ରାଜଧାନୀରେ ବୁଲିଲା ଖଣ୍ଡା, ଯୁବକଙ୍କୁ ହାଣିଲେ ଗୁଣ୍ଡା

ରାଜଧାନୀ ଭୁବନେଶ୍ୱରରେ ଅପରାଧୀମାନଙ୍କ ଆତଙ୍କ ରାଜ୍ ବଢ଼ିବାରେ ଲାଗିଛି । ବିଚ୍ ରାସ୍ତାରେ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣୁଛନ୍ତି । ଏଭଳି ଚିତ୍ର ଏବେ ସମସ୍ତଙ୍କ ନିଦ ହଜାଇ ଦେଇଛି ।

ଏୟାର ଫିଲ୍ଡ ଥାନା ଭୀମକୁଣ୍ଡ ମନ୍ଦିର ସମ୍ମୁଖରେ ସରୋଜ ତ୍ରିପାଠୀଙ୍କୁ ଖଣ୍ଡାରେ ହାଣିଛନ୍ତି ସ୍ଥାନୀୟ ଗୁଣ୍ଡା । ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସରୋଜଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି । ସ୍ଥାନୀୟ ଗୁଣ୍ଡା, ଅପରାଧୀଙ୍କୁ ତୁରନ୍ତ ଗିରଫ କରି ଜେଲ୍ ପଠାଇବାକୁ ସବୁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିସିପି । ତଥାପି ଏଯାଏ କୌଣସି ପଦକ୍ଷେପ ହୋଇନଥିବାରୁ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *