା ସହ ଯୋଡା ହୋଇଛି ନାସନାଲ କମିଶନ ଫର ପ୍ରୋଟେକ୍ସନ ଅଫ ଚାଇଲ୍ଡ ରାଇଟସ (ଏନସିପିସିଆର)ର ଯାଚିକା। ସମଲିଙ୍ଗି ବିବାହକୁ ଏନସିପିସିଆର ବିରୋଧ କରିଛି। ସଂସ୍ଥା କହିଛି କି, ସମଲିଙ୍ଗି ଯୋଡିଙ୍କୁ ଶିଶୁଙ୍କୁ ପୋଷ୍ୟ ଗ୍ରହଣ କରିବାର ଅନୁମତି ଦିଆ ନ ଯାଉ। ଏନସିପିସିଆର ଯାଚିକାରେ ଉଲ୍ଲେଖ କରିଛି କି, ସମାନ ଲିଙ୍ଗର ଅଭିଭାବକ ଦ୍ୱାରା ପାଳିତ ପିଲାଙ୍କ ପରିଚୟ ଏହାଦ୍ୱାରା ପ୍ରଭାବିତ ହୋଇପାରେ। ଏପରି ପିଲାଙ୍କ ଅନ୍ତର୍ନିହିତ ଗୁଣର ବିକାଶ ସୀମିତ ରହିବ ଓ ସେମାନଙ୍କର ସାମଗ୍ରିକ ବିକାଶ ଉପରେ ମଧ୍ୟ ପ୍ରଭାବ ପଡିବ।  

    ତେବେ ଏହା ପୂର୍ବରୁ ଦିଲ୍ଲୀ ସରକାରର ବାଳ ଅଧିକାର ସଂରକ୍ଷ ଆୟୋଗ ସୁପ୍ରିମ କୋର୍ଟରେ ଏକ ଯାଚିକା ଦାୟର କରି ଭିନ୍ନ ଯୁକ୍ତି ବାଢିଥିଲା। ଏଥିରେ କୁହାଯାଇଥିଲା, ବିଷମ ଲିଙ୍ଗି ପରି ସମଲିଙ୍ଗି ଯୋଡି ଭଲ ହୋଇପାରନ୍ତି କି ଖରାପ ମଧ୍ୟ। ଦୁନିଆରେ 50ରୁ ଅଧିକ ଦେଶ ସମଲିଙ୍ଗି ଯୋଡିଙ୍କୁ ପିଲା ପୋଷ୍ୟ ନେବାକୁ ଅନୁମତି ଦେଇଛି। ଏଥିସହ ଆହୁରି କୁହାଯାଇଛି କି, ଏମିତି କୌଣସି ପ୍ରମାଣ ନାହିଁ କି ସମଲିଙ୍ଗି ଦମ୍ପତିଙ୍କ ପିଲାଙ୍କ ମାନସିକ ବିକାଶ ପ୍ରଭାବିତ ହୋଇଥାଏ।

    କୋର୍ଟରେ ଦାୟର ଯାଚିକାରେ ଆଇନଗତ ଦିଗ ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି। ସମଲଙ୍ଗି ବିବାହ ଦ୍ୱାରା ସାମ୍ପ୍ରତିକ ବିବାହ ଆଇନ ଉପରେ ଅଧିକ କିଛି ପ୍ରଭାବ ପଡିବ ନାହିଁ। ବର୍ତ୍ତମାନର ପୋଷ୍ୟ ସନ୍ତାନ ଗ୍ରହଣ ଆଇନ ପୁରୁଣା ମାନ୍ୟତା ଓ ଧାରଣା ଆଧାରିତ ହୋଇଥିବାରୁ ଏହାର ବର୍ତ୍ତମାନ ସ୍ଥିତି ସହ କୌଣସି ସମ୍ପର୍କ ନାହିଁ। ସମଲିଙ୍ଗି ଦମ୍ପତି ମଧ୍ୟରେ ଲିଙ୍ଗ ଆଧାର ଉପରେ ଭେଦଭାବ ନାହିଁ। ତେଣୁ ଛାଡପତ୍ର ବେଳେ ଭରଣପୋଷଣ ଭତ୍ତା ପ୍ରସ୍ତୁତ କରିବାକୁ, ଶିଶୁର ଦାୟିତ୍ୱ ନେବାରେ ଅସୁବିଧା ହେବ ନାହିଁ ବୋଲି ଦିଲ୍ଲୀ ସିପିସିଆର ପକ୍ଷରୁ କୁହାଯାଇଛି।

    ଅନ୍ୟପଟରେ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ଦଲିଲରେ ହିନ୍ଦୁ ଲ ଅନୁଯାୟୀ ସମଲିଙ୍ଗି ବିବାହକୁ ମାନ୍ୟତା ଦିଆଯାଇପାରିବ ନାହିଁ ବୋଲି କୁହାଯାଇଛି। ଏହା ବିଷମ ଲିଙ୍ଗି ମଧ୍ୟରେ ସମ୍ଭବ। କେବଳ ହିନ୍ଦୁ ଲ ନୁହେଁ, ମୁସଲମାନ ଲ ରେ ମଧ୍ୟ ଏହାକୁ ଅନୁମତି ନାହିଁ। ମାମଲା ଉପରେ ପରବର୍ତ୍ତି ଶୁଣାଣି ଏପ୍ରିଲ 18ରେ ହେବ।

  • ବିବାଦ ଘନେଇଲା ପରେ କୋହଲିଙ୍କ ବଡ଼ ନିଷ୍ପତ୍ତି, ଗାଙ୍ଗୁଲିଙ୍କୁ କଲେ ବାଏବାଏ

    ବିବାଦ ଘନେଇଲା ପରେ କୋହଲିଙ୍କ ବଡ଼ ନିଷ୍ପତ୍ତି, ଗାଙ୍ଗୁଲିଙ୍କୁ କଲେ ବାଏବାଏ

    ଭାରତୀୟ କ୍ରିକେଟ ଦଳର ରନ୍ ମେସିନ୍ ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି ଆଉ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ବିବାଦ କାହାକୁ ଅଛପା ନାହିଁ । ଦୁହିଁଙ୍କ ମଧ୍ୟରେ ଅନେକ ସମୟରେ କ୍ଷମତାକୁ ନେଇ ଟଣାଓଟରା ହେଉଥିବା ଖବର ସାମ୍ନାକୁ ଆସିଥାଏ । ଆଉ ଏବେ ଏବେ ଆସିଥିବା ତାଜା ବିବାଦ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

    ନିକଟରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଆରସିବି ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା । ହେଲେ ଖେଳ ସମାପ୍ତ ହେବା ପରେ ଦୁହେଁ ହାତ ନମିଳାଇବାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ କ୍ଷିପ୍ର ବେଗରେ ଭାଇରାଲ୍ ହେଉଛି । ଏସବୁ ଆଲୋଚନା ଭିତରେ ବିରାଟ କୋହଲି ଏକ ବଡ଼ ପଦକ୍ଷେପ ନେଇଛନ୍ତି । ବିରାଟଙ୍କ ଏହି ନିଷ୍ପତ୍ତି କ୍ରିକେଟ ଜଗତରେ ହଇଚଇ ସୃଷ୍ଟି କରିଛି ।

    ବାସ୍ତବରେ କଥା ହେଉଛି ବିରାଟ କୋହଲି ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ପୂର୍ବତନ ବିସିସିଆଇ ସଭାପତି ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ଅନଫଲୋ କରିଦେଇଛନ୍ତି । ସଦ୍ୟ ଖେଳାଯାଇଥିବା ଦିଲ୍ଲୀ କ୍ୟାପିଟାଲ୍ସ ଆଉ ଆରସିବି ମ୍ୟାଚ୍ ପୂର୍ବରୁ ସେ ଗାଙ୍ଗୁଲିଙ୍କୁ ଫଲୋ କରିଆସୁଥଲେ । ସେହିପରି ସୌରଭ ଗାଙ୍ଗୁଲିଙ୍କ ଫଲୋଇଙ୍ଗ ସେକ୍ସନରେ ବିରାଟ କୋହଲିଙ୍କ ନାମ ରହିଛି ।

    ସୌରଭ ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ଥିବାବେଳେ ଦୁହିଁଙ୍କ ମଧ୍ୟରେ ଏହି ବିବାଦ ଆରମ୍ଭ ହୋଇଥିଲା । ସେଥିପାଇଁ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପୂର୍ବରୁ ବିରାଟ କୋହଲିଙ୍କୁ କ୍ୟାପ୍ଟେନସିପରୁ ବିଶ୍ରାମ ଦିଆଯାଇ ରୋହିତ ଶର୍ମାଙ୍କୁ ଦାୟିତ୍ୱ ଦିଆଯାଇଥିଲା । କୋହଲି ଏହାର ପ୍ରତିକ୍ରିୟାରେ କହିଥିଲେ ଯେ,ଏହା ଘୋଷଣା ହେବାର ବହୁତ ଆଗରୁ ତାଙ୍କୁ ଜଣାଥିଲା । ସତେବେଳେ ଗାଙ୍ଗୁଲିଙ୍କ ପ୍ରତିକ୍ରିୟା ସମ୍ପୂର୍ଣ୍ଣ ଓଲଟା ଥିଲା । ଗାଙ୍ଗୁଲି କହିଥିଲେ,ଏହି ବିଷୟରେ ସେ ବିରାଟଙ୍କ ସହିତ କଥା ହୋଇଛନ୍ତି । ଆଉ ଏହି ଘଟଣା ପରଠାରୁ ଦୁହିଁଙ୍କ ଭିତରେ କିଛି ଠିକ୍ ନଥିବା କୁହାଯାଉଥିଲା ।

  • ଗଞ୍ଜାମ ପାଇଁ ଗର୍ବ, ଜିଲ୍ଲାକୁ ୬ଟି ଆୱାର୍ଡ

    ଗଞ୍ଜାମ ପାଇଁ ଗର୍ବ, ଜିଲ୍ଲାକୁ ୬ଟି ଆୱାର୍ଡ

    ଗଞ୍ଜାମ ପାଇଁ ଗର୍ବ । ଜିଲ୍ଲା ପ୍ରଶାସନ ବି ଖୁସ୍ । କାହିଁକି ନା ଜିଲ୍ଲା ପ୍ରଶାସନ ରାଷ୍ଟ୍ରପତିଙ୍କ ଠାରୁ ଆୱାର୍ଡ ଗ୍ରହଣ କରିଛନ୍ତି । ନୂଆଦିଲ୍ଲୀରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ ଉତ୍ସବରେ ଯୋଗଦେଇ ପୁରସ୍କାର ଗ୍ରହଣ କରିଛନ୍ତି ।

    ନୂଆଦିଲ୍ଲୀ ନ୍ୟାସନାଲ୍ କନଫରେନ୍ସରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମାହୋଲ ଥିଲା ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ ଉତ୍ସବ । ଏହି ଅବସରରେ ଗଞ୍ଜାମ ଜିଲ୍ଲାକୁ ୬ଟି ବିଭାଗରେ ପୁରସ୍କୃତ କରାଯାଇଥିଲା । ରାଷ୍ଟ୍ରପତି, ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ଏହି ପୁରସ୍କାର ପ୍ରଦାନ କରିଥିଲେ । ଆୱାର୍ଡ ଗ୍ରହଣ କରି ବେଶ୍ ଖୁସି ଅନୁଭବ କରିଛନ୍ତି ପ୍ରଶାସନିକ ଅଧିକାରୀ ।

    ଦେଶରେ ସବୁଠୁ ଭଲ ପଞ୍ଚାୟତ ଭାବେ ଗଞ୍ଜାମ ଜିଲ୍ଲା ପରିଷଦକୁ ପୁରସ୍କୃତ କରାଯାଇଛି । ବେଷ୍ଟ ବ୍ଲକ୍ ଭାବେ ‘ହିଞ୍ଜିଳିକାଟୁ’କୁ ଆୱାର୍ଡ ମିଳିଛି । ସେହିପରି ହିଞ୍ଜିଳିକାଟୁର କାଞ୍ଚୁରୁ’କୁ ଦେଶର ଭଲ ସ୍ୱାସ୍ଥ୍ୟ ପଞ୍ଚାୟତ ଭାବେ ଦ୍ୱିତୀୟ ପୁରସ୍କାର ମିଳିଛି । ଏଥିସହ ସେହି ବ୍ଲକର ଶାସନ ଆମ୍ବଗାଁ ପଞ୍ଚାୟତକୁ କ୍ଲିନ୍ ଏବଂ ଗ୍ରୀନ୍ ପଞ୍ଚାୟତ ଭାବେ ଦ୍ୱିତୀୟ ପୁରସ୍କାର ପ୍ରଦାନ କରାଯାଇଛି । ସାମାଜିକ ସୁରକ୍ଷିତ ପଞ୍ଚାୟତ ଭାବେ ଭଞ୍ଜନଗର ବ୍ଲକରେ ଥିବା କୁଲଦା ପଞ୍ଚାୟତକୁ ମିଳିଛି ଦ୍ୱିତୀୟ ପୁରସ୍କାର । ଗ୍ରାମ ଉର୍ଜା ସ୍ୱରାଜ ବିଶେଷ ପଞ୍ଚାୟତ କ୍ୟାଟେଗୋରୀରେ ଦ୍ୱିତୀୟ ପୁରସ୍କାର ପାଇଛି ପାତ୍ରପୁର ବ୍ଲକର ଆଙ୍କୁଲି ପଞ୍ଚାୟତ ।

    ପୁରସ୍କାର ପ୍ରଦାନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂ ଉପସ୍ଥିତ ଥିଲେ । ଗଞ୍ଜାମ ଜିଲ୍ଲାପାଳଙ୍କ ସମେତ ପୁରସ୍କାର ପାଇଥିବା ପଞ୍ଚାୟତର ଅଧିକାରୀମାନେ ଉପସ୍ଥିତ ଥିଲେ ।

  • ହେଟ ସ୍ପିଚ: ଯାଚିକାର ପରୀକ୍ଷଣ କରିବାକୁ ପ୍ରସ୍ତୁତ ସୁପ୍ରିମ କୋର୍ଟ

    ହେଟ ସ୍ପିଚ: ଯାଚିକାର ପରୀକ୍ଷଣ କରିବାକୁ ପ୍ରସ୍ତୁତ ସୁପ୍ରିମ କୋର୍ଟ

    2020ରେ ସିଏଏ ବିରୋଧୀ ପ୍ରଦର୍ଶନ କାଳରେ ବିଜେପି ନେତା ଅନୁରାଗ ଠାକୁର ଓ ପରଭଜ ବର୍ମାଙ୍କ ହେଟ ସ୍ପିଚ ଉପରେ ଏଫଆଇଆର ଦାୟର କରିବା ଯାଚିକାର ପରୀକ୍ଷଣ କରିବାକୁ ପ୍ରସ୍ତୁତ ହୋଇଛନ୍ତି ସୁପ୍ରିମ କୋର୍ଟ। ଏହି ମାମଲାରେ ସୁପ୍ରିମ କୋର୍ଟ ନୋଟିସ ଜାରି କରି ତିନି ସପ୍ତାହରେ ଜବାବ ତଲବ କରିଛନ୍ତି। ଜଷ୍ଟିସ କେ ଏମ ଜୋସେଫ କହିଛନ୍ତି, ଯଦି ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତି ମୁତାବକ ଯଦି ଅପରାଧସାବ୍ୟସ୍ତ ହୁଏ ତେବେ ପୋଲିସ ଏଫଆଇଆର ବାଧ୍ୟତାମୂଳକ ହେବ। ତେଣୁ ତାଙ୍କୁ 7 ଦିନ ଭିତରେ ପ୍ରାରମ୍ଭିକ ଯାଞ୍ଚ କରିବାକୁ ହେବ।

    ବିଜେପିର ଏହି ନେତାଙ୍କ ବିରୋଧରେ କମ୍ୟୁନିଷ୍ଟ ନେତ୍ରୀ ବୃନ୍ଦା କରାତ ଯାଚିକା ଦାୟର କରିଥିଲେ। ବୃନ୍ଦାଙ୍କ ଓକିଲ ସିଦ୍ଧାର୍ଥ ଅଗ୍ରୱାଲ କୋର୍ଟଙ୍କୁ ଜଣାଇଛନ୍ତି କି, ଏହା ଲୋକମାନଙ୍କୁ ସବୁଠାରୁ ଜଘନ୍ୟ ହିଂସାରେ ସାମିଲ ହେବାକୁ ଆହ୍ୱାନ ଦେଉଛନ୍ତି। ଜଷ୍ଟିସ ଜୋସେଫ ଓ ବି ଭି ନାଗରତ୍ନାଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣା ହେଉଛି।

    ଜଷ୍ଟିସ ଜୋସେଫ ଅନୁରାଗ ଠାକୁରଙ୍କ ଗୁଳି ମାର ଟିପ୍ପଣୀକୁ ପଢି କହିଲେ, ଆମେ ଭାବୁଛୁ କି, ଏଠାରେ ଗଦ୍ଦାରର ଅର୍ଥ ଦେଶଦ୍ରୋହୀ. ଗୁଳି ମାର ନିଶ୍ଚିତ ରୂପେ ଚିକିତ୍ସା ଦେବାକୁ କୁହାଯାଉ ନାହିଁ। 9 ଜାନୁଆରୀ 2023ରେ ସର୍ବୋଚ୍ଚ କୋର୍ଟ ବୃନ୍ଦାଙ୍କ ଯାଚିକାକୁ ନେଇ ଚାଲିଥିବା ସମସ୍ତ ମାମଲାକୁ ଏକିକୃତ କରି ଜଷ୍ଟିସ ଜୋସେଫଙ୍କ କୋର୍ଟକୁ ପଠାଇ ଦେଇଥିଲେ।

    ସୂଚନାଯୋଗ୍ୟ, ଗତ ଅକ୍ଟୋବର ମାସରେ ଜଷ୍ଟିସ ଜୋସେଫଙ୍କ ଖଣ୍ଡପୀଠ ଆଦେଶ ଦେଇଥିଲେ କି, ଧର୍ମୀୟ କାର୍ଯ୍ୟକ୍ରମରେ ଘୃଣା ସୃଷ୍ଟିକାରୀ ଭାଷଣ  ଘଟଣାର ପୁଲିସ ନିଜ ତରଫରୁ କାର୍ଯ୍ୟାନୁଷ୍ଠାନ ନେବ।