
ରଥଯାତ୍ରା ଅବସରରେ ପୁରୀର ସ୍ଥାନୀୟ ୟୁଥ୍ ହଷ୍ଟେଲ ସଭାକକ୍ଷରେ ଶ୍ରୀକ୍ଷେତ୍ର ଅନୁରାଗ ସାହିତ୍ୟ ସଂସଦ ଓ ଅନୁରାଗ ଟାଇମସ ପକ୍ଷରୁ ରଥଯାତ୍ରା ଉତ୍ସବ ଅବସରରେ ଏକ ସାହିତ୍ୟିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ରଥଯାତ୍ରାର ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆୟୋଜିତ ଏହି ଉତ୍ସବରେ ବହୁ ବିଶିଷ୍ଟ ସାହିତ୍ୟିକ, କବି ଓ ସାହିତ୍ୟପ୍ରେମୀ ଯୋଗଦେଇଥିଲେ।
ଅନୁଷ୍ଠାନର ସଭାପତି ତଥା ବରିଷ୍ଠ ସାହିତ୍ୟିକ ମାନସ ରଞ୍ଜନ ମହାପାତ୍ର ସଭାପତିତ୍ୱ କରିଥିଲେ। ମଞ୍ଚରେ ଡ଼. ଭଗବାନ ଜୟସିଂହ ଉନ୍ମୋଚକ, ସମରେନ୍ଦ୍ର ମହାପାତ୍ର ପ୍ରକାଶକ, ଇଂ. ସୂର୍ଯ୍ୟ ନାରାୟଣ ରଥ କାର୍ଯ୍ୟକାରୀ ସଭାପତି, ଅନୁଷ୍ଠାନର ସମ୍ପାଦକ ବିଶ୍ୱମିତ ମିଶ୍ର ଓ ବିଶିଷ୍ଟ ଲେଖକ ନିର୍ମଳ ଚନ୍ଦ୍ର ମିଶ୍ର ଉପସ୍ଥିତ ଥିଲେ|

ଏହି ଅବସରରେ ଲେଖକ ନିର୍ମଳ ଚନ୍ଦ୍ର ମିଶ୍ରଙ୍କ ନବପ୍ରକାଶିତ କବିତା ସଙ୍କଳନ ‘ଶ୍ୟାମଳ ସୁଖ’ର ଆନୁଷ୍ଠାନିକ ଉନ୍ମୋଚନ ମଞ୍ଚାସୀନ ଅତିଥିମାନଙ୍କ କରକମଳରେ ସମ୍ପନ୍ନ ହୋଇଥିଲା। ପୁସ୍ତକ ଉନ୍ମୋଚନ ପରେ ଆୟୋଜିତ କବିତା ପାଠ ପର୍ବରେ କବି ଶୈଳବାଳା ମହାପାତ୍ର, ସୌଭାଗ୍ୟ ପଟ୍ଟନାୟକ, ଆଲୋକ ପ୍ରଧାନ, ଅନ୍ତର୍ଯ୍ୟାମୀ ମିଶ୍ର, ସୁଚିତ୍ରା ରଥ, ସର୍ବାଣୀ ଦାସ, ସୁଦୀପ୍ତା ମିଶ୍ର, ବିଚିତ୍ରା ଦାଶ ଓ ସବିତା ମିଶ୍ର ପ୍ରମୁଖ ‘ଶ୍ୟାମଳ ସୁଖ’ ସଙ୍କଳନରୁ କବିତା ଆବୃତ୍ତି କରି ଶ୍ରୋତାଙ୍କୁ ମୁଗ୍ଧ କରିଥିଲେ।