ପ୍ରବଳ ବର୍ଷାରେ ଜଳବନ୍ଦୀ ହାଇଦ୍ରାବାଦ

ଦେଶର ବହୁ ସ୍ଥାନରେ ପାଗର ମିଜାଜ ବଦଳି ଯାଇଛି। କିଛି ରାଜ୍ୟରେ ବର୍ଷା ହେଉଥିବା ଦେଖିବାକୁ ମିଳିଥିବା ବେଳେ ତେଲେଙ୍ଗାନାରେ ଯାତାୟାତକୁ ଠପ କରି ଦେଇଛି। ଅଦିନିଆ ବର୍ଷା ପାଇଁ ଜଳମଗ୍ନ ରାଜଧାନୀ ହାଇଦ୍ରାବାଦ। ଶନିବାର ସକାଳୁ ହୋଇଥିବା ବର୍ଷାରେ ରାଜଧାନୀର ତଳି ଅଞ୍ଚଳ ପାଣିରେ ବୁଡି ଯାଇଛି। ରାସ୍ତା ଉପରେ କେଉଁଠି ଆଣ୍ଠୁଏ ତ ପୁଣି କେଉଁଠି ଛାତିଏ ପାଣିର ସୁଅ ଛୁଟିଛି।

ଆଜି ସକାଳୁ ହୋଇଥିବା ବର୍ଷାରେ ସହରର ତଳି ଇଲାକାରେ ପାଣି ଭରି ରହିବା ସହ ରାସ୍ତା ଘାଟରେ ପାଣିର ସୁଅ ଛୁଟିଛି। ସୁଅ ଏତେ ପ୍ରଖର ଥିଲା କି ରାସ୍ତା ଉପରେ ଥିବା ଗାଡିକୁ ବୁହାଇ ନେବାର ଦୃଶ୍ୟ ଦେଖିବାକୁ ମିଳିଛି। ହାଇଦ୍ରାବାଦର ପଞ୍ଝା କଲୋନୀ ରାସ୍ତାରେ ପାଣି ସୁଅ ନଦୀର ଭ୍ରମ ସୃଷ୍ଚି କରିଛି। ରାସ୍ତା ଉପରେ ଜମା ଥିବା ପାଣି ତଳି ଅଞ୍ଚଳ ଆଡକୁ ପ୍ରଖର ବେଗରେ ଛୁଟୁଛି । ଘର ସବୁକୁ ରାସ୍ତା ପାଣି ମାଡିଯାଇଛି।

ମଧ୍ୟ ତେଲେଙ୍ଗାନାର ସିଦ୍ଦିପେଟ, ଯଦାଦ୍ରୀ-ଭୋଙ୍ଗିର, ଜନଗାଁୱରେ ପ୍ରବଳ ବର୍ଷା ହୋଇଛି। ସେହିପରି ୱାରଙ୍ଗଲ, ହନମକୋଣ୍ଡା, ସିରସିଲା, କରିମନଗର, କାମାରେଡ୍ଡି, ୟଦ୍ରାଦ୍ରୀ, କୋଠାଗୁଡେମରେ ମଧ୍ୟ ଜୋର ବର୍ଷା ହୋଇଥିବା ରେକର୍ଡ ହୋଇଛି। ସେପଟେ ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ଚାରି ପାଞ୍ଚ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଓ କୁଆପଥର ମାଡ ହେବା ନେଇ ଆକଳନ କରାଯାଇଛି।  

Leave a Reply

Your email address will not be published. Required fields are marked *