ପାକିସ୍ତାନରେ ଅଜବ ଶିଶୁ,ମେଡିକାଲରେ ଲୋକଙ୍କ ଭିଡ଼

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ଏକ ଦୁର୍ଲ୍ଲଭ ଏବଂ ଶକ୍ତିଶାଳୀ ଜୀବ । ସବୁଠୁ ବୁଦ୍ଧିଆ ପ୍ରାଣୀ ମଣିଷ । ବେଳେ ବେଳେ ମଣିଷ ଏମିତି କିଛି ଘଟଣାକୁ ନେଇ ଆଶ୍ଚର୍ଯ୍ୟ ଯାହାର ଉତ୍ତର ଖୋଜିଥାଏ । କାରଣ କଣ ହୋଇଥାଏ ପାରେ ଏସବୁ ଦ୍ୱନ୍ଦ୍ୱରେ ପଡ଼ିଥାଏ । କେବେ କେବେ ନବଜାତ ଶିଶୁଙ୍କ ଶରୀର ଗଠନ ପ୍ରଣାଳୀ ଅଜବ ଧରଣର ହୋଇଥାଏ । ଆଜି ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା କଳ୍ପନାର ବାହାରେ ।

ଆଗରୁ ଆମେ ଜାଣିଛେ କାହାର କାହାର ଗୋଟିଏ ହାତରେ ୬ଟି ଆଙ୍ଗୁଠି ରହିଛି । କେଉଁଠି କେଉଁଠି ଯୋଡ଼ାମୁଣ୍ଡ ଦେଖିବାକୁ ମିଳିଛି । କେଉଁଠି ଯୌନାଙ୍ଗ ନଥିବା ଶିଶୁ ବି ଜନ୍ମ ନେଇଛି । ହେଲେ ଖବର ଟିକେ ଭିନ୍ନ ରହିଛି । ଏ ଖବର ଆମ ଦେଶର ନୁହେଁ, ବିଦେଶର । ମାନେ ପଡ଼ୋଶୀ ପାକିସ୍ତାନରୁ ଆସିଛି ।

ପାକିସ୍ତାନରେ ଜନ୍ମ ନେଇ ଏକ ଅଜବ ଶିଶୁ । ତାକୁ ଦେଖିବାକୁ ମେଡିକାଲରେ ଭିଡ଼ ଲାଗିଛି । କାରଣ କଣ ହୋଇଥାଏ ପାରେ । ଡାକ୍ତରମାନେ ବି ଆଶ୍ଚର୍ଯ୍ୟ । ଆଜ୍ଞା ଶିଶୁଟିର ୨ଟି ଯୌନାଙ୍ଗ ରହିଛି ହେଲେ ମଳଦ୍ୱାର ନାହିଁ । ଶିଶୁଟି ଉଭୟ ଯୌନାଙ୍ଗରେ ପରିସ୍ରା କରୁଛି । ସୂଚନା ଅନୁସାରେ ଡିପହେଲିୟା ନାମକ ଏକ ଦୁର୍ଲ୍ଲଭ ରୋଗ କାରଣରୁ ୬୦ ଲକ୍ଷ ଶିଶୁଙ୍କ ମଧ୍ୟରୁ ଜଣେ ଏଭଳି ରୋଗରେ ସଂକ୍ରମିତ ହୋଇଥାଏ । ଏବେ ପାକିସ୍ତାନର ଏହି ଶିଶୁ ରୋଗରେ ଆକ୍ରାନ୍ତ ଥିବା ଜଣାପଡି଼ଛି । କୋଲେନୋସ୍କୋପି ଜରିଆରେ ଏକ ମଳଦ୍ୱାର ସୃଷ୍ଟି କରିବା ପାଇଁ ଡାକ୍ତରମାନେ ଉଦ୍ୟମ କରୁଛନ୍ତି ।

Leave a Reply

Your email address will not be published. Required fields are marked *