ମେ’ ୫ ସୁଦ୍ଧା ଲଘୁଚାପ କ୍ଷେତ୍ର ! ରାଜ୍ୟ ଉପରେ ପଡ଼ିବ କି ପ୍ରଭାବ ?

ପ୍ରବାହ ଗ୍ରୀଷ୍ମପ୍ରବାହ ଭିତରେ ଏବେ ପୁଣି ଲଘୁଚାପ ଚିନ୍ତା । ସପ୍ତାହକ ପରେ ଦକ୍ଷିଣ-ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ମେ’ ୫ ତାରିଖ ପାଖାପାଖି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏଭଳି ପୂର୍ବାନୁମାନ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ଅବପାତରେ ପରିଣତ ହେବା ନେଇ ସମ୍ଭାବନା ରହିଛି । ହେଲେ, ରାଜ୍ୟ ଉପରେ ଏହାର କୌଣସି ପ୍ରଭାବ ରହିବ ନାହିଁ ବୋଲି ପ୍ରାଥମିକ ଭାବେ ସୂଚନା ଦେଇଛନ୍ତି ।

ଦକ୍ଷିଣ ବଙ୍ଗୋପସାଗର ତଥା ନିକଟବର୍ତ୍ତୀ ଅଞ୍ଚଳରେ ଲଘୁଚାପ ପ୍ରଭାବ ପଡ଼ିବା ସମ୍ଭାବନା ରହିଛି । ସେପଟେ ଅବପାତ ବାତ୍ୟା ରୂପ ହେବା ନେଇ ସ୍ପଷ୍ଟ ସୂଚନା ନଥିବା କହିଛନ୍ତି IMD DG । ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ଏହାର ପରବର୍ତ୍ତୀ ପୂର୍ବାନୁମାନ କରିହେବ ବୋଲି ଆଇଏମଡି ଡିଜି କହିଛନ୍ତି । ଏଭଳି ଆଶଙ୍କାକୁ ନେଇ ଲୋକେ ଭୟଭୀତ ହେବାର ନାହିଁ କିନ୍ତୁ ମତ୍ସ୍ୟଜୀବୀମାନେ ସତର୍କ ରହିବାକୁ ହେବ ବୋଲି ଡିଜି କହିଛନ୍ତି ।

Leave a Reply

Your email address will not be published. Required fields are marked *