ଫେସବୁକରେ ଲାଇଭ୍ କରି ପ୍ରେମିକର ଆତ୍ମହତ୍ୟା, ପ୍ରଥମେ ପ୍ରେମିକାକୁ ମାରିଥିଲା ଗୁଳି ଆଉ ତାପରେ…

ଆଜିର ଯୁବ ପିଢିଙ୍କୁ ନିଷାଜାତ ଦ୍ରବ୍ୟ ଅପକ୍ଷା ଅଧିକ ଘାରିଛି ପ୍ରେମ ନିଷା । ଏକତରଫା ପ୍ରେମ ହେଉ କିମ୍ବା ଉଭୟ ସାଇଡ ପ୍ରେମ, ସବୁଠି ବିବାଦ ବଢି ଚାଲିଛି ଆଉ ମୁଣ୍ଡ ଗଡିଚାଲିଛି । ଏବେ ସେମିତି ଏକ ହୃଦୟ ଥରାଇଲା ଭଳି ଘଟଣା ସାମ୍ନାକୁ ଆସିଛି । ଜଣେ ଯୁବକ ପ୍ରଥମେ ନିଜ ପ୍ରେମିକାକୁ ହତ୍ୟା କରିବା ପରେ ନିଜେ ମଧ୍ୟ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛି । ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ପ୍ରେମିକ ଜଣକ ଆତ୍ମହତ୍ୟା କରିବା ସମୟରେ ଫେସବୁକ୍ ଲାଇଭ ମଧ୍ୟ କରିଥିବା ଦେଖିବାକୁ ମିଳିଛି ।

ଫେସବୁକ ଲାଇଭରେ ପ୍ରେମିକ ଜଣକ କହୁଛି, ‘ଖୁସିକୁ ମାରିଦେଲି, ଏବେ ନିଜେ ବି ମରିବି..ମୁଁ ଲୋକେସନ ପଠାଇ ଦେଉଛି, ଶେଷରେ ୮୭ ନମ୍ବର ଥିବା ମୋବେଇଲ୍ ନମ୍ବର ମୋର ଚାଲୁ ଅଛି । ଏହି ନମ୍ବରରେ କଲ୍‌ କରିପାରିବେ । ଅନୁରାଧା ଦିଦିଙ୍କୁ ଲାଇଭ୍‌ ଲୋକେସନ୍‌ ପଠାଇ ଦେଇଛି । ଖୁସିକୁ ହତ୍ୟା କରିବା ପରେ ଏବେ ତା’ ପାଖକୁ ଯାଉଛନ୍ତି । ବାୟ… ସବୁଦିନ ପାଇଁ ବିଦାୟ ନେଉଛି” ଫେସବୁକରେ ଲାଇଭ୍ ଆସି ଏପରି କହି ଆତ୍ମହତ୍ୟା କରିଥିଲେ ଅଙ୍କିତ କୁମାର ନାମକ ଜଣେ ଯୁବକ ।

ଘଟଣାଟି ହେଉଛି ମେ ୧୩ ତାରିଖ ଅପରାହ୍ନର । ମାତ୍ର ଦିନକ ପୂର୍ବରୁ ଅଙ୍କିତ ରାଞ୍ଚିରେ ନିବେଦିତା ନାମକ ଜଣେ ଝିଅକୁ ଗୁଳି କରି ହତ୍ୟା କରିଥିଲେ । ଏହାପରେ ଶନିବାର ଦିନ ଅଙ୍କିତ ବିହାରର ଅଯୋଧ୍ୟାପୁରୀ ସ୍ଥିତ ଏକ ଘରେ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି, ଯେଉଁ ପିସ୍ତଲରେ ସେ ନିଜର ପ୍ରେମିକା ନିବେଦିତା ଓରଫ୍‌ ଖୁସିଙ୍କୁ ଗୁଳି ମାରିଥିଲେ, ସେହି ପିସ୍ତଲ୍‌ରେ ଆତ୍ମହତ୍ୟା କରିଛନ୍ତି । ନିବେଦିତାର ହତ୍ୟା ମାମାଲାରେ ଅଭିଯୁକ୍ତ ଅଙ୍କିତ୍‌କୁ ଗିରଫ କରିବା ପାଇଁ ବିହାରର ନୱାଡା ସମେତ ଅନେକ ସ୍ଥାନରେ ଚଢ଼ାଉ କରିଥିଲା ପୋଲିସ୍‌ । ହେଲେ ପୋଲିସ ତା’ର କୌଣସି ଟେର୍ ପାଇନଥିଲା ।

ଅଙ୍କିତ କୁମାର ନାମକ ଏହି ଯିବକ ବିହାରର ଅରଗୋଡ଼ାରେ ଏକ ଭଡା ଘର ରହୁଥିଲା । ଆଉ ନିବେଦିତା ଅରଗୋଡ଼ା ଥାନା ଅନ୍ତର୍ଗତ ପଟେଲ ଚକ୍ ନିକଟରେ ଥିବା ଏକ ହଷ୍ଟେଲରେ ରହୁଥିଲେ । ନିବେଦିତାଙ୍କ ଘର ବିହାରର ନବାଦା ଜିଲ୍ଲାରେ ।

ଅଙ୍କିତ ଏବଂ ନିବେଦିତାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ଗଢିଉଠିଥିଲା । ହେଲେ ଦୁହିଙ୍କ ଭିତରେ କ’ଣ ହେଲା କେଜାଣି ନିବେଦିତା ଅଙ୍କିତଙ୍କର ୨ ମାସ ଧରି କଥାବାର୍ତ୍ତା ବନ୍ଦ ଥିଲା । ଆଉ ଏଥିରେ ରାଗିଯାଇଥିଲା ଅଙ୍କିତ । ସନ୍ଧ୍ୟା ବେଳେ ନିବେଦିତା ତାଙ୍କ ସାଙ୍ଗ ସହିତ ଜଳଖିଆ ସାରି ଫେରୁଥିବା ବେଳେ ଅଧା ବାଟରେ ତାଙ୍କୁ ଗୁଳି ମାରିଥିଲା ଅଙ୍କିତ । ନିବେଦିତା ସେହିଠାରେ ଟଳିପଡିବା ସହିତ ତାଙ୍କ ସାଙ୍ଗ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଏହାପରେ ଅଙ୍କିତ ମଧ୍ୟ ତାଙ୍କ ପ୍ରେମିକ ନିବେଦିତାଙ୍କ ପାଖକୁ ଚାଲିଗଲେ ।

Leave a Reply

Your email address will not be published. Required fields are marked *