୫ଶତ ସନ୍ତାନଙ୍କ ପିତାଙ୍କୁ କୋର୍ଟଙ୍କ ଛାଟ

୫00ରୁ ଅଧିକ ସନ୍ତାନର ଜନକଙ୍କୁ କୋର୍ଟଙ୍କ ଛାଟ। ଆଉ ଆଧିକ ସନ୍ତାନ ଜନ୍ମ ଦିଅନି। ନୋହିଲେ ହେବ ଜରିମାନା।  ନେଦରଲ୍ୟାଣ୍ଡର ଏକ କୋର୍ଟ ଜଣେ ୫ ଶତ ପୁତ୍ରର ଜନକଙ୍କୁ ଏପରି ତାଗିଦ କରିଛନ୍ତି। ତେବେ ବାସ୍ତବରେ ଏହି ବ୍ୟକ୍ତି ଏତେ ସଂଖ୍ୟକ ସନ୍ତାନଙ୍କ ବାପା ହୋଇଥିଲେ ମଧ୍ୟ ଆଇନତଃ ନୁହଁନ୍ତି। ତାଙ୍କ ଦ୍ୱାରା ହୋଇଥିବା ସ୍ପର୍ମରୁ ୫୦୦ରୁ ୬୦୦ ପିଲା ଜନ୍ମ ନେଇଛନ୍ତି। ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସ୍ଥାନୀୟ ଏକ କୋର୍ଟ। ପୁଣି ସ୍ପର୍ମ ଦାନ କଲେ ତାଙ୍କୁ ବିପୁଳ ଜରିମାନା ପଡ଼ିବ ବୋଲି ଚେତାଇ ଦେଇଛନ୍ତି। କୋର୍ଟ

ନେଦରଲ୍ୟାଣ୍ଡର ୪୧ ବର୍ଷୀୟ ଜନାଥନ ଜଣେ ନିୟମିତ ସ୍ପର୍ମ ଡୋନର।  ୨୦୦୭ ମସିହାରୁ ସ୍ପର୍ମ ଦାନ କରି ଆସୁଛନ୍ତି। ତେବେ ସେଠାକାର ଆଇନ ଅନୁଯାୟୀ ସ୍ପର୍ମ ଦାନ କରୁଥିବା ଜଣେ ବ୍ୟକ୍ତି ୧୨ଟି ପରିବାରର ୨୫ଟି ପିଲାଙ୍କୁ ଜନ୍ମ ଦେଇପାରିବେ। ତାଠୁ ଅଧିକ ନିୟମ ବିରୋଧୀ। କିନ୍ତୁ ଜନାଥନଙ୍କ ସ୍ପର୍ମ ଦାନରୁ ୫୦୦ରୁ ୬୦୦ ପିଲାଙ୍କ ଜନ୍ମ ହୋଇସାରିଲେଣି।

୨୦୧୭ ମସିହା ବେଳକୁ ସେ ୧୦୦ରୁ ଅଧିକ ପିଲାଙ୍କ ବାପା ହେବା ଜଣାପଡିବା ପରେ ସେହି ବର୍ଷ କୋର୍ଟ ତାଙ୍କ ଉପରେ କଟକଣା ଜାରି କରିଥିଲେ। ହେଲେ ଜନାଥନ କୋର୍ଟଙ୍କ ନିର୍ଦ୍ଦେଶକୁ ଫୁ କରି ଉଡାଇ ଦେଇଥିଲେ। ଖାଲି ନେଦରଲାଣ୍ଡ ନୁହେଁ  ବିଦେଶରେ ମଧ୍ୟ ସ୍ପର୍ମ ଦାନ କରିଛନ୍ତି। ଯାହାକୁ ନେଇ ତାଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ ହୋଇଥିଲା।

ଏହି ମାମଲାରେ କୋର୍ଟ ତାଙ୍କୁ ସ୍ପର୍ମ ଦାନ କରିବାକୁ ବାରଣ କରିବା ସହ ବିଦେଶରେ ଯେଉଁ ସବୁ କ୍ଲିନିକ ଗୁଡ଼ିକରେ ତାଙ୍କ ସ୍ପର୍ମକୁ ସାଇତି ରଖାଯାଇଥିବା ତାକୁ ନଷ୍ଟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *