ନିୟମ ଉଲ୍ଲଂଘନ କଲା କି ANI ? TWITTER ପକ୍ଷରୁ ବଡ଼ ଆକ୍ସନ

ଏବେ ଫଟାଫଟ୍ ଆକ୍ସନ ନେଉଛି ଟ୍ୱିଟର । ଏହାର ନିୟମ ଉଲ୍ଲଂଘନ କଲେ, ଅବମାନନା କଲେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ । ଟ୍ୱିଟର ବସ୍ ଏଲନ୍ ମସ୍କ ଆକ୍ସନ ନେବାରେ ମାହିର । ନିକଟରେ ବହୁ ରାଜନେତା, ଅଭିନେତା ଏବଂ ସ୍ପୋର୍ଟସଷ୍ଟାରଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲ୍ୟୁ ଟିକ୍ ହଟାଇ ବେଶ୍ ଚର୍ଚ୍ଚାକୁ ଆସିଥିଲେ ଏଲନ୍ ମସ୍କ । ଏବେ ପୁଣି ଥରେ ଏସିଆର ସବୁଠୁ ବଡ଼ ନ୍ୟୁଜ୍ ଏଜେନ୍ସି ANI ଉପରେ ଆକ୍ସନ ନେଇଛନ୍ତି ।

ANI ଟ୍ୱିଟର ଆକାଉଣ୍ଟ ସସପେଣ୍ଡ ପଛର ରହସ୍ୟ କ’ଣ । ଇ-ମେଲ୍ ମାଧ୍ୟମରେ ANI ସମ୍ପାଦକଙ୍କ ନିକଟକୁ କାରଣ ପଠାଇଛି ଟ୍ୱିଟର । ଏହାର ନିୟମ ଉଲ୍ଲଂଘନ କରିଥିବାରୁ ଅଫିସିଆଲ୍ ଆକାଉଣ୍ଟ ଲକ୍ କରାଯାଇଛି । ଟ୍ୱିଟର ଆକାଉଣ୍ଟ କରିବା ପାଇଁ ଅତି କମରେ ୧୩ ବର୍ଷ ବୟସ ଆବଶ୍ୟକ ଥିବାବେଳେ ଏଥିପ୍ରତି କୌଣସି ଧ୍ୟାନ ଦିଆଯାଇନଥିବା କୁହାଯାଇଛି । ANI ସମ୍ପାଦକ ସ୍ମିତା ପ୍ରକାଶଙ୍କ ସୂଚନା ଅନୁଯାୟୀ ବର୍ତ୍ତମାନ ANI ଆକାଉଣ୍ଟରେ ୭୬ ଲକ୍ଷରୁ ଅଧିକ ଅନୁସରଣକାରୀ ଅଛନ୍ତି । ସେପଟେ, ANI ଆକାଉଣ୍ଟ ରିଷ୍ଟୋର କରିବାକୁ ଅନୁରୋଧ କରିଛି ଟ୍ୱିଟର ।

Leave a Reply

Your email address will not be published. Required fields are marked *