ଆଇସିଏସସି ଦଶମ, ଆଇଏସସି ଦ୍ୱାଦଶ ଫଳ ପ୍ରକାଶ

ରବିବାର ଇଣ୍ଡିଆନ୍‌ ସାର୍ଟିଫିକେଟ୍‌ ଅଫ୍‌ ସେକେଣ୍ଡାରୀ ଏଜୁକେସନ (ଆଇସିଏସ୍‌ଇ) ଆଜି ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ କରିଛି। ଦ୍ୱାଦଶରେ ମଧ୍ୟ ଛାତ୍ରୀମାନଙ୍କର ପ୍ରଦର୍ଶନ ଛାତ୍ରମାନଙ୍କ ତୁଳନାରେ ଭଲ ରହିଛି। ଛାତ୍ରୀମାନଙ୍କ ପାଶହାର  ୯୮.୦୧ ପ୍ରତିଶତ ଥିବାବେଳେ ଛାତ୍ରମାନଙ୍କ ପାଶହାର ୯୫.୯୬ ପ୍ରତିଶତ ରହିଛି। ଦ୍ୱାଦଶ ଟପ୍ପରଙ୍କ ମଧ୍ୟରେ ରିୟା ଅଗ୍ରୱାଲ,ଇପ୍ସିତା ଭଟ୍ଟାଚାର୍ଯ୍ୟ, ମୋହଦ ଆର୍ଯ୍ୟ ତାରିକ, ସୁଭମ କୁମାର ଅଗ୍ରୱାଲ, ମାନିଆ ଗୁପ୍ତା ରହିଛନ୍ତି।

ଦଶମରେ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ରୁଶୀଲ କୁମାର, ଅନନ୍ୟା କାର୍ତ୍ତିକ, ଶ୍ରେୟା ଉପାଧ୍ୟାୟ, ଉଦୟ ସରଦେଶାଇ, ଯଶ ମନୀଷ ଭାସିନ, ତନୟ ସୁଶୀଲ ଶାହା, ହିୟା ସାଙ୍ଗଭି, ଅଭିଷି ସିଂ, ସମ୍ବିଟ ମୁଖୋପାଧ୍ୟାୟ ରହିଛନ୍ତି। ଦଶମ ଶ୍ରେଣୀରେ ନଅ ଜଣ ଛାତ୍ରୀ ୪୯୯ ମାର୍କ ହାସଲ କରି ପରୀକ୍ଷାରେ ଶୀର୍ଷରେ ରହିଛନ୍ତି। ଆଇସିଏସସି ୧୦ମରେ ମଧ୍ୟ ଛାତ୍ରୀମାନେ ମାରିଛନ୍ତି ବାଜି। ଛାତ୍ରୀମାନଙ୍କର ପାସ ପ୍ରତିଶତ ୯୯.୨୧ ପ୍ରତିଶତ ଥିବାବେଳେ ଛାତ୍ରଙ୍କ ପାସ ପ୍ରତିଶତ ୯୮.୭୧ ପ୍ରତିଶତ ରହିଛି। ଏହା ଛାତ୍ରଙ୍କ ତୁଳନାରେ ୦.୫ ପ୍ରତିଶତ ଅଧିକ।

ଦ୍ୱାଦଶ ଛାତ୍ରୀଛାତ୍ରମାନଙ୍କର ସାମଗ୍ରିକ ପାଶହାର ୯୬.୯୩ ପ୍ରତିଶତ ଯାହା ଗତ ବର୍ଷ ତୁଳନାରେ ୨.୪୫ ପ୍ରତିଶତ କମ ରହିଛି । ସେହିପରି ଦଶମରେ ସାମଗ୍ରିକ ପାଶହାର ୯୮.୯୪ ପ୍ରତିଶତ ରହିଛି । ଏହା ପୂର୍ବ ବର୍ଷ ତୁଳନାରେ ୧.୦୩ ପ୍ରତିଶତ ହ୍ରାସ ପାଇଛି।

ଆଇସିଏସସି ଦଶମ ପରୀକ୍ଷାରେ ରାଜ୍ୟରେ  ପ୍ରିୟଙ୍କା ପରାସର ଓ ବିଷ୍ଣୁ ପ୍ରସାଦ ଶତପଥୀ ହୋଇଛନ୍ତି ଟପ୍ପର। ଉଭୟେ ୯୯.୪୦% ମାର୍କ ରଖି ମିଳିତ ଭାବେ ଟପ୍ପର ହୋଇଛନ୍ତି। ସେହିପରି ସଞ୍ଜନା ପଲେଇ, ପ୍ରତିକା ମିଶ୍ର, ପ୍ରେମା ମଞ୍ଜରୀ, ଆୟଷ ନନ୍ଦ ୯୯.୨୦% ମାର୍କ ରଖିଛନ୍ତି। ଅନୁଷ୍କା ମିତ୍ତଲ, ଓଜଲ ଆକାଶ, ଓକାର ମହାପାତ୍ର ଓ ଅମରେନ୍ଦ୍ର ସ୍ୱାଇଁ ୯୯.୦ ପ୍ରତିଶତ ମାର୍କ ରଖି ରାଜ୍ୟର ଗୌରବ ପାଲଟିଛନ୍ତି।

ସେହିପରି ଆଇସିଇ ଦ୍ୱାଦଶ ପରୀକ୍ଷାରେ ଦିଶା ଗୋଏଲ ଓଡ଼ିଶା ଟପ୍ପର ହୋଇଛନ୍ତି। ସେ ୯୮.୨୬ ପ୍ରତିଶତ ମାର୍କ ରଖି ଟପ୍ପର ହୋଇଥିବା ବେଳେ ସ୍ତୁତିଲେଖା ପଟ୍ଟନାୟକ ୯୮.୦୦%, ସୁଦୀପ ଅଧିକାରୀ ଓ ଶ୍ରୀୟା ଦତ୍ତ ୯୭.୫ ପ୍ରତିଶତ ମାର୍କ ରଖିଛନ୍ତି।

ସୂଚନାଯୋଗ୍ୟ ଚଳିତ ବର୍ଷ ଆଇଏସ୍‌ସି ଦଶମ ଶ୍ରେଣୀ ବୋର୍ଡ ପାଇଁ ୨.୩୬ ଲକ୍ଷ ପରୀକ୍ଷା ଦେଇଥିଲେ। ଦ୍ବାଦଶ ପରୀକ୍ଷାରେ ୫ ଜଣ ମିଳିତ ଭାବେ ଟପ୍ପର ହୋଇଛନ୍ତି। ସେମାନେ ୯୫.୭୫ ପ୍ରତିଶତ ନମ୍ବର ରଖିଛନ୍ତି। ସେମାନଙ୍କ ମଧ୍ୟରେ ଦିଶା ଓଡିଶାର।

Leave a Reply

Your email address will not be published. Required fields are marked *