ବାଇଜୁ ଉପରେ ଇଡି ଚଡକ

ବିଦେଶୀ ମୁଦ୍ରା ପ୍ରବନ୍ଧନ ଅଧିନିୟମ (ଫେମା) ନିୟମର ଉଲ୍ଲଙ୍ଘନ ଅଭିଯୋଗରେ ଅନଲାଇନ ଶିକ୍ଷାଣ ପ୍ରତିଷ୍ଠାନ ବାଇଜୁ ଉପରେ ଇଡି ନଜର। ବାଇଜୁର ସିଇଓ ରବିନ୍ଦ୍ରନଙ୍କ ବାୟଜୁ ଓ ‘ଥିଙ୍କ୍ ଆଣ୍ଡ ଲର୍ନ ପ୍ରାଇଭେଟ ଲିମିଟେଡ’ ସମେତ ବାସଭବନ ଉପରେ ରେଡ କରିଛି ଇଡି। ଚଢାଉରେ ଇଡିକୁ ବହୁ ଆପତ୍ତିଜନକ ଦସ୍ତାବିଜ ଓ ଡିଜିଟାଲ ଡାଟା ମିଳିଥିବା ସୂଚନା ରହିଛି।

ଇଡି ସୂଚନାକ ମୁତାବକ, ୨୦୨୧-୨୧ ଆର୍ଥିକ ବର୍ଷରେ କମ୍ପାନୀ ନିଜର ଆର୍ଥିକ କାରବାରର ବିବରଣୀ ଦେଇନାହିଁ କି ଖାତା ଅଡିଟ୍ କରିନାହିଁ। ୨୦୧୧ ରୁ ୨୦୨୩ ମଧ୍ୟରେ ଫେମା ଅନ୍ତର୍ଗତ କମ୍ପାନୀ ପ୍ରାୟ  ୨୮ ହଜାର କୋଟି ଟଙ୍କାର ପ୍ରତ୍ୟେକ୍ଷ ବିଦେଶୀ ପୁଞ୍ଜି ଠୁଳ କରିଛି ଓ ବିଦେଶକୁ ୯୭୫୪ କୋଟି ଟଙ୍କା ପଠାଯାଇଛି ।

ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ନାଁରେ କମ୍ପାନୀ ଏହି ସମୟରେ ବିଜ୍ଞାପନ ଓ ମାର୍କେଟିଂ ଖର୍ଚ୍ଚ ବାବଦକୁ ୯୪୪ କୋଟି ଟଙ୍କା ବୁକ୍ କରିଛି । ଯେଉଁଥିରେ ବିଦେଶୀ ଅଧିକାରୀଙ୍କୁ ପଠାଯାଇଥିବା ରାଶି ମଧ୍ୟ ସାମିଲ ରହିଛି । କମ୍ପାନୀର ଡାଟାର ସତ୍ୟତା ଜାଣିବାକୁ ବ୍ୟାଙ୍କଗୁଡିକ ଦ୍ୱାରା ଯାଞ୍ଚ କରାଯାଉଛି ।

Leave a Reply

Your email address will not be published. Required fields are marked *