ପୁଣି ଭାଇଜାନଙ୍କୁ ମିଳିଲା ହତ୍ୟା ଧମକ

ପୁଣି ବଲିଉଡର ଦବଙ୍ଗ ବୟ ସଲମନ ଖାଁଙ୍କୁ ମିଳିଛି ହତ୍ୟା ଧମକ। କେଉଁ ଦିନ ହତ୍ୟା କରାଯିବ, ତାହା ମଧ୍ୟ ଧମକକାରୀ ଘୋଷଣା କରିଛି। ଏହା ପରେ ମୁମ୍ବାଇ  ପୋଲିସର ଚିନ୍ତା ବଢିଯାଇଛି। ପୋଲିସ ସବୁ ଦିଗରୁ ଆରମ୍ଭ କରିଛି ଖୋଳତାଡ। ସଲ୍ଲୁ ମିଆଁଙ୍କ ସୁରକ୍ଷାରେ ନିୟୋଜିତ ସୁରକ୍ଷା କର୍ମୀଙ୍କୁ ସଜାଗ ରହିବାକୁ କରାଯାଇଛି ତାଗିଦ।

ହିନ୍ଦୀ ସିନେ ଜଗତର ସୁପର ଷ୍ଟାର ସଲମାନ ଖାଁଙ୍କୁ ଧମକର ପ୍ରକ୍ରିୟା ଥମିବାର ନାଁ ନେଉନାହିଁ। ସଦ୍ୟ ଉପରେ ପୁଣି ସଲମନଙ୍କୁ ମିଳିଛି ଏକ ହତ୍ୟା ଧମକ। ଏଥର ଭାଇ ଜାନଙ୍କୁ ଧମକ ଦେଇଛନ୍ତି ଆଉ ଜଣେ ଭାଇ, ନାମ ତାଙ୍କର ରକି ଭାଇ। ଯୋଧପୁରର ରକି ଭାଇ ଗୋ ରକ୍ଷକ ଭାବେ ତାଙ୍କ ଅଞ୍ଚଳରେ ବେଶ ଖ୍ୟାତି ଅର୍ଜନ କରିଛନ୍ତି। ରକି ତାଙ୍କ ଧମକରେ ସଫା ସଫା କହିଛନ୍ତି କି, ଏପ୍ରିଲ 30 ହେବ ଭାଇ ଜାନଙ୍କ ଶେଷ ଦିନ।

ଏଏନଆଇ ଟ୍ୱିଟରରୁ ସଲମାନଙ୍କୁ ଧମକ ମିଳିଥିବା ସୂଚନା ଦିଆଯାଇଛି। ମୁମ୍ବାଇ ପୋଲିସ ସୂତ୍ରରୁ ଏହି ସୂଚନା ଦିଆଯାଇଛି। ଗିତକାଲି ପୋଲିସ କଣ୍ଟୋଲ ରୁମକୁ ଏକ ଫୋନ ଆସିଥିଲା, ଯେଉଁରେ ବ୍ୟକ୍ତି ନିଜକୁ ରକି ଭାଇ ଭାବେ ପରିଚୟ ଦେଇ ଏପ୍ରିଲ 30ରେ ସଲମାନଙ୍କୁ ଜୀବନରୁ ମାରି ଦେବାକୁ କହିଥିଲେ।

ରକି ଭାଇ ଖାଲି ସଲ୍ଲୁ ମିଆଁଙ୍କ ଜୀବନ ପଛରେ ପଡି ନାହିଁ, ରକି ପୂର୍ବରୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ମଧ୍ୟ ବାରମ୍ବାର ଧମକ ଦେଇ ଆସୁଥିଲା। ହମ ସାଥ ସାଥ ହୈଁ ଫିଲ୍ମ ସୁଟିଂ ବେଳେ କଳା ହରିଣ ଶିକାରକୁ ନେଇ ଲରେନ୍ସର ରାଗ ସଲମନଙ୍କ ଉପରେ।

Leave a Reply

Your email address will not be published. Required fields are marked *