Author: suchanatv24x7

  • କନ୍ଧମାଳରେ କାହିଁକି ୨ ଜଣଙ୍କୁ ବାନ୍ଧିଲା STF ?

    କନ୍ଧମାଳରେ କାହିଁକି ୨ ଜଣଙ୍କୁ ବାନ୍ଧିଲା STF ?

    ସୂଚନା ପାଇ ଜିଲ୍ଲା ଖଜୁରିଆପଡ଼ାରେ ରେଡ୍ କରିଥିଲା STF ଟିମ୍ । ସେଠାରୁ ଚିତା ବାଘ ଚମଡ଼ା ସହ ଅନ୍ୟାନ୍ୟ ଶିକାର ସାମଗ୍ରୀ ଜବତ କରିଥିଲା ଏହି ଟିମ୍ । ଘଟଣାରେ ସଂପୃକ୍ତ ୨ ଅଭଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଅରାପାଜୁ ଗାଁର ସୁଜିତ ରାଜସ୍ୱଦୀପ ଏବଂ ସେହି ଗାଁର ଧନଞ୍ଜୟ ବେହେରା ।
    ବାଘ ଚମଡ଼ା ରଖିବା ନେଇ ସେମାନଙ୍କ ପାଖେ କୌଣସି ଆଇନଗତ ଅଧିକାର ନାହିଁ । ତେଣୁ ସେମାନଙ୍କୁ ଗିରଫ କରାଯାଇଛି । ଏବେ ସେମାନଙ୍କୁ SDJM କୋର୍ଟ ପଠାଯିବ । ଅନ୍ୟପଟେ, ବାୟୋଲୋଜିକାଲ ଟେଷ୍ଟ ପାଇଁ ଚମଡ଼ାଟିକୁ ଡେରାଡୁନ ପଠାଇଛି । ଘଟଣାର ତଦନ୍ତ ଜାରି ରହିଛି ।

  • ହାତୀ ଆକ୍ରମଣରେ ଜଣେ ମୃତ୍ୟୁ, ଜଣେ ଗୁରୁତର ଆହତ

    ହାତୀ ଆକ୍ରମଣରେ ଜଣେ ମୃତ୍ୟୁ, ଜଣେ ଗୁରୁତର ଆହତ

    ଅନୁଗୁଳ ବ୍ଳକ୍ ବନ୍ତଳା ଅଞ୍ଚଳରେ ହାତୀଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । କେତେବେଳେ ଫସଲହାନୀ ତ ଆଉ କେତେବେଳେ ଲୋକଙ୍କ ଜୀବନ ନେଉଛନ୍ତି । ଆଜି ବଡ଼କନ୍ତକୁଳ ଗାଁର ଜଣଙ୍କୁ ଦଳିଦେଇଛି ହାତୀ ।

    ସୂଚନା ଅନୁସାରେ ବନ୍ତଳା ବନାଞ୍ଚଳ ବଡ଼କନ୍ତକୁଳ ଗାଁର ମୁଳି ପ୍ରଧାନ ଓ ଗୌରୀ ରାଉଳ ଆଜି ସକାଳୁ ଆମ୍ବ ଗୋଟାଇବା ପାଇଁଗୌ ଗାଁ ନିକଟ ଆମ୍ବ ବଗିଚାକୁ ଯାଇଥିଲେ । ଆମ୍ବ ଗୋଟାଉଥିବା ବେଳେ ଏକ ଦନ୍ତା ଆସି ମୁଳି ପ୍ରଧାନଙ୍କୁ ଶୁଣ୍ଢରେ ଆକ୍ରମଣ କରିବା ସହ ଦଳି ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ସେହିପରି ଗୌରୀ ମଧ୍ୟ ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗତ ୪ ମାସରେ ଅନୁଗୁଳ ବ୍ଳକ୍ ଅଞ୍ଚଳରେ ହାତୀ ଆକ୍ରମଣରେ ୧୦ ଜଣଙ୍କ ଜୀବନ ଗଲାଣି ।

  • ପୁଣି NCERT ବହିରୁ ହଟିଲା ଡାରୱିନଙ୍କ କ୍ରମ ବିବର୍ତ୍ତନ ଥିଓରୀ

    ପୁଣି NCERT ବହିରୁ ହଟିଲା ଡାରୱିନଙ୍କ କ୍ରମ ବିବର୍ତ୍ତନ ଥିଓରୀ

    କେନ୍ଦ୍ର ସରକାର ବାରମ୍ବାର NCERT ପୁସ୍ତକରୁ ଗୋଟିଏ ପରେ ଗୋଟିଏ ବିଷୟକୁ ଗାଏବ କରିବା ଆରମ୍ଭ କରିଛନ୍ତି । ପ୍ରଥମେ ମୋଗଲଙ୍କ ଇତିହାସ, ବହିରୁ ହଟାଇ ସରାକର ବିବାଦରେ ଘେରି ହୋଇଯାଇଥିବା ବେଳେ ଏହାର ମାତ୍ର କିଛ ଦିନ ପରେ ଜାତିର ପିତ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗୋଡସେଙ୍କ ବିଷୟରେ ଅନେକ ତଥ୍ୟକୁ ହଟାଇ ଦିଆଯାଇଥିଲା । ଏଥିସହିତ ମହାତ୍ମା ଗାନ୍ଧୀଙ୍କ ହତ୍ୟା ପରେ ଆରଏସଏସ ଉପରେ ଆକ୍ସନ ନେଇ ସର୍ଦ୍ଦାର ବଲ୍ଲବଭାଇ ପଟେଲ ଆରଏସଏସକୁ ବ୍ୟାନ କରିଥିବା ତଥ୍ୟକୁ ମଧ୍ୟ ପୁସ୍ତକରୁ ହଟାଇ ଦିଆଯାଇଛି । ଯାହାକୁ ନେଇ ପ୍ରମୁଖ ବିରୋଧି ଦଳ କଂଗ୍ରେସ ସରକାରଙ୍କୁ କଡା ସମାଲୋଚନା କରିଥିଲା । ସେତେବେଳେ ପିଲାଙ୍କୁ ବହିର ବୋଝରୁ ମୁକ୍ତି ଦେବା ପାଇ ଏମିତି ନିଷ୍ପତ୍ତି ନିଆଯାଇଥିବା NCERT ପକ୍ଷରୁ କୁହାଯାଇଥିଲା ।

    ଏବେ ଆଉ ଏକ ବିଷୟକୁ ବହିରୁ ହଟାଯାଇଛି, ଯାହାକୁ ନେଇ ପୁଣି ବିବାଦ ଘନେଇବାରେ ଲାଗଛି । ନବମ ଓ ଦଶମ ଶ୍ରେଣୀ ବିଜ୍ଞାନ ପାଠ୍ୟକ୍ରମରୁ ପ୍ରଖ୍ୟାତ ବୈଜ୍ଞାନିକ ଚାର୍ଲସ୍ ଡାରୱିନଙ୍କ ଥିଓରୀ ଅଫ୍ ଏଭୋଲ୍ୟୁସନ୍ ବା କ୍ରମ ବିବର୍ତ୍ତନ ଥିଓରୀକୁ ହାଟାଇ ଦିଆଯାଇଛି । ଆଉ ଏହାକୁ ଏବେ କୌଣସି ରାଜନୈତିକ ଦଳ ନୁହେଁ ବରଂ ଭାରତର ବିଶିଷ୍ଟ ବିଜ୍ଞାନ ଅନୁଷ୍ଠାନ କଡା ବିରୋଧ କରିଛନ୍ତି । ଏହାକୁ ନେଇ ଏନସିଇଆରଟି ବିରୋଧରେ ଏକ ମିଳିତ ହସ୍ତାକ୍ଷର ଦାଖଲ କରିଛନ୍ତି ଭାରତର ବିଶିଷ୍ଠ ବିଜ୍ଞାନ ଅନୁଷ୍ଠାନ । ଭାରତୀୟ ବିଜ୍ଞାନ ଅନୁଷ୍ଠାନ, ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ ଓ ଭାରତୀୟ ପ୍ରଦ୍ୟୋଗ ସଂସ୍ଥାନ ପରି ପ୍ରମୁଖ ଅନୁଷ୍ଠାନର ପ୍ରତିନିଧିଙ୍କ ଦ୍ୱାରା ହସ୍ତାକ୍ଷର କରାଯାଇ ଏନସିଇଆରଟି ବିରୋଧରେ ଏହି ଅପିଲ କରାଯାଇଛି ।

  • ବିବାଦରେ ସାମୁହିକ କନ୍ୟା ବିବାହ ଯୋଜନା, ଶିବରାଜଙ୍କୁ ସମାଲୋଚନା

    ବିବାଦରେ ସାମୁହିକ କନ୍ୟା ବିବାହ ଯୋଜନା, ଶିବରାଜଙ୍କୁ ସମାଲୋଚନା

    ବିବାଦ ଘେରକୁ ଆସିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ । ରାଜ୍ୟରେ ଚାଲିଥିବା ସାମୁହିକ କନ୍ୟା ବିବାହ/ନିକାହ ଯୋଜନାରେ ସେ ବିବାଦୀୟ ହୋଇଛନ୍ତି । ଘଟଣାକୁ ରାଜନୀତିର ରୂପ ଦେଇଛନ୍ତି ବିରୋଧୀ । ସୂଚନା ଅନୁସାରେ ମଧ୍ୟପ୍ରଦେଶରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଥିବା ମହିଳାଙ୍କ ବିବାହ ପାଇଁ ସରକାର ସାମୁହିକ କନ୍ୟା ବିବାହ ଯୋଜନା ଜାରି ରଖିଛନ୍ତି । ଏବେ କିନ୍ତୁ ଡିନ୍ଦୋରୀର ଗଡ଼ସରାଇ ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରାଯାଇଛି ।

    ଗର୍ଭଧାରଣ ପରୀକ୍ଷା ପରେ ବିବାହ କରିଥାନ୍ତେ ୨୧୯ ଝିଅ । କିନ୍ତୁ ଟେଷ୍ଟିଂ ପରେ ୫ ଝିଅଙ୍କ ରିପୋର୍ଟ ସକାରାତ୍ମକ ଥିବାରୁ ସେମାନେ ବିବାହରୁ ବଞ୍ଚିତ ହୋଇଛନ୍ତି । ବିବାହ ପୂର୍ବରୁ କନ୍ୟାଙ୍କ ଗର୍ଭଧାରଣ ପରୀକ୍ଷା ଅନୁଚିତ, କିଏ ଏଭଳି ନିର୍ଦ୍ଦେଶ ଦେଲା ବୋଲି ପ୍ରଶ୍ନ କରିଛି କଂଗ୍ରେସ । ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି ଦଳ । ଏଭଳି ସ୍ଥିତିରେ ବିବାହରୁ ବଞ୍ଚିତ ଜଣେ ମହିଳା କହିଛନ୍ତି ସେ ତାଙ୍କ ପ୍ରେମିକ ସହ ରହୁଥିଲେ । ଗର୍ଭଧାରଣ ସକାରାତ୍ମକ ଥିବାରୁ ଫାଇନାଲ୍ ଲିଷ୍ଟରେ ତାଙ୍କ ନାଁ ନାହିଁ । ପୂର୍ବରୁ ଏଭଳି ପରୀକ୍ଷା ହୋଇନଥିଲା ବୋଲି କହିଛନ୍ତି ବାଚଚାରଗାଁ ସରପଞ୍ଚ ମେଦାନୀ ମାରୱା । ଏହା ଝିଅଙ୍କ ପ୍ରତି ଘୋର ଅପମାନ । ପରିବାର ଆଗରେ ସେମାନ ଅପମାନିତ ହୋଇଥିବା କହିଛନ୍ତି ମାରୱା ।

    ସେପଟେ, ଡିନ୍ଦୋରୀ ଡାକ୍ତର କହିଛନ୍ତି ଯେ ବିବାହ ପୂର୍ବରୁ ଝିଅଙ୍କ ବୟସ ଯାଞ୍ଚ, ରକ୍ତହୀନତା ଏବଂ ଶାରୀରିକ ସୁସ୍ଥତା ଜାଣିବା ପାଇଁ ଏଭଳି ଟେଷ୍ଟିଂ କରାଯାଇଥିଲା । ସେ ଆହୁରି କହିଛନ୍ତି ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ କେତେକ ଝିଅଙ୍କ ଗର୍ଭବତୀ ପରୀକ୍ଷା କରାଯାଇଥିଲା ଯାହା ସନ୍ଦେହରେ ରହିଛି । ଆମେ କେବଳ ପରୀକ୍ଷା କରି ଅନୁସନ୍ଧାନ ରିପୋର୍ଟ ଦେଇଥାଉ ବୋଲି ଡାକ୍ତର କହିଛନ୍ତି ।

    କଂଗ୍ରେସ କିନ୍ତୁ ଏହି ମୌକାର ଫାଇଦା ନେବାକୁ ଆଟାକିଂ ଆରମ୍ଭ କରିଛି । ଝିଅଙ୍କ ଗର୍ଭବତୀ ପରୀକ୍ଷା ନିହାତି ନିନ୍ଦନୀୟ । ଏହା ଝିଅ,ମହିଳାଙ୍କୁ ବେଶ୍ ଅପମାନିତ କରିଛି । ଏଥିପାଇଁ ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାର ଦାୟୀ ବୋଲି କଂଗ୍ରେସ କହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ମଧ୍ୟ କାହା ନିର୍ଦ୍ଦେଶରେ ଏଭଳି ଅପମାନଜନକ କାର୍ଯ୍ୟ କରାଗଲା ବୋଲି ପ୍ରଶ୍ନ କରିଛନ୍ତି । ଏଥିପାଇଁ କିଏ ଦାୟୀ । ମହିଳାଙ୍କ ସମ୍ମାନହାନୀ ହେଉଛି ନା ନାହିଁ । ତୁରନ୍ତ ଘଟଣାର ନିରପେକ୍ଷ ଏବଂ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି କମଲ ନାଥ ।

    ୨୦୦୬ରେ ମଧ୍ୟପ୍ରଦେଶରେ କନ୍ୟା ବିବାହ ଯୋଜନା ଆରମ୍ଭ ହୋଇଥିଲା । ଏହି ଯୋଜନାରେ ସାମିଲ ମହିଳାଙ୍କ ବିବାହ ପାଇଁ ସରକାର ୫୬ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି ।

  • ତାମିଲନାଡୁରେ ବଦଳିଲା ମଦ ନୀତି, ବିବାହ ମଣ୍ଡପରେ ମିଳିବ ମଦ

    ତାମିଲନାଡୁରେ ବଦଳିଲା ମଦ ନୀତି, ବିବାହ ମଣ୍ଡପରେ ମିଳିବ ମଦ

    ମଦ ପିଉଥିବା ଲୋକଙ୍କ ପାଇଁ ଖୁସି ଖବର, ଏଣିକି ମଦରେ ଆସୁଛି ବଢିଆ ସ୍କିମ । ତାମିଲନାଡୁ ସରକାର ଆଣିଛନ୍ତି ଏକ ପ୍ରମୁଖ ଲାଇସେନ୍ସ , ଯେଉଁଥିରେ ଏଣିକି ଖାସ ସ୍ଥାନ ଗୁଡିକରେ ମଦ ବିତରଣ କରାଯିବ । ଆପଣ ଏତିକି ଶୁଣିଲା ପରେ ପାଟିରୁ ଲାଳ ଗଡୁଥିବ ନିଶ୍ଚୟ । ତେବେ କନଫରେନ୍ସ ହଲ୍, ବିବାହ ମଣ୍ଡପ, ଭୋଜିଭାତ ହେଉଥିବା ହଲ୍, କ୍ରୀଡା ଷ୍ଟାଡିୟମ ଏବଂ ଘରୋଇ କାର୍ଯ୍ୟରେ ମଦ ପିଇବାକୁ ଅନୁମତି ଦେବା ପାଇଁ ତାମିଲନାଡୁ ସରକାର ଏହି ସ୍ୱତନ୍ତ୍ର ଲାଇସେନ୍ସ ଆଣିଛନ୍ତି ।

    ଏଣିକି ଏହି ଯୋଜନାରେ ଦ୍ବାରା ଦର୍ଶାଯାଇଥିବା ସ୍ଥାନ ଗୁଡ଼ିକରେ ମଦ ଉପଲବ୍ଧ ହେବ। ଏହାପୂର୍ବରୁ ତାମିଲନାଡୁ ସରକାର ମଦ ଦରରେ ପରିବର୍ତ୍ତନ କରି ଏହାର ଦାମ୍ ବୃଦ୍ଧି କରିଥିଲେ । ମାର୍ଚ୍ଚ ମାସ 5 ତାରିଖରେ ରାଜ୍ୟ କ୍ୟାବିନେଟର ଏହାକୁ ନେଇ ଏକ ବୈଠକରେ କରାଯାଇଥିଲା ଯେଉଁଥିରେ ଏହି ନୂଆ ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ, ୧୮୦ ମିଲି ମଦ କିଣୁଥିବା ଲୋକଙ୍କୁ ୧୦ ଟଙ୍କା, ୩୭୫ ମିଲି ବୋତଲ ପାଇଁ ୨୦ ଟଙ୍କା ଏବଂ ୭୫୦ ମିଲି ବୋତଲ କିଣୁଥିଲେ ଅଧିକ ୪୦ ଟଙ୍କା ଦେବାକୁ ପଡିବ ଗ୍ରାହକଙ୍କୁ । କେବଳ ସେତିକି ନୁହେଁ ଏଣିକି ବିୟର କଲିଣିଲେ ଗ୍ରାହକଙ୍କୁ 10 ଟଙ୍କା ଅଧିକ ଦେବାକୁ ପଡିବ ।

  • କ୍ରିକେଟ୍ କିମ୍ବଦନ୍ତୀଙ୍କ ଜନ୍ମଦିନ, ସବୁଠି ଶୁଭେଚ୍ଛାର ସୁଅ

    କ୍ରିକେଟ୍ କିମ୍ବଦନ୍ତୀଙ୍କ ଜନ୍ମଦିନ, ସବୁଠି ଶୁଭେଚ୍ଛାର ସୁଅ

    ସଚିନ ତେନ୍ଦୁଲକର । ଗଡ୍ ଅଫ୍ କ୍ରିକେଟ୍ ସଚିନ ତେନ୍ଦୁଲକରଙ୍କ ଆଜି ୫୦ତମ ବାର୍ଥଡେ । ୫୧ ବର୍ଷ ବୟସରେ ପାଦ ରଖିଛନ୍ତି ମହାନ୍ କ୍ରିକେଟର ସଚିନ । ଚାରିଆଡୁ ତାଙ୍କ ପାଇଁ ଆସିଛି ଶୁଭେଚ୍ଛାର ସୁଅ ।

    କ୍ରିକେଟ୍ ଜଗତର ବାଦଶାହ । ସର୍ବକାଳୀନ ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକର । ନାଁ ହିଁ ଯଥେଷ୍ଟ କାରଣ କ୍ରିକେଟ ପଡ଼ିଆରେ ସେ ଏମିତି କିଛି ସ୍ମୃତି ଛାଡ଼ି ଯାଇଛନ୍ତି ଯାହା ଅଭୁଲା । କେବଳ ଭାରତ ନୁହେଁ ସାରା ବିଶ୍ୱ ତାଙ୍କୁ ମନେ ରଖିବ । ଆଜି ସେହି ମହାନ ବଲେବାଜ୍ ସଚିନ ତେନ୍ଦୁଲକରଙ୍କ ଜନ୍ମଦିନ ।

    ୧୯୮୯ରୁ ଅନ୍ତର୍ଜାତୀୟ କ୍ରିକେଟ ସଫର । ଦୀର୍ଘ ୨୪ ବର୍ଷ ଅର୍ଥାତ୍ ୨୦୧୩ରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କରିଥିଲେ ସଚିନ । ଜଣେ ବିସ୍ଫୋରକ ତଥା ମହାନ୍ ବ୍ୟାଟସମ୍ୟାନ୍ ଭାବେ ସେ ନିଜର ପରିଚୟ ସୃଷ୍ଟି କରିଥିଲେ । ମାତ୍ର ୧୬ ବର୍ଷ ବୟସରୁ ଇଣ୍ଟରନ୍ୟାସନାଲ୍ ମ୍ୟାଚରେ ଡେବ୍ୟୁ କରିଥିଲେ । ୧୯୮୯ରେ ପାକିସ୍ତାନ ବିପକ୍ଷରେ ଦିନିକିଆ ଆରମ୍ଭ ଏବଂ ୨୦୧୨ରେ ପାକ୍ ଟିମ୍ ବିପକ୍ଷରେ ହିଁ ଖେଳିଥିଲେ ଅନ୍ତିମ ଓଡିଆଇ । ପାକିସ୍ତାନ ବିପକ୍ଷରେ ଟେଷ୍ଟ କ୍ୟାରିୟର ଆରମ୍ଭ କରି ୨୦୧୩ରେ ୱେଷ୍ଟଇଣ୍ଡିଜ୍ ବିରୋଧରେ ଖେଳିଥିଲେ ଅନ୍ତିମ ଟେଷ୍ଟ । ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କରିଥିଲେ ଏହି ମହାନ୍ ଖିଲାଡି । ୨୦୦୬ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ଏକମାତ୍ର ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଛନ୍ତି । ଦିନିକିଆରେ ସଚିନ ୪୬୩ ମ୍ୟାଚରୁ ୪୯ ଶତକ ସହ ୧୮୪୨୬ ରନ୍ କରିଛନ୍ତି ଯାହା ଆଜି ପର୍ଯ୍ୟନ୍ତ ସର୍ବାଧିକ ସ୍କୋର ରହିଛି । ସେହିପରି ୨୦୦ ଟେଷ୍ଟ ଖେଳି ସଚିନ କରିଛନ୍ତି ୧୫୯୨୧ ରନ୍ ଯେଉଥିରେ ୫୧ ଶତକ ସାମିଲ ଅଛି । IPLରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଥିଲେ ସଚିନ । ୨୦୦୮ରୁ ୨୦୧୩ ଯାଏ ଏହି ଫ୍ରାଞ୍ଚାଇଜ୍ ଲିଗରେ ମଧ୍ୟ କମାଲ କରିଥିଲେ ।

    ୨୦୧୧ ବିଶ୍ୱକପ୍ ବିଜୟୀ ଟିମ୍ ସଦସ୍ୟ ଥିଲେ ସଚିନ । ୧୯୯୮ରେ ବିଶ୍ୱର ସର୍ବଶ୍ରେଷ୍ଠ ସ୍ପିନର ସେନ୍ ୱାର୍ଣ୍ଣେଙ୍କ ନିଦ ହଜାଇ ଦେଇଥିଲେ । ମୈଦାନରେ ଏମିତି କୌଣସି ବୋଲର ନାହିଁ ଯେ ସଚିନଙ୍କ ପ୍ରହାରରୁ ନିଜକୁ ରୋକିଛି । ସ୍ପିଡଷ୍ଟର ହୁଅନ୍ତି ଅବା ସ୍ପିନର ସମସ୍ତଙ୍କ ନିଦ ହଜିଛି । ବ୍ରେଟ୍ ଲି, ମ୍ୟାକଗ୍ରାଥ,
    ସୋଏବ ଅଖତାର, ସେନବଣ୍ଡ, ମୁରଲୀଥରନ୍, ୱାର୍ଣ୍ଣେ, ୱାସିମ ଆକ୍ରମ, ୱାକର ୟୁନୁସ ସମସ୍ତଙ୍କ ପାଇଁ ସେ ଥିଲେ ଟେନସନ୍ । ନିଜ ଟେକନିକ୍, ନିଜ ଅନ୍ଦାଜରେ ସେ ବିସ୍ଫୋରକ ବ୍ୟାଟିଂ କରି ଇତିହାସ ରଚିଛନ୍ତି । ଅନେକ ରେକର୍ଡ ରହିଛି ଯାହା ଅନ୍ୟମାନଙ୍କ ପାଇଁ ଅସମ୍ଭବ ।

    ସଫଳତା ଏବଂ ବିଫଳତା ନେଇ ମୈଦାନରେ ଏକକୀ ଲଢୁଥିଲେ ସଚିନ । ଟିମ୍ ଇଣ୍ଡିଆକୁ ସେ ଦିନର ଶକ୍ତିଶାଳୀ ଟିମ୍ ୱେଷ୍ଟଇଣ୍ଡିଜ, ଅଷ୍ଟ୍ରେଲିଆ, ପାକିସ୍ତାନ ହରାଇଛି ହେଲେ ସଚିନକୁ କେହି ପରାସ୍ତ କରିନାହାଁନ୍ତି । ସମସ୍ତେ ଏହି ମହାନ୍ ଖେଳାଳିଙ୍କ ନିକଟରେ ହାର୍ ମାନିଛନ୍ତି ।

    ସଚିନ ନିଜ କ୍ୟାରିୟରରେ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ପଦ୍ମଶ୍ରୀ, ପଦ୍ମ ବିଭୁଷଣ ଭଳି ଆୱାର୍ଡ ପ୍ରଦାନ କରାଯାଇଛି । ୨୦୧୪ରେ ତାଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇଥିଲା । କ୍ରୀଡ଼ା କ୍ଷେତ୍ରରେ ସଚିନ ୨୦ରୁ ଅଧିକ ପୁରସ୍କାର ମଧ୍ୟ ପାଇଛନ୍ତି ।

    ଧର୍ମପତ୍ନୀ ଅଞ୍ଜଳି, ପୁଅ ଅର୍ଜୁନ ଏବଂ ଝିଅ ସାରାଙ୍କୁ ନେଇ ସଚିନଙ୍କ ଖୁସିର ପରିବାର । କ୍ରୀଡ଼ା କ୍ଷେତ୍ରରେ ଯେମିତି ଭଦ୍ର, ବାହାରେ ମଧ୍ୟ ସମସ୍ତଙ୍କ ସହ ନିଜର ବନ୍ଧୁତା ରକ୍ଷା କରିଛନ୍ତି ମହାନ୍ କ୍ରିକେଟ ଜଗତର ଗଡ୍ । ଆଜି ତାଙ୍କ ଜନ୍ମଦିନରେ Suchanatv24x7 ପରିବାର ପକ୍ଷରୁ ଅନେକ ଅନେକ ଶୁଭେଚ୍ଛା ।

  • ସୁଦାନରେ ଉଗ୍ର ରୂପ ନେଉଛି ଗୃହଯୁଦ୍ଧ, ହୁହୁ ହୋଇ ବଢୁଛି ମୃତ୍ୟୁସଂଖ୍ୟା, ମେଡିକାଲରେ ବି ପଡୁଛି ବୋମା

    ସୁଦାନରେ ଉଗ୍ର ରୂପ ନେଉଛି ଗୃହଯୁଦ୍ଧ, ହୁହୁ ହୋଇ ବଢୁଛି ମୃତ୍ୟୁସଂଖ୍ୟା, ମେଡିକାଲରେ ବି ପଡୁଛି ବୋମା

    ସୁଦାନରେ ଦିନକୁ ଦିନ ସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି । ଗୃହଯୁଦ୍ଧ ଫଳରେ ମୃତ୍ୟୁର ସଂହାରଲୀଳା ଦେଖିବାକୁ ମଳୁଛି । ଦିନ ଗଡି ଚାଲିଛି ଆଉ ମୃତକଙ୍କ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି । ଆହତ ମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଉଥିବା ବେଳେ ମେଡିକାଲ ଉପରେ ମଧ୍ୟ ବାରମ୍ବାର ଆକ୍ରମଣ କରାଯାଉଛି । ଯାହାଫଳରେ ସ୍ୱାସ୍ଥ୍ୟ ସେବା ବାଧାପ୍ରାପ୍ତ ହେଉଛି ।

    ଅନ୍ୟପଟେ ସୁଦାନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବାକୁ ନିରନ୍ତର ଉଦ୍ୟମ ଚାଲିଛି । ଏଥିପାଇଁ ଭାରତ ସରକାରଙ୍କ ପକ୍ଷରୁ ମଧ୍ୟ ସମସ୍ତ ପ୍ରକାର ପ୍ରୟାସ କରାଯାଉଛି । ସୁଦାନରେ ପ୍ରାୟ ୩ ହଜାରରୁ ଅଧିକ ଭରତୀୟ ଫସି ରହିଥିବା ଜଣାପଡିଛି । ଭାରତ ସରକାର ବାୟୁସେନାର ୨ଟି ବିମାନ ସୁଦାନ ପଠାଯାଇଥିବା ବେଳେ ଭାରତୀୟ ନୌସେନା ସକ୍ରିୟ ରହିଛି । ସୁଦାନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସୁଦାନର ଅଧିକାରୀଙ୍କ ଠାରୁ ଆରମ୍ଭ କରି ସାଉଦି ଆରବ, ମିଶର ଓ ଆମେରିକା ସହିତ ଲାଗାତର ଯୋଗାଯୋଗ କରାଯାଉଛି ।

    ସୁଦାନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଫସି ରହିଥିବା ଲୋକଙ୍କ ସହ ନିୟମିତ ଯୋଗାଯୋଗ କରାଯିବା ସହ ସଜାଗ ରହିବାକୁ ପରାମର୍ଶ ଦିଆଯାଉଛି । ଭାରତୀୟ ନାଗରିକଙ୍କୁ ସେଠାରୁ ସୁରୁଖୁରୁରେ ଉଦ୍ଧାର ପଇଁ ଆରମ୍ଭ ହୋଇଥିବା ମିଶନ କିଭଳି ସଫଳ ହେବ ସେଥିପ୍ରତି ଅଧିକ ଗୁରୁତ୍ବ ଦିଆଯାଉଛି ।