Blog

  • ୫ଶତ ସନ୍ତାନଙ୍କ ପିତାଙ୍କୁ କୋର୍ଟଙ୍କ ଛାଟ

    ୫ଶତ ସନ୍ତାନଙ୍କ ପିତାଙ୍କୁ କୋର୍ଟଙ୍କ ଛାଟ

    ୫00ରୁ ଅଧିକ ସନ୍ତାନର ଜନକଙ୍କୁ କୋର୍ଟଙ୍କ ଛାଟ। ଆଉ ଆଧିକ ସନ୍ତାନ ଜନ୍ମ ଦିଅନି। ନୋହିଲେ ହେବ ଜରିମାନା।  ନେଦରଲ୍ୟାଣ୍ଡର ଏକ କୋର୍ଟ ଜଣେ ୫ ଶତ ପୁତ୍ରର ଜନକଙ୍କୁ ଏପରି ତାଗିଦ କରିଛନ୍ତି। ତେବେ ବାସ୍ତବରେ ଏହି ବ୍ୟକ୍ତି ଏତେ ସଂଖ୍ୟକ ସନ୍ତାନଙ୍କ ବାପା ହୋଇଥିଲେ ମଧ୍ୟ ଆଇନତଃ ନୁହଁନ୍ତି। ତାଙ୍କ ଦ୍ୱାରା ହୋଇଥିବା ସ୍ପର୍ମରୁ ୫୦୦ରୁ ୬୦୦ ପିଲା ଜନ୍ମ ନେଇଛନ୍ତି। ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସ୍ଥାନୀୟ ଏକ କୋର୍ଟ। ପୁଣି ସ୍ପର୍ମ ଦାନ କଲେ ତାଙ୍କୁ ବିପୁଳ ଜରିମାନା ପଡ଼ିବ ବୋଲି ଚେତାଇ ଦେଇଛନ୍ତି। କୋର୍ଟ

    ନେଦରଲ୍ୟାଣ୍ଡର ୪୧ ବର୍ଷୀୟ ଜନାଥନ ଜଣେ ନିୟମିତ ସ୍ପର୍ମ ଡୋନର।  ୨୦୦୭ ମସିହାରୁ ସ୍ପର୍ମ ଦାନ କରି ଆସୁଛନ୍ତି। ତେବେ ସେଠାକାର ଆଇନ ଅନୁଯାୟୀ ସ୍ପର୍ମ ଦାନ କରୁଥିବା ଜଣେ ବ୍ୟକ୍ତି ୧୨ଟି ପରିବାରର ୨୫ଟି ପିଲାଙ୍କୁ ଜନ୍ମ ଦେଇପାରିବେ। ତାଠୁ ଅଧିକ ନିୟମ ବିରୋଧୀ। କିନ୍ତୁ ଜନାଥନଙ୍କ ସ୍ପର୍ମ ଦାନରୁ ୫୦୦ରୁ ୬୦୦ ପିଲାଙ୍କ ଜନ୍ମ ହୋଇସାରିଲେଣି।

    ୨୦୧୭ ମସିହା ବେଳକୁ ସେ ୧୦୦ରୁ ଅଧିକ ପିଲାଙ୍କ ବାପା ହେବା ଜଣାପଡିବା ପରେ ସେହି ବର୍ଷ କୋର୍ଟ ତାଙ୍କ ଉପରେ କଟକଣା ଜାରି କରିଥିଲେ। ହେଲେ ଜନାଥନ କୋର୍ଟଙ୍କ ନିର୍ଦ୍ଦେଶକୁ ଫୁ କରି ଉଡାଇ ଦେଇଥିଲେ। ଖାଲି ନେଦରଲାଣ୍ଡ ନୁହେଁ  ବିଦେଶରେ ମଧ୍ୟ ସ୍ପର୍ମ ଦାନ କରିଛନ୍ତି। ଯାହାକୁ ନେଇ ତାଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ ହୋଇଥିଲା।

    ଏହି ମାମଲାରେ କୋର୍ଟ ତାଙ୍କୁ ସ୍ପର୍ମ ଦାନ କରିବାକୁ ବାରଣ କରିବା ସହ ବିଦେଶରେ ଯେଉଁ ସବୁ କ୍ଲିନିକ ଗୁଡ଼ିକରେ ତାଙ୍କ ସ୍ପର୍ମକୁ ସାଇତି ରଖାଯାଇଥିବା ତାକୁ ନଷ୍ଟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

  • ପାକିସ୍ତାନରେ ଅଜବ ଶିଶୁ,ମେଡିକାଲରେ ଲୋକଙ୍କ ଭିଡ଼

    ପାକିସ୍ତାନରେ ଅଜବ ଶିଶୁ,ମେଡିକାଲରେ ଲୋକଙ୍କ ଭିଡ଼

    ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ଏକ ଦୁର୍ଲ୍ଲଭ ଏବଂ ଶକ୍ତିଶାଳୀ ଜୀବ । ସବୁଠୁ ବୁଦ୍ଧିଆ ପ୍ରାଣୀ ମଣିଷ । ବେଳେ ବେଳେ ମଣିଷ ଏମିତି କିଛି ଘଟଣାକୁ ନେଇ ଆଶ୍ଚର୍ଯ୍ୟ ଯାହାର ଉତ୍ତର ଖୋଜିଥାଏ । କାରଣ କଣ ହୋଇଥାଏ ପାରେ ଏସବୁ ଦ୍ୱନ୍ଦ୍ୱରେ ପଡ଼ିଥାଏ । କେବେ କେବେ ନବଜାତ ଶିଶୁଙ୍କ ଶରୀର ଗଠନ ପ୍ରଣାଳୀ ଅଜବ ଧରଣର ହୋଇଥାଏ । ଆଜି ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା କଳ୍ପନାର ବାହାରେ ।

    ଆଗରୁ ଆମେ ଜାଣିଛେ କାହାର କାହାର ଗୋଟିଏ ହାତରେ ୬ଟି ଆଙ୍ଗୁଠି ରହିଛି । କେଉଁଠି କେଉଁଠି ଯୋଡ଼ାମୁଣ୍ଡ ଦେଖିବାକୁ ମିଳିଛି । କେଉଁଠି ଯୌନାଙ୍ଗ ନଥିବା ଶିଶୁ ବି ଜନ୍ମ ନେଇଛି । ହେଲେ ଖବର ଟିକେ ଭିନ୍ନ ରହିଛି । ଏ ଖବର ଆମ ଦେଶର ନୁହେଁ, ବିଦେଶର । ମାନେ ପଡ଼ୋଶୀ ପାକିସ୍ତାନରୁ ଆସିଛି ।

    ପାକିସ୍ତାନରେ ଜନ୍ମ ନେଇ ଏକ ଅଜବ ଶିଶୁ । ତାକୁ ଦେଖିବାକୁ ମେଡିକାଲରେ ଭିଡ଼ ଲାଗିଛି । କାରଣ କଣ ହୋଇଥାଏ ପାରେ । ଡାକ୍ତରମାନେ ବି ଆଶ୍ଚର୍ଯ୍ୟ । ଆଜ୍ଞା ଶିଶୁଟିର ୨ଟି ଯୌନାଙ୍ଗ ରହିଛି ହେଲେ ମଳଦ୍ୱାର ନାହିଁ । ଶିଶୁଟି ଉଭୟ ଯୌନାଙ୍ଗରେ ପରିସ୍ରା କରୁଛି । ସୂଚନା ଅନୁସାରେ ଡିପହେଲିୟା ନାମକ ଏକ ଦୁର୍ଲ୍ଲଭ ରୋଗ କାରଣରୁ ୬୦ ଲକ୍ଷ ଶିଶୁଙ୍କ ମଧ୍ୟରୁ ଜଣେ ଏଭଳି ରୋଗରେ ସଂକ୍ରମିତ ହୋଇଥାଏ । ଏବେ ପାକିସ୍ତାନର ଏହି ଶିଶୁ ରୋଗରେ ଆକ୍ରାନ୍ତ ଥିବା ଜଣାପଡି଼ଛି । କୋଲେନୋସ୍କୋପି ଜରିଆରେ ଏକ ମଳଦ୍ୱାର ସୃଷ୍ଟି କରିବା ପାଇଁ ଡାକ୍ତରମାନେ ଉଦ୍ୟମ କରୁଛନ୍ତି ।

  • ମୋ ପଛରେ ପଡିଛି କଂଗ୍ରେସ: ବ୍ରିଜ ଭୂଷଣ

    ମୋ ପଛରେ ପଡିଛି କଂଗ୍ରେସ: ବ୍ରିଜ ଭୂଷଣ

    ମୁଁ ସମ୍ପୂର୍ଣ୍ଣ ରୂପେ ନିର୍ଦ୍ଦୋଷ। ମୋ ବିରୋଧରେ ହୋଇଛି ବଡ ଷଡଯନ୍ତ୍ର। ସବୁ ଯାଞ୍ଚ ପାଇଁ ମୁଁ ପ୍ରସ୍ତୁତ। ତେଣୁ ଇସ୍ତଫା ଦେବାର ପ୍ରଶ୍ନ ଉଠୁନି। ଭାରତୀୟ କୁସ୍ତି ମହାସଂଘ ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ୨ଟି ଯୌନ ଶୋଷଣ ମାମଲା ରୁଜୁ ହେବା ପରେ ଆଜି ନିଜ ସଫେଇରେ ଏପରି କହିଛନ୍ତି ବ୍ରିଜ ଭୂଷଣ।

    ସେ ଆହିରି କହିଛନ୍ତି କି, ମୁଁ ସବୁ ଅଭିଯୋଗର ସାମନା କରିବାକୁ ପ୍ରସ୍ତୁତ।  ଏକ ନିର୍ଦ୍ଦିଷ୍ଟ ପରିବାର, ନିର୍ଦ୍ଦିଷ୍ଟ ଆଖଡ଼ା ଓ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ମୋ ବିରୋଧରେ ଷଡଯନ୍ତ୍ର କରୁଛନ୍ତି। କଂଗ୍ରେସ ମୋ ପଛରେ ଲାଗିଛି।  ଧାରଣାକାରୀଙ୍କ ଦାବି ବଦଳୁଛି। ପ୍ରଥମେ ମୋର ଇସ୍ତଫା ଦାବି କରାଗଲା। ଇସ୍ତଫା ଦେବା ଅର୍ଥ ନିଜ ଦୋଷ ସ୍ୱୀକାର କରିବା ହେବ ଭାବି ମୁଁ ଇସ୍ତଫା ଦେଲିନି ।

    ଏବେ ସେମାନେ ଲୋକଙ୍କୁ ଉସୁକାଇ ନିଜ ସହ ଛିଡ଼ା କରାଇ ଗିରଫଦାରୀ ଦାବି କରୁଛନ୍ତି ବୋଲି କହିଛନ୍ତି ବ୍ରିଜ ଭୂଷଣ । ହେଲେ ମୋର ପୁଲିସ୍‌ ଓ ସୁପ୍ରିମ କୋର୍ଟଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି। ନ୍ୟାୟ ବ୍ୟବସ୍ଥା ଉପରେ ପୂର୍ଣ୍ଣ ଭରସା ରହିଛି। ଏଥିସହ ଦମ୍ଭୋକ୍ତି ଦେଖାଇ ବ୍ରିଜ ଭୂଷଣ ନିଜ ପାୱାର ଦେଖାଇବାକୁ ଭୁଲି ନାହାନ୍ତି। ସେ କହିଛନ୍ତି,  ଆନ୍ଦୋଳନକାରୀ ଭୁଲିବା ଉଚିତ ନୁହେଁ, ମୁଁ ଜଣେ ଲୋକସଭା ସାଂସଦ, ଭିନେଶ ଫୋଗଟଙ୍କ ଦୟାରୁ ନୁହେଁ। ଜନସମର୍ଥନରେ ଏଠାରେ ପହଞ୍ଚିଛି। 

    ସେପଟେ ପୂର୍ବରୁ ରାଜନୈତିକ ପାର୍ଟିଙ୍କୁ ଆନ୍ଦୋଳନରୁ ଦୂରେଇ ରହିବାକୁ ଆହ୍ୱାନ ଦେଇଥିବା କୁସ୍ତିଯୋଦ୍ଧା ଏବେ ସମସ୍ତ ପାର୍ଟିଙ୍କ ସମର୍ଥନ ଲୋଡିଛନ୍ତି। ଫଳରେ ଜନ୍ତରମନ୍ତରରେ ହେଉଥିବା ଧାରଣାସ୍ଥଳକୁ ପପୁ ଯାଦବ, କେଜ୍ରିୱାଲ, ପ୍ରିୟଙ୍କା ଗାନ୍ଧୀ, ପୂର୍ବତନ ଜମ୍ମୁ କାଶ୍ମୀର ରାଜ୍ୟପାଲ ସତ୍ୟପାଲ ମଲିକ ମଧ୍ୟ ଯାଇ ଆନ୍ଦୋଳନକାରୀଙ୍କୁ ସମର୍ଥନ ଦେଇଛନ୍ତି।

    ଅନ୍ୟପଟେ ବିଜେପିର ବହୁ ବିଧାୟକ ବ୍ରିଜ ଭୂଷଣଙ୍କ ସପକ୍ଷରେ ଛିଡ଼ାହୋଇ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ  ଭିତ୍ତିହୀନ କହିଛନ୍ତି।

  • ନିୟମ ଉଲ୍ଲଂଘନ କଲା କି ANI ? TWITTER ପକ୍ଷରୁ ବଡ଼ ଆକ୍ସନ

    ନିୟମ ଉଲ୍ଲଂଘନ କଲା କି ANI ? TWITTER ପକ୍ଷରୁ ବଡ଼ ଆକ୍ସନ

    ଏବେ ଫଟାଫଟ୍ ଆକ୍ସନ ନେଉଛି ଟ୍ୱିଟର । ଏହାର ନିୟମ ଉଲ୍ଲଂଘନ କଲେ, ଅବମାନନା କଲେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ । ଟ୍ୱିଟର ବସ୍ ଏଲନ୍ ମସ୍କ ଆକ୍ସନ ନେବାରେ ମାହିର । ନିକଟରେ ବହୁ ରାଜନେତା, ଅଭିନେତା ଏବଂ ସ୍ପୋର୍ଟସଷ୍ଟାରଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲ୍ୟୁ ଟିକ୍ ହଟାଇ ବେଶ୍ ଚର୍ଚ୍ଚାକୁ ଆସିଥିଲେ ଏଲନ୍ ମସ୍କ । ଏବେ ପୁଣି ଥରେ ଏସିଆର ସବୁଠୁ ବଡ଼ ନ୍ୟୁଜ୍ ଏଜେନ୍ସି ANI ଉପରେ ଆକ୍ସନ ନେଇଛନ୍ତି ।

    ANI ଟ୍ୱିଟର ଆକାଉଣ୍ଟ ସସପେଣ୍ଡ ପଛର ରହସ୍ୟ କ’ଣ । ଇ-ମେଲ୍ ମାଧ୍ୟମରେ ANI ସମ୍ପାଦକଙ୍କ ନିକଟକୁ କାରଣ ପଠାଇଛି ଟ୍ୱିଟର । ଏହାର ନିୟମ ଉଲ୍ଲଂଘନ କରିଥିବାରୁ ଅଫିସିଆଲ୍ ଆକାଉଣ୍ଟ ଲକ୍ କରାଯାଇଛି । ଟ୍ୱିଟର ଆକାଉଣ୍ଟ କରିବା ପାଇଁ ଅତି କମରେ ୧୩ ବର୍ଷ ବୟସ ଆବଶ୍ୟକ ଥିବାବେଳେ ଏଥିପ୍ରତି କୌଣସି ଧ୍ୟାନ ଦିଆଯାଇନଥିବା କୁହାଯାଇଛି । ANI ସମ୍ପାଦକ ସ୍ମିତା ପ୍ରକାଶଙ୍କ ସୂଚନା ଅନୁଯାୟୀ ବର୍ତ୍ତମାନ ANI ଆକାଉଣ୍ଟରେ ୭୬ ଲକ୍ଷରୁ ଅଧିକ ଅନୁସରଣକାରୀ ଅଛନ୍ତି । ସେପଟେ, ANI ଆକାଉଣ୍ଟ ରିଷ୍ଟୋର କରିବାକୁ ଅନୁରୋଧ କରିଛି ଟ୍ୱିଟର ।

  • ସେନା ଆମ୍ବୁଲାନ୍ସ ଘାଟିରୁ ଖସି ତିନି ଯବାନ ମୃତ

    ସେନା ଆମ୍ବୁଲାନ୍ସ ଘାଟିରୁ ଖସି ତିନି ଯବାନ ମୃତ

    ଶନିବାର ଭାରତୀୟ ସେନାର ଏକ ଆମ୍ବୁଲାନ୍ସ ଘାଟିରୁ ଖସି ପଡ଼ିବାରୁ ତିନି ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ଜମ୍ମୁ କଶ୍ମୀରର ରଜୌରୀ ଜିଲ୍ଲାର ଏଲଓସି ନିକଟବର୍ତ୍ତୀ  କେରି ସେକ୍ଟରେ ସେନା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି।ଘାଟି ରାସ୍ତାର ସଂକୀର୍ଣ୍ଣ ବୁଲାଣିରେ ଆମ୍ବୁଲାନ୍ସ ଡ୍ରାଇଭର ଗାଡି ଉପରୁ ନିୟନ୍ତ୍ରଣ ହରାଇଥିଲେ। ଆଉ ଆମ୍ବୁଲାନ୍ସଟି ଘାଟି ତଳକୁ ଖସି ପଡ଼ିଥିଲା। ଘଟଣାସ୍ଥଳରେ 3 ଯବାନଙ୍କ ମୃତ୍ୟୁ ଘଟିଛି। 

    ଏପ୍ରିଲ 20 ତାରିଖରେ ଜମ୍ମୁ-କଶ୍ମୀରର ପୁଞ୍ଚରେ ସେନାର ଏକ ଟ୍ରକ୍‌କୁ ଆତଙ୍କବାଦୀମାନେ ଗ୍ରେନେଡ ଓ ଗୁଳି ମାଡ଼ କରିବାରୁ 5 ଜଣ ଯବାନ  ସହିଦ ହୋଇଥିଲେ। ସେହିପରି ଗତ ବର୍ଷ ଡିସେମ୍ବର ମାସରେ ସିକ୍କିମରେ ଘାଟିରୁ ସେନାର ଏକ ଗାଡ଼ି ଖସି ପଡ଼ିବାରୁ 16 ଜଣ ଯବାନଙ୍କ ପ୍ରାଣହାନୀ ହୋଇଥିଲା।

  • ବାଇଜୁ ଉପରେ ଇଡି ଚଡକ

    ବାଇଜୁ ଉପରେ ଇଡି ଚଡକ

    ବିଦେଶୀ ମୁଦ୍ରା ପ୍ରବନ୍ଧନ ଅଧିନିୟମ (ଫେମା) ନିୟମର ଉଲ୍ଲଙ୍ଘନ ଅଭିଯୋଗରେ ଅନଲାଇନ ଶିକ୍ଷାଣ ପ୍ରତିଷ୍ଠାନ ବାଇଜୁ ଉପରେ ଇଡି ନଜର। ବାଇଜୁର ସିଇଓ ରବିନ୍ଦ୍ରନଙ୍କ ବାୟଜୁ ଓ ‘ଥିଙ୍କ୍ ଆଣ୍ଡ ଲର୍ନ ପ୍ରାଇଭେଟ ଲିମିଟେଡ’ ସମେତ ବାସଭବନ ଉପରେ ରେଡ କରିଛି ଇଡି। ଚଢାଉରେ ଇଡିକୁ ବହୁ ଆପତ୍ତିଜନକ ଦସ୍ତାବିଜ ଓ ଡିଜିଟାଲ ଡାଟା ମିଳିଥିବା ସୂଚନା ରହିଛି।

    ଇଡି ସୂଚନାକ ମୁତାବକ, ୨୦୨୧-୨୧ ଆର୍ଥିକ ବର୍ଷରେ କମ୍ପାନୀ ନିଜର ଆର୍ଥିକ କାରବାରର ବିବରଣୀ ଦେଇନାହିଁ କି ଖାତା ଅଡିଟ୍ କରିନାହିଁ। ୨୦୧୧ ରୁ ୨୦୨୩ ମଧ୍ୟରେ ଫେମା ଅନ୍ତର୍ଗତ କମ୍ପାନୀ ପ୍ରାୟ  ୨୮ ହଜାର କୋଟି ଟଙ୍କାର ପ୍ରତ୍ୟେକ୍ଷ ବିଦେଶୀ ପୁଞ୍ଜି ଠୁଳ କରିଛି ଓ ବିଦେଶକୁ ୯୭୫୪ କୋଟି ଟଙ୍କା ପଠାଯାଇଛି ।

    ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ନାଁରେ କମ୍ପାନୀ ଏହି ସମୟରେ ବିଜ୍ଞାପନ ଓ ମାର୍କେଟିଂ ଖର୍ଚ୍ଚ ବାବଦକୁ ୯୪୪ କୋଟି ଟଙ୍କା ବୁକ୍ କରିଛି । ଯେଉଁଥିରେ ବିଦେଶୀ ଅଧିକାରୀଙ୍କୁ ପଠାଯାଇଥିବା ରାଶି ମଧ୍ୟ ସାମିଲ ରହିଛି । କମ୍ପାନୀର ଡାଟାର ସତ୍ୟତା ଜାଣିବାକୁ ବ୍ୟାଙ୍କଗୁଡିକ ଦ୍ୱାରା ଯାଞ୍ଚ କରାଯାଉଛି ।

  • ମେ’ ୫ ସୁଦ୍ଧା ଲଘୁଚାପ କ୍ଷେତ୍ର ! ରାଜ୍ୟ ଉପରେ ପଡ଼ିବ କି ପ୍ରଭାବ ?

    ମେ’ ୫ ସୁଦ୍ଧା ଲଘୁଚାପ କ୍ଷେତ୍ର ! ରାଜ୍ୟ ଉପରେ ପଡ଼ିବ କି ପ୍ରଭାବ ?

    ପ୍ରବାହ ଗ୍ରୀଷ୍ମପ୍ରବାହ ଭିତରେ ଏବେ ପୁଣି ଲଘୁଚାପ ଚିନ୍ତା । ସପ୍ତାହକ ପରେ ଦକ୍ଷିଣ-ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ମେ’ ୫ ତାରିଖ ପାଖାପାଖି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏଭଳି ପୂର୍ବାନୁମାନ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ଅବପାତରେ ପରିଣତ ହେବା ନେଇ ସମ୍ଭାବନା ରହିଛି । ହେଲେ, ରାଜ୍ୟ ଉପରେ ଏହାର କୌଣସି ପ୍ରଭାବ ରହିବ ନାହିଁ ବୋଲି ପ୍ରାଥମିକ ଭାବେ ସୂଚନା ଦେଇଛନ୍ତି ।

    ଦକ୍ଷିଣ ବଙ୍ଗୋପସାଗର ତଥା ନିକଟବର୍ତ୍ତୀ ଅଞ୍ଚଳରେ ଲଘୁଚାପ ପ୍ରଭାବ ପଡ଼ିବା ସମ୍ଭାବନା ରହିଛି । ସେପଟେ ଅବପାତ ବାତ୍ୟା ରୂପ ହେବା ନେଇ ସ୍ପଷ୍ଟ ସୂଚନା ନଥିବା କହିଛନ୍ତି IMD DG । ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ଏହାର ପରବର୍ତ୍ତୀ ପୂର୍ବାନୁମାନ କରିହେବ ବୋଲି ଆଇଏମଡି ଡିଜି କହିଛନ୍ତି । ଏଭଳି ଆଶଙ୍କାକୁ ନେଇ ଲୋକେ ଭୟଭୀତ ହେବାର ନାହିଁ କିନ୍ତୁ ମତ୍ସ୍ୟଜୀବୀମାନେ ସତର୍କ ରହିବାକୁ ହେବ ବୋଲି ଡିଜି କହିଛନ୍ତି ।

  • ପ୍ରବଳ ବର୍ଷାରେ ଜଳବନ୍ଦୀ ହାଇଦ୍ରାବାଦ

    ପ୍ରବଳ ବର୍ଷାରେ ଜଳବନ୍ଦୀ ହାଇଦ୍ରାବାଦ

    ଦେଶର ବହୁ ସ୍ଥାନରେ ପାଗର ମିଜାଜ ବଦଳି ଯାଇଛି। କିଛି ରାଜ୍ୟରେ ବର୍ଷା ହେଉଥିବା ଦେଖିବାକୁ ମିଳିଥିବା ବେଳେ ତେଲେଙ୍ଗାନାରେ ଯାତାୟାତକୁ ଠପ କରି ଦେଇଛି। ଅଦିନିଆ ବର୍ଷା ପାଇଁ ଜଳମଗ୍ନ ରାଜଧାନୀ ହାଇଦ୍ରାବାଦ। ଶନିବାର ସକାଳୁ ହୋଇଥିବା ବର୍ଷାରେ ରାଜଧାନୀର ତଳି ଅଞ୍ଚଳ ପାଣିରେ ବୁଡି ଯାଇଛି। ରାସ୍ତା ଉପରେ କେଉଁଠି ଆଣ୍ଠୁଏ ତ ପୁଣି କେଉଁଠି ଛାତିଏ ପାଣିର ସୁଅ ଛୁଟିଛି।

    ଆଜି ସକାଳୁ ହୋଇଥିବା ବର୍ଷାରେ ସହରର ତଳି ଇଲାକାରେ ପାଣି ଭରି ରହିବା ସହ ରାସ୍ତା ଘାଟରେ ପାଣିର ସୁଅ ଛୁଟିଛି। ସୁଅ ଏତେ ପ୍ରଖର ଥିଲା କି ରାସ୍ତା ଉପରେ ଥିବା ଗାଡିକୁ ବୁହାଇ ନେବାର ଦୃଶ୍ୟ ଦେଖିବାକୁ ମିଳିଛି। ହାଇଦ୍ରାବାଦର ପଞ୍ଝା କଲୋନୀ ରାସ୍ତାରେ ପାଣି ସୁଅ ନଦୀର ଭ୍ରମ ସୃଷ୍ଚି କରିଛି। ରାସ୍ତା ଉପରେ ଜମା ଥିବା ପାଣି ତଳି ଅଞ୍ଚଳ ଆଡକୁ ପ୍ରଖର ବେଗରେ ଛୁଟୁଛି । ଘର ସବୁକୁ ରାସ୍ତା ପାଣି ମାଡିଯାଇଛି।

    ମଧ୍ୟ ତେଲେଙ୍ଗାନାର ସିଦ୍ଦିପେଟ, ଯଦାଦ୍ରୀ-ଭୋଙ୍ଗିର, ଜନଗାଁୱରେ ପ୍ରବଳ ବର୍ଷା ହୋଇଛି। ସେହିପରି ୱାରଙ୍ଗଲ, ହନମକୋଣ୍ଡା, ସିରସିଲା, କରିମନଗର, କାମାରେଡ୍ଡି, ୟଦ୍ରାଦ୍ରୀ, କୋଠାଗୁଡେମରେ ମଧ୍ୟ ଜୋର ବର୍ଷା ହୋଇଥିବା ରେକର୍ଡ ହୋଇଛି। ସେପଟେ ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ଚାରି ପାଞ୍ଚ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଓ କୁଆପଥର ମାଡ ହେବା ନେଇ ଆକଳନ କରାଯାଇଛି।