ଲଗାଣ ବର୍ଷରେ ପରିବା ଦର ହେଲା ଆକାଶ ଛୁଆଁ

ବଜାରରେ ପରିବା ରେଟ ଏବେ ଆକାଶ ଛୁଆଁ ଲଗାଣ ବର୍ଷା ପରେ ଏବେ ବଜାରରେ ପରିବା ଦର ବଢ଼ିବାରେ ଲାଗିଛି । ବଜାରରେ ବଢ଼ିଛି ପରିବା ଦର। ବର୍ଷା ଯୋଗୁଁ ଚାଷୀମାନେ ଅନେକ କ୍ଷତି ସହୁଛନ୍ତି । ଏଥିସହ ରାଜ୍ୟ ବାହାରୁ ଆସୁଥିବା ଟ୍ରକ ମଧ୍ୟ ଠିକ ସମୟରେ ପହଞ୍ଚିପାରୁନି ।

ଏଣୁ ଏବେ ବଜାରରେ ଆକାଶ ଛୁଆଁ ପରିବା ରେଟ୍ । କଟକ ଛତ୍ରବଜାରରେ ଅଧିକାଂଶ ପରିବା ଦର ୫୦ ଟଙ୍କା ଉପରେ ବିକ୍ରି ହେଉଛି । ଯାହାଫଳରେ ଖୁଚୁରା ବ୍ୟବସାୟୀ ୮୦ରୁ ୧୦୦ ଟଙ୍କା ଦରରେ ବିକ୍ରି କରୁଛନ୍ତି ପରିବା ଛତ୍ରବଜାରରେ ବାଇଗଣ ୮୦ ଟଙ୍କାରେ ବିକ୍ରି ହେଉଛି । ପୋଟଳ, ଭେଣ୍ଡି, କାଙ୍କଡ଼ ଆଦି ପରିବା ୫୦ଟଙ୍କା ଉପରେ ବିକ୍ରି ହେଉଛି ।ପରିବା ଦର ବୃଦ୍ଧିକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ଗ୍ରାହକ ଏବେ କେଜିଏ ରିବାପ ବଦଳରେ ଅଧାକେଜିନେଉଛନ୍ତି ।

ଅନ୍ୟପଟେ, ରାଜ୍ୟ ବାହାରୁ ଆସୁଥିବା ପରିବା ବୋଝେଇ ଟ୍ରକଗୁଡ଼ିକ ମଧ୍ୟ ବର୍ଷା ପ୍ରଭାବରେ ଠିକ ସମୟରେ ପହଞ୍ଚିପାରୁନାହାନ୍ତି। ବିଭିନ୍ନ ରାସ୍ତାରେ ଜଳ ଜମିବା, ଯାତାୟାତ ବାଧାପ୍ରାପ୍ତ ହେବା ଓ ପରିବହନରେ ବିଳମ୍ବ ହେବାରୁ ଯୋଗାଣ ବ୍ୟବସ୍ଥା ପ୍ରଭାବିତ ହୋଇଛି। ଏହାର ସିଧାସଳଖ ପ୍ରଭାବ ପାଇକା ଓ ଖୁଚୁରା ବଜାରରେ ପଡ଼ିଛି। ବ୍ୟବସାୟୀମାନେ କହୁଛନ୍ତି ଯେ, ପରିବା କମ୍ ପରିମାଣରେ ପହଞ୍ଚୁଥିବାରୁ ବାଧ୍ୟ ହୋଇ ଅଧିକ ଦରରେ ବିକ୍ରି କରିବାକୁ ପଡ଼ୁଛି।