ଟ୍ରକ୍ ଚଢି ବଲେରୋ ଚେପା, 2 ମୃତ

ସୁନ୍ଦରଗଡ ହେମଗିରି ଥାନା ଅଧୀନ ଗର୍ଜନ ବାହାଲ ଖଣି ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ବୋଲେରୋ ଉପରେ କୋଇଲା ବୋଝେଇ ଟ୍ରକ୍ ମାଡିଯିବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 4 ଗୁରୁତର ହୋଇଛନ୍ତି। ଆହତମାନଙ୍କୁ ରାୟପୁର ଜିନ୍ଦଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତେ ଗର୍ଜନ ବାହାଲ ଖଣିର କର୍ମଚାରୀ ଥିଲେ। ସିପ୍ଟ ସାରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ଗର୍ଜନବାହାଲ ଖଣିର ଏହି କର୍ମଚାରୀଙ୍କର ଡ୍ୟୁଟି ସରିବା ପରେ ସେମାନେ ବୋଲେରୋରେ ଘରକୁ ଫେରୁଥିଲେ। ଖଣିରେ ନିୟୋଜିତ ଏକ ଟ୍ରକ୍ ଅଧିକ କୋଇଲା ଲୋଡିଂ ହୋଇଥିବା କାରଣରୁ ପଛରେ ଥିବା ବୋଲେରୋକୁ ଦେଖି ପାରି ନଥିଲା ଓ ତା ଉପରେ ଚଢିଯାଇଥିଲା।  ଫଳରେ ଘଟଣା ସ୍ଥଲରେ ହିଁ 2 ଜଣଙ୍କ ମୃତ୍ୟୁ ହୋଇଛି ଓ 4 ଜଣ ଆହତ ହୋଇଛନ୍ତି। ଟ୍ରକ୍ ମାଡିଯିବାରୁ ବୋଲେରୋ ଚେପା ହୋଇଯାଇଛି।

ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା କର୍ମଚାରୀ ହେଲେ ଅପରେଟର ଉମାକାନ୍ତ ପଟେଲ ଓ ସିଫ୍ଚ ଇନଚାର୍ଜ ଜଗଦୀଶ ଓରାମ। ଦୁର୍ଘଟଣା ପରେ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ଲୋକଙ୍କୁ ବୁଝାସୁଝା କରିଛି।

Leave a Reply

Your email address will not be published. Required fields are marked *