Blog

  • ପୁଣି ଭାଇଜାନଙ୍କୁ ମିଳିଲା ହତ୍ୟା ଧମକ

    ପୁଣି ଭାଇଜାନଙ୍କୁ ମିଳିଲା ହତ୍ୟା ଧମକ

    ପୁଣି ବଲିଉଡର ଦବଙ୍ଗ ବୟ ସଲମନ ଖାଁଙ୍କୁ ମିଳିଛି ହତ୍ୟା ଧମକ। କେଉଁ ଦିନ ହତ୍ୟା କରାଯିବ, ତାହା ମଧ୍ୟ ଧମକକାରୀ ଘୋଷଣା କରିଛି। ଏହା ପରେ ମୁମ୍ବାଇ  ପୋଲିସର ଚିନ୍ତା ବଢିଯାଇଛି। ପୋଲିସ ସବୁ ଦିଗରୁ ଆରମ୍ଭ କରିଛି ଖୋଳତାଡ। ସଲ୍ଲୁ ମିଆଁଙ୍କ ସୁରକ୍ଷାରେ ନିୟୋଜିତ ସୁରକ୍ଷା କର୍ମୀଙ୍କୁ ସଜାଗ ରହିବାକୁ କରାଯାଇଛି ତାଗିଦ।

    ହିନ୍ଦୀ ସିନେ ଜଗତର ସୁପର ଷ୍ଟାର ସଲମାନ ଖାଁଙ୍କୁ ଧମକର ପ୍ରକ୍ରିୟା ଥମିବାର ନାଁ ନେଉନାହିଁ। ସଦ୍ୟ ଉପରେ ପୁଣି ସଲମନଙ୍କୁ ମିଳିଛି ଏକ ହତ୍ୟା ଧମକ। ଏଥର ଭାଇ ଜାନଙ୍କୁ ଧମକ ଦେଇଛନ୍ତି ଆଉ ଜଣେ ଭାଇ, ନାମ ତାଙ୍କର ରକି ଭାଇ। ଯୋଧପୁରର ରକି ଭାଇ ଗୋ ରକ୍ଷକ ଭାବେ ତାଙ୍କ ଅଞ୍ଚଳରେ ବେଶ ଖ୍ୟାତି ଅର୍ଜନ କରିଛନ୍ତି। ରକି ତାଙ୍କ ଧମକରେ ସଫା ସଫା କହିଛନ୍ତି କି, ଏପ୍ରିଲ 30 ହେବ ଭାଇ ଜାନଙ୍କ ଶେଷ ଦିନ।

    ଏଏନଆଇ ଟ୍ୱିଟରରୁ ସଲମାନଙ୍କୁ ଧମକ ମିଳିଥିବା ସୂଚନା ଦିଆଯାଇଛି। ମୁମ୍ବାଇ ପୋଲିସ ସୂତ୍ରରୁ ଏହି ସୂଚନା ଦିଆଯାଇଛି। ଗିତକାଲି ପୋଲିସ କଣ୍ଟୋଲ ରୁମକୁ ଏକ ଫୋନ ଆସିଥିଲା, ଯେଉଁରେ ବ୍ୟକ୍ତି ନିଜକୁ ରକି ଭାଇ ଭାବେ ପରିଚୟ ଦେଇ ଏପ୍ରିଲ 30ରେ ସଲମାନଙ୍କୁ ଜୀବନରୁ ମାରି ଦେବାକୁ କହିଥିଲେ।

    ରକି ଭାଇ ଖାଲି ସଲ୍ଲୁ ମିଆଁଙ୍କ ଜୀବନ ପଛରେ ପଡି ନାହିଁ, ରକି ପୂର୍ବରୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ମଧ୍ୟ ବାରମ୍ବାର ଧମକ ଦେଇ ଆସୁଥିଲା। ହମ ସାଥ ସାଥ ହୈଁ ଫିଲ୍ମ ସୁଟିଂ ବେଳେ କଳା ହରିଣ ଶିକାରକୁ ନେଇ ଲରେନ୍ସର ରାଗ ସଲମନଙ୍କ ଉପରେ।

  • ମୁଁ ସରପଞ୍ଚ ମାତ୍ର ଆସୁନି ପାଠ

    ମୁଁ ସରପଞ୍ଚ ମାତ୍ର ଆସୁନି ପାଠ

    ଆଧୁନିକ ଯୁଗର ସରପଞ୍ଚ ମାନେ, ନା ଆସୁଛି ପାଠପଢ଼ା ନା ଲେଖା । ଏମିତି ସେମିତି ନିର୍ବାଚନରେ ଲୋକଙ୍କୁ ଭୁଆଁ ବୁଲାଇ ଭୋଟ୍ ହାତେଇଲେ । ଶେଷରେ କ୍ଷମତା ପାଇଲେ ଅପାଠୁଆ ମ୍ୟାଡମ ସରପଞ୍ଚ । ଆଉ ଏବେ ମ୍ୟାଡମଙ୍କ ନା କାଟିଦେଲେ ମାନ୍ୟବର କୋର୍ଟ ।

    ଆଜ୍ଞା ହଁ, ଏ ହେଉଛନ୍ତି ମଡର୍ଣ୍ଣ ଯୁଗର ସରପଞ୍ଚ ସୁନିତା ବାଈ ଗଣ୍ଡ । ନବରଙ୍ଗପୁର ରାଇଘର ବ୍ଲକ୍ କୁନ୍ଦେଇ ସରପଞ୍ଚ ସୁନିତା । ପାଠପଢ଼ା ଆସେନି କିନ୍ତୁ ସେ ପଲିଟିକ୍ସରେ ମାହିର । ଲୋକଙ୍କୁ ବିଭିନ୍ନ ଲୋଭ ଦେଖାଇ, ପ୍ରତିଶ୍ରୁତି ଦେଇ ଭୋଟ୍ ପାଇଲେ । ହେଲେ ତାଙ୍କୁ ଲେଖାପଢ଼ା ଆସେନି ।

    ଏ କଥା ସମସ୍ତେ ଜାଣିଥିଲେ କିନ୍ତୁ କୋର୍ଟରେ ପିଟିସନ୍ ଦାୟର କଲେ ପୂର୍ବତନ ସରପଞ୍ଚ ସନରାଜ ଗଣ୍ଡଙ୍କ ପତ୍ନୀ ରଞ୍ଜିତା । ରାଇଘର ସିଭିଲ୍ କୋର୍ଟରେ ପିଟିସନ ଦାୟର ପରେ ଶୁଣାଣି ହେଲା । ଚରମବାଣୀ ଶୁଣାଇଲେ କୋର୍ଟ । ସରପଞ୍ଚ ସୁନିତାଙ୍କ ପଦ ରଦ୍ଦ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଶିକ୍ଷାର ମାନ ବୁଝିନଥିବା ଏଭଳି ସରପଞ୍ଚ ଶେଷରେ ନିରାଶ ହୋଇଛନ୍ତି ।

    କୋର୍ଟରେ ମାମଲାର ଶୁଣାଣି ବେଳେ ନିର୍ବାଚନ ପରିଚାଳନା ଓକିଲ ନରସିଂହ ତ୍ରିପାଠୀ,ସନରାଜ ଗଣ୍ଡ, ସଞ୍ଜୀବ ଭକ୍ତ,ଶେଖ୍ ବାବା ଅଲିସା,ପ୍ରଫୁଲ୍ଲ ସିଂ,ଶ୍ରୀକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

  • ଗୋ-ମୂତ୍ରରେ ରହିଛି ଘାତକ ବ୍ୟାକ୍ଟେରିଆ

    ଗୋ-ମୂତ୍ରରେ ରହିଛି ଘାତକ ବ୍ୟାକ୍ଟେରିଆ

    ଗୋମୂତ୍ର ପିଉଥିଲେ ହୋଇଯାଆନ୍ତୁ ସାବଧାନ। ଫ୍ରେସ୍ ଗୋମୂତ୍ରରେ ରହିଛି ମାରାତ୍ମକ ବ୍ୟାକ୍ଟେରିଆ, ଯାହା ମଣିଷ ପାଇଁ ଘାତକ ସାବ୍ୟସ୍ତ ହୋଇଥାଏ। ବରେଲି ଭିତ୍ତିକ ଭାରତୀୟ ପଶୁଚିକିତ୍ସା ଗବେଷଣା ସଂସ୍ଥା(IVRI) ଦ୍ୱାରା ହୋଇଥିବା ଏକ ଗବେଷଣାରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଗବେଷଣାରୁ ଆହୁରି ଜଣାପଡିଛି କି, କିଛି ବ୍ୟାକ୍ଟେରିଆ ପ୍ରଭାବଶାଳୀ । ଗବେଷଣାର ତଥ୍ୟ ଅନଲାଇନ ରିସର୍ଚ୍ଚ ୱେବସାଇଟରେ ବାହାରିଛି।

    ଉତ୍ତର ପ୍ରଦେଶର ବରେଲି ଜିଲ୍ଲାର ଇଜ୍ଜତନଗରରେ ଆଇଭିଆରଆଇର ଏକ ଟିମ ପକ୍ଷରୁ ଗାଈଙ୍କ ଉପରେ ଅନୁସନ୍ଧାନ କରାଯାଇଥିଲା। ଏଥିରେ ଜଣା ପଡିଥିଲା କି, ଗାଈ ଦୁଗ୍ଧରେ 14 ପ୍ରକାରର ବ୍ୟାକ୍ଟେରିଆ ରହିଛି। ଦୁଗ୍ଧରେ ଏସ୍ଚରିସିଆ କୋଲି ମଧ୍ୟ ମହଜୁଦ ରହିଛି, ଯାହା ପେଟରେ ସଂକ୍ରମଣର କାରଣ ହୋଇଥାଏ।

    ସଂସ୍ଥାର ଗବେଷଣାରୁ ଜଣାପଡିଛି କି ଗାଈ କ୍ଷୀର ଠାରୁ ମଇଁଷି କ୍ଷୀର ଅଧିକ ଲାଭକାରୀ। ଆଇଭିଆରଆଇ ମହାମାରୀ ବିଜ୍ଞାନ ବିଭାଗର ମୁଖ୍ୟ ଭୋଜରାଜ ସିଂହ କହିଛନ୍ତି କି, ଗାଈ ଓ ମଇଁଷିର 73 ମୂତ୍ର ନମୁନାକୁ ପରୀକ୍ଷଣ କରି ଜଣାପଡିଥିଲା କି, ଗାଈ ମୂତ୍ର ଠାରୁ ମଇଁଷି ମୂତ୍ର ଅଧିକ ପ୍ରଭାବଶାଳୀ।  ସିଂହ ଆହୁରି କହିଥିଲେ କି, ଗବେଷଣାରେ ତିନି ପ୍ରଜାତିର ଗାଈଙ୍କୁ ନିଆଯାଇଥିଲା। ସେସବୁ ଥିଲେ, ଥାରପାରେର, ଭିନ୍ଦାବନୀ, ସାହିୱାଲ। ଏଥିସହ ମଇଁଷି ଓ ମଣିଷଙ୍କ ପରିସ୍ରା ମଧ୍ୟ ସଂଗ୍ରହ କରାଯାଇଥିଲା। ଗତ ନଭେମ୍ବର ପର୍ଯ୍ୟନ୍ତ ଏହି ଗବେଷଣା ହୋଇଥିଲା। ଗବେଷଣାରୁ ଗାଈ ମୂତ୍ରରେ ହାନୀକାରକ ବ୍ୟାକ୍ଟେରିଆ ମିଳିଛି।  

    ଗବେଷକ କହିଛନ୍ତି କି, ଲୋକଙ୍କ ଭିତରେ ଏକ ଅବଧାରଣା ରହିଛି କି, ଗାଈ କ୍ଷୀର ଆଣ୍ଟିବ୍ୟାକ୍ଟେରିଆଲ। ତେବେ କ୍ଷୀର ପିଇବାରେ ଅସୁବିଧା ନାହିଁ,  କିନ୍ତୁ କୌଣସି ବି ପ୍ରକାରରେ ଗୋ ମୂତ୍ର ବ୍ୟବହାର ଉଚିତ୍ ନୁହେଁ। ଅଧିକ ସ୍ପଷ୍ଟତା ପାଇଁ ଆଗକୁ ଏହି କ୍ଷେତ୍ରରେ ଗବେଷଣା ଜାରି ରହିଥିବା ଗବେଷକ ସିଂହ କହିଛନ୍ତି।

  • ରାଜଧାନୀରେ ବୁଲିଲା ଖଣ୍ଡା, ଯୁବକଙ୍କୁ ହାଣିଲେ ଗୁଣ୍ଡା

    ରାଜଧାନୀରେ ବୁଲିଲା ଖଣ୍ଡା, ଯୁବକଙ୍କୁ ହାଣିଲେ ଗୁଣ୍ଡା

    ରାଜଧାନୀ ଭୁବନେଶ୍ୱରରେ ଅପରାଧୀମାନଙ୍କ ଆତଙ୍କ ରାଜ୍ ବଢ଼ିବାରେ ଲାଗିଛି । ବିଚ୍ ରାସ୍ତାରେ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣୁଛନ୍ତି । ଏଭଳି ଚିତ୍ର ଏବେ ସମସ୍ତଙ୍କ ନିଦ ହଜାଇ ଦେଇଛି ।

    ଏୟାର ଫିଲ୍ଡ ଥାନା ଭୀମକୁଣ୍ଡ ମନ୍ଦିର ସମ୍ମୁଖରେ ସରୋଜ ତ୍ରିପାଠୀଙ୍କୁ ଖଣ୍ଡାରେ ହାଣିଛନ୍ତି ସ୍ଥାନୀୟ ଗୁଣ୍ଡା । ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସରୋଜଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି । ସ୍ଥାନୀୟ ଗୁଣ୍ଡା, ଅପରାଧୀଙ୍କୁ ତୁରନ୍ତ ଗିରଫ କରି ଜେଲ୍ ପଠାଇବାକୁ ସବୁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିସିପି । ତଥାପି ଏଯାଏ କୌଣସି ପଦକ୍ଷେପ ହୋଇନଥିବାରୁ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

  • ଟ୍ରକ୍ ଚଢି ବଲେରୋ ଚେପା, 2 ମୃତ

    ଟ୍ରକ୍ ଚଢି ବଲେରୋ ଚେପା, 2 ମୃତ

    ସୁନ୍ଦରଗଡ ହେମଗିରି ଥାନା ଅଧୀନ ଗର୍ଜନ ବାହାଲ ଖଣି ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ବୋଲେରୋ ଉପରେ କୋଇଲା ବୋଝେଇ ଟ୍ରକ୍ ମାଡିଯିବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 4 ଗୁରୁତର ହୋଇଛନ୍ତି। ଆହତମାନଙ୍କୁ ରାୟପୁର ଜିନ୍ଦଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତେ ଗର୍ଜନ ବାହାଲ ଖଣିର କର୍ମଚାରୀ ଥିଲେ। ସିପ୍ଟ ସାରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

    ଗର୍ଜନବାହାଲ ଖଣିର ଏହି କର୍ମଚାରୀଙ୍କର ଡ୍ୟୁଟି ସରିବା ପରେ ସେମାନେ ବୋଲେରୋରେ ଘରକୁ ଫେରୁଥିଲେ। ଖଣିରେ ନିୟୋଜିତ ଏକ ଟ୍ରକ୍ ଅଧିକ କୋଇଲା ଲୋଡିଂ ହୋଇଥିବା କାରଣରୁ ପଛରେ ଥିବା ବୋଲେରୋକୁ ଦେଖି ପାରି ନଥିଲା ଓ ତା ଉପରେ ଚଢିଯାଇଥିଲା।  ଫଳରେ ଘଟଣା ସ୍ଥଲରେ ହିଁ 2 ଜଣଙ୍କ ମୃତ୍ୟୁ ହୋଇଛି ଓ 4 ଜଣ ଆହତ ହୋଇଛନ୍ତି। ଟ୍ରକ୍ ମାଡିଯିବାରୁ ବୋଲେରୋ ଚେପା ହୋଇଯାଇଛି।

    ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା କର୍ମଚାରୀ ହେଲେ ଅପରେଟର ଉମାକାନ୍ତ ପଟେଲ ଓ ସିଫ୍ଚ ଇନଚାର୍ଜ ଜଗଦୀଶ ଓରାମ। ଦୁର୍ଘଟଣା ପରେ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ଲୋକଙ୍କୁ ବୁଝାସୁଝା କରିଛି।

  • ରାଜଧାନୀରେ ଅସହ୍ୟ ତାତି, ୬ ସହରର ତାପମାତ୍ରା ୩୬ ଡିଗ୍ରୀ ଡେଇଁଲା

    ରାଜଧାନୀରେ ଅସହ୍ୟ ତାତି, ୬ ସହରର ତାପମାତ୍ରା ୩୬ ଡିଗ୍ରୀ ଡେଇଁଲା

    ରାଜ୍ୟରେ ତାତି ଅସହ୍ୟ ହେଲାଣି । ଘରୁ ବାହାରିବା ଲୋକଙ୍କ ପାଇଁ ମୁସ୍କିଲ । ସକାଳୁ ସକାଳୁ ତାପମାତ୍ରା ବଢ଼ିବାରେ ଲାଗୁଛି । ପାରଦ ଉପରମୁହାଁ ରହୁଛି । ଆଜି ରାଜଧାନୀ ଭୁବନେଶ୍ୱରରେ ଦିନ ସାଢ଼େ ୧୧ଟା ସୁଦ୍ଧା ତାପମାତ୍ରା ୩୯ ଡିଗ୍ରୀ ଛୁଇଁଛି । ଅସହ୍ୟ ତାତିକୁ ନେଇ ଚିନ୍ତାରେ ରାଜଧାନୀବାସୀ ।

    ଆଜି ୬ ସହରର ତାପମାତ୍ରା ୩୬ ଡିଗ୍ରୀ ଉପରେ ରହିଛି । ସମ୍ବଲପୁରରେ ୩୮ ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ାରେ ୩୭.୬ ଡିଗ୍ରୀ ତାପମାତ୍ରା ରହିଛି । ଚାନ୍ଦବାଲିରେ ୩୭.୪ ଡିଗ୍ରୀ, କେନ୍ଦୁଝରରେ ୩୫.୪ ଡିଗ୍ରୀ, ଗୋପାଳପୁରରେ ୩୪, ପୁରୀରେ ୩୩.୮ ଡିଗ୍ରୀ ଥିବାବେଳେ ପାରାଦୀପର ତାପମାତ୍ରା ୩୨.୮ ଡିଗ୍ରୀ ରହିଛି । ତାତି ବଢୁଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

    ଆସନ୍ତା ଦିନରେ ଆହୁରି ତାତି ବଢ଼ିବ । ତେବେ ସାଧାରଣତଃ ଲସି ଦୋକାନ, ପଇଡ଼ ଦୋକାନ, ଥଣ୍ଡା ପାନୀୟ ଜଳ ମିଳୁଥିବା ଦୋକାନ ଗୁଡ଼ିକରେ ଗ୍ରାହକଙ୍କ ଭିଡ଼ ଜମିଥାଏ । ହେଲେ, ସକାଳୁ ସକାଳୁ ତାତି ବଢୁଥିବାରୁ ଲୋକେ ଏଠାରେ ଆଉ ଭିଡ଼ ଜମାଉନାହାଁନ୍ତି । ତେଣୁ ବାହାରକୁ ବାହାରିଲେ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ପାଣି ବୋତଲ ସାଙ୍ଗରେ ନିଅନ୍ତୁ । ଛତା ଏବଂ ଜୋତା ବ୍ୟବାହର କରନ୍ତୁ । କଳା ଚଷମା ବ୍ୟବହାର କଲେ ଆହୁରି ଭଲ । ତେଣୁ ତାତିରୁ ରକ୍ଷା ପାଇବା ପାଇଁ ଆମକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ।