ରାଜଧାନୀରେ ଅସହ୍ୟ ତାତି, ୬ ସହରର ତାପମାତ୍ରା ୩୬ ଡିଗ୍ରୀ ଡେଇଁଲା

ରାଜ୍ୟରେ ତାତି ଅସହ୍ୟ ହେଲାଣି । ଘରୁ ବାହାରିବା ଲୋକଙ୍କ ପାଇଁ ମୁସ୍କିଲ । ସକାଳୁ ସକାଳୁ ତାପମାତ୍ରା ବଢ଼ିବାରେ ଲାଗୁଛି । ପାରଦ ଉପରମୁହାଁ ରହୁଛି । ଆଜି ରାଜଧାନୀ ଭୁବନେଶ୍ୱରରେ ଦିନ ସାଢ଼େ ୧୧ଟା ସୁଦ୍ଧା ତାପମାତ୍ରା ୩୯ ଡିଗ୍ରୀ ଛୁଇଁଛି । ଅସହ୍ୟ ତାତିକୁ ନେଇ ଚିନ୍ତାରେ ରାଜଧାନୀବାସୀ ।

ଆଜି ୬ ସହରର ତାପମାତ୍ରା ୩୬ ଡିଗ୍ରୀ ଉପରେ ରହିଛି । ସମ୍ବଲପୁରରେ ୩୮ ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ାରେ ୩୭.୬ ଡିଗ୍ରୀ ତାପମାତ୍ରା ରହିଛି । ଚାନ୍ଦବାଲିରେ ୩୭.୪ ଡିଗ୍ରୀ, କେନ୍ଦୁଝରରେ ୩୫.୪ ଡିଗ୍ରୀ, ଗୋପାଳପୁରରେ ୩୪, ପୁରୀରେ ୩୩.୮ ଡିଗ୍ରୀ ଥିବାବେଳେ ପାରାଦୀପର ତାପମାତ୍ରା ୩୨.୮ ଡିଗ୍ରୀ ରହିଛି । ତାତି ବଢୁଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଆସନ୍ତା ଦିନରେ ଆହୁରି ତାତି ବଢ଼ିବ । ତେବେ ସାଧାରଣତଃ ଲସି ଦୋକାନ, ପଇଡ଼ ଦୋକାନ, ଥଣ୍ଡା ପାନୀୟ ଜଳ ମିଳୁଥିବା ଦୋକାନ ଗୁଡ଼ିକରେ ଗ୍ରାହକଙ୍କ ଭିଡ଼ ଜମିଥାଏ । ହେଲେ, ସକାଳୁ ସକାଳୁ ତାତି ବଢୁଥିବାରୁ ଲୋକେ ଏଠାରେ ଆଉ ଭିଡ଼ ଜମାଉନାହାଁନ୍ତି । ତେଣୁ ବାହାରକୁ ବାହାରିଲେ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ପାଣି ବୋତଲ ସାଙ୍ଗରେ ନିଅନ୍ତୁ । ଛତା ଏବଂ ଜୋତା ବ୍ୟବାହର କରନ୍ତୁ । କଳା ଚଷମା ବ୍ୟବହାର କଲେ ଆହୁରି ଭଲ । ତେଣୁ ତାତିରୁ ରକ୍ଷା ପାଇବା ପାଇଁ ଆମକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ।

Leave a Reply

Your email address will not be published. Required fields are marked *